ରାଜ୍ୟ |

ବିମାନବନ୍ଦରରେ ଶିଳ୍ପପତିଙ୍କ ୧୨ ବିମାନ

ବିମାନବନ୍ଦରରେ ଶିଳ୍ପପତିଙ୍କ ୧୨ ବିମାନ

ଭୁବନେଶ୍ୱର, ୧୩ା୧୧(ବ୍ୟୁରୋ)- ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ସୋମବାର ଦ୍ୱିତୀୟ ଦିବସରେ ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବେଦାନ୍ତ ରିସୋର୍ସେସ୍‌ ଅଧ୍ୟକ୍ଷ ଅନିଲ ଅଗ୍ରଓ୍ବାଲ, ଜେଏସ୍‌ପିଏଲ ମୁଖ୍ୟ ନବୀନ ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନଙ୍କ ସମେତ ବହୁ ଶିଳ୍ପପତି ବିମାନ ଯୋଗେ ଆସିଛନ୍ତି। ତେଣୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ ପାଇଁ ସାଧାରଣ ବିମାନ ସହ ଶିଳ୍ପପତିଙ୍କ କିଛି ଚାଟାର୍ଡ଼ ବିମାନ ମଧ୍ୟ ଅବତରଣ କରିଥିଲା। ବିମାନବନ୍ଦରରେ ଗୋଟିଏ ଦିନରେ ଅଣନିର୍ଦ୍ଧାରିତ ୧୨ଟି ବିମାନ ଅବତରଣ ସହ ପାର୍କିଂ କରିବା ପ୍ରଥମ ଘଟଣା। ଏହି ବିମାନଗୁଡିକ ମଧ୍ୟରେ ରିଲାଏନ୍ସ କମର୍ସିଆଲର VTIAH ବିମାନ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲର VTJSE ବିମାନ,  ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର VTNJB ଓ VTBRS ଦୁଇଟି ବିମାନ, ମଦୁରାଇ ଟ୍ରାନ୍ସ କ୍ୟାରିୟରର VTMTV ବିମାନ, ରିଲାଏନ୍ସ ଟ୍ରାନ୍ସପୋର୍ଟ ଓ ଟ୍ରାଭେଲସ୍‌ର VTOMM ବିମାନ, ଇଆଇଏଜ୍‌ ଲିମିଟେଡ୍‌ର VTOBR, ତାଜ୍‌ ଏୟାର ଏଲଟିଡ଼ିର VTTDT ବିମାନ, କର୍ଣ୍ଣାବତୀ ଆଭିଏଶନ ପ୍ରାଇଭେଟ୍‌ ଲିମିଟେଡ଼ର VTAGP ବିମାନ, ଏୟାର କାର୍‌ ଏୟାରଲାଇନ୍ସର VTCSP  ବିମାନ, ଇଣ୍ଡିଆ ଫ୍ଲାଏ ସେଫ୍‌ ଆଭିଏଶନର VTJIN ବିମାନ, ଆର୍‌ଡ଼ିଏସ୍‌ଏଲର VTNMA ବିମାନ ରହିଥିଲା।

All Right Reserved By

ରାଜ୍ୟ |

ନିରାଶ କଲା  ନିଯୁକ୍ତି ମେଳା

ନିରାଶ କଲା ନିଯୁକ୍ତି ମେଳା

ବାରିପଦା ଅଫିସ,୧୫।୧୨- ଶିଳ୍ପଶୂନ୍ୟ ମୟୂରଭଞ୍ଜ ଜିଲାରେ ଶୁକ୍ରବାର  ଆୟୋଜିତ ନିଯୁକ୍ତି ମେଳା ଆଶାନୁରୂପ ସଫଳତା ପାଇ ନ ଥିବା ଅଭିଯୋଗ ହୋଇଛି। କେବଳ ବାରିପଦା ଓ କପ୍ତିପଦା ଉପଖଣ୍ଡର ମୋଟ ୨୭୪୭ ଜଣ ଏଥିରେ ରେଜିଷ୍ଟ୍ରେଶନ କରିଥିଲେ। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। 

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ଓଡ଼ିଶାରେ ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନଶୀଳ ବିହୀନ ସରକାର ଚାଲିଛି। ଦୀର୍ଘ ୧୯ବର୍ଷ ଧରି ବିଜେଡି ଶାସନ କାଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୧୫ା୧୨- ସ୍ଥାନୀୟ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ଶୁକ୍ରବାର କୋର୍ଟପେଟା ଛକରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଡୁରା, ପୋଲସରା କଲେଜ ବିଜୟୀ

ଡୁରା, ପୋଲସରା କଲେଜ ବିଜୟୀ

ବ୍ରହ୍ମପୁର ଅଫିସ,୧୫ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୫୦ତମ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁନର୍ର୍ାମେଣ୍ଟ ଶୁକ୍ରବାରରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଉଭୟ କଲେଜରେ ଗୋଟିଏ ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ା

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ବ୍ରହ୍ମପୁର ଅଫିସ,୧୫ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ୪ ଗ୍ରାମରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁକୁଡ଼ା ମରାଯାଉଛି। ବିକ୍ରି ଉପରେ କଟକଣା ଜାରି କରାଯାଇଛି । 

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲାରେ ଥିବା ସମସ୍ତ ବାଳାଶ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏପରି କି ୨୦୧୫ରେ ହୋଇଥିବା କିଶୋର ନ୍ୟାୟ ଆଇନ୍‌ ମଧ୍ୟ ଜିଲାରେ ଠିକଣା ଭାବେ ପାଳନ ହେଉନାହିଁ।