ଜାତୀୟ |

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର : ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ

ନୂଆଦିଲ୍ଲୀ,୮।୧୧: ସରିଛି ଆଲୋକର ପର୍ବ ଦୀପାବଳି। ହେଲେ ଦିଲ୍ଲୀବାସୀ  ଦୀପାବଳି ପରଦିନ ସାମ୍ନା କରିଛନ୍ତି ସାଂଘାତିକ ବାୟୁ ପ୍ରଦୂଷଣର। ଗୁରୁବାର ସକାଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୱିଆଇ) ରହିଛି ୪୫୮। ଯାହା ଅତି ସାଂଘାତିକ ସ୍ତର ବୋଲି କୁହାଯାଉଛି। ଦିନକୁ ୬୭ଟି ସିଗାରେଟ ଟାଣିଲେ ଶରୀରରେ ଯେତିକି କ୍ଷତି ହୋଇଥାଏ, ଏବେ ଦିଲ୍ଲୀର ବାୟୁ ସେହି ପରିମାଣରେ ପଦୂଷିତ ହୋଇଥିବା କହିଛି ସିଷ୍ଟମ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଙ୍ଗ ଆଣ୍ଡ ରିସର୍ଚ୍ଚ (ଏସ୍‌ଏଏଫ୍‌ଏଆର୍‌)। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ କେବଳ ୨ ଘଣ୍ଟା ପାଇଁ ପରିବେଶ ଅନୁକୂଳ ବା ଗ୍ରୀନ୍‌ କ୍ରାକର ଫୁଟାଇବାକୁ। ହେଲେ ଏହାକୁ ବେଖାତିର କରିଛନ୍ତି ଦିଲ୍ଲୀବାସି। ଅନେକ ସ୍ଥାନରେ ବାୟୁ ଓ ଶବ୍ଦ ପ୍ରଦୂଷଣକାରୀ ଆତସବାଜି ଫୁଟିବାରୁ ଗୁରୁବାର ଅଧିକାଂଶ ଅଞ୍ଚଳରେ କୁହୁଡିର ଆସ୍ତରଣ ସାଙ୍ଗକୁ ଧୂଆଁଳିଆ ପରିବଶରେ ଲୋ ଭିଜିବିଲିଟି ପରି ସମସ୍ୟା ସୃଷ୍ଟି ହୋଇଥିଲା। 

All Right Reserved By

ଜାତୀୟ |

ନିର୍ବାଚନରେ ହାରିବା ପରେ ଡାକ୍ତରଖାନାରେ ନେତା

ନିର୍ବାଚନରେ ହାରିବା ପରେ ଡାକ୍ତରଖାନାରେ ନେତା

ହାଇଦ୍ରାବାଦ, ୧୨।୧୨: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଅସୁସ୍ଥ ହୋଇପଡିଛନ୍ତି ଦୁଇ ବରିଷ୍ଠ ନେତା। ନିର୍ବାଚନରେ ପରାଜୟବରଣ କରିବା ପରେ ଏତେ ଭାଙ୍ଗିପଡିଛନ୍ତି ଯେ ଦୁଇ ନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ପଡିଛି।

ନକାରାତ୍ମକ ରାଜନୀତି କରୁଛି ଭାଜପା: ସୋନିଆ ଗାନ୍ଧୀ

ନକାରାତ୍ମକ ରାଜନୀତି କରୁଛି ଭାଜପା: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ, ୧୨।୧୨: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ଶିବିରରେ ଆନନ୍ଦର ଲହରୀ ଖେଳିଯାଇଛି। ୩ଟି ରାଜ୍ୟରେ କଂଗ୍ରେସ ଭାଜପା ଗଡ ଭାଙ୍ଗି କ୍ଷମତା ନିଜ ସପକ୍ଷକୁ ଆଣିବାରେ ସମର୍ଥ ହୋଇଛି।

ଡିସେମ୍ବର ୧୩ରେ ଶପଥ ନେବେ କେସିଆର୍‌

ଡିସେମ୍ବର ୧୩ରେ ଶପଥ ନେବେ କେସିଆର୍‌

ହାଇଦ୍ରାବାଦ୍‌, ୧୨।୧୨: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ବିପୁଳ ବିଜୟ ସହ ପୁଣି କ୍ଷମତା ଫେରିଛନ୍ତି।

ଈଶା-ଆନନ୍ଦଙ୍କ ବହୁ ଚର୍ଚ୍ଚିତ  ବିବାହ: ଖର୍ଚ୍ଚ ହେବ ୭୦ କୋଟି

ଈଶା-ଆନନ୍ଦଙ୍କ ବହୁ ଚର୍ଚ୍ଚିତ ବିବାହ: ଖର୍ଚ୍ଚ ହେବ ୭୦ କୋଟି

ନୂଆଦିଲ୍ଲୀ,୧୨।୧୨: ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବହୁଚର୍ଚ୍ଚିତ ବାହାଘର ବୁଧବାର ସନ୍ଧ୍ୟାରେ ହେବ। ଏହା ଅମ୍ପାନୀଙ୍କ ମୁମ୍ବାଇ ସ୍ଥିତ ୨୭ ମହଲା ବିଶିଷ୍ଟ ପ୍ରାସାଦ ଏଣ୍ଟିଲିୟାରେ ସମ୍ପନ୍ନ ହେବ। 

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂ ଚୌହାନ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂ ଚୌହାନ

ଭୋପାଳ, ୧୨।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବରାଜ ସିଂ ଚୌହାନ। ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ରାଜଭବନରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ  ଭେଟି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। 

ଫଳାଫଳ ଘୋଷଣା ଶେଷ: ଏବେ ମୁଖ୍ୟମନ୍ତ୍ରୀ ପଦ ନେଇ ଆରମ୍ଭ ଟଣା ଓଟରା

ଫଳାଫଳ ଘୋଷଣା ଶେଷ: ଏବେ ମୁଖ୍ୟମନ୍ତ୍ରୀ ପଦ ନେଇ ଆରମ୍ଭ ଟଣା ଓଟରା

ନୂଆଦିଲ୍ଲୀ,୧୨।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି।  ଏନେଇ ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ତେବେ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣା ଓଟରା। 

ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର ଭାବେ କାର୍ଯ୍ୟ ଆରମ୍ଭ କଲେ ଶକ୍ତିକାନ୍ତ ଦାସ

ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର ଭାବେ କାର୍ଯ୍ୟ ଆରମ୍ଭ କଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ, ୧୨।୧୨: ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ନୂଆ ଆରବିଆଇ ଗଭର୍ଣ୍ଣରଙ୍କ ନାମ ଘୋଷଣା କରିଛନ୍ତି। ବିତ୍ତ ଆୟୋଗର ସଦସ୍ୟ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନାମ ଘୋଷଣା ହେବାର ଗୋଟିଏ ଦିନ ପରେ ସେ ବୁଧବାର ଦାୟିତ୍ୱ ନେଇଛନ୍ତି।

ଆନନ୍ଦୀବେନ୍‌ଙ୍କୁ ଭେଟି କଂଗ୍ରେସ ଦେଲା ୧୨୨ ସଦସ୍ୟଙ୍କ ସମର୍ଥନ ପତ୍ର

ଆନନ୍ଦୀବେନ୍‌ଙ୍କୁ ଭେଟି କଂଗ୍ରେସ ଦେଲା ୧୨୨ ସଦସ୍ୟଙ୍କ ସମର୍ଥନ ପତ୍ର

ଭୋପାଳ,୧୨।୧୨: ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକିୟା। ଏନେଇ ବୁଧବାର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଙ୍କୁ କଂଗ୍ରେସ ସଦସ୍ୟ ଭେଟି ୧୨୨ଜଣ ସଦସ୍ୟଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। 

ମାୟାବତୀଙ୍କ ହାତୀ ଢ଼ାଳିଲା ସୁନା କଳସ: ୨ ରାଜ୍ୟରେ କଂଗ୍ରେସ ଧରିବ ଶାସନ ଡୋର

ମାୟାବତୀଙ୍କ ହାତୀ ଢ଼ାଳିଲା ସୁନା କଳସ: ୨ ରାଜ୍ୟରେ କଂଗ୍ରେସ ଧରିବ ଶାସନ ଡୋର

ନୂଆଦିଲ୍ଲୀ,୧୨।୧୨: ଶେଷରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମାୟାବତୀଙ୍କ ହାତୀ ଚଢ଼ି କଂଗ୍ରେସ ଶାସନ ଗାଦିରେ ବସିବ। ମାୟାବତୀଙ୍କ ହାତୀ ସୁନା କଳସ ଢ଼ାଳି କଂଗ୍ରେସ ହାତରେ ଶାସନ ଡୋର ଧରାଇବ।

ମଧ୍ୟପ୍ରଦେଶ-ରାଜସ୍ଥାନରେ କିଙ୍ଗ୍‌ ମେକର ହେଲା ବିଏସ୍‌ପି: କଂଗ୍ରେସକୁ ସହଯୋଗର ହାତ ବଢ଼ାଇଲେ ମାୟାବତୀ

ମଧ୍ୟପ୍ରଦେଶ-ରାଜସ୍ଥାନରେ କିଙ୍ଗ୍‌ ମେକର ହେଲା ବିଏସ୍‌ପି: କଂଗ୍ରେସକୁ ସହଯୋଗର ହାତ ବଢ଼ାଇଲେ ମାୟାବତୀ

ଭୋପାଳ/ଜୟପୁର, ୧୨।୧୨: ସରକାର ଗଠନ ପାଇଁ ମଧ୍ୟପ୍ରଦେଶରେ କିଙ୍ଗ୍‌ ମେକରଙ୍କ ଆବଶ୍ୟକତା ରହିଥିବାବେଳେ କଂଗ୍ରେସକୁ ମାୟାବତୀଙ୍କ ବିଏସ୍‌ପି ସହଯୋଗର ହାତ ବଢ଼ାଇଛି। 

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ବେଙ୍ଗାଲୁର୍‌,୧୨।୧୨: ଫିଲ୍ମଷ୍ଟାର ରଜନୀକାନ୍ତ ବୁଧବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌।