ରାଜ୍ୟ |

ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିଲେ ଶ୍ରଦ୍ଧାଳୁ

ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ,୬ା୧୧: ବୁଧବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶିପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଡାକିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ମଙ୍ଗଳବାରଠାରୁ ପୁରୀରେ ଭିଡ଼ ଜମେଇଥିଲେ। ଏ ନେଇ ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ଏହି ଅବସରରେ ଅନେକେ ବାଣ ଫୁଟାଇ ଦୀପାବଳି ମନାଇବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ସଜାଗ ରହିଥିବା ବେଳେ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଥାନାକୁ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ ପାଇଁ କୁହାଯାଇଛି। ଶ୍ରୀମନ୍ଦିରରେ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଶ୍ରୀମନ୍ଦିର ବାହାରେ ଏବଂ ସହରର ବିଭିନ୍ନ ସ୍ଥାନରେ ୪ ପ୍ଲାଟୁନ ଏହିପରି ମୋଟ ୭ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଦୀପାବଳିରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ବାଣ ଦୁର୍ଘଟଣାକୁ ଏଡାଇବା ଲାଗି ସହରର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ରହିବେ। ପୁରୀ ସହର ଲାଗି ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୬ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ଏହି କଟକଣା ମଙ୍ଗଳବାର ରାତିରୁ ଲାଗୁ କରାଯିବ। ସେହିପରି ସହର ଉପକଣ୍ଠ ବୀରଗୋବିନ୍ଦପୁର କାଳୀପୂଜା ଲାଗି ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିମଧ୍ୟରେ ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୭ ଇନ୍ସପେକ୍ଟର, ୨୩ ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ୯୦ ହୋମ୍‌ଗାର୍ଡଙ୍କୁ ମୁତୟନ କରାଯାଇଛି ବୋଲି ଏସ୍‌ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ କହିଛନ୍ତି।


All Right Reserved By

ରାଜ୍ୟ |

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ବାଲେଶ୍ୱର ଅଫିସ,୨୬।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନ ୧ଟା ୫୦ରେ ରାହୁଲ ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। 

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଝରିଗାଁ,୨୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଏକଟାଗୁଡା ଗ୍ରାମରେ ସୋମବାର ମଧ୍ୟାହ୍ନରେ ତେଲନଦୀ ପଞ୍ଚାୟତ ଭୁର୍ସିଡଙ୍ଗରୀ ଗ୍ରାମର ତିଲ ଗଣ୍ଡଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ତାଙ୍କ ପୁଅ ଜଗବନ୍ଧୁଙ୍କୁ  ଗିରଫକରି କୋର୍ଟଚାଲାଣ କରିଛିା

ଧକୋଠା ଗ୍ରାମରେ ବୋମା ପକାଇବା ଘଟଣା: ଥାନାରେ ମାମଲା ରୁଜୁ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଗ୍ରାମରେ ଗୁରୁବାର ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟିଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲୋ।

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ଘସିପୁରା ଥାନା ଖଡିବିଲ ଗ୍ରାମର ବିନ ଜେନାଙ୍କ ପୁଅ ନରେନ୍ଦ୍ର ଜେନା ୨୩ ତାରିଖ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ରିଗିଂର ଶିକାର ହୋଇ ଭୋଟ ଦେଇପାରି ନ ଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ପୁରୀ ଅଫିସ,୨୬ା୪: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ବାମୀଙ୍କ ସହ ଜୁହି ସିଂହଦ୍ୱାରରେ ପହଞ୍ଚିଥିଲେ। 

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

କଣ୍ଟାପଡା,୨୬।୪(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା ୨୯ ତାରିଖରେ ଭୋଟଗ୍ରହଣ ହେବ।

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

କାକଟପୁର, ୨୬।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଏ ନେଇ ରବି ଥାନାରେ ଅଭିଯୋଗ କରିଛନ୍ତି।

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

ମହାକାଳପଡ଼ା, ୨୬।୪(ଡି.ଏନ୍‌.ଏ.): ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। କେନ୍ଦ୍ରାପଡ଼ା ଜିଲା ମାହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ପଞ୍ଚାୟତ ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ’ ଆରମ୍ଭ ଅବସରରେ ଶୁକ୍ରବାର ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ନଂ. ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଓ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯିବା ସହ ତାଙ୍କ ଘର ଆଗରେ ଲଟ୍‌କା ଲଗାଯାଇଛି। ଗୋଟିଏ ପଟେ ପୋଲିସ ତାଙ୍କୁ ଧରିବା ଲାଗି ଚଢ଼ାଉ କରୁଥିବା ବେଳେ ସେ ଏକ ଭିଡିଓ ମେସେଜ ଜାରି କରିଛନ୍ତି।

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ା,୨୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ତାପମାତ୍ରା ଅଧିକ ପରିମାଣରେ ବୃଦ୍ଧି ପାଉଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri