ଖେଳ |

ପାକିସ୍ତାନର ହକି ବିଶ୍ୱକପ୍‌ ଖେଳିବା ଦ୍ୱନ୍ଦ୍ୱରେ

ପାକିସ୍ତାନର ହକି ବିଶ୍ୱକପ୍‌ ଖେଳିବା ଦ୍ୱନ୍ଦ୍ୱରେ

କରାଚୀ,୮।୧୧(ପି.ଟି.)- ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ହକି ଫେଡେରେଶନ (ପିଏଚ୍‌ଏଫ୍‌) ଦେଶର କ୍ରିକେଟ ବୋର୍ଡ ପିସିବିକୁ ସହାୟତା ନିମନ୍ତେ ନିବେଦନ କରିଥିଲା। ମାତ୍ର ପିସିବି କୌଣସି ସହାୟତା ଦେବାକୁ ଅସ୍ବୀକାର କରିଛି। ପାକିସ୍ତାନ ଦଳର ନୂଆ କୋଚ୍‌ ତାକିର ଦାର ଓ ମ୍ୟାନେଜର ହାସନ ସର୍ଦ୍ଦାର ଏ ନେଇ ପିସିବି ଅଧ୍ୟକ୍ଷ ଏହଶାନ ମାନିଙ୍କ ସହ ଆଲୋଚନା କରିଥିଲେ। ”ସେ ଆମ ସହିତ ଗୁରୁବାର ଭେଟିଥାନ୍ତେ। ମାତ୍ର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁ ସେ ଆମ ସହ ଫୋନ ଯୋଗେ କଥା ହୋଇଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ, ପିସିବି କୌଣସି ପ୍ରକାର ସହାୟତା କରିପାରିବ ନାହିଁ। କାରଣ ପୂର୍ବରୁ ନେଇଥିବା ଅର୍ଥ ଏପର୍ଯ୍ୟନ୍ତ ପିଏଚ୍‌ଏଫ୍‌ ଫେରସ୍ତ କରିପାରି ନାହିଁ। ୨୦୦୦ ମସିହାରେ ସ୍ବଗର୍ତ ଜେନେରାଲ ତାକିର ଜିଆଙ୍କ ଅଧ୍ୟକ୍ଷତାରେ ପିସିବି ପକ୍ଷରୁ ହକି ଫେଡେରେଶନକୁ ଲୋନ ଆକାରରେ ଅର୍ଥ ଦିଆଯାଇଥିଲା“ ବୋଲି ଦାର କହିଛନ୍ତି। କିନ୍ତୁ ଏ ସମ୍ପର୍କରେ ସରକାର ଓ କ୍ରିକେଟ ଦଳର ପ୍ରାୟୋଜକଙ୍କ ସହାୟତା ଲୋଡ଼ିବା ପାଇଁ ମାନି ଆଶ୍ୱାସନା ଦେଇଛନ୍ତି। ପିଏଚ୍‌ଏଫ୍‌ ସମ୍ପାଦକ ଶାହାବାଜ ଅହମ୍ମଦ କହିଛନ୍ତି, ବୋର୍ଡ ପକ୍ଷରୁ ସରକାରଙ୍କ ନିକଟରେ ୮ ନିୟୁତ ଟଙ୍କା ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ନ ଆସିବାରୁ ପାକିସ୍ତାନ ଦଳ ବିଶ୍ୱକପ୍‌ରେ ଭାଗ ନେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆମେ ଏ ନେଇ ସିଧାସଳଖ ସଚିବାଳୟକୁ ପତ୍ର ଲେଖିବୁ। ଯଦି ଗୋଟିଏ ସପ୍ତାହ ମଧ୍ୟରେ ଆମକୁ ଆବଶ୍ୟକ ଅର୍ଥରାଶି ନ ମିଳେ, ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା କଷ୍ଟକର ହେବ। ଯଦି ଆମେ ଦଳ ପଠାଇବାକୁ ଅସମର୍ଥ ହେଉ କେବଳ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବୁ ନାହଁ, ବରଂ ଆମକୁ ଏଫ୍‌ଆଇଏଚ୍‌କୁ ଜରିମାନା ଦେବାକୁ ପଡ଼ିବ। ଯଦି ସରକାର ଚାହାନ୍ତି, ଫେଡେରେଶନ ପରିବର୍ତ୍ତେ ବିଶ୍ୱକପ୍‌ ବେଳେ ପାକିସ୍ତାନ ଦଳ ରହିବାକୁ ଥିବା ହୋଟେଲ ବିଲ୍ସ ସିଧାସଳଖ ପୈଠ କରିପାରିବେ। ଏଥିସହ ଦଳୀୟ ଖେଳାଳିଙ୍କ ବକେୟା ଅର୍ଥ ମଧ୍ୟ ଦେଇପାରିବେ। ଉଲ୍ଲେଖଥାଉ କି, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ଐତିହାସିକ କଳିଙ୍ଗ ଷ୍ଟାଡିୟମଠାରେ ଚଳିତ ମାସ ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। 

All Right Reserved By

ଖେଳ |

ହକି ବିଶ୍ୱକପ ଉଦ୍‌ଘାଟନୀ:   ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ହକି ବିଶ୍ୱକପ ଉଦ୍‌ଘାଟନୀ: ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)-

ହକି ବିଶ୍ୱକପର ଉଷ୍ମତା କ୍ରମେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ପ୍ରଥମଥରପାଇଁ ହେବାକୁ ଯାଉଥିବା ଏହି ମହାକୁମ୍ଭ ପାଇଁ ଅଦ୍ଭୁତପୂର୍ବ ଉତ୍ସାହ ଦେଖା ଦେଇଛି। ସମ୍ପୂର୍ଣ୍ଣ ନୂଆ ରୂପରେ କଳିଙ୍ଗ ଷ୍ଟାଡିୟମ ସଜେଇ ହୋଇଥିବାବେଳେ ବିଶ୍ୱବାସୀଙ୍କୁ ସ୍ମୃତି ମଧୁର ଉଦ୍‌ଘାଟନୀ ସମାରୋହ ଭେଟି ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି। ପୂର୍ବରୁ ମ୍ୟାଚ ପାଇଁ ଟିକେଟ ମିଳୁଥିବାବେଳେ ମଙ୍ଗଳବାରଠାରୁ ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ସମାରୋହ ପାଇଁ ଟିକେଟ ଅନ୍‌ ଲାଇନ୍‌(ticketgenie.in)ରେ ଉପଲବ୍ଧ ହେବ। ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ସୋମବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୭ ତାରିଖରେ ହେବାକୁଥିବା ଉଦ୍‌ଘାଟନୀ ସମାରୋହ ଟିକେଟର ଏକ ଟୋକନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ୫୦୦ ଟଙ୍କା ପ୍ରଦାନ କରିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। 

ବେଙ୍ଗଲ ଦଳରେ ଯୋଗଦେଇ   ନାହାନ୍ତି  ଶାମି

ବେଙ୍ଗଲ ଦଳରେ ଯୋଗଦେଇ ନାହାନ୍ତି ଶାମି

କୋଲକାତା, ୧୯ା୧୧ (ପି.ଟି.)-ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି ଏପର୍ଯ୍ୟନ୍ତ ବେଙ୍ଗଲ ଟିମ୍‌ରେ ଯୋଗ ଦେଇ ନାହାନ୍ତି। ବେଙ୍ଗଲ ଓ କେରଳ ରଣଜୀ ମ୍ୟାଚ ଏଠାରେ ମଙ୍ଗଳବାର ଆରମ୍ଭ ହେଉଛି। ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ରେ କେରଳ ବିପକ୍ଷ ମ୍ୟାଚରେ ଶାମିଙ୍କ ଖେଳିପାରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସ୍ପଷ୍ଟ କରିଦିଆଯାଇଛି।  ତେବେ ସେ ମ୍ୟାଚର ଇନିଂସ ପିଛା ସର୍ବାଧିକ ୧୫ରୁ ୧୭ ଓଭର ବୋଲିଂ କରିପାରିବେ ବୋଲି ବିସିସିଆଇ ସର୍ତ୍ତ ରଖିଛି। ଉତ୍ତର ପ୍ରଦେଶର ଏହି ବୋଲର ରବିବାର ସୁଦ୍ଧା ଦଳ ସହିତ ଯୋଗ ଦେବେ ବୋଲି ଆଶା କରାଯାଉଥିଲା।

ପାକିସ୍ତାନକୁ ୪ ରନରେ ହରାଇଲା ନ୍ୟୁଜିଲାଣ୍ଡ

ପାକିସ୍ତାନକୁ ୪ ରନରେ ହରାଇଲା ନ୍ୟୁଜିଲାଣ୍ଡ

ଆବୁଧାବି (ୟୁଏଇ), ୧୯।୧୧(ଏପି)- ଘରୋଇ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ରୋମାଞ୍ଚକଭାବେ ଶେଷ ହୋଇଛି। ୧୭୬ ରନର ଟାର୍ଗେଟ୍‌କୁ ପିଛା କରିଥିବା ପାକିସ୍ତାନ ୪ର୍ଥ ଦିବସରେ ୧୭୧ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

ଅଷ୍ଟ୍ରେଲିଆ ଡେଙ୍ଗା ବୋଲରଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ରୋହିତ୍‌

ଅଷ୍ଟ୍ରେଲିଆ ଡେଙ୍ଗା ବୋଲରଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ରୋହିତ୍‌

ବ୍ରିସବେନ, ୧୯।୧୧(ପି.ଟି.)- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ପୂର୍ଣ୍ଣକାଳୀନ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ଭାରତୀୟ ଦଳ ଗତ ସପ୍ତାହରେ ଦୁଇ ମାସିଆ ଗସ୍ତ କରିଛି। ଏହି ଗସ୍ତରେ ଭାରତୀୟ ଦଳ ଯଥାକ୍ରମେ ତିନୋଟି ଟି୨୦, ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିବ। 

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଇଂଲଣ୍ଡକୁ ଭେଟିବ ଭାରତ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ସେମିରେ ଇଂଲଣ୍ଡକୁ ଭେଟିବ ଭାରତ

ଗ୍ରସ୍‌ ଆଇସଲେଟ୍‌ (ସେଣ୍ଟ ଲୁସିଆ), ୧୯।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି।

ଧୋନୀଙ୍କ ସହ ମିଶି ସାକ୍ଷୀଙ୍କ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

ଧୋନୀଙ୍କ ସହ ମିଶି ସାକ୍ଷୀଙ୍କ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

ମୁମ୍ବାଇ, ୧୯।୧୧- ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଝିଅ ଜିଭା ସହ ମିଶି ପତ୍ନୀ ସାକ୍ଷୀଙ୍କ ୨୯ତମ ଜନ୍ମଦିନକୁ ରବିବାର ରାତିରେ ସ୍ଥାନୀୟ ଏକ ହୋଟେଲରେ ଧୁମ୍‌ଧାମରେ ପାଳନ କରିଛନ୍ତି।

ଏଟିପି ଫାଇନାଲ୍ସ ଟାଇଟଲ୍‌ ଜିତିଲେ ଜେଭରେଭ

ଏଟିପି ଫାଇନାଲ୍ସ ଟାଇଟଲ୍‌ ଜିତିଲେ ଜେଭରେଭ

ଲଣ୍ଡନ, ୧୯।୧୧(ଏଏଫ୍‌ପି)- ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ତଥା ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଚକ୍‌ମା ଦେଖାଇ ଜର୍ମାନୀର ଯୁବ ତାରକା ଆଲେକ୍ସଜାଣ୍ଡର ଜେଭରେଭ ଏଟିପି ଫାଇନାଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି।

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ଡ୍ର’

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ଡ୍ର’

ମାଉଣ୍ଟ ମାଉନଗାନୁଇ (ନ୍ୟୁଜିଲାଣ୍ଡ), ୧୯।୧୧- ଭ୍ରମଣକାରୀ ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି। 

ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ: ସବୁ ବର୍ଗରେ ଥାଇଲାଣ୍ଡ ଚାମ୍ପିୟନ

ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ: ସବୁ ବର୍ଗରେ ଥାଇଲାଣ୍ଡ ଚାମ୍ପିୟନ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ ୧୨ରେ ଆରମ୍ଭ ହୋଇଥିବା ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଥାଇଲାଣ୍ଡ ସବୁ ବର୍ଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।

ହକି ବିଶ୍ୱକପ:  ଉଦ୍‌ଘାଟନୀ , ବିଶ୍ୱକପ୍‌ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ୨୦ରୁ

ହକି ବିଶ୍ୱକପ: ଉଦ୍‌ଘାଟନୀ , ବିଶ୍ୱକପ୍‌ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ୨୦ରୁ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍‌ ସମୟ ବାକିଥିବା ବେଳେ ଟିକେଟ ବିକ୍ରି ନେଇ ହକି ଇଣ୍ଡିଆ ତରଫରୁ ସ୍ବତନ୍ତ୍ର ଘୋଷଣା କରାଯାଇଛି।

ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ: ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୧୧- ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ.ଆର. ରହମନ ହକି ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ବା ଥିମ୍‌ ସଙ୍ଗର ଟିଜର ଭିଡିଓକୁ  ଟୁଇଟ୍‌ କରିଛନ୍ତି। ରବିବାର ସେ ୪୬ ସେକେଣ୍ଡର ଏହି ଗୀତର ଟିଜର ଭିଡିଓ ଟୁଇଟରରେ ଅପଲୋଡ କରିଛନ୍ତି। 

ବିଦେଶରେ କେବଳ ଭାରତ ନୁହଁ, ସବୁ ଦଳ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି: ଶାସ୍ତ୍ରୀ

ବିଦେଶରେ କେବଳ ଭାରତ ନୁହଁ, ସବୁ ଦଳ ଦୁର୍ବଳ ପ୍ରଦର୍ଶନ କରୁଛନ୍ତି: ଶାସ୍ତ୍ରୀ

ବ୍ରିସ୍‌ବେନ,୧୯।୧୧(ପି.ଟି.)- ଆଜିକାଲି କ୍ରିକେଟରେ ପ୍ରାୟ ସବୁ ଦଳ ବିଦେଶ ଗସ୍ତରେ ଆଶାନୁରୂପ ପ୍ରଦର୍ଶନ କରିପାରୁନାହାନ୍ତି। ତେଣୁ ଏ ନେଇ କେବଳ ଭାରତକୁ କାହିଁକି ସମାଲୋଚନା କରାଯାଉଛି ବୋଲି କୋଚ୍‌ ରବି ଶାସ୍ତ୍ରୀ ପ୍ରଶ୍ନ କରିଛନ୍ତି।