ମେଟ୍ରୋ |

ଦୀର୍ଘଦିନ ଧରି କୁରୁଜଙ୍ଗ ସୋସାଇଟିରେ ଝୁଲୁଛି ତାଲା

କୋଣାର୍କ, ୧୨।୧୧(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ଜାଗେଶ୍ୱରୀ ସୋସାଇଟିରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।  ଫଳରେ ଚାଷୀମାନେ ସୋସାଇଟିରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବା ସଙ୍ଗେ ସଙ୍ଗେ ସୋସାଇଟିର ମଣ୍ଡିରେ ଧାନ ବିକ୍ରୟ କରି ନ ପାରି ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି। ଏ ନେଇ ସୋସାଇଟିର ସଭ୍ୟ ତୋଫାନ ବସ୍ତିଆ କୁହନ୍ତି, ସୋସାଇଟିର ସଭାପତି କୌଣସି କାରଣରୁ ଫେରାର ଅଛନ୍ତି। ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ସେକ୍ରେଟାରୀ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। ତେଣୁ ଏଭଳି ସମସ୍ୟା ଦେଖାଦେଇଛି। ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ସବୁବେଳେ ଡିଣ୍ଡିମ ପିଟୁଥିବାବେଳେ ଏଠି ତାହା ପ୍ରହସନରେ ପରିଣତ ହୋଇଛି ବୋଲି ଚାଷୀ କୈଳାସ ଶତପଥୀ, ପ୍ରଦୀପ୍ତ ସାହୁ, କୃଷ୍ଣ ଶତପଥୀ, ସୁଦର୍ଶନ ପରିଡ଼ା, ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସୋସାଇଟି ମଣ୍ଡିରେ କିଭଳି ଧାନ ବିକ୍ରି କରିବେ ସେ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଏ ସମ୍ପର୍କରେ ସମବାୟ ସମିତିର ସଂପ୍ରସାରଣ ଅଧିକାରୀ ସୁକାନ୍ତ ଚରଣ ଖୁଣ୍ଟିଆଙ୍କୁ ପଚାରିବାରେ ସେ କୁହନ୍ତି, ସୋସାଇଟିର ସେକ୍ରେଟେରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ା ପୁରୀଜିଲା କୋଅପରେଟିଭ୍‌ ଆସିଷ୍ଟାଣ୍ଡ ରେଜିଷ୍ଟର ପି.କେ ଦାସଙ୍କୁ  ପଚାରିବାରେ ସେ କୁହନ୍ତି, ଘଟଣା ବିଷୟରେ ଅବଗତ ନ ଥିବା ଏବଂ ମଙ୍ଗଳବାର ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି। 

All Right Reserved By

ମେଟ୍ରୋ |

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ବାଲିଅନ୍ତା, ୧୯।୨(ଡି.ଏନ୍‌.ଏ.): ହଂସପାଳ-ବନମାଳିପୁର ପୂର୍ତ୍ତ ବିଭାଗ ରାସ୍ତାର ବାଲିଅନ୍ତା ମହାତ୍ମା ସେତୁ ନିକଟରେ ଅଧାପନ୍ତରିଆ ଅବସ୍ଥାରେ ଥିବା ଆପ୍ରୋଚ୍‌ ରାସ୍ତାର ମରାମତି ଦାବିରେ ମଙ୍ଗଳବାର ସ୍ଥାନୀୟ ବାଲିଅନ୍ତା ୟୁଥ୍‌ କ୍ଲବ  ପକ୍ଷରୁ ରାସ୍ତା ଅବରୋଧ ସହ ଧାରଣା ଦିଆଯାଇଥିଲା। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ହଲ୍ଲୀଷକ’ ପକ୍ଷରୁ ଆସନ୍ତା ୨୦ ତାରିଖରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ ଓ ସମ୍ମାନ ପ୍ରଦାନ ଉତ୍ସବ ୨୦୧୯ ଅନୁଷ୍ଠିତ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରର ନୃତ୍ୟଶିଳ୍ପୀମାନଙ୍କୁ ନେଇ ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଆୟୋଜନ ହେବାକୁ ଥିବା ଏହି ମହୋତ୍ସବ ଉଭୟ ଖ୍ୟାତନାମା କଳାକାର ଓ ଯୁବ କଳାକାରଙ୍କୁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ। କାର୍ଯ୍ୟକ୍ରମ ଅବସରରେ ଦର୍ଶକ ଶାସ୍ତ୍ରୀୟ ନୃତ୍ୟ, ବିଶେଷକରି ଓଡ଼ିଶୀ ନୃତ୍ୟର ଶୁଦ୍ଧ ଓ ପାରମ୍ପରିକ ଶୈଳୀ ଦେଖିବାର ସୁଯୋଗ ପାଇବେ।

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ମହୁଚାଷର ଉନ୍ନତି ଓ ଚାଷୀଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ୩.୨୯ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଏହି ଅନୁଦାନ ଅର୍ଥରେ ଓଡ଼ିଶା ଖଦି ବୋର୍ଡ ୧୩ ଜିଲାର ୧୩୬୨ଜଣ ଚାଷୀଙ୍କୁ ମହୁଚାଷ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି।

ପର୍ଯ୍ୟଟକଙ୍କ ଗାଇଡ୍‌ ହେବେ ‘ମୋ ବସ୍‌’ କର୍ମଚାରୀ

ପର୍ଯ୍ୟଟକଙ୍କ ଗାଇଡ୍‌ ହେବେ ‘ମୋ ବସ୍‌’ କର୍ମଚାରୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ‘ମୋ ବସ୍‌’ରେ ଯାତ୍ରା କରୁଥିବା ଯାତ୍ରୀ ଏବଂ ପର୍ଯ୍ୟଟକ କିଭଳି ଉତ୍କୃଷ୍ଟ ସେବା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)।

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପହଞ୍ଚାଇ ଦିଆଯିବ।