ଅପରାଧ | ବାଲେଶ୍ୱର

୧୪୦ ଲିଟର ଚୋରା ମଦ ଜବତ: ଜଣେ ଗିରଫ, ୨ ଫେରାର

୧୪୦ ଲିଟର ଚୋରା ମଦ ଜବତ: ଜଣେ ଗିରଫ, ୨ ଫେରାର

ନୀଳଗିରି,୮।୧୧(ଡି.ଏନ.ଏ.): ବାଲେଶ୍ବର ଜିଲା ନୀଳଗିରି ବ୍ଲକର ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୪୦ ଲିଟର ଦେଶୀ ମଦ ସହ ବାଇକ ଜବତ କରିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏଖ ମାମଲା (ନଂ,୭୫।୧୮,୭୬।୧୮ ଓ ୭୭।୧୮) ରୁଜୁ ହୋଇଛି ।  ୩ ଜଣ ମଦ ବେପାରୀଙ୍କ ଭିତରୁ ୨ ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ବରହମପୁର ଥାନା ଭୋଳନାଳ ଗାଁର କାଜଲ ହେମ୍ବ୍ରମ। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୂର୍ବାହ୍ନରେ ଉପନିରୀକ୍ଷକ ଲକ୍ଷେ ସାଧବ ପ୍ରଧାନଙ୍କ ନେତୃତ୍ୱବରେ କେଶବ ଚନ୍ଦ୍ର ଦାସ ସହ ଉପନିରୀକ୍ଷକ ଚନ୍ଦ୍ର ମୋହନ ସେଠୀ  ଓ ଜୟନ୍ତୀ ଆଚର୍ଯ୍ୟଙ୍କ ସମେତ ଅବକାରୀ ଟିମ ଚଢାଉ କରିଥିଲେ।


All Right Reserved By

ଅପରାଧ | ବାଲେଶ୍ୱର

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଚୋରା କୋଇଲା ବୋଝେଇ ୪ ଟ୍ରକ୍‌କୁ ଧରିଲା ପୋଲିସ: ୫୫ଟନ୍‌ରୁ ଊର୍ଦ୍ଧ୍ୱ କୋଇଲା ଜବତ, ୪ ଗିରଫ

ଛେଣ୍ଡିପଦା,୨୦।୨(ସ୍ବ.ପ୍ର): ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୋଲିସ ବୁଧବାର ଭୋର ୪ଟାରେ  ସନ୍ତାରାବନ୍ଧରୁ କୋଶଳା- ଜରପଡା ରାସ୍ତା ଦେଇ ଜାତୀୟ ରାଜପଥରେ ବାହାରକୁ ଚାଲାଣ ହେଉଥିବା ୩ ଚୋରା କୋଇଲା ବୋଝେଇ ଟ୍ରକ୍‌କୁ ଜବତ କରିଛି। ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। 

ଡକାୟତ ଗ୍ୟାଙ୍ଗର ୮ ଗିରଫ: ୬ ବାଇକ୍‌, ୭୬ ହଜାର ଟଙ୍କା, ସୁନା ଅଳଙ୍କାର, ୧୦ ମୋବାଇଲ ଜବତ

ଡକାୟତ ଗ୍ୟାଙ୍ଗର ୮ ଗିରଫ: ୬ ବାଇକ୍‌, ୭୬ ହଜାର ଟଙ୍କା, ସୁନା ଅଳଙ୍କାର, ୧୦ ମୋବାଇଲ ଜବତ

କଟକ ଅଫିସ, ୨୦।୨- କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଜାନୁୟାରୀ ୧ ତାରିଖରେ ଏକ ଲୁଟ୍‌ ଘଟଣାର ତଦନ୍ତ କରିବାକୁ ଯାଇ ମଙ୍ଗଳବାର ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ପୋଲିସ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ ବାଇକ୍‌, ସୁନା ଅଳଙ୍କାର, ୧୦ ମୋବାଇଲ, ନଗଦ ୭୬ ହଜାର ଟଙ୍କା ସହ ଅନ୍ୟ ଜିନିଷ ଜବତ କରିଛି। 

ଅନୁଗୋଳର ନାବାଳିକା କଟକରେ ବିକ୍ରି, ବନ୍ଦ ଘରେ ୪ ଦିନ ଗଣବଳାତ୍କାର: ୫ ଇଞ୍ଜିନିୟରିଂ ଛାତ୍ର କରିଥିଲେ

ଅନୁଗୋଳର ନାବାଳିକା କଟକରେ ବିକ୍ରି, ବନ୍ଦ ଘରେ ୪ ଦିନ ଗଣବଳାତ୍କାର: ୫ ଇଞ୍ଜିନିୟରିଂ ଛାତ୍ର କରିଥିଲେ

କଟକ ଅଫିସ,  ୨୦।୨-ଅନୁଗୋଳର ଜଣେ ନାବାଳିକାଙ୍କୁ କଟକରେ ବିକ୍ରି ପରେ ଗଣବଳାତ୍କାର କରାଯାଇଛି। ୫ଜଣ ଇଞ୍ଜିନିୟରିଂ ଛାତ୍ର ସମ୍ପୃକ୍ତ ନାବାଳିକାଙ୍କୁ ଏକ ବନ୍ଦ ଘରେ ରଖି ୪ଦିନ ଧରି ବଳାତ୍କାର କରିଛନ୍ତି। ମଙ୍ଗଳାବାଗ ଥାନାଞ୍ଚଳରେ ଏହି ସ୍ପର୍ଶକାତର ଘଟଣା ଘଟିଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ରେଳ ଷ୍ଟେଶନରୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। 

ବେଆଇନ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିଲେ; ୬ ଦେଶୀ ବନ୍ଧୁକ, ୧୨ ଗୁଳି ଜବତ: ୩ ଗିରଫ

ବେଆଇନ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିଲେ; ୬ ଦେଶୀ ବନ୍ଧୁକ, ୧୨ ଗୁଳି ଜବତ: ୩ ଗିରଫ

କଟକ ଅଫିସ/ ଚୌଦ୍ୱାର (ଡି.ଏନ୍‌.ଏ), ୨୦।୨- ବେଆଇନ ଭାବେ ବନ୍ଧୁକ  ରଖି  ବନ୍ୟଜନ୍ତୁ ଶିକାର କରୁଥିଲେ। ଏହି ଘଟଣାରେ ଚୌଦ୍ୱାର ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଗୋଡଧୁଆ ଗ୍ରାମର ସାଧୁଆ ପୁର୍ତ୍ତି ଓରଫ ସର୍ଜନ୍‌(୩୫), ମାଛଖଣ୍ଡିଆ ଗ୍ରାମର ମନୋଜ ଡରେଇ (୨୯) ଓ ରଘୁନାଥ ଡରେଇ (୪୫) ା ସେମାନଙ୍କ ଠାରୁ ପୋଲିସ ୬ ଦେଶୀ ବନ୍ଧୁକ ସହିତ ୧୨ଟି ଅଫୁଟା ଗୁଳି ଜବତ କରିଛି। ଏନେଇ ପୋଲିସ ଆମର୍‌ସ ଆକ୍ଟ ୨୫(ଆଇ)(ଏ)ରେ ଏକ ମାମଲା(୪୯/୧୯) ରୁଜୁ କରି ଅଧିକ ଖୋଳତାଡ଼ କରୁଛି।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା:୩ ଦିନ ପରେ ହୋଇଥାଆନ୍ତା ବାହାଘର

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା:୩ ଦିନ ପରେ ହୋଇଥାଆନ୍ତା ବାହାଘର

ବେଗୁନିଆ/ବୋଲଗଡ଼,୧୯ା୨ (ଡି.ଏନ.ଏ.) - ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଦେଉଳି ନୂଆସାହିରେ ସୋମବାର ମଧ୍ୟାହ୍ନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ଯୁବକଙ୍କୁ ତାଙ୍କ ବଡ଼ବାପା ପୁଅ ଗାଁ ଦାଣ୍ଡ ରାସ୍ତାରେ ଗୋଡେଇ ଗୋଡେଇ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି।

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି

ଦିଗପହଣ୍ଡି,୧୬।୨(ଡି.ଏନ.ଏ.)- ଦିଗପହଣ୍ଡି-ଚିକିଟି ଲେନରେ ଅବସ୍ଥିତ ଗୁପ୍ତେଶ୍ୱର ଶୈବ ମନ୍ଦିରରୁ ଶୁକ୍ରବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ମନ୍ଦିର କମିଟି ସଭାପତି ବିଚିତ୍ର ପଟ୍ଟନାୟକ ଜାଣିପାରି ଏ ନେଇ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ତଦନ୍ତ ଜାରି ରହିିଛି। ଶୁକ୍ରବାର ମଧ୍ୟରାତ୍ରିରେ ମନ୍ଦିର ପରିସରରେ ରାତ୍ରି ଜଗୁଆଳି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପଶିଥିଲେ। ମନ୍ଦିର ପରିସରରେ ଥିବା ଚାରୋଟି କୋଠାରି  ତାଲା ଭାଙ୍ଗି ପାଣି ମୋଟର, ବେତାର ଯନ୍ତ୍ର ଓ ପୂଜା ପିତଳ ସାମଗ୍ରୀ ଏହିପରି ଭାବେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଚୋରି କରି ନେଇଛନ୍ତି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।