ବାଣିଜ୍ୟ |

ଭିଡିଓକନ ଋଣ ପ୍ରଦାନ ମାମଲା; ଚନ୍ଦା କୋଚ୍ଚରଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ସମର୍ଥନ

ଭିଡିଓକନ ଋଣ ପ୍ରଦାନ ମାମଲା; ଚନ୍ଦା କୋଚ୍ଚରଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ସମର୍ଥନ

ନୂଆଦିଲ୍ଲୀ,୭-୧୧: ଭିଡିଓକନକୁ ଋଣ ପ୍ରଦାନ ମାମଲାରେ ଛନ୍ଦି ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କୁ ବ୍ୟାଙ୍କ ସମର୍ଥନ କରିଛି। ଏହି ମାମଲାରେ ବ୍ୟାଙ୍କ ପକ୍ଷରୁ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି)କୁ ଜବାବ ଦିଆଯାଇ କୁହାଯାଇଛି ଯେ, ଉକ୍ତ ଋଣ ପ୍ରଦାନ ସଂକ୍ରାନ୍ତରେ କୌଣସି ଆଚାର ସଂହିତାର ଉଲ୍ଲଂଘନ ହୋଇନାହିଁ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଇସିଆଇସିଆଇ ବ୍ୟାଙ୍କର ଶୀର୍ଷ ଅଧିକାରୀ ଓ ଏହାର ଓକିଲ ବ୍ୟକ୍ତିଗତ ଶୁଣାଣି ଲାଗି ଅକ୍ଟୋବର ୧୬ରେ ସେବି ସମ୍ମୁଖରେ ହାଜର ହୋଇଥିଲେ। ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଋଣ ପ୍ରଦାନ ମାମଲାରେ ଚନ୍ଦା ଷ୍ଟକ୍‌ ଏକ୍ସଚେଞ୍ଜକୁ ସମସ୍ତ ତଥ୍ୟ ଦେଇସାରିଛନ୍ତି। ବ୍ୟାଙ୍କର ଆଚାର ସଂହିତାର ଉଲ୍ଲଂଘନ ହୋଇନି ବୋଲି କୁହାଯାଇଛି। ଆଚାର ସଂହିତା ଅନୁଯାୟୀ ବ୍ୟାଙ୍କର କୌଣସି କର୍ମଚାରୀଙ୍କ ପରିବାରବର୍ଗ କୌଣସି ନିବେଶ କରିଥିଲେ ତାହା ବ୍ୟାଙ୍କକୁ ଜଣାଇବା ବାଧ୍ୟତାମୂଳକ ନୁହେଁ। ଚନ୍ଦା ଏ ସମ୍ପର୍କରେ ଜଣାଇବା ପାଇଁ ବାଧ୍ୟ ନଥିଲେ। ଭିଡିଓକନ ଓ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ନ୍ୟୁପାଓ୍ବାର ରିନ୍ୟୁଏବଲ୍ସ ମଧ୍ୟରେ  ଆର୍ଥିକ କାରବାର ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ବୋଲି ଅଭିଯୋଗ କରି ସେବି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

All Right Reserved By

ବାଣିଜ୍ୟ |

ହୋଣ୍ଡାର ନୂଆ ସିବିୟୁ ଆମଦାନୀ ବାଇକର ବୁକିଂ ଆରମ୍ଭ

ହୋଣ୍ଡାର ନୂଆ ସିବିୟୁ ଆମଦାନୀ ବାଇକର ବୁକିଂ ଆରମ୍ଭ

ଭୁବନେଶ୍ୱର,୧୨-୧୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଆମଦାନି ହେବାକୁ ଥିବା ଏହାର ୨୦୧୯ କମ୍ପ୍ଲିଟ ବିଲ୍‌ଟ ୟୁନିଟ (ସିବିୟୁ) ବାଇକଗୁଡ଼ିକର ବୁକିଙ୍ଗ ଆରମ୍ଭ ହୋଇଛି। 

ଆଲୁମିନିୟମ ବିଲେଟ ଉତ୍ପାଦନ କଲା ନାଲକୋ

ଆଲୁମିନିୟମ ବିଲେଟ ଉତ୍ପାଦନ କଲା ନାଲକୋ

ଭୁବନେଶ୍ୱର,୧୨-୧୨: ନାଲକୋ ପକ୍ଷରୁ ନୂତନ ଉତ୍ପାଦ ଷ୍ଟ୍ରୋଣ୍ଟିୟମ ସଂଶୋଧିତ ଆଲୁମିନିୟମ ବିଲେଟ ସିଏଚ୍‌-୯୧ ଗ୍ରେଡ ବଜାରକୁ ଆସିଛି। 

ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ଫ୍ରି ସପିଂ ଓ୍ବିକେଣ୍ଡ ଆଜିଠାରୁ

ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ଫ୍ରି ସପିଂ ଓ୍ବିକେଣ୍ଡ ଆଜିଠାରୁ

ଭୁବନେଶ୍ୱର,୧୨-୧୨: ଫ୍ୟୁଚର ଲାଇଫ ଷ୍ଟାଇଲ ଫ୍ୟାଶନ ପକ୍ଷରୁ ଏହାର ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ଫ୍ରି ସପିଂ ଓ୍ବିକେଣ୍ଡ ଆରମ୍ଭ ହୋଇଛି। ଏହା ଚଳିତ ମାସ ୧୨ରୁ ୧୬ ଯାଏ ଚାଲିବ। 

ମୂଲ୍ୟ ବଢାଇବ ରେନୋ ଇଣ୍ଡିଆ

ମୂଲ୍ୟ ବଢାଇବ ରେନୋ ଇଣ୍ଡିଆ

ଭୁବନେଶ୍ୱର,୧୨-୧୨: ପ୍ରମୁଖ କାର ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ଜାନୁୟାରୀରେ ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ଏହାର ବିିଭିନ୍ନ ମଡେଲଗୁଡ଼ିକ ଉପରେ ପ୍ରାୟ ୧.୫% ମୂଲ୍ୟ ବୃଦ୍ଧି କରିବାକୁ ବୋଲି ଘୋଷଣା କରିଛି। 

ଏଏସ୍‌ବିଏମ୍‌ର ବାର୍ଷିକ ଉତ୍ସବ

ଏଏସ୍‌ବିଏମ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୨-୧୨: ଏସିଆନ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ପକ୍ଷରୁ ଏହାର ଦ୍ୱାଦଶ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। 

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ଭାବେ ନିଯୁକ୍ତ ହୋଇଛନ୍ତି। ଶକ୍ତିକାନ୍ତ ଓଡ଼ିଆ ହୋଇଥିବାରୁ ରାଜ୍ୟର ବହୁବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ଶକ୍ତିକାନ୍ତଙ୍କ ଯାତ୍ରା; ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟ୍‌

ନୂଆଦିଲ୍ଲୀ,୧୨-୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କର ମଙ୍ଗ ଧରିଛନ୍ତି ଅବସରପ୍ରାପ୍ତ ଓଡିଆ ଆଇଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ। ଦ୍ୱନ୍ଦ୍ୱଠାରୁ ଦୂରରେ ରହି ସମାଧାନ ଲାଗି ସହମତି ଉପରେ ଜୋର ଦେଉଥିବା ଶକ୍ତିକାନ୍ତ ଜଣେ ବ୍ୟୁରୋକ୍ରାଟ୍‌ ଭାବେ ନର୍ଥ ବ୍ଲକରୁ ମିଣ୍ଟ ଷ୍ଟ୍ରିଟରେ ପଦାର୍ପଣ କରିଛନ୍ତି। 

ଶକ୍ତିକାନ୍ତଙ୍କ ହାତରେ ଆର୍‌ବିଆଇ ମଙ୍ଗ

ଶକ୍ତିକାନ୍ତଙ୍କ ହାତରେ ଆର୍‌ବିଆଇ ମଙ୍ଗ

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କର ମଙ୍ଗ ଧରିଛନ୍ତି ଅବସର ପ୍ରାପ୍ତ ଓଡିଆ ଆଇଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ। କ୍ୟାବିନେଟର ନିଯୁକ୍ତି କମିଟି ମଙ୍ଗଳବାର ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। 

ଆର୍‌ବିଆଇ ପ୍ରତି ଭରସା ସୃଷ୍ଟି ଶକ୍ତିକାନ୍ତଙ୍କ ଲାଗି ଚ୍ୟାଲେଞ୍ଜ

ଆର୍‌ବିଆଇ ପ୍ରତି ଭରସା ସୃଷ୍ଟି ଶକ୍ତିକାନ୍ତଙ୍କ ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨-୧୨:  ତାମିଲନାଡୁ କ୍ୟାଡରର ଓଡ଼ିଆ ଆଏଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ଗଭର୍ନର ରୂପେ ନିଯୁକ୍ତି ମିଳିଛି। ନୂଆ ଦାୟିତ୍ୱ ସହ ତାଙ୍କୁ ଆଗାମୀ ଦିନରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ।

ସିଏଜି ରାଜୀବ ମେହରିସି ୟୁଏନ୍‌ ଅଡିଟର କମିଟିର ଭାଇସ ଚେୟାର

ସିଏଜି ରାଜୀବ ମେହରିସି ୟୁଏନ୍‌ ଅଡିଟର କମିଟିର ଭାଇସ ଚେୟାର

ନୂଆଦିଲ୍ଲୀ,୧୨-୧୨:  କମ୍ପଟ୍ରୋଲର  ଆଣ୍ଡ ଅଡିଟର ଜେନେରାଲ  ଅଫ୍‌ ଇଣ୍ଡିଆ(ସିଏଜି) ରାଜୀବ ମେହରିସି ୟୁଏନ ଅଡିଟର କମିଟିର ଭାଇସ ଚେୟାର ଭାବେ ନିଯୁକ୍ତ ହୋଇଛନ୍ତି। ଜାତିସଂଘ ଅଡିଟର କମିିଟିରେ ସଦସ୍ୟ ଦେଶ ତଥା ଜାତିସଂଘର ଅଡିଟର ମାନଙ୍କୁ ନିଯୁକ୍ତ କରାଯାଏ।

ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ

ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ

ନୂଆଦିଲ୍ଲୀ,୧୨-୧୨:  ନଭେମ୍ବରରେ ଭାରତୀୟ କମ୍ପାନୀଙ୍କ ବିଦେଶୀ ନିବେଶ ୩୫% ହ୍ରାସ ପାଇ ୧.୦୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୨-୧୨:  କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ନର ଭାବେ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା।