
ଭଞ୍ଜନଗର, ୮।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡାଳ ଗ୍ରାମରେ ଗୁରୁବାର ସକାଳେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ହେଲେ ସୁଷମା ନାୟକ(୪୦)। ଗୁରୁତର ଅବସ୍ଥାରେ ସୁଷମାଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ କରାଯାଉଛି। ତାରସିଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।