ଅପରାଧ | ବାଲେଶ୍ୱର

ଜମିଜମା ବିବାଦରୁ ମାରପିଟ୍‌, ଜଣେ ମୃତ

ଜମିଜମା ବିବାଦରୁ ମାରପିଟ୍‌, ଜଣେ ମୃତ

ବାରିପଦା ଅଫିସ,୮।୧୧: ଗୋରୁମହିଶାଣି ଥାନା ଅଧୀନ ଡଙ୍ଗାପାଣି ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ୍‌ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗୁଣ୍ଡି ନାୟକ। ଜମିଜମା ବିବାଦକୁ ନେଇ ବୁଧବାର ଗୁଣ୍ଡିଙ୍କ ସହ ତାଙ୍କ ଭାଇ କୁଆଁର, ଦୁଇ ପୁତୁରା ଦୁକା, ଉତିଙ୍କ ସହ ବଚସା ହୋଇଥିଲା। ପରେ ସେ ଠେଙ୍ଗାରେ ପିଟି ପିଟି ଗୁଣ୍ଡିଙ୍କୁ ହତ୍ୟା କରିଥିଲେ। ପୋଲିସ ଉକ୍ତ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। 

All Right Reserved By

ଅପରାଧ | ବାଲେଶ୍ୱର

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା:   ଜଣେ ଗିରଫ

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା: ଜଣେ ଗିରଫ

ବାଲେଶ୍ୱର ଅଫିସ/ବାହାନଗା,୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ବାହାନଗାସ୍ଥିତ ରେଳ ଲାଇନ୍‌ରେ ଗତ ଶନିବାର ଏକ ତେଲ ଭର୍ତ୍ତି  ରେଳ ୱାଗନ୍‌ ଛିଡ଼ା ହୋଇଥିବା ବେଳେ କେତେକ ଲୋକ ସେଥିରୁ ତେଲ ଚୋରି କରିଥିବା ଅଭିଯୋଗ ହୋଇଥିଲା। 

ମାଛଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଚାନ୍ଦବାଲି, ୧୯।୧୧ (ଡି.ଏନ.ଏ.) - ରବିବାର ବିଳମ୍ବିତ ରାତିରେ ଚିଙ୍ଗୁଡ଼ି ଘେରିରେ ପଶି ମାଛ ଚୋରି କରୁଥିବା ବେଳେ ଜଣେ ଯୁବକଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି।

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

ବଡ଼ବିଲ,୧୯।୧୧(ସ୍ବ.ପ୍ର.): ରୁଗୁଡି ଥାନା ପୋଲିସ ସୋମବାର କାଠ ବୋଝେଇ ୨ ସ୍କର୍ପିଓକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ ବଡ଼ବିଲ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ଜଣେ ଗୁରୁତର

ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ଜଣେ ଗୁରୁତର

ଅନୁଗୋଳ ଅଫିସ,୧୯।୧୧: ଅନୁଗୋଳ ଜିଲା  ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବରମ ଗାଁ ନିକଟରେ ସୋମବାର  ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କୁ ଏସିଡ୍‌ ମାଡ଼ କରିଛନ୍ତି। 

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ସୁନ୍ଦରଗଡ଼/ବଡ଼ଗାଁ, ୧୯।୧୧ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ବଡ଼ଗାଁ ମହାବୀର ଛକ ନିକଟ ଚଳନାମୁଣ୍ଡାପଡ଼ାରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ଗୁଳିକାଣ୍ଡ ଘଟିଛି। ଜଣେ ଯୁବକଙ୍କ ଉପରକୁ ୨ଜଣ ଦୁର୍ବୃତ୍ତ ଗୁଳିଚାଳନା କରି ଫେରାର୍‌ ହୋଇଯାଇଛନ୍ତି।

୪୫ ବସ୍ତା ଚୋରା କୋଇଲା ଜବତ

୪୫ ବସ୍ତା ଚୋରା କୋଇଲା ଜବତ

ତିହିଡ଼ି, ୧୮।୧୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡି ଥାନା ଅଧୀନ ମଙ୍ଗଳପୁର ଓ ତଳମୂଷାଙ୍ଗ ରାସ୍ତାରୁ ୪୫ ବସ୍ତା ଚୋରା କୋଇଲା ସ୍ଥାନୀୟ ପୋଲିସ ରବିବାର ମଧ୍ୟାହ୍ନରେ ଜବତ କରିଛି। ଏଥିସହ ୧୦ ସାଇକେଲ ମଧ୍ୟ ଜବତ କରାଯାଇଛି। 

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ତୁଳସୀପୁର ଏଟିଏମ୍‌ ତାଡି ଲୁଟ୍‌ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଜେଲ ଗଲେ

ଖୋର୍ଦ୍ଧା ଅଫିସ, ୧୮।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ତାଡି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

 ନୟାଗଡ଼ ଅଫିସ,୧୮।୧୧- ନୟାଗଡ଼ ଜିଲା ଏମ୍‌ଭିଆଇ ପ୍ରଭାକର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ  ନଗଦ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ କରାଯାଇଛି।ସୂଚନା ଅନୁସାରେ, ନୟାଗଡ଼-ଓଡ଼ଗାଁ ରାସ୍ତା ଲେଙ୍କୁଡ଼ିପଡ଼ା ମିଲନ ମାର୍ବଲ୍ସଠାରେ ଏମଭିଆଇ ପ୍ରଭାକର ଘର ଭଡ଼ା ନେଇ ରହୁଥିଲେ। ଶନିବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ କାର (ନଂ.ଓଡ଼ି ୦୭ ଏଲ୍‌ ୫୯୮୨)ରେ ପରିବାର ସହିତ ବ୍ରହ୍ମପୁର ଷ୍ଟେଶନ ନିକଟରେ ଥିବା ତାଙ୍କ ଘରକୁ ଯାଉଥିଲେ। 

ବେଆଇନ ବାଲିଘାଟ ଉପରେ ଚଢ଼ାଉ  :୮ ଟ୍ରାକ୍ଟର, ୧ ଜେସିବି ଜବତ

ବେଆଇନ ବାଲିଘାଟ ଉପରେ ଚଢ଼ାଉ :୮ ଟ୍ରାକ୍ଟର, ୧ ଜେସିବି ଜବତ

ବିରଜାକ୍ଷେତ୍ର,୧୮ା୧୧(ଡି.ଏନ.ଏ.)- ଯାଜପୁର ତହସିଲଦାର ସୁନୀଲ କୁମାର ମେହେର ଯାଜପୁର ପୋଲିସ ଓ ସଦର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ବେଆଇନ ଭାବେ ପରିବହନ ହେଉଥିବା ଦେବୀଗଡ଼ା, ନାଥସାହି, ପୁରୁଷୋତ୍ତମପୁର ବାଲି ଘାଟ ଉପରେ ଚଢ଼ାଉ କରି ୮ ଟ୍ରାକ୍ଟର ଓ ୧ ଜେସିବି ଜବତ କରିଛନ୍ତି। 

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ ମାମଲା: ବୟାନ ଭିଡିଓ ଭାଇରାଲ

ଛତ୍ରପୁର,୧୮ା୧୧(ଡି.ଏନ.ଏ.)- ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧୀନ ବଡ ଆର୍ଯ୍ୟପଲ୍ଲୀ ଗଁ। ର ପି. ରାମାୟାଙ୍କ ସ୍ତ୍ରୀ  ପି.କର୍ଲାମ୍ମା ୧୧ ତାରିଖରେ ପୋଡି ହୋଇଯାଇଥିଲେ ।  ପରେ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୋଇଥିବା  ମୃତ୍ୟୁ ଭିନ୍ନମୋଡ ନେଇଛି ।  

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଲାଙ୍ଗୀର ଅଫିସ,୧୮ା୧୧ବଲାଙ୍ଗୀର ସହରରେ ଏବେ ଡ୍ରଗ୍ସ କାରବାର, ଲୁଟ୍‌ପାଟ୍‌ ଘଟଣା ବଢ଼ିବାରେ ଲାଗିଛି ା ବିଭିନ୍ନ ଛକ ଓ ରାସ୍ତାରେ ରୋଡ ରୋମିଓଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଶେଷକରି ଛାତ୍ରୀ ଓ ଯୁବତୀମାନେ  ହଇରାଣ ହରକତ ହେଉଛନ୍ତି । 

ତୁଳସୀପୁର ଏଟିଏମ୍‌ ମେଶିନ୍‌  ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨  ଅଭିଯୁକ୍ତଙ୍କୁ ଜେଲ

ତୁଳସୀପୁର ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣା : ଜାମିନ ନାମଞ୍ଜୁର, ୨ ଅଭିଯୁକ୍ତଙ୍କୁ ଜେଲ

ଖୋର୍ଦ୍ଧା ଅଫିସ,୧୭।୧୧: ଖୋର୍ଦ୍ଧା ଟାଉନ ଥାନା ବାଘମାରୀ ଫାଣ୍ଡି ଅନ୍ତର୍ଗତ  ତୁଳସୀପୁରର ଇଣ୍ଡିକାସ୍‌ ଏଟିଏମ୍‌ ମେଶିନ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ।