ରାଜ୍ୟ |

ଭାରତୀୟ ହକି ବିଶ୍ୱକପ୍‌ ଦଳ ଘୋଷିତ; ଲାକ୍ରା, ରୋହିଦାସଙ୍କୁ ସ୍ଥାନ

ଭାରତୀୟ ହକି ବିଶ୍ୱକପ୍‌ ଦଳ ଘୋଷିତ;  ଲାକ୍ରା, ରୋହିଦାସଙ୍କୁ ସ୍ଥାନ

ଭୁବନେଶ୍ୱର,୮।୧୧(ପି.ଟି.)- ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଯାଉଥିବା ହକି ପୁରୁଷ ବିଶ୍ୱକପ୍‌ ଲାଗି ଗୁରୁବାର ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳରେ ଚିଙ୍ଗଲେନ୍‌ସାନା ସିଂ କାଙ୍ଗୁଜାମ ଉପ ଅଧିନାୟକ ଭାର ତୁଲାଇବେ। ଦଳରେ ଦୁଇ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଥିବା ଓଡ଼ିଶାର ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଜାତୀୟ ଦଳକୁ ଫେରିଛନ୍ତି। ସେ ଯୁବ ଓଡ଼ିଆ ଖେଳାଳି ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, କୋଠାଜିତ ସିଂ ଓ ୨୦୧୬ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ହରମନପ୍ରୀତ ସିଂ ଓ ବରୁନ କୁମାର ଦଳର ଡିଫେନ୍ସ ଭାଗ ସମ୍ଭାଳିବେ। ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ଭାରତୀୟ ଦଳ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମନପ୍ରୀତ ସିଂ ମିଡ୍‌ଫିଲ୍ଡ ବିଭାଗର ନେତୃତ୍ୱ ନେବେ। ଏହି ବିଭାଗରେ ଅଭିଜ୍ଞ ଚିଙ୍ଗଲେନସାନାଙ୍କ ସମେତ ଯୁବ ଖେଳାଳି ସୁମିତ, ନୀଳକାନ୍ତ ଶର୍ମା ଓ ହାର୍ଦ୍ଦିକ ସିଂ ରହିଛନ୍ତି। ସେହିଭଳି ଭାରତୀୟ ଦଳର ଆକ୍ରମଣ ଦାୟିତ୍ୱରେ ଆକାଶଦୀପ ସିଂ, ଦୀଲପ୍ରୀତ ସିଂ, ଲଲିତ ଉପାଧ୍ୟାୟ ଓ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ମନଦୀପ ସିଂ ଓ ସିମରନଜିତ ସିଂ  ରହିବେ। ଭାରତୀୟ ଦଳ ଗ୍ରୁପ ସି’ରେ ବିଶ୍ୱର ୩ୟ ର଼୍ୟାଙ୍କର ବେଲଜିୟମ ସମେତ କାନାଡା ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। ଘରୋଇ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦ. ଆଫ୍ରିକାକୁ ଭେଟିବ। ଗ୍ରୁପର ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ। ଅନ୍ୟ ଦଳଗୁଡ଼ିକୁ କ୍ରସ ଓଭର ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିବ। ”ହକି ବିଶ୍ୱକପ୍‌ ପାଇଁ ଉପଲବ୍ଧ ଥିବା ଖେଳାଳିଙ୍କ ମଧ୍ୟରୁ ଆମେ ଶ୍ରେଷ୍ଠ କମ୍ବିନେଶନ ଚୟନ କରିଛୁ। ୩୪ କୋର ଗ୍ରୁପ୍‌ରୁ ୧୮ ଜଣଙ୍କୁ ଚୟନ କରିବା ଲାଗି ଆମେ କେତେକ କଠିନ ନିଷ୍ପତ୍ତି ନେଇଛୁ। ଅନ୍ତିମ ୧୮ ଜଣିଆ ଦଳରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି। ଫର୍ମ ଓ ଫିଟ୍‌ନେସକୁ ଦୃଷ୍ଟିରେ ରଖି ଏମାନଙ୍କୁ ଚୟନ କରାଯାଇଛି। ମୁଁ ନିଶ୍ଚିତ ଯେ, ଏହି ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରିବ“ ବୋଲି ମୁଖ୍ୟ କୋଚ୍‌ ହରେନ୍ଦ୍ର ସିଂ କହିଛନ୍ତି। 

ଗୋଲକିପର: ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣ ବାହାଦୁର ପାଠକ।

ଡିଫେଣ୍ଡର: ହରମନପ୍ରୀତ ସିଂ, ବୀରେନ୍ଦ୍ର ଲାକ୍ରା, ବରୁନ କୁମାର, କୋଠାଜିତ ସିଂ ଖାଦାଙ୍ଗବାମ, ସୁରେନ୍ଦ୍ର କୁମାର ଓ ଅମିତ ରୋହିଦାସ। 

ମିଡ୍‌ଫିଲ୍ଡର: ମନପ୍ରୀତ ସିଂ (ଅଧିନାୟକ), ଚିଙ୍ଗଲେନସାନା ସିଂ କାଙ୍ଗୁଜାମ (ଉପଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ ଓ ସୁମିତ। 

ଫରଓ୍ବାର୍ଡ:  ଆକାଶଦୀପ ସିଂ, ମନଦୀପ ସିଂ, ଦିଲପ୍ରୀତ ସିଂ, ଲଲିତ କୁମାର ଉପାଧ୍ୟାୟ ଓ ସିମରନଜିତ ସିଂ। 

All Right Reserved By

ରାଜ୍ୟ |

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଞ୍ଚକ ଆରମ୍ଭ: ପ୍ରସାଦ ମିଳିଲାନି, ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୁଣାଭୁବନେଶ୍ୱର, ୧୯ା୧୧( ଡି.ଏନ.ଏ.)-  କାର୍ତ୍ତିକ ମାସର ଶେଷ ସୋମବାର ସହ ପବିତ୍ର ପଞ୍ଚକ ପାଇଁ ଏକାମ୍ରକ୍ଷେତ୍ର ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରୀଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁରରେ ପ୍ରସ୍ତାବିତ ବିୟର ବଟ୍‌ଲିଂ ପ୍ଲାଣ୍ଟ ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆର୍‌ଡିସି ସ୍ତରୀୟ ତଦନ୍ତ ପରେ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ଏଲ୍‌.ମାଣିକପ୍ରଭା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା

ତାଳଚେର,୧୯ା୧୧(ନି.ପ୍ର.)- ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତଥା ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନକ୍ରମେ ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ପୁନର୍ଗଠନ କରିଛନ୍ତି। 

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ତିତ୍‌ଲି କ୍ଷତିଗ୍ରସ୍ତ ପରିବାରକୁ ମିଳିବ ବିଜୁ ପକ୍କା ଘର

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। 

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୯।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା କାଣ୍ଡସର ମହୁଲବୁରି ସାହିର ଏକ ଅଳିଆଗଦାରୁ ସୋମବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। 

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ ଠାକୁରଙ୍କ ଫଟୋ ଭାଇରାଲ

ସାକ୍ଷୀଗୋପାଳ, ୧୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଙ୍ଗସାଥୀଙ୍କୁ ଅଁଳାନବମୀର ଅଭିନନ୍ଦନ ଜଣାଇ ଜଣେ ଯୁବକ ସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କ ଫଟୋ ଭାଇରାଲ କରିଛନ୍ତି।

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ ଅଫିସ,୧୯ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । କେତେବେଳେ ଭକ୍ତ ସେଲ୍‌ଫି ଉଠାଇ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ପୋଲିସ କର୍ମଚାରୀ। 

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଶ୍ୱକପ୍‌ ହକିର ପ୍ରଥମ ଟିକେଟ କିଣିଛନ୍ତି। ହକି ଇଣ୍ଡିଆର କର୍ତ୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି  ହକିର ଟିକେଟ ପ୍ରଦାନ କରିଛନ୍ତି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ପଞ୍ଚାୟତକୁ ୩୩.୩୦ କୋଟି ମଞ୍ଜୁର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬  ଜିଲାର ୭ ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ  ମଞ୍ଜୁର କରିଛନ୍ତି। 

 ପଞ୍ଚରାସରେ  ପ୍ରାଚୀ ଉପତ୍ୟକା ଉତ୍ସବମୁଖର

ପଞ୍ଚରାସରେ ପ୍ରାଚୀ ଉପତ୍ୟକା ଉତ୍ସବମୁଖର

କାକଟପୁର,୧୯।୧୧(ଡି.ଏନ୍‌.ଏ.): ମାସ ମଧ୍ୟରେ କାର୍ତ୍ତିକକୁ ଧର୍ମମାସ କୁହାଯାଏ। ଏହାକୁ ମଧ୍ୟ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ। ଏହି ମାସର ଶେଷ ୫ ଦିନକୁ ପଞ୍ଚକ କୁହାଯାଏ।

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଏସସିଙ୍କ ଅନୁଦାନ ହ୍ରାସ ନେଇ ବିଧାନସଭାରେ ହଙ୍ଗାମା: ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): କେନ୍ଦ୍ରରୁ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ପାଇଁ ମିଳୁଥିବା ଅନୁଦାନ ହ୍ରାସ କରିବା ଏବଂ ସଚିବାଳୟରେ ସିବିଆଇ ପ୍ରବେଶ କରିବା ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଗର୍ଜନରେ ଗୃହକାର୍ଯ୍ୟ ଅଚଳ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକୁ  ଅପରାହ୍ଣ ୩ ପର୍ଯ୍ୟନ୍ତ ବାଚସ୍ପତି ପ୍ରଦୀପ ଅମାତ ମୁଲତବୀ ଘୋଷଣା କରିଛନ୍ତି।

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଦୁଇ ଜଷ୍ଟିସ୍‌

କଟକ ଅଫିସ୍‌, ୧୯।୧୧: ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ଓ ଡ. ଅକ୍ଷୟ କୁମାର ମିଶ୍ର ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାବେରୀ ଦୁଇ ଜଷ୍ଟିସଙ୍କୁ ଶପଥ ପାଠ କରାଇଛନ୍ତି।