ସମ୍ବଲପୁର

ପୋଲିସ ବର୍ବରତାର ଆଉ ଏକ ନମୁନା, ଥାନାକୁ ଘୋଷାରି ନେଇ ଯୁବକଙ୍କୁ ନିର୍ଘାତ ମାଡ଼

ପୋଲିସ ବର୍ବରତାର ଆଉ ଏକ ନମୁନା, ଥାନାକୁ ଘୋଷାରି ନେଇ ଯୁବକଙ୍କୁ ନିର୍ଘାତ ମାଡ଼

ବଣାଇଁ,୨୦।୮(ସ୍ବ.ପ୍ର.)- ପୋଲିସ ବର୍ବରତାର ଆଉଏକ ନମୁନା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଞ୍ଚଳରେ। ସ୍ବାଧୀନତା ଦିବସରେ ଘଟିଥିବା ଏଭଳି ଏକ ଘଟଣା ପୋଲିସର ଅମାନବୀୟ, ବର୍ବରତାପୂର୍ଣ୍ଣ ଆଚରଣକୁ ପୁଣି ପ୍ରମାଣିତ କରିଛି। ବିନା ଅଭିଯୋଗ, ଓ୍ବାରେଣ୍ଟରେ ଅଗଷ୍ଟ ୧୫ ଦିନ ବଡ଼ଇନ୍ଦିପୁର ଗ୍ରାମର ଆଦିବାସୀ ଯୁବକ ଘନଶ୍ୟାମ ବାରିକଙ୍କୁ କୋଇଡ଼ା ଥାନା ଅଧିକାରୀ ଅର୍ପିତା ଖଟୁଆ ସଦଳବଳ ଘରୁ ଥାନାକୁ ଘୋଷାରି ନେଇ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘନଶ୍ୟାମ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଥାନା ହାଜତରେ ଘନଶ୍ୟାମଙ୍କ ଉପରେ ହୋଇଥିବା ଏଭଳି ଅକଥନୀୟ ଜୁଲମ ସମ୍ପର୍କରେ ତାଙ୍କ ସ୍ତ୍ରୀ ପୁଷ୍ପଲତା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ନ୍ୟାୟ ପାଇଁ ସେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମାନବାଧିକାର କମିଶନଙ୍କ ନିକଟରେ ପୁଷ୍ପଲତା କରିଥିବା ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୫ ଅପରାହ୍ନରେ ସେ କାମକୁ ଯାଇଥିବାବେଳେ ଥାନାଧିକାରୀ ଖଟୁଆ ତାଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। ବୃଦ୍ଧ ଶ୍ୱଶୁର ଓ ୨ ନାବାଳକ ଶିଶୁଙ୍କ ଉପସ୍ଥିତିରେ ଘନଶ୍ୟାମଙ୍କୁ ଘରୁ ଘୋଷାଡ଼ି ନେଇଥିଲେ। ଖବର ପାଇ ପୁଷ୍ପଲତା ଥାନାକୁ ଯାଇଥିଲେ। ହାଜତରେ ଘନଶ୍ୟାମଙ୍କୁ ରଖାଯାଇଥିବା ଦେଖିଥିଲେ। ହେଲେ ଥାନାଧିକାରୀଙ୍କୁ ନ ପାଇ ତାଙ୍କ ଫେରିବାକୁ ଅପେକ୍ଷା କରିଥିଲେ। ସେ ଥାନାକୁ ଫେରିବା ପରେ ତାଙ୍କ ସ୍ବାମୀଙ୍କ ଦୋଷ କ’ଣ ପଚାରିଥିଲେ। ଥାନାଅଧିକାରୀ ଖଟୁଆ ଓଲଟା ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇ ଘରକୁ ଚାଲିଯିବାକୁ କହିଥିଲେ। ୧୬ ତାରିଖ ସନ୍ଧ୍ୟାରେ ପୁଷ୍ପଲତା ସମ୍ପର୍କୀୟଙ୍କୁ ନେଇ ପୁଣି ଥାନାକୁ ଯାଇଥିଲେ। ତେବେ ଘନଶ୍ୟାମଙ୍କୁ ଯେଉଁ ସନ୍ଦେହରେ ଥାନାକୁ ଅଣାଯାଇଥିଲା ତା’ର ପ୍ରମାଣ ମିଳି ନ ଥିବା କହି ଥାନାଅଧିକାରୀ ତାଙ୍କୁ ଘରକୁ ନେଇଯିବାକୁ ଅନୁମତି ଦେଇଥିଲେ। ହେଲେ ଘନଶ୍ୟାମ ଠିଆ ହୋଇପାରୁ ନ ଥିଲେ। ତାଙ୍କ ଦେହରେ ଆଘାତ ଦାଗ ରହିଥିଲା। ପୁଣି ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରେ ଘନଶ୍ୟାମଙ୍କୁ ଥାନାରେ ହାଜର ହେବାକୁ ଥାନାଧିକାରୀ ପୁଷ୍ପଲତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନ ହେଲେ ପୁଣି ନିର୍ଘାତ ମାଡ଼ର ଭୟ ଦେଖାଇଥିଲେ। ପୁଷ୍ପଲତା ନ୍ୟାୟ ପାଇଁ ରାଜ୍ୟ ତଥା କେନ୍ଦ୍ର ମାନବାଧିକାର କମିଶନରଙ୍କଠାରେ ଗୁରୁବାର ଗୁହାରି କରିଛନ୍ତି। ଅଭିଯୋଗର ନକଲ ସୁନ୍ଦରଗଡ଼ ଜିଲାପାଳ, ରାଉରକେଲା ଏସ୍‌ପି, ବଣାଇ ଉପଜିଲାପାଳଙ୍କୁ ପ୍ରେରଣ କରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି।

All Right Reserved By

ସମ୍ବଲପୁର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା: ମିଳୁନି ବିଲ୍‌, ସରିପାରୁନି ଘର କାମ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା: ମିଳୁନି ବିଲ୍‌, ସରିପାରୁନି ଘର କାମ

ରେଢ଼ାଖୋଲ, ୨୪।୬(ଡି.ଏନ.ଏ.)-ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଦାୟିତ୍ୱରେ ରହୁଥିବା ଅଧିକାରୀ ଓ କର୍ମଚାରୀଙ୍କ ଅସହଯୋଗ ମନୋବୃତ୍ତି ଯୋଗୁ ଯୋଜନା ଗୁଡିକ ବାଟବଣା ହେଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ କୁକୁଡାବାହାଳି ପଞ୍ଚାୟତର କୁକୁଡାବାହାଳି ଗ୍ରାମରେ।

ପଲସାବୁରୀ ଗାଁ କିଷାନପଡା: ପେଟକୁ ଯାଉଛି ପୋଖରୀ ପାଣି

ପଲସାବୁରୀ ଗାଁ କିଷାନପଡା: ପେଟକୁ ଯାଉଛି ପୋଖରୀ ପାଣି

ନାକଟିଦେଉଳ, ୨୪।୬ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଧୀନ ସାଲେଭଟା ପଞ୍ଚାୟତର ପଲସାବୁରୀ ଗ୍ରାମର କିଷାନପଡାରେ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି। ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ପଡାବାସୀ ସରପଞ୍ଚ, ବିଡିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି। ହେଲେ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି। ସେମାନଙ୍କୁ ବିଶୁଦ୍ଧ ପାଣି ଟୋପାଏ ଯୋଗାଇ ଦେବାରେ ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜଳକ୍ଲିଷ୍ଟ ପଡାବାସୀ ଏହି ଅଭିଯୋଗ କରିଛନ୍ତି।

ଦେଓଝରନରେ ବୃକ୍ଷରୋପଣ, ସ୍ବାସ୍ଥ୍ୟ ଶିବିର

ଦେଓଝରନରେ ବୃକ୍ଷରୋପଣ, ସ୍ବାସ୍ଥ୍ୟ ଶିବିର

ସମ୍ବଲପୁର,୨୪।୬(ବ୍ୟୁରୋ)-ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଦେଓଝରନରେ ରବିବାର ବୃକ୍ଷରୋପଣ ସହ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଦେଓଝରନ ବିକାଶ ମଞ୍ଚ ପକ୍ଷରୁ ଆୟୋଜିକ ଏହି କାର୍ଯ୍ୟକ୍ରମରେ ଜିଲାପାଳ ସମର୍ଥ ବର୍ମା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଡିଏଫଓ ସଞ୍ଜିତ କୁମାର ଯୋଗ ଦେଇଥିଲେ। ଅବାହାକ ଅରୁଣ ଦେହୁରୀଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା । ଯୁଯୁମରା ହାଇସ୍କୁଲ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାଇଥିଲେ। ତେବେ ଦେଓଝରନର ସର୍ବଙ୍ଗିନ ବିକାଶ କରାଯାଇ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ।

କର୍ଡୋଲା ପଞ୍ଚାୟତରେ ୨୦ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ବୁର୍ଲା, ୨୪।୬ (ଡି.ଏନ.ଏ.)-ସମ୍ବଲପୁର ଜିଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତରେ ୨୦ଜଣ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ କରାଯାଇଛି । ଏହି ଅବସରରେ ତୁଲଣ୍ଡି ଗ୍ରାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି, ୨୪।୬ (ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଲଡ ଗ୍ରାମର ପଥରମୁଣ୍ଡାଠାରୁ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମର ଇନ୍ଦୁ ଷଣ୍ଢ (୭୦)।

ବିବାହିତ ଯୁବକଙ୍କ ଆତ୍ମହତ୍ୟା

ବାମରା, ୨୪।୬ (ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା (ପଣ୍ଡରିପଥର)ଠାରେ ଶନିବାର ରାତିରେ ଜଣେ ଯୁବକ ନିଜ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ହରିୟାଣା ରାଜ୍ୟ ଭିୱାନୀ ଜିଲା କଦମା ଗାଁର ଦଲବୀର ସୋନୀଙ୍କ ପୁଅ ପରବିନ୍ଦର ସୋନୀ (୩୫)। ଗୋବିନ୍ଦପୁର ପୋଲିସ ଏ ନେଇ ଏକ ମାମଲା (ନଂ.୧୦/୧୮) ରୁଜୁ କରି ଅନୁସନ୍ଧାନ ଜାରି ରଖିଛି । ବାମରା ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କୁଚିଣ୍ଡା ଡାକ୍ତରଖାନାକୁ ପଠାଯାଇଛି। ୨୦୧୬ ମସିହାରେ ପରବିନ୍ଦର ପଣ୍ଡରିପଥର ନିବାସୀ ନାଏକ ମୁଣ୍ଡାଙ୍କ ସାନ ଝିଅ ସୀତା ମୁଣ୍ଡାଙ୍କୁ ଲମତି ମନ୍ଦିରରେ ବିବାହ କରିଥିଲେ।

ନିଖୋଜ ଯୁବକଙ୍କ ବାଇକ୍‌, ମୋବାଇଲ ମିଳିଲା

ନିଖୋଜ ଯୁବକଙ୍କ ବାଇକ୍‌, ମୋବାଇଲ ମିଳିଲା

ରେଙ୍ଗାଲି/ବ୍ରଜରାଜନଗର, ୨୪।୬ (ଡି.ଏନ.ଏ)-ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଲଡ ଗ୍ରାମର ଗୋଡାନ ଛକ ନିକଟରେ ଥିବା ପଥର କୁଆରି ପାଖ ଜଙ୍ଗଲରୁ ରବିବାର ଜଣେ ନିଖୋଜ ଯୁବକଙ୍କ ବାଇକ ଏବଂ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି। ଏ ସବୁ ଝାରସୁଗୁଡା ଜିଲା ବ୍ରଜରାଜନଗର ସାନଜୋଗ ଅଞ୍ଚଳର ନିଖୋଜ ଥିବା ଜନ୍ମେଜୟ ପଧାନ (୪୦)ଙ୍କର ବୋଲି ଜଣାପଡିଛି।

ତାଲିମ ନେଲେ କବରାପାଲି ତୁରୀପଡାର ବାଉଁଶ କାରିଗର

ତାଲିମ ନେଲେ କବରାପାଲି ତୁରୀପଡାର ବାଉଁଶ କାରିଗର

ସମ୍ବଲପୁର, ୨୪।୬ (ବ୍ୟୁରୋ)-ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ କବରାପାଲି ଗ୍ରାମରେ ବହୁ ସଂଖ୍ୟାରେ ପାରମ୍ପାରିକ ବାଉଁଶ କାରିଗର ରହୁଛନ୍ତି । ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଅଭାବ ଯୋଗୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ପାରମ୍ପାରିକ ବୃତ୍ତି ଛାଡିବାକୁ ବାଧ୍ୟ ହେଉଛନ୍ତି। ଅନେକ ପରିବାର ଘର ଦ୍ୱାର ଛାଡି ଦାଦାନ ଖଟିବାକୁ ଯାଉଥିବା ନଜିର ରହିଛି। ତେଣୁ ଭାରତୀ ଆର୍ଟ ଏଣ୍ଡ କ୍ରାଫ୍ଟ ପକ୍ଷରୁ ରବିବାର ଏକ ଦିବସୀୟ ତାଲିମ ଶିବିର ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କବରାପାଲି ତୁରୀପଡାର ପ୍ରାୟ ୪୦ ପରିବାରର ପ୍ରତିନିଧି ସାମିଲ ଥିଲେ । ସେମାନଙ୍କୁ ବାଉଁଶ କଳାର ସଂରକ୍ଷଣ ସହ ତାଲିମ ଦେଇ ସୌଖିନ ସାମଗ୍ରୀ ନିର୍ମାଣ କରିବାକୁ ପ୍ରଶିକ୍ଷଣ ଦିଆଯାଇଛି। ଅନ୍ୟପକ୍ଷେ ଆସନ୍ତା ୨୮ ତାରିଖରୁ ପୁଣି ୩ ଦିନଆ ତାଲିମ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି। ଭାରତୀ ସମାଜ ସଂଚାଳକ ଭବାନୀ ଶଙ୍କର ଭୋଇ ଶିବିର ପରିଚାଳନା କରିଥିଲେ । ଜୟପାଳ ବାଗ, ସରୋଜ ସେଠ, କାର୍ତିକ ଦୁଆନ, ଲଲିତା ମଲ୍ଳିକ, ସକୁନ୍ତଳା ବାଗ, ଜୟନ୍ତୀ ବାଗ, ଗୁଳାବତୀ ବାଗ, ଯଶୋବନ୍ତି ବାଗ, ରୀନା ମୁଣ୍ଡା, ସରସ୍ବତୀ ମଲ୍ଳୀକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଝିଙ୍କିଡୁଙ୍ଗୁରିରେ କଂଗ୍ରେସ  କର୍ମୀ ସମ୍ମିଳନୀ

ଝିଙ୍କିଡୁଙ୍ଗୁରିରେ କଂଗ୍ରେସ କର୍ମୀ ସମ୍ମିଳନୀ

ଟିକ୍ରାପଡା,୨୪।୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରିସ୍ଥିତ ଆମ୍ବ ତୋଟାଠାରେ କଂଗ୍ରେସ ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ।

୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାସ, ୫ ଗିରଫ

୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାସ, ୫ ଗିରଫ

ବରଗଡ଼ ଅଫିସ୍‌,୨୪।୬ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବରଗଡ଼ ସହରର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୮ଲକ୍ଷ ୪୦ହଜାର ୪୧୦ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏଥିରେ ସମ୍ପୃକ୍ତ ଉକ୍ତ ସଂସ୍ଥାର ଦୁଇ କର୍ମଚାରୀଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି ।

ଜିଲା ଅମଲା ସଂଘର ସାଧାରଣ ସଭା

ଜିଲା ଅମଲା ସଂଘର ସାଧାରଣ ସଭା

ସୋନପୁର,୨୪।୬(ନି.ପ୍ର.) ସୁବର୍ଣ୍ଣପୁର ଜିଲା ଅମଲା ସଂଘର ଏକ ସାଧାରଣ ସଭା ଏନ୍‌ଜିଓସିସି ସଭାଗୃହରେ ସଭାପତି ଚିତ୍ତରଞ୍ଜନ ତରାସିଆଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ୨୦୦ଜଣ ଅମଲା ସଭ୍ୟା ସଭ୍ୟ ଯୋଗ ଦେଇଥିଲେ।

କୁଲି ମେହେର କଲ୍ୟାଣ ସଂଘର ବାର୍ଷିକ ଉତ୍ସବ

କୁଲି ମେହେର କଲ୍ୟାଣ ସଂଘର ବାର୍ଷିକ ଉତ୍ସବ

ସୋନପୁର,୨୪।୬(ନି.ପ୍ର.) ରାଜ୍ୟସ୍ତରୀୟ କୁଲି ମେହେର କଲ୍ୟାଣ ସଂଘର ବାର୍ଷିକ ଉତ୍ସବ ରବିବାର ସୋନପୁର ଯାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର, ବରଗଡ, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର କୁଲି ମେହେର ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ।

Model This Week

ଆହାନା