ରାଜ୍ୟ | ରାୟଗଡା

ତାଜୁଙ୍ଗିଆ ପଞ୍ଚାୟତବାସୀଙ୍କ ୧୧ ଘଣ୍ଟା ରାସ୍ତାରୋକ

ତାଜୁଙ୍ଗିଆ ପଞ୍ଚାୟତବାସୀଙ୍କ ୧୧ ଘଣ୍ଟା ରାସ୍ତାରୋକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୮।୧୧(ଡି.ଏନ.ଏ)- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ତାଜୁଙ୍ଗିଆ ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ  ପୂର୍ତ୍ତ ବିଭାଗ ରାସ୍ତାର ମହାଗୁଡ଼ିଠାରେ ରାସ୍ତାରୋକ କରିଥିଲେ। ପଞ୍ଚାୟତବାସୀ ଦାରିଙ୍ଗବାଡ଼ି ଭାୟା ବ୍ରାହ୍ମଣୀଗାଁ ଦେଇ ବ୍ରହ୍ମପୁରକୁ ଲମ୍ବିଥିବା ରାସ୍ତାକୁ  ସକାଳ ୫ରୁ ଅପରାହ୍ନ ସାଢ଼େ ୩ ପର୍ଯ୍ୟନ୍ତ ଅବରୋଧ କରିଥିଲେ। ତେବେ ସାଢେ ତିନିଟା ପରେ ରାସ୍ତାରୁ ପଞ୍ଚାୟତବାସୀ ହଟିଥିଲେ ସୁଦ୍ଧା ପୁଣି ଶୁକ୍ରବାର ଭୋର ୫ରୁ ଉକ୍ତ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଦାରିଙ୍ଗବାଡ଼ିଠାରେ ରାସ୍ତା ଅବରୋଧ ଲାଗି ପ୍ରାୟ ୫ ହଜାର ଲୋକ ଯୋଗଦେବା କାର୍ଯ୍ୟକ୍ରମ ରହିଥିବାରୁ ପ୍ରଶାସନର ଏନେଇ ମୁଣ୍ଡବ୍ୟଥା ବଢି ଯାଇଛି। 

ବନ୍ଦ ହେବା ଖବର ପାଇ  ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଜୟଚନ୍ଦ୍ର ମଲ୍ଲିକ,ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗାନିକ, ଆକାଉଣ୍ଟସ ଅଫିସର କ୍ଷେତ୍ରୀବର ଜାନୀ, କନିଷ୍ଠ ଯନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ପଞ୍ଚାୟତବାସୀ  ଆନ୍ଦୋଳନରୁ ହଟିନଥିଲେ।  ପ୍ରଶାସନର ପ୍ରତିଶ୍ରୁତି ଲିଖିତ ଭାବେ ପୋଲିସ ପକ୍ଷରୁ ଦିଆଯିବ ବୋଲି କହିଥିଲେ ସୁଦ୍ଧା  ତାଜୁଙ୍ଗିଆ ପଞ୍ଚାୟତବାସୀ ପ୍ରଶାସନ ଉପରୁ ଭରସା ତୁଟି ଯାଇଛି ବୋଲି କହିବା ସହ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ। ଫଳରେ ବ୍ଳକ କାର୍ଯ୍ୟାଳୟରୁ ଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟମାନେ ନିରାଶ ହୋଇ ଫେରିଥିଲେ। 

ପୂର୍ତ୍ତ ବିଭାଗ ରାସ୍ତାର ମହାଗୁଡ଼ିଠାରୁ ତାଜୁଙ୍ଗିଆର କଲିଙ୍ଗି ଦେଇ କିଲିମେରା ପର୍ଯ୍ୟନ୍ତ ପ୍ରାୟ ୧୦ କି.ମି. ରାସ୍ତାକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସବୁଦିନିଆ ପକ୍କା ରାସ୍ତା କରାଯିବା ସହ ଏହା ପଞ୍ଚାୟତ ସମିତି ଅଧିନରେ ରହିଥିବାରୁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସ୍ଥାନାନ୍ତର କରାଯିବା ଦାବି ନେଇ ପଞ୍ଚାୟତବାସୀ ଅଡି ବସିଥିଲେ। ସେହିପରି ସୋନପୁର ପଞ୍ଚାୟତର ମୁଚୁଡ଼ିପଙ୍କା ଦେଇ ତାଜୁଙ୍ଗିଆ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଦାବି ରହିଛି। ରାସନ ସାମଗ୍ରୀ ଉକ୍ତ ପଞ୍ଚାୟତର ମହାଗୁଡ଼ିରେ ଦିଆ ନଯାଇ  ପଞ୍ଚାୟତ ହେଡ କ୍ୱାଟରରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ସହ ଅଞ୍ଚଳରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାକୁ ଦୂର କରିବା ଆଦି ଦାବି ପଞ୍ଚାୟତବାସୀ କରିଛନ୍ତି। ଏହାଛଡା ପଞ୍ଚାୟତକୁ ସବୁଦିନିଆ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ପ୍ରାଥମିକତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଗତ ୭ ବର୍ଷ ତଳୁ ଅନୁଦାନ ଆସିଥିଲେ ସୁଦ୍ଧା ପ୍ରଶାସନ ତାଜୁଙ୍ଗିଆକୁ ଏହି ରାସ୍ତା ନିର୍ମାଣ କରିବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ। ଏବେ ଆନ୍ଦୋଳନ କଥା ଶୁଣି ପ୍ରଶାସନ ରାତି ଅଧିଆ ରାସ୍ତା ସଂପ୍ରସାରଣ କରୁଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ତରବରିଆ କରାଯାଉଥିବା କାମ ବି ନିମ୍ନମାନର ବୋଲି ବିକ୍ଷୋଭକରୀ କହିଥିଲେ। ରାସ୍ତାରେ କେବଳ ମାଟି ପକାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ।

ଶତାଧିକ ଲୋକ ଭୋର ୪ଟାରୁ ତାଜୁଙ୍ଗିଆରୁ ପ୍ରାୟ  ୫ କି.ମି. ଦୂର ଜଙ୍ଗଲ ଘାଟି ରାସ୍ତାରେ ଚାଲି ପୂର୍ତ୍ତବିଭାଗର ମହାଗୁଡ଼ିଠାରେ ପହଞ୍ଚି ଅବରୋଧ କରିଥିବା ତାଜୁଙ୍ଗିଆ ଗ୍ରାମ୍ୟ ଉନ୍ନୟନ ପରିଷଦର ଉପସଭାପତି ଲିଓ ନାୟକ କହିଛନ୍ତି। ଆନ୍ଦୋଳନକାରୀମାନେ ବିକ୍ଷୋଭ ବେଳେ କହିଥିଲେ ଯେ  ଦୀର୍ଘ ୩୪ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟ ଗଠନ ହେଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ପଞ୍ଚାୟତ ହେଡ କ୍ୱାଟରକୁ ସବୁଦିନିଆ ରାସ୍ତାଟିଏ ନାହିଁ। ପ୍ରାୟ ୪ କି.ମି. ଦୂର ଘାଟି ଚଢ଼ି ପଞ୍ଚାୟତବାସୀଙ୍କୁ ଯିବା ଆସିବା କରିବାକୁ ପଡ଼ୁଛି। ସାଧାରଣ ବଣ୍ଟନ ସାମଗ୍ରୀ ନିଜ ପଞ୍ଚାୟତ ହେଡକ୍ୱାଟରରେ ବଣ୍ଟନ ହେବା ପରିବର୍ତ୍ତେ ଉକ୍ତ ପଞ୍ଚାୟତର ମହାଗୁଡ଼ିଠାରେ ବଣ୍ଟନ କରାଯାଉଛି। ଏସବୁର ମୂଳ କାରଣ ପଞ୍ଚାୟତକୁ ସବୁଦିନିଆ ରାସ୍ତା ନାହିଁ। ସେହିପରି ପକ୍କା ରାସ୍ତା ନଥିବାରୁ ତାଜୁଙ୍ଗିଆଠାରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବା ବଦଳରେ ଉକ୍ତ ପଞ୍ଚାୟତର ସିକରମାହାଠାରେ ଏହା କରାଯାଇଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତା ସଂପ୍ରସାରଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଉନ୍ନୟନ ପରିଷଦର ସଭାପତି ଦିପ୍ତି ଚନ୍ଦ୍ର ନାୟକ, ଉପସଭାପତି ଲିଓ ନାୟକ ପ୍ରମୁଖ କହିଛନ୍ତି। ତେବେ ବ୍ଳକ ପ୍ରଶାସନ ପକ୍ଷରୁ ଏବେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଆନ୍ଦୋଳନର ଆବଶ୍ୟକତା ନାହିଁ ବୋଲି ଦାରିଙ୍ଗବାଡ଼ି ବିଡିଓ ତ୍ରିଲୋଚନ ପାତ୍ର କହିଛନ୍ତିି। ଏନେଇ ତାଜୁଙ୍ଗିଆ ଉନ୍ନୟନ ପରିଷଦର ସମ୍ପାଦକ ଚନ୍ଦ୍ର ଶେଖର ନାୟକ, କୋଷାଧ୍ୟକ୍ଷ ସୁଦାମ ହାୱଡ଼ା କହିଛନ୍ତି ଯେ ଏହି ଆନ୍ଦୋଳନକୁ ଦୁର୍ବଳ କରିବାକୁ ପ୍ରଶାସନ  ଅପଚେଷ୍ଟା କରୁଛି ା ଦୀର୍ଘ ଦିନର ଦାବିକୁ ଅଗ୍ରାହ୍ୟ କରି ପ୍ରଶାସନ କାହିଁକି ନିରବ ରହିଥିଲା ? ଏବେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାରୁ ପ୍ରଶାସନ ତପତ୍ରତା ଦେଖାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କାଟିଙ୍ଗିଆ ସମିତିସଭ୍ୟ କରମ ସିଂ ନାୟକ, ତାଜୁଙ୍ଗିଆ ସମିତିସଭ୍ୟା ରୁଦ୍ରା ମଲ୍ଲିକ, ୧୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ  ପ୍ରମୁଖ ଯୋଗଦେଇଥିଲେ।

All Right Reserved By

ରାଜ୍ୟ | ରାୟଗଡା

ପୁଣି କମିଲା ବସ ଭଡ଼ା

ପୁଣି କମିଲା ବସ ଭଡ଼ା

ଭୁବନେଶ୍ୱର, ୧୨।୧୨: ପୁଣି କମିଲା ବସ ଭଡ଼ା। ଡିଜେଲ ଦର କମିବାରୁ ରାଜ୍ୟରେ ବସ ଭଡ଼ା କମିଛି। ସାଧାରଣ ବସ ଭଡ଼ା କିଲୋମିଟର୍‌ ପିଛା ମାତ୍ର ୨ ପଇସା କମିଛି। 

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରୁ କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ। ଆସନ୍ତା ୧୫ରୁ ଏହି ଯୋଜନାରେ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ୧୨ ଶହ ଟଙ୍କା ସହାୟତା ପ୍ରଦାନ କରାଯିବ। 

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁ ଦେଶବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ଫଳାଫଳ ଏହାକୁ ପ୍ରମାଣିତ କରୁଛି। ତେବେ ଓଡ଼ିଶାରେ ମଧ୍ୟ ଚାଷୀଙ୍କ ସମସ୍ୟା କମ୍‌ ନୁହେଁ। ରାଜ୍ୟର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି।

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି।