ଜାତୀୟ |

ଦୀପାବଳିରେ ବି ଫେରିଲେ ନାହିଁ ତେଜ ପ୍ରତାପ: ଅପେକ୍ଷାରେ ଥିଲେ ଐଶ୍ୱର୍ଯ୍ୟା

ଦୀପାବଳିରେ ବି ଫେରିଲେ ନାହିଁ ତେଜ ପ୍ରତାପ: ଅପେକ୍ଷାରେ ଥିଲେ ଐଶ୍ୱର୍ଯ୍ୟା

ପାଟନା,୮।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଦୀପାବଳି ମନାଇବାକୁ ମଧ୍ୟ ଘରକୁ ଫେରିଲେ ନାହିଁ। ପରିବାର ଲୋକେ ତଥା ପତ୍ନୀ ଐଶ୍ୱର୍ଯ୍ୟା ତାଙ୍କୁ ଅପେକ୍ଷା ରଖିଥିଲେ ସୁଦ୍ଧା ସେ ନ ଫେରିବାରୁ ପରିବାର ସଦସ୍ୟଙ୍କ ମନ ମଳିନ ପଡିଯାଇଥିଲା। ନ୍ୟୁଜ ୧୮ର ସୂଚନା ମୁତାବକ, ମଙ୍ଗଳବାର ତେଜ ପ୍ରତାପ ବନାରସରେ ଥିବା ବେଳେ ବୁଧବାର ସେ ଘରକୁ ଫେରିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ସେମିତି କିଛି ଘଟଣା ଘଟିଲାନି। କିନ୍ତୁ ଏବେ ସେ କେଉଁଠି ତା’ର କୌଣସି ସଠିକ୍‌ ଖବର ନ ଥିଲେ ମଧ୍ୟ ଏବେ କୁଆଡେ ସେ ବୃନ୍ଦାବନରେ ଅଛନ୍ତି ବୋଲି କୁହାଯାଉଛି। ଏଠାକାର ଗଳିରେ ସେ ବୁଲୁଥିବାର ଆଲୋଚନା ହେଉଛି। ସୂଚନାଯୋଗ୍ୟ, ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଅଲଗା ହେବାକୁ ସେ ଅଦାଲତରେ ଏକ ମାମଲା ଦାୟର କରିବା ପରେ ଫେରାର ଅଛନ୍ତି। କାରଣ ଏହି ମାମଲା ପରେ ତାଙ୍କ ନିକଟକୁ ଏବେ ଫୋନ୍‌ କଲ୍‌ ଆସିଥିଲା ଯେ ଯେଉଁଥିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଆଉ ଏଥିରେ ଅତିଷ୍ଠ ହୋଇ ସେ ହଠାତ୍‌ କେଉଁଆଡେ ଚାଲି ଯାଇଥିବା କୁହଯାଉଛି। 

All Right Reserved By

ଜାତୀୟ |

ରୋହି ଶେଖର ହତ୍ୟା ମାମଲା: ପତ୍ନୀ ଅପୂର୍ବାଙ୍କୁ ୧୪ ଦିନପାଇଁ ହାଜତକୁ ପଠାଗଲା

ରୋହି ଶେଖର ହତ୍ୟା ମାମଲା: ପତ୍ନୀ ଅପୂର୍ବାଙ୍କୁ ୧୪ ଦିନପାଇଁ ହାଜତକୁ ପଠାଗଲା

ନୂଆଦିଲ୍ଲୀ,୨୬।୪: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖର ତିଓ୍ବାରିଙ୍କ ହତ୍ୟା ମାମଲାରେ ତାଙ୍କ ବୋହୂ ଅର୍ଥାତ୍‌ ରୋହିତଙ୍କ ପତ୍ନୀ ଅପୂର୍ବା ତିଓ୍ବାରିଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। 

ମୁଲାୟମ ସିଂ ଅସୁସ୍ଥ

ମୁଲାୟମ ସିଂ ଅସୁସ୍ଥ

ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। 

ହାରିବା ଭୟରେ ବାରାଣସୀରୁ ନିର୍ବାଚନ ଲଢିଲେ ନାହିଁ ପ୍ରିୟଙ୍କା: ବାବା ରାମଦେବ

ହାରିବା ଭୟରେ ବାରାଣସୀରୁ ନିର୍ବାଚନ ଲଢିଲେ ନାହିଁ ପ୍ରିୟଙ୍କା: ବାବା ରାମଦେବ

ପାଟନା,୨୬।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପଲିଟିକାଲ୍‌ କ୍ୟାରିୟର ଆରମ୍ଭ ହେଉ ହେଉ ସରିଯିବା ଭୟରେ ସେ ବାରାଣସୀରୁ ନିର୍ବାଚନ ଲଢିଲେ ନାହିଁ ବୋଲି ଶୁକ୍ରବାର କହିଛନ୍ତି ଯୋଗଗୁରୁ ବାବା ରାମଦେବ।

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି।

ପଦ୍ମ ଧରିଲେ ଗାୟକ ଦଲେର ମେହନ୍ଦି

ପଦ୍ମ ଧରିଲେ ଗାୟକ ଦଲେର ମେହନ୍ଦି

ନୂଆଦିଲ୍ଲୀ,୨୬।୪: ବଲିଉଡ୍‌ ନାୟକ ନାୟିକାଙ୍କ ପରେ ଏବେ ଜଣେ ଗାୟକ ରାଜନୀତିରେ ପାଦ ରଖିଛନ୍ତି। ଶୁକବ୍ରାର ଗାୟକ ଦଲେର ମେହେନ୍ଦି ଭାଜପାରେ ସାମିଲ ହୋଇଛନ୍ତି। 

ପୁଣିଥରେ ଗୁରୁଜନଙ୍କ ପାଦ ଛୁଇଁ ଚର୍ଚ୍ଚାକୁ ଆସିଲେ ମୋଦି

ପୁଣିଥରେ ଗୁରୁଜନଙ୍କ ପାଦ ଛୁଇଁ ଚର୍ଚ୍ଚାକୁ ଆସିଲେ ମୋଦି

ବରାଣସୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଲୋକ ସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଦି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆହୁରି କେତେଜଣ ନେତା ପହଞ୍ଚି ସାରିଥିଲେ।

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। 

‘ପିଏମ୍‌ ନରେନ୍ଦ୍ର ମୋଦି’ ବାଓପିକ୍‌ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

‘ପିଏମ୍‌ ନରେନ୍ଦ୍ର ମୋଦି’ ବାଓପିକ୍‌ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ଶୁକ୍ରବାର ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। 

ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ମୋଦି

ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କଲେ ମୋଦି

ବାରାଣସୀ, ୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କାଳଭୈରବ ମନ୍ଦିର ଦର୍ଶକ କଲେ ମୋଦି

କାଳଭୈରବ ମନ୍ଦିର ଦର୍ଶକ କଲେ ମୋଦି

ବାରାଣସୀ, ୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରି ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। 

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ୍‌

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ୍‌

ଲକ୍ଷ୍ନୌ, ୨୬।୪: ବହୁଜନ ସମାଜବାଦୀ ପାଟର୍ର୍ି(ବିଏସପି) ନେତ୍ରୀ ମାୟାବତୀଙ୍କ ପାଦ ଛୁଇଁଛନ୍ତି ସମାଜବାଦୀ ପାର୍ଟି(ଏସପି)ନେତା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri