ମେଟ୍ରୋ | ଉପକୂଳ ଓଡିଶା

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

୬ ଜେଲ୍‌ର ଅନ୍ତେବାସୀ ଖାଇଛନ୍ତି ୧୮ଲକ୍ଷ ଟଙ୍କାର ଜଳଖିଆ

ଭୁବନେଶ୍ୱର,୧୩ା୧୧ (ବ୍ୟୁରୋ)- ରାଜ୍ୟର ୬ଟି ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ବର୍ଷକ ଭିତରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜଳଖିଆ ଖାଇଛନ୍ତି। କଏଦୀଙ୍କ ଏହି ଜଳଖିଆ ଖର୍ଚ୍ଚକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଥିବାବେଳେ ଜେଲ୍‌ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ସନ୍ଦେହ ଘେରକୁ ଆସିଛି। କଏଦୀ-ଜେଲ୍‌ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଜେଲ୍‌ ଭିତରକୁ ବେଆଇନ ଭାବେ ବିପୁଳ ଟଙ୍କା ଯାଉଥିବା ବାରି ହୋଇପଡୁଛି। ଚାରିକାନ୍ଥ ଭିତରେ ରହୁଥିବା କଏଦୀମାନେ ଏତେ ଟଙ୍କା କେଉଁଠୁ ଆଣି ଜଳଖିଆରେ ଖର୍ଚ୍ଚ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ମିଳିଥିବା ତଥ୍ୟ ଅନୁଯାୟୀ, କଏଦୀଙ୍କ ଜଳଖିଆ ଖର୍ଚ୍ଚ ତାଲିକାରେ ଝାରପଡା ଜେଲ ପ୍ରଥମ ସ୍ଥାନରେ ରହିଛି।  ଝାରପଡା ଜେଲ କ୍ୟାଣ୍ଟିନରୁ କଏଦୀମାନେ ପ୍ରାୟ ୭ ଲକ୍ଷ ୨୨ ହଜାର ଟଙ୍କାର ଜଳଖିଆ ଖାଇଛନ୍ତି। ସେହିପରି ଚୌଦ୍ୱାର ଜେଲ୍‌ରେ ୬ ଲକ୍ଷ ୩୦ ହଜାର, ବ୍ରହ୍ମପୁର ଜେଲରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ବାରିପଦା ଜେଲରେ ୬୦ ହଜାର, କେଉଁଝର ଜେଲ୍‌ରେ  ୫୦ ହଜାର ଓ ବାଲେଶ୍ୱର ଜେଲର ଅନ୍ତେବାସୀ ଜଳଖିଆ ବାବଦକୁ ୫୪ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। କଏଦୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ ନୂଆ ନିୟମ ଲାଗୁକରିଛନ୍ତି।  ଅନେକ ସମୟରେ ଜେଲ୍‌ ଭିତରେ ବହୁ ବେଆଇନ ସାମଗ୍ରୀ ମିଳୁଛି। ତେଣୁ ଜେଲ ଭିତରକୁ ବାହାର ଖାଦ୍ୟ ନେବା ଉପରେ କଟକଣା ଲଗାଯାଇଛି। ଏହି ଅନୁସାରେ, କଏଦୀମାନେ ବିଭିନ୍ନ କାର୍ଯ୍ୟ କରିବା ବାବଦକୁ ଦିନକୁ ୪୦ ଟଙ୍କା ଓ ପରିବାର ପକ୍ଷରୁ ଖର୍ଚ୍ଚ ପାଇଁ ମାସିକ ସର୍ବାଧିକ ୫ଶହ ଟଙ୍କା ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାର ନିୟମ ରହିଛି। ଏହି ଟଙ୍କାରେ ସେମାନେ ଜେଲ୍‌ କ୍ୟାଣ୍ଟିନରେ ଜଳଖିଆ ଖାଇବା ସହ ଅନ୍ୟକିଛି ଖର୍ଚ୍ଚ କରିପାରିବେ। କିନ୍ତୁ ଉପରୋକ୍ତ ୬ଟି ଜେଲ୍‌ରେ ଯେତିକି କଏଦୀ ରହୁଛନ୍ତି ସେମାନଙ୍କ ଜଳଖିଆ ଖର୍ଚ୍ଚକୁ ହିସାବକୁ ନେଲେ ଏହାଠାରୁ ବହୁଗୁଣ ଅଧିକ ଖର୍ଚ୍ଚ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଭିଯୋଗ ହେଉଛି ଯେ, ପରିବାର ଲୋକ ଓ ସମ୍ପର୍କୀୟ କଏଦୀଙ୍କ ଦେଖା କରିବା ସମୟରେ ବିପୁଳ ଟଙ୍କା ସେମାନଙ୍କୁ ଦେଉଛନ୍ତି। ଜେଲ୍‌ର କର୍ମଚାରୀମାନେ ହାତଗୁଞ୍ଜା ନେଇ ଏଥିପାଇଁ ସୁଯୋଗ ଦେଉଛନ୍ତି। କଏଦୀ ଓ କର୍ମଚାରୀଙ୍କ ଏହି ମଧୁଚନ୍ଦ୍ରିକା ପାଇଁ ଜେଲ୍‌ ଭିତରକୁ ବହୁ ବେଆଇନ ସାମଗ୍ରୀ ମଧ୍ୟ ଯାଉଥିବା କୁହାଯାଉଛି।  

ଏ ସଂକ୍ରାନ୍ତରେ ଝାରପଡ଼ା ଜେଲର ଡି.ଏନ୍‌ ବାରିକ କହିଛନ୍ତି, ଜେଲ ଭିତରେ କଏଦୀମାନେ ଖାଇବା ଦ୍ୱାରା ସେମାନଙ୍କ ଭିତରେ ଆଉ ପୂର୍ବଭଳି ବିଶୃଙ୍ଖଳା ଦେଖାଯାଉ ନାହିଁ। କଏଦୀମାନେ ଉପାର୍ଜନ କରୁଥିବା ଅର୍ଥ ବନ୍ଦୀ କଲ୍ୟାଣ ଫଣ୍ଡ୍‌ରେ ଜମା କରାଯାଇଛି। ଉକ୍ତ ରୋଜଗାର ସହ  ପରିବାର ଲୋକ ଦେଉଥିବା ଅର୍ଥରେ ସେମାନେ ଏହି ଖର୍ଚ୍ଚ କରିଛନ୍ତି। ଏଥିରେ ସେଭଳି କିଛି ବେଆଇନ୍‌ କାର୍ଯ୍ୟ ହୋଇନାହିଁ।

All Right Reserved By

ମେଟ୍ରୋ | ଉପକୂଳ ଓଡିଶା

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

୧୯୫୦ ସହକାରୀ ସର୍ଜନ ନିଯୁକ୍ତି ନିମନ୍ତେ ଓପିଏସ୍‌ସିକୁ ଚିଠି

୧୯୫୦ ସହକାରୀ ସର୍ଜନ ନିଯୁକ୍ତି ନିମନ୍ତେ ଓପିଏସ୍‌ସିକୁ ଚିଠି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ରାଜ୍ୟରେ ଖାଲିଥିବା ଗ୍ରୁପ୍‌-ଏ (ଜୁନିୟର ବ୍ରାଞ୍ଚ)ର ୧୯୫୦ଜଣ ମେଡିକାଲ ଅଫିସର (ସହକାରୀ ସର୍ଜନ) ନିଯୁକ୍ତି ପାଇଁ ନାମ ସୁପାରିଶ କରିବାକୁ ଓଡ଼ିଶା ଲୋକ ସେବା ଆୟୋଗକ (ଓପିଏସ୍‌ସି)ଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛି। 

ରାଜ୍ୟରେ ଆଉ ୭ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେବ

ରାଜ୍ୟରେ ଆଉ ୭ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ଼ରେ ଗୁରୁବାର ଏକ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ୧୯ଟି ନୂତନ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି।

୧୯ରୁ ଆର୍‌ପିଏଫ୍‌ ଅନଲାଇନ୍‌ ପରୀକ୍ଷା

୧୯ରୁ ଆର୍‌ପିଏଫ୍‌ ଅନଲାଇନ୍‌ ପରୀକ୍ଷା

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ରେଲ୍‌ଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)ର କେନ୍ଦ୍ରୀୟ ନିଯୁକ୍ତି କମିଟି (ସିଆର୍‌ସି) ପକ୍ଷରୁ ଗ୍ରୁପ୍‌-ଏ ରୁ ଏଫ୍‌ ପର୍ଯ୍ୟନ୍ତ ଅନ୍‌ଲାଇନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। 

ଏବେବି କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇନି

ଏବେବି କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇନି

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଦିଲ୍ଲୀ ଏମ୍ସରେ ଚିକତ୍ସିିତ ହେଉଥିବା ଦୁଇ ଭାଇ ଜଗା ଓ କାଳିଆର ସ୍ବାସ୍ଥ୍ୟବସ୍ଥା ଦେଖିବା ପାଇଁ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟିମ୍‌ ସେଠାକୁ ଯାଇଥିଲା। 

ପ୍ରଥମ ମାୟାଧର ଦାଶ ସ୍ମୃତି ସମ୍ମାନ

ପ୍ରଥମ ମାୟାଧର ଦାଶ ସ୍ମୃତି ସମ୍ମାନ

କାକଟପୁର, ୧୪।୧୮(ଡି.ଏନ୍‌.ଏ.)-ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମର ସ୍ବର୍ଗତ ଶିକ୍ଷକ ତଥା କବି ମାୟାଧର ଦାଶଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କନକଦୂର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। 

ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୮ରେ ଶେଷ

ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୮ରେ ଶେଷ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା  ଫେବୃଆରୀ ୨୨ରୁ ଆରମ୍ଭ ହେବ। ଏ ନେଇ ଶୁକ୍ରବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରାଜ୍ୟରେ ୧୯ ନୂତନ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ,  ଆଉ ୭ଟି ଖୁବ୍‌ଶିଘ୍ର ଖୋଲାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ୧୯ ନୂତନ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ, ଆଉ ୭ଟି ଖୁବ୍‌ଶିଘ୍ର ଖୋଲାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମେଡରେ ଗୁରୁବାର ଏକ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଏହାକୁ ମିଶାଇ ୨୦୧୮-୧୯ରେ ମୋଟ ୧୯ଟି ନୂତନ ଡାଏଲିସିସ୍‌ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ତେବେ ଆଗାମୀ ଦିନରେ ଆଉ ୭ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। 

ଦୂଷିତ ଜଳଯୋଗାଣ ନେଇ ସୋନପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ନିରଞ୍ଜନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଦୂଷିତ ଜଳଯୋଗାଣ ନେଇ ସୋନପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ନିରଞ୍ଜନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଦୂଷିତ ଜଳଯୋଗାଣ ଯୋଗୁ ସୋନପୁର ସହରର ଶତାଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଡାକ୍ତରଖାନା ବାରଣ୍ଡା ଏବଂ ରାସ୍ତାରେ ରୋଗୀମାନେ ପଡ଼ି ରହିଛନ୍ତି। ଏସବୁ କେବଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ହୋଇଥିବା ଶୁକ୍ରବାର କଂଗ୍ରେସ ଅଭିଯୋଗ କରିଛି।