ବାଣିଜ୍ୟ |

ପିଏନ୍‌ବି ଦୁର୍ନୀତି;ଚୋକ୍‌ସୀଙ୍କ ଘନିଷ୍ଠ କୁଲକର୍ଣ୍ଣି ଗିରଫ

ପିଏନ୍‌ବି ଦୁର୍ନୀତି;ଚୋକ୍‌ସୀଙ୍କ ଘନିଷ୍ଠ କୁଲକର୍ଣ୍ଣି ଗିରଫ

ନୂଆଦିଲ୍ଲୀ,୭-୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅନ୍ୟତମ ଅପରାଧି ମେହୁଲ ଚୋକ୍‌ସୀଙ୍କ ଘନିଷ୍ଠ ସହଯୋଗୀ ଦୀପକ କୁଲକର୍ଣ୍ଣିଙ୍କୁ ମଙ୍ଗଳବାର ଗିରଫ କରିଛି। ହଂକଂରୁ ସେ ଭାରତ ପହଞ୍ଚତ୍ବା ମାତ୍ରେ ତାଙ୍କୁ କୋଲକାତାରୁ ଗିରଫ କରାଯାଇଛି। ସେ ହଂକଂରେ ଚୋକ୍‌ସୀଙ୍କ କମ୍ପାନୀରେ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପିଏମ୍‌ଏଲ୍‌ଏ ଆଇନ ଅଧୀନରେ କୁଲକର୍ଣ୍ଣିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ମୁମ୍ବାଇ ନିଆଯାଇ ସେଠାର ପିଏମ୍‌ଏଲ୍‌ଏ ଅଦାଲତରେ ହାଜର କରାଯିବ। ସୂଚନାଥାଉ କି, ଚୋକ୍‌ସୀ ଓ ହୀରା ବ୍ୟବସାୟୀ ନୀରବ ମୋଦି ଓ ଅନ୍ୟମାନଙ୍କ ବିରୋଧରେ ଇଡି ମାମଲା ଦାଏର କରିଛି। କୁଲକର୍ଣ୍ଣିଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ୍‌ ଆଉଟ ସର୍କୁଲାର ଜାରି କରାଯାଇଥିଲା।

ନୀରବଙ୍କ ଦୁବାଇ ସମ୍ପତ୍ତି ଜବତ ହେବ

ପିଏନ୍‌ବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବେ ଫେରାର ଥିବା ବେଳେ ଦୁବାଇରେ ଥିବା କମ୍ପାନୀ ତାଙ୍କର ବ୍ୟକ୍ତିଗତ ଓ କମ୍ପାନୀ ଫାୟାରଷ୍ଟାରର ୫୬.୮୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟୁନାଇଟେଡ ଆରବ ଏମିରେଟ୍‌କୁ ମଙ୍ଗଳବାର ଚିଠି ଲେଖିଛି। ଅଦ୍ୟାବଧି ନୀରବଙ୍କ ୪୮୦୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇସାରିଛି। 

All Right Reserved By

ବାଣିଜ୍ୟ |

ସାମ୍‌ସଙ୍ଗର ନୂଆ ଏସ୍‌ଏସ୍‌ଡି ବଜାରରେ

ସାମ୍‌ସଙ୍ଗର ନୂଆ ଏସ୍‌ଏସ୍‌ଡି ବଜାରରେ

ଭୁବନେଶ୍ୱର,୧୯-୧୧: ସାମ୍‌ସଙ୍ଗ ପକ୍ଷରୁ ନୂଆ ସାମ୍‌ସଙ୍ଗ ଡାଟା ସେଣ୍ଟର ସଲିଡ୍‌ ଡ୍ରାଇଭ୍‌ (ଏସ୍‌ଏସ୍‌ଡି) ବଜାରକୁ ଆସିଛି। କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗଗୁଡିକ ଲାଗି ଏହା ବିଶେଷ ଭାବେ ସହାୟକ ହେବ। ଉଚ୍ଚ କ୍ଷମତା ସମ୍ପର୍ନ କମ୍ପ୍ୟୁଟିଂ ସଂରକ୍ଷଣ ନିମନ୍ତେ ଏହା ସକ୍ଷମ ହେବ। ଏହା ତ୍ୱରିତ ତଥା ଉନ୍ନତ ପରଫରମାନ୍ସ ପ୍ରଦାନ କରିବ ବୋଲି କମ୍ପାନି ପକ୍ଷରୁ ସୂଚନା ରହିଛି। 

ଟାଟା କଳିଙ୍ଗ ନଗର ୟୁନିଟର ସମ୍ପ୍ରସାରଣ ଆରମ୍ଭ

ଟାଟା କଳିଙ୍ଗ ନଗର ୟୁନିଟର ସମ୍ପ୍ରସାରଣ ଆରମ୍ଭ

ଭୁବନେଶ୍ୱର,୧୯-୧୧: ଟାଟା ଷ୍ଟିଲ ଯାଜପୁରସ୍ଥିତ କଳିଙ୍ଗ ନଗରରେ ଥିବା ଏହାର ୟୁନିଟ କ୍ଷମତାକୁ ବାର୍ଷିକ ୮ ନିୟୁତ ଟନ କରିବାକୁ ଯୋଜନା ରଖିଛି। ମେକ୍‌ ଇନ୍‌ ଓଡିଶା ୨୦୧୮ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

ସେବି ନିର୍ଦ୍ଦେଶ ବିରୋଧରେ ପ୍ରତିକ୍ରିୟା ରଖିଲା ସାହାରା

ସେବି ନିର୍ଦ୍ଦେଶ ବିରୋଧରେ ପ୍ରତିକ୍ରିୟା ରଖିଲା ସାହାରା

ନୂଆଦିଲୀ,୧୯-୧୧:  ନିକଟରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ସାହାରାକୁ ନିବେଶକଙ୍କ ୧୪,୦୦୦ କୋଟି ଟଙ୍କା ୧୫% ସୁଧ ସହ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଗ୍ରୁପ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେବି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରାକୃତିକ ଆଇନ ବିରୋଧି ବୋଲି ଗ୍ରୁପ ପ୍ରକାଶ କରିଛି। ନିଷ୍ପତ୍ତି ନେବା ବେଳେ ସେବି ମାତ୍ର କିଛି ସ୍ଥିତିକୁ ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛି। 

ଶୀତ ଅଧିବେଶନରେ ଆସିବ ଜିଏସ୍‌ଟିର ସିଏଜି ଅଡିଟ୍‌

ଶୀତ ଅଧିବେଶନରେ ଆସିବ ଜିଏସ୍‌ଟିର ସିଏଜି ଅଡିଟ୍‌

ନୂଆଦିଲ୍ଲୀ,୧୯-୧୧: ଆସନ୍ତା ଶୀତ ଅଧିବେଶରେ ସିଏଜିଙ୍କ ଦ୍ୱାରା ହୋଇଥିବା ଜିଏସ୍‌ଟିର ପ୍ରଦର୍ଶନ ଅଡିଟ୍‌ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି। ଗତବର୍ଷ ଜୁଲାଇ ପହିଲାରେ ଲାଗୁ ହୋଇଥିବା ଜିଏସ୍‌ଟିର ପ୍ରଦର୍ଶନ ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ୍‌ ଆରମ୍ଭ କରିଛନ୍ତି।

ଫେରିବ ଫ୍ଲେକ୍ସି ଫେୟାର ବ୍ୟବସ୍ଥା;ଆସନ୍ତାବର୍ଷ ମାର୍ଚ୍ଚ ୧୫ରୁ ହେବ ଲାଗୁ

ଫେରିବ ଫ୍ଲେକ୍ସି ଫେୟାର ବ୍ୟବସ୍ଥା;ଆସନ୍ତାବର୍ଷ ମାର୍ଚ୍ଚ ୧୫ରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯-୧୧: ଭାରତୀୟ ରେଲଓ୍ବେ ପକ୍ଷରୁ ପ୍ରିମିୟମ ଟ୍ରେନଗୁଡିକ ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ୧୫ରୁ ପୁନର୍ବାର ଫ୍ଲେକ୍ସି ଫେୟାର ବ୍ୟବସ୍ଥା ଲାଗୁ କରାଯିବ। ଏ ସଂକ୍ରାନ୍ତରେ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ସଫ୍ଟଓ୍ବେର କାର୍ଯ୍ୟକାରୀ କରାଯାଇଛି। 

ଆର୍‌ବିଆଇର ୯ ଲକ୍ଷ କୋଟି କବ୍ଜା କରିବାକୁ ହେଉଛି ଉଦ୍ୟମ : ଚିଦାମ୍ବରମ

ଆର୍‌ବିଆଇର ୯ ଲକ୍ଷ କୋଟି କବ୍ଜା କରିବାକୁ ହେଉଛି ଉଦ୍ୟମ : ଚିଦାମ୍ବରମ

ନୂଆଦିଲ୍ଲୀ,୧୯-୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ୯ ଲକ୍ଷ କୋଟି ଟଙ୍କାକୁ କବ୍ଜା କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଅପରିବର୍ତ୍ତିତ ରଖିବାକୁ ପାନଗାରିୟାଙ୍କ ପରାମର୍ଶ

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଅପରିବର୍ତ୍ତିତ ରଖିବାକୁ ପାନଗାରିୟାଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଧାର୍ଯ୍ୟ କରିଥିବା ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ଅପରିବର୍ତ୍ତିତ ରଖିବା ଉଚିତ ବୋଲି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ପରାମର୍ଶ ଦେଇଛନ୍ତି। ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟରେ କାଏମ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆର୍‌ବିଆଇ ବୋର୍ଡ ବୈଠକ ଆଜି; ସରକାର ସମର୍ଥୀତ ସଦସ୍ୟଙ୍କ ଉପରେ ନଜର

ଆର୍‌ବିଆଇ ବୋର୍ଡ ବୈଠକ ଆଜି; ସରକାର ସମର୍ଥୀତ ସଦସ୍ୟଙ୍କ ଉପରେ ନଜର

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାରଙ୍କ ସହ ମତଭେଦ ପଦାକୁ ଆସିବା ପରେ ସୋମବାର ରିଜର୍ଭ ବ୍ୟାଙ୍କର ବହୁଚର୍ଚ୍ଚିତ ବୋର୍ଡ ବୈଠକ ପ୍ରଥମଥର ବସିବାକୁ ଯାଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପାଇଁ ପ୍ରମ୍ଟ କରେକ୍ଟିଭ ଆକ୍ସନ(ପିସିଏ) ବା ତ୍ୱରିତ୍‌ ସୁଧାର ପଦକ୍ଷେପ, ସୁକ୍ଷ୍ମ,ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କୁ ଋଣ ପ୍ରଦାନ ସର୍ତ୍ତକୁ କୋହଳ କରିବା ତଥା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି)ଙ୍କ ନଗଦ ସଙ୍କଟ ଦୂର କରିବା ନେଇ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।

ପିଏସ୍‌ୟୁରେ ଡାଇରେକ୍ଟର ନିଯୁକ୍ତି; ପିଇଏସ୍‌ବିର ଭୂମିକା ହ୍ରାସ ପାଇଲା

ନୂଆଦିଲ୍ଲୀ,୧୯-୧୧: କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ନିଜେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଚୟନ କରିପାରିବେ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ସ୍ବାଧୀନତା ଦେଇଛନ୍ତି। 

ସେଣ୍ଟ୍ରାଲ ବ୍ୟାଙ୍କ ଅଫିସର୍ସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ;ବିକାଶରେ ସହଭାଗୀ ହୁଅନ୍ତୁ ବ୍ୟାଙ୍କ

ଭୁବନେଶ୍ୱର,୧୯। ୧୧:ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ରାଜ୍ୟର ବିକାଶରେ ସହଭାଗୀ ହେବାକୁ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ବ୍ୟାଙ୍କଗୁଡିକୁ ଆହ୍ବାନ ଦେଇଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓଡିଶା ଅଫିସର୍ସ ସଂଘ (ସିବିଓଏ) ଦ୍ୱିବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ବେହେରା ବ୍ୟାଙ୍କଗୁଡିକୁ ଏଭଳି ଆହ୍ବାନ ଦେଇଛନ୍ତି।

ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରରେ ନୂତନ ବ୍ଲକ ଉଦଘାଟିତ

ଭୁବନେଶ୍ୱର,୧୯।୧୧: ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ନୂତନ ବ୍ଲକ ଉଦ୍‌ଘାଟିତ ହୋଇ ଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ, ଅତିରିକ୍ତ ମହାପ୍ରବନ୍ଧକ ରାଜିବ ଶର୍ମା, ପ୍ରମୁଖ ଚିକିତ୍ସା ନିର୍ଦ୍ଦେଶକ ଡ.ଶୁକାନ୍ତ କୁମାର ମହାନ୍ତି, ଖୋର୍ଦ୍ଧା ରୋଡ ମଣ୍ଡଳର ପ୍ରବନ୍ଧକ ବ୍ରିଜ ମୋହନ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ରହି ଏହି ବ୍ଲକକୁ ଉଦଘାଟନ କରିଛନ୍ତି। 

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଡୁଆଲ୍‌ କ୍ୟାମେରା ଫୋନ୍‌ ବଢୁଛି ଚାହିଦା

ଦିନକୁ ଦିନ ସ୍ମାର୍ଟଫୋନ୍‌ଗୁଡିକରେ ଆସୁଛି ବିଭିନ୍ନ ଲାଟେଷ୍ଟ ଫିଚର୍‌। ଯାହା ମଧ୍ୟରେ ବର୍ତ୍ତମାନ ଡୁଆଲ୍‌ ବ୍ୟାକ୍‌ କ୍ୟାମେରାର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ଫଟୋଗ୍ରାଫିରେ ରୁଚି ରଖୁଥିବା ହେଉ ଅବା ବିଭିନ୍ନ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଥିବା  ଯୁବପିଢିଙ୍କ ଲାଗି  ଏହା ପାଲଟିଛି ପ୍ରଥମ ପସନ୍ଦ...