ବ୍ରହ୍ମପୁର

ନଦୀରେ ବୁଡିଯାଇ ଭାଇ-ଭଉଣୀ ମୃତ

ନଦୀରେ ବୁଡିଯାଇ ଭାଇ-ଭଉଣୀ ମୃତ

ମୋହନା,୮।୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ମୋହନା ପଞ୍ଚାୟତର କଣ୍ଟେଇକୋଳି ଗ୍ରାମ ପଠାଣ ସାହିରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପିଉଷୀ ଘରକୁ ବୁଲିବାକୁ ଆସି ମା’ ସହ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ସକାଳେ ଭାଇ-ଭଉଣୀ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ କଟାମ୍ମାର ଅଶୋକ କୁମାର ସୁଆଳସିଂଙ୍କ ପୁଅ ବିଷ୍ଣୁ (୩) ଓ ଝିଅ ସୌମ୍ୟା (୬)।
    ପ୍ରକାଶ ଯେ, ମୋହନା ବ୍ଲକ କଟାମ୍ମାର ଅଶୋକ ସ୍ତ୍ରୀ ମରିୟମ୍‌, ୬ ବର୍ଷର ଝିଅ ସୌମ୍ୟା ଓ ୩ ବର୍ଷର ପୁଅ ବିଷ୍ଣୁଙ୍କ ସହ ପଠାଣସାହିସ୍ଥିତ ଭଉଣୀ ଘରକୁ ମଙ୍ଗଳବାର ବୁଲିବାକୁ ଆସିଥିଲେ। ଗୁରୁବାର ସକାଳ ପ୍ରାୟ ୭ଟା ୪୫ରେ ମରିୟମ୍‌ ଝିଅ ପୁଅଙ୍କୁ ଧରି ନିକଟସ୍ଥ ହରଭଙ୍ଗୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଲୁଗା ସଫା କରୁଥିବାବେଳେ ଝିଅ ସୌମ୍ୟା ଗାଧୋଇବାକୁ ପାଣିକୁ ପଶିଥିଲେ। ମାତ୍ର ନଦୀ ସ୍ରୋତରେ ସେ ଭାସି ଯାଇଥିଲେ। ମା’ ମରିୟମ୍‌ ଝିଅଙ୍କୁ ବଞ୍ଚାଇବାକୁ ପାଣିକୁ ଲମ୍ଫ ଦେଇଥିଲେ। ମା’ଙ୍କୁ ପାଣିକୁ ଡେଇଁବା ଦେଖି ତୁଠରେ ବସିଥିବା ପୁଅ ବିଷ୍ଣୁ ପାଣି ଭିତରକୁ ପଶି ଯାଇଥିଲା। ପୁଅ-ଝିଅ ଉଭୟ ପାଣିରେ ବୁଡି ଯାଉଥିବା ଦେଖି ମରିୟମ ପାଟି କରିଥିଲେ। ଗ୍ରାମବାସୀ ଧାଇଁ ଆସି ୩ ଜଣଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୌମ୍ୟା ଓ ବିଷ୍ଣୁଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ନଂ.୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ଥାନା ଅଧିକାରୀ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

All Right Reserved By

ବ୍ରହ୍ମପୁର

ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୨-ଏକ ଚାଉଳ ହେରଫେର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଜଣେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରିଛନ୍ତି|  

ମତଦାତାଙ୍କୁ ସଚେତନ କରିବ ଜନ ଜାଗରଣ ଅଭିଯାନ

ବ୍ରହ୍ମପୁର ଅଫିସ୍‌,୨୦ା୨-ଆସନ୍ତା ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ପରଖିବା ସହ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମତଦାତାଙ୍କୁ ସଚେତନ କରିବ ଜନ ଜାଗରଣ ଅଭିଯାନ। 

ପୋକ୍ସୋ କୋର୍ଟରେ ବୟାନ ରଖିଲେ ତଦନ୍ତକାରୀ ଅଧିକାରୀ

ବ୍ରହ୍ମପୁର ଅଫିସ୍‌,୨୦ା୨-ଗଞ୍ଜାମ ଜିଲା ଭଞ୍ଜନଗର ଥାନାଞ୍ଚଳ ଏକ ଗ୍ରାମରେ ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ମଙ୍ଗଳବାର  ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାରଙ୍କ ନିକଟରେ ଅନ୍ତିମ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀ ଅଶ୍ୱିନୀ କୁମାର ସାହୁ ବୟାନ ଉପସ୍ଥାପନ କରିଛନ୍ତି| 

ଗଞ୍ଜାମ ଓକିଲ ସଂଘର ସ୍ବତନ୍ତ୍ର ବୈଠକ: ବୈଧ ଭୋଟର ତାଲିକା ଦାଖଲ କଲେ ସମ୍ପାଦକ

ଗଞ୍ଜାମ ଓକିଲ ସଂଘର ସ୍ବତନ୍ତ୍ର ବୈଠକ: ବୈଧ ଭୋଟର ତାଲିକା ଦାଖଲ କଲେ ସମ୍ପାଦକ

ବ୍ରହ୍ମପୁର ଅଫିସ୍‌,୨୦ା୨-ଆସନ୍ତା ମାର୍ଚ୍ଚରେ ଗଞ୍ଜାମ ଓକିଲ ସଂଘ  ନିର୍ବାଚନ ହେବ ବୋଲି ଜଣାପଡିଛି| ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି| 

ଡିଏଲ୍‌ଏସ୍‌ଏର ହସ୍ତକ୍ଷେପ :ଦିବ୍ୟାଙ୍ଗ ନାବାଳିକାଙ୍କୁ ମିଳିଲା ସହାୟତା

ବ୍ରହ୍ମପୁର ଅଫିସ୍‌,୨୦ା୨-  ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ କମିଟି (ଡିଏଲଏସ୍‌ଏ)ର ହସ୍ତକ୍ଷେପ ପରେ ବେଲଗୁଣ୍ଡା ବ୍ଲକ ଅଧୀନ ତନରଡା ଗ୍ରାମର ସତ୍ୟବାନ ପ୍ରଧାନଙ୍କ ଦୁଇ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜିଲା ପ୍ରଶାସନ ଦ୍ୱାରା ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥିବା ଜଣାଯାଇଛି|

ପଥର ଅପେକ୍ଷାରେ ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ: ମିଳୁନି ଅନୁଦାନ, ବାସ୍ତବତା ସ୍ବପ୍ନ

ପଥର ଅପେକ୍ଷାରେ ରାଜ୍ୟର ପ୍ରଥମ ରକ୍‌ ଗାର୍ଡେନ: ମିଳୁନି ଅନୁଦାନ, ବାସ୍ତବତା ସ୍ବପ୍ନ

ବ୍ରହ୍ମପୁର ଅଫିସ,୨୦ା୨-ଗଞ୍ଜାମ ଜିଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେଉଛି ଅନେକ ଯୋଜନା| ଏପରିକି ଜିଲାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବାକୁ ବିଗତ କିଛି ବର୍ଷ ମଧ୍ୟରେ କରାଯାଇଛି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ| 

ବୋମା ଫୁଟି ନାବାଳକ ଗୁରୁତର

ବୋମା ଫୁଟି ନାବାଳକ ଗୁରୁତର

କୋଦଳା,୧୯।୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ଦିଗି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଖେଳୁଥିବାବେଳେ ପାଳଗଦାମୂଳେ ଏକ ବୋମା ଫୁଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଲେ ଗ୍ରାମର ଡିବା ସେଠୀଙ୍କ ପୁଅ ବାଉରୀ (୮)।

କୁକୁର ମୁହଁରୁ ଉଦ୍ଧାର ହେଲା କୃଷ୍ଣସାର

କୁକୁର ମୁହଁରୁ ଉଦ୍ଧାର ହେଲା କୃଷ୍ଣସାର

ପୋଲସରା,୧୯।୨(ଡି.ଏନ.ଏ.)-ପୋଲସରା ବନାଞ୍ଚଳ ଜେମାଦେଇପୁର ଶାସନ ଗ୍ରାମରରେ ମିଥୁନ ଗୌଡ଼ ସୋମବାର ସନ୍ଧ୍ୟାରେ କୁକୁର ମୁହଁରୁ ଗୋଟିଏ ୨ ମାସର କୃଷ୍ଣସାର ମୃଗକୁ ଉଦ୍ଧାର କରିଛନ୍ତି। ମୃଗଟି କୌଣସି କାରଣବଶତଃ ଜନବସତି ମୁହାଁ ହୋଇ ଆସିଥିଲା। ଏହାକୁ ଦେଖି କୁକୁରମାନେ ଘୋଡ଼ାଇ ଆକ୍ରମଣ କରୁଥିବା ବେଳେ ମିଥୁନ ତାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ବନ ବିଭାଗର କର୍ମଚାରୀ ଉଦ୍ଧାରକାରୀଙ୍କ ଘରୁ ମୃଗଟିକୁ ଆଣିଥିଲେ। ପ୍ରାଣୀ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରି ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି। ସୁସ୍ଥ ହେଲା ପରେ ଆସିକା ବନାଞ୍ଚଳସ୍ଥିତ ନର୍ସରୀରେ ଛଡ଼ାଯିବ ବୋଲି ରେଞ୍ଜର ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ଦିଗପହଣ୍ଡି,୧୯।୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ପଞ୍ଚାୟତ ତଡା ଗ୍ରାମର ପ୍ରମିଳା ମଳିକ, ଶୁକୁରୁ ମଳିକ ଓ ମଳିଗୋଠ ଗ୍ରାମର ପୁନିଆ ମଳିକଙ୍କୁ ମଙ୍ଗଳବାର ଅବକାରୀ ଏସଆଇ ଅଭିରାମ ସାହୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ଗୋଟିଏ ଦିନର ଦରମା ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ

ଗୋଟିଏ ଦିନର ଦରମା ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ

ପାତ୍ରପୁର, ୧୯।୨(ଡି.ଏନ.ଏ.):ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନମାନଙ୍କ ପାଇଁ ସାରା ଭାରତରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା, ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଚାଲିଥିବାବେଳେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଅଲ ଓଡ଼ିଶା ଲେଡିଜ୍‌ ଓ୍ବାର୍କରସ୍‌ ସଂଘ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଗୋଟିଏ ଦିନର ଦରମାକୁ ସିଆରପିଏଫ ଯବାନଙ୍କ କଲ୍ୟାଣ ପାଣ୍ଠିକୁ ପଠାଇବା ପାଇଁ ସିଡିପିଓ ପଦ୍ମିନୀ ସାହୁଙ୍କୁ ପତ୍ର ପ୍ରଦାନ ସହ ଶହୀଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ଜିଲା ଭାଜପା ପକ୍ଷରୁ ସଂକଳ୍ପ ଶୋଭାଯାତ୍ରା

ଜିଲା ଭାଜପା ପକ୍ଷରୁ ସଂକଳ୍ପ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୯ା୨-ଗଞ୍ଜାମ ଜିଲା ଭାଜପା ପକ୍ଷରୁ ବ୍ରହ୍ମପୁରରେ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ବିରୋଧରେ ଜନମତ ସୃଷ୍ଟି ଏବଂ ସେଠାର ଆତଙ୍କବାଦୀଙ୍କୁ ଦମନ ତଥା ମୂଳପୋଛ ପାଇଁ କେନ୍ଦ୍ର ସରକାର ଦୃଢ଼ ପଦକ୍ଷେପ ନେବା ଓ ଜନସାଧାରଣ ମଧ୍ୟ ସଂକଳ୍ପବଦ୍ଧ ହେବାକୁ ଏହା କରାଯାଇଥିଲା।