ଖେଳ |

ଡିସେମ୍ବର ୧୭, ୧୮ରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ଡିସେମ୍ବର ୧୭, ୧୮ରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ,୮।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରିକ୍ରିୟା ଡିସେମ୍ବର ୧୭ ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ହାଇପ୍ରୋଫାଇଲ ଇଭେଣ୍ଟ ଜୟପୁରଠାରେ ଆୟୋଜିତ ହେବ। ପ୍ରତ୍ୟେକ ଦଳ ନିକଟରେ ଆବଶ୍ୟକ ସଂଖ୍ୟକ ଖେଳାଳି ଥିବାରୁ ଦୁଇ ଦିନିଆ ଇଭେଣ୍ଟ ଏକ ଛୋଟ ପ୍ରକ୍ରିୟା ହେବ। ଚଳିତ ବର୍ଷ ଆରମ୍ଭରୁ ଖେଳାଳିଙ୍କ ବଡ଼ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ ଆଗାମୀ ଲିଗ୍‌ ପାଇଁ ଭେନ୍ୟୁ ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକଟ କରିଛନ୍ତି। କାରଣ ୨୦୧୯ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ଲିଗ୍‌ ସମ୍ପୂର୍ଣ୍ଣ ରୂପେ କିମ୍ବା ପର୍ଯ୍ୟାୟ କ୍ରମେ ବିଦେଶରେ ଆୟୋଜିତ ହେବା ନିଶ୍ଚିତ। ଅନ୍ତିମ ଥର ୨୦୧୪ ନିର୍ବାଚନ କାରଣରୁ ଆଇପିଏଲ ଦ. ଆଫ୍ରିକାରେ ଆୟୋଜିତ ହୋଇଥିଲା। ”ଆଗାମୀ ସଂସ୍କରଣର ଭେନ୍ୟୁ ସମ୍ପର୍କରେ ସ୍ପଷ୍ଟ ସୂଚନା ପରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଉ। ଯାହାଫଳରେ ଆମେ ଭେନ୍ୟୁକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରିପାରିବୁ“ ବୋଲି ଏକ ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

All Right Reserved By

ଖେଳ |

ଦିବ୍ୟାଂଶଙ୍କୁ ରୌପ୍ୟ ସହ ଅଲିମ୍ପିକ୍‌ ଯୋଗ୍ୟତା

ଦିବ୍ୟାଂଶଙ୍କୁ ରୌପ୍ୟ ସହ ଅଲିମ୍ପିକ୍‌ ଯୋଗ୍ୟତା

ବେଜିଂ,୨୬।୪(ପିଟି)- ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୭ ବର୍ଷୀୟ ଦିବ୍ୟାଂଶ ସିଂ ପାନ୍ବାର ଶୁକ୍ରବାର ରୌପ୍ୟ ପଦକ ଜିତିବା ସହ ଦେଶର ୪ର୍ଥ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। 

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର ଘୋଷଣା

ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର ଘୋଷଣା

ଲଣ୍ଡନ,୨୬।୪- ଅଭିଜ୍ଞ ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଆଗାମୀ ବିଶ୍ୱକପ୍‌ ପରେ ଅବସର ନେବେ।

ବିବିଏଲରୁ ଓ୍ବାଟଶନଙ୍କ ସନ୍ନ୍ୟାସ

ବିବିଏଲରୁ ଓ୍ବାଟଶନଙ୍କ ସନ୍ନ୍ୟାସ

ସିଡ୍‌ନୀ,୨୬।୪- ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟଶନ ଅଷ୍ଟ୍ରେଲିଆନ ଟି୨୦ ବିଗ୍‌ ବାସ ଲିଗ୍‌ (ବିବିଏଲ)ରୁ ଶୁକ୍ରବାର ସନ୍ନ୍ୟାସ ଘୋଷଣା କରିଛନ୍ତି।

‘ଡିଣ୍ଡା ଏକାଡେମୀ’ ଉପରେ ମୁହଁ ଖୋଲିଲେ ଅଶୋକ ଡିଣ୍ଡା

‘ଡିଣ୍ଡା ଏକାଡେମୀ’ ଉପରେ ମୁହଁ ଖୋଲିଲେ ଅଶୋକ ଡିଣ୍ଡା

କୋଲକାତା,୨୬।୪- ସୋସିଆଲ ମିଡିଆରେ କରାଯାଉଥିବା ସମାଲୋଚନା ସମ୍ପର୍କରେ ପୂର୍ବତନ ଭାରତୀୟ ପେସର ଅଶୋକ ଡିଣ୍ଡା ଶୁକ୍ରବାର ମୁହଁ ଖୋଲିଛନ୍ତି। 

ସ୍ବତନ୍ତ୍ର ରେକର୍ଡ ହାତଛଡ଼ା କଲେ ପରାଗ

ସ୍ବତନ୍ତ୍ର ରେକର୍ଡ ହାତଛଡ଼ା କଲେ ପରାଗ

କୋଲକାତା,୨୬।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ରିୟାନ ପରାଗ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ

୧୧ ବର୍ଷର ଧାରା ଭାଙ୍ଗି ପାରିଲେ ନାହିଁ କାର୍ତ୍ତିକ

୧୧ ବର୍ଷର ଧାରା ଭାଙ୍ଗି ପାରିଲେ ନାହିଁ କାର୍ତ୍ତିକ

କୋଲକାତା,୨୬।୪- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଦୀନେଶ କାର୍ତ୍ତିକ ୧୧ ବର୍ଷର ଧାରା ଭାଙ୍ଗିବାରେ ବିଫଳ ହୋଇଛନ୍ତି। 

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। 

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। 

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। 

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ବେଙ୍ଗାଲୁରୁ, ୨୬ା୪ (ପି.ଟି.)-ଇରାନର ଏହେସାନ ହେଦାରି ନେଜହାଦ୍‌ଭଙ୍କୁ ୬-୪ରେ ପରାସ୍ତ କରି ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଉଦ୍‌ଘାଟନୀ ଏସିଆନ ସ୍ନୁକର  ଟୁର୍‌ ଟାଇଟଲ ହାସଲ କରିଛନ୍ତି। 

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ ଥିବା ତିନୋଟି ଦଳ ସୁପରନୋଭାସ, ଟ୍ରେଲ୍‌ବ୍ଲେଜର୍ସ ଏବଂ ଭେଲୋସିଟି ଦଳର ଅଧିନାୟକତ୍ୱ ଯଥାକ୍ରମେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ କରିବେ।

ରାଜସ୍ଥାନ ୩ ଉଇକେଟରେ ବିଜୟୀ

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ ବାକିଥାଇ ୩ ଉଇକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri