ଖେଳ |

ଏସିଆନ୍‌ ଏୟାରଗନ ଚାମ୍ପିୟନଶିପ୍‌: ସୌରଭଙ୍କୁ ସ୍ବର୍ଣ୍ଣ

ଏସିଆନ୍‌ ଏୟାରଗନ ଚାମ୍ପିୟନଶିପ୍‌: ସୌରଭଙ୍କୁ ସ୍ବର୍ଣ୍ଣ

କୁଏତ ସିଟି,୮।୧୧(ପି.ଟି.)- ଭାରତର ଯୁବ ଶୁଟିଂ ସେନସେଶନ ସୌରଭ ଚୌଧାରୀ ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ ଜାରି ରଖି ୪ ମାସ ମଧ୍ୟରେ ୪ର୍ଥ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଠାରେ ଚାଲିଥିବା ଏସିଆନ ଏୟାରଗନ ଚାମ୍ପିୟନଶିପ୍‌ରେ ଗୁରୁବାର ଅନୁଷ୍ଠିତ ୧୦ ମିଟର ପିସ୍ତଲ ଜୁନିୟର ପୁରୁଷ ଇଭେଣ୍ଟରେ ସୌରଭ ଶୀର୍ଷ ସଫଳତା ପାଇଛନ୍ତି। ୧୬ ବର୍ଷୀୟ ଅନ୍ୟ ଭାରତୀୟ ଶୁଟର ଅର୍ଜୁନ ସିଂ ଚିମା ଓ ଅନମୋଲ ଜୈନଙ୍କ ସହ ମିଶି ସର୍ବାଧିକ ୧୭୩୧ ପଏଣ୍ଟ ହାସଲ କରି ଦଳଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ବ୍ୟକ୍ତିଗତ ଇଭେଣ୍ଟରେ ୨୩୯.୮ ପଏଣ୍ଟ ସ୍କୋର କରିଥିଲେ। ଫଳରେ ଚଳିତ ପ୍ରତିଯୋଗିତାରେ ସେ ଡବଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିପୂର୍ବରୁ କୃଷକଙ୍କ ପୁଅ ଏସିଆନ୍‌ ଗେମ୍ସ (ଅଗଷ୍ଟ),  ବିଶ୍ୱ ଶୁଟିଂ ଚାମ୍ପିୟନଶିପ (ସେପ୍ଟେମ୍ବର) ଓ ୟୁଥ ଅଲିମ୍ପିକ୍‌ ଗେମ୍ସ (ଅକ୍ଟୋବର)ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବ୍ୟକ୍ତିଗତ ୧୦ ମି. ଏୟାରଗନ ଇଭେଣ୍ଟରେ ଅର୍ଜୁନ (୨୩୭.୭) ରୌପ୍ୟ ପଦକ ଅର୍ଜନ କରିଛନ୍ତି। ତାଙ୍କ ପଛକୁ ଚାଇନିଜ ତାଇପେ ହୁଆଙ୍ଗ ଓ୍ବେଇ ତେ (୨୧୮.୦) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟ ଭାରତୀୟ ଶୁଟର ଅନମୋଲ ୧୯୫.୧ ସ୍କୋର ସହ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚତ୍ତ ରହିଛନ୍ତି।

All Right Reserved By

ଖେଳ |

‘ଖାଲି ହାତରେ ଫେରିବୁ ନାହିଁ’

‘ଖାଲି ହାତରେ ଫେରିବୁ ନାହିଁ’

ଭୁବନେଶ୍ୱର,୧୨।୧୨- ହମ୍‌ ଖାଲି ହାତ ନାହି ଜାୟେଙ୍ଗେ। ଅର୍ଥାଥ ଆମେ ଖାଲି ହାତରେ ଫେରିବୁ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ହକି ଦଳର ଷ୍ଟ୍ରାଇକର ମନଦୀପ ସିଂ

ଭାରତୀୟଙ୍କ ମଧ୍ୟରେ ଉନାଡ୍‌କଟଙ୍କୁ ସର୍ବାଧିକ ଦାମ୍‌

ଭାରତୀୟଙ୍କ ମଧ୍ୟରେ ଉନାଡ୍‌କଟଙ୍କୁ ସର୍ବାଧିକ ଦାମ୍‌

ନୂଆଦିଲ୍ଲୀ,୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଭାରତୀୟଙ୍କ ମଧ୍ୟରେ ଜୟଦେବ ଉନାଡ୍‌କଟଙ୍କ ବେସ୍‌ ଫ୍ରାଇସ ସର୍ବାଧିକ। ଆସନ୍ତା

ଟେଷ୍ଟ ଦଳରେ ସ୍ଥାନ ପାଇଁ ଆଇପିଏଲରୁ ଓହରିଛି- ମ୍ୟାକ୍ସଓ୍ବେଲ

ଟେଷ୍ଟ ଦଳରେ ସ୍ଥାନ ପାଇଁ ଆଇପିଏଲରୁ ଓହରିଛି- ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୨।୧୨- ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିତ୍ତଶାଳୀ କ୍ରିକେଟ ଟୁର୍ନାମେଣ୍ଟ ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ଖେଳିବେ ନାହିଁ। ଏହା ବଦଳରେ ସେ ଆଗାମୀ ଇଂଲିଶ କାଉଣ୍ଟି କ୍ରିକେଟର ସମ୍ପୂର୍ଣ୍ଣ ସିଜନ ଖେଳିବେ। 

କୋଚ୍‌ ପଦ ଲାଗି ପାଓ୍ବାରଙ୍କ ଆବେଦନ

କୋଚ୍‌ ପଦ ଲାଗି ପାଓ୍ବାରଙ୍କ ଆବେଦନ

ମୁମ୍ବାଇ,୧୨।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ନେଇ ଦୁଇ ସପ୍ତାହ ଧରି ଅନିଶ୍ଚିତତା ଲାଗି ରହିବା ପରେ ରମେଶ ପାଓ୍ବାର ପୁନଃ ଆବେଦନ କରିଛନ୍ତି। 

ଇନିଂସ୍‌ରେ ୧୦ ଉଇକେଟ ନେଲେ ଭାରତୀୟ ବୋଲର

ଇନିଂସ୍‌ରେ ୧୦ ଉଇକେଟ ନେଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୧୨।୧୨- ମଣିପୁରର ୧୮ ବର୍ଷୀୟ ବୋଲର ରେକ୍ସ ରାଜକୁମାର ସିଂ ଇନିଂସ୍‌ରେ ସମସ୍ତ ୧୦ ଉଇକେଟ ନେବାର କୃତିତ୍ୱ ହାସଲ କରିଛନ୍ତି। 

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ଗୁଆଙ୍ଗଝୋ,୧୨।୧୨- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ସିଜନର ଅନ୍ତିମ ଟୁର୍ନାମେଣ୍ଟ ଓ୍ବାଲର୍‌ଡ ଟୁର ଫାଇନାଲ୍ସରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। 

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ଢାକା, ୧୨।୧୨(ଏଏଫ୍‌ପି)- ଓପନିଂ ବ୍ୟାଟ୍ସ୍‌ମ୍ୟାନ ସାଇ ହୋପ୍‌ଙ୍କ ଦମ୍‌ଦାର ଅପରାଜିତ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। 

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଦୁବାଇ, ୧୨।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ସଦ୍ୟ ସମାପ୍ତ ଆଡିଲେଡ୍‌ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୧୨୩ ଓ ୭୧ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରା ଟପ୍‌-୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

ସମ୍ବଲପୁର,୧୨।୧୨ (ବ୍ୟୁରୋ)- ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ କର୍ନେଲ ସିକେ ନାଇଡୁ ରେଲ୍‌ୱେ ବନାମ ଓଡିଶା କ୍ରିକେଟ ମ୍ୟାଚ ମଙ୍ଗଳବାର ଡ୍ର’ ହୋଇଛି। ଫଳରେ ପ୍ରଥମ ଇନିଂସ ରନ ଅଗ୍ରଣୀ ହେତୁ ଓଡିଶା ୩ ପଏଣ୍ଟ ହାସଲ କରିଥିବା ବେଳେ  ରେଲ୍‌ୱେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ରେଳୱେ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ୧୧୩ ରନ କରିଥିଲା ।

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ଚାଲିଥିବା ହକିି ବିଶ୍ୱକପରେ ଭାଗ ନେଇଥିବା ୧୬ ଦଳ ମଧ୍ୟରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ସ୍ବଦେଶ ଫେରିଛନ୍ତି ସ୍ପେନ ଓ ଚାଇନା। ସ୍ପେନ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପୁଲ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ଧାରାବିବରଣୀ ମଙ୍ଗଳବାରଠାରୁ ଆକାଶବାଣୀ ପକ୍ଷରୁ ଆରମ୍ଭ ହୋଇଛି। ହିନ୍ଦୀ ଓ ଇଂଲିଶରେ ଏହି ଧାରାବିବରଣୀର ସିଧା ପ୍ରସାରଣ କରାଯାଇଛି।