
ବାଲିଅନ୍ତା, ୭।୧୧(ଡି.ଏନ୍.ଏ.)-ଦୀପାବଳିରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋର୍ଟର ନିର୍ଦ୍ଦେଶକୁ ଗଁା ଗହଳିରେ ଲୋକଙ୍କୁ ଅବଗତ କରାଇବା ପାଇଁ କମିଶନରେଟ ପୋଲିସ ବାଲିଅନ୍ତା ଥାନା ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି। ବାଲିଅନ୍ତା ଥାନା ଅଞ୍ଚଳରେ ବୁଧବାର ପୋଲିସର ଏକ ପ୍ରଚାର ଗାଡ଼ି ବୁଲାଯାଇଛି। ପ୍ରଚାର ଗାଡ଼ିରେ ଥାନାର ୨ପୋଲିସ କର୍ମଚାରୀ ଉପସ୍ଥିତ ରହି ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିଥିଲେ।