ରାଜ୍ୟ |

ଅଗ୍ନିକାଣ୍ଡ ଘଟି ଦୋକାନ ଜଳିଗଲା: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ

ଅଗ୍ନିକାଣ୍ଡ ଘଟି ଦୋକାନ ଜଳିଗଲା: ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ

କଣ୍ଟାପଡା, ୮।୧୧(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ବଜାରରେ ଥିବା ଏକ ଭେରାଇଟ ଷ୍ଟୋରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡଛି। ସଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଅଡଶପୁର ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ଆସି ନିଅଁାକୁ ଆୟତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ବାଲିପାଟଣା ଥାନା ଅଧୀନସ୍ଥ ବନମାଳିପୁରର ନିବାସ ଚନ୍ଦ୍ର ଗିରିଙ୍କର ଅଡଶପୁର ବଜାରରେ ଏକ ଭେରାଇଟ ଷ୍ଟୋର ରହିଛି। ବୁଧବାର ଦୀପାବଳୀ ଥିବାରୁ ସେ ଦୋକାନ ବନ୍ଦକରି ଗଁାକୁ ଚାଲି ଯାଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ଦୋକାନ ଭିତରୁ ଧୂଆଁ ବାହରୁଥିବା ଦେଖି ବଜାରରେ ପାଟ୍ରୋଲିଂ କରୁଥିବା ଓଲଟପୁର ପୋଲିସ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେସଙ୍ଗେ ଅଡଶପୁର ଅଗ୍ନିଶମ ବିଭାଗକୁ ଖବର ଦେବାରୁ ବିଭାଗୀୟ କର୍ମଚାରମାନେ ଦମକଳ ଗାଡିରେ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ମାଲିକ ନ ଥିବାରୁ ସେମାନେ ଦେକାନ କବାଟ ଭାଙ୍ଗିବାକୁ ସାହାସ କରି ନ ଥିଲେ। ଖବରପାଇ ଦୋକାନୀ ବହୁ ସମୟପରେ ଆସି ପହଞ୍ଚି କବାଟ ଖୋଲିବାରୁ ଅଗ୍ନିଶମ କର୍ମଚାରୀମାନେ ନିଅଁାକୁ ଆୟତ କରିଥିଲେ। ତେବେ ସେତେବେଳକୁ ଦୋକାନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲକ୍ଷରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଜିନିଷପତ୍ର ପୋଡି ଯିବାସହ ସଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

All Right Reserved By

ରାଜ୍ୟ |

ପୁଣି କମିଲା ବସ ଭଡ଼ା

ପୁଣି କମିଲା ବସ ଭଡ଼ା

ଭୁବନେଶ୍ୱର, ୧୨।୧୨: ପୁଣି କମିଲା ବସ ଭଡ଼ା। ଡିଜେଲ ଦର କମିବାରୁ ରାଜ୍ୟରେ ବସ ଭଡ଼ା କମିଛି। ସାଧାରଣ ବସ ଭଡ଼ା କିଲୋମିଟର୍‌ ପିଛା ମାତ୍ର ୨ ପଇସା କମିଛି। 

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ, ୪୦ହଜାର କଳାକାରଙ୍କୁ ଭତ୍ତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରୁ କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ। ଆସନ୍ତା ୧୫ରୁ ଏହି ଯୋଜନାରେ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ୧୨ ଶହ ଟଙ୍କା ସହାୟତା ପ୍ରଦାନ କରାଯିବ। 

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଚାଷୀଙ୍କୁ ୫ ବର୍ଷ ଧରି ମିଳିବ ଆର୍ଥିକ ସହାୟତା: ନିରଞ୍ଜନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁ ଦେଶବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ଫଳାଫଳ ଏହାକୁ ପ୍ରମାଣିତ କରୁଛି। ତେବେ ଓଡ଼ିଶାରେ ମଧ୍ୟ ଚାଷୀଙ୍କ ସମସ୍ୟା କମ୍‌ ନୁହେଁ। ରାଜ୍ୟର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି।

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି।