ବାଣିଜ୍ୟ |

ଉର୍ଜିତଙ୍କ ଇସ୍ତଫାକୁ କେନ୍ଦ୍ରର ଭୟ ନାହିଁ

ଉର୍ଜିତଙ୍କ ଇସ୍ତଫାକୁ କେନ୍ଦ୍ରର ଭୟ ନାହିଁ

ନୂଆଦିଲ୍ଲୀ,୭-୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୈଠକକୁ ଅସ୍ତ୍ର କରି କେନ୍ଦ୍ର ସରକାର ଗଭର୍ନର ଉର୍ଜିତ ପଟେଲଙ୍କ ଉପରେ ଚାପ ପକାଇବାକୁ ସମସ୍ତ ପ୍ରକାର  ଯୋଜନା ପ୍ରସ୍ତୁତ କରିଛନ୍ତି। ଋଣ ପ୍ରଦାନ ସର୍ତ୍ତକୁ କୋହଳ ସହିତ ବଳକା ଅର୍ଥ ପ୍ରଦାନ କରିବାକୁ ନେଇ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସନ୍ତା ୧୯ ତାରିଖରେ ଆହୂତ ବୋର୍ଡ ବୈଠକ ଶକ୍ତି ପ୍ରଦର୍ଶନର ଏକ କ୍ଷେତ୍ର ହେବାକୁ ଯାଉଛି। ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସରକାର ତାଙ୍କ ଜିଦ୍‌ ପୂରଣ କରିବାକୁ ବଦ୍ଦ ପରିକର। ରିଜର୍ଭ ବ୍ୟାଙ୍କ ଗଭର୍ନର ଉର୍ଜିତ ପଟେଲ ଏଥିରେ ରାଜି ନ ହେଲେ ସେ ଇସ୍ତଫା ଦେଇପାରନ୍ତି। ସରକାରଙ୍କୁ ଏହାର ଭୟ ନାହିଁ। ଉଲ୍ଲେଖଥାଉ କି, ଆର୍‌ବିଆଇର ସ୍ବାୟତ୍ତତାକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତି ବୋଲି ଗତ ସପ୍ତାହରେ ଏକ ବିବୃତି ଜାରି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାଲିସ୍‌ ପାଇଁ ବାଟ ଦେଖାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସରକାରଙ୍କ ଦାବି ପୂରଣ ଲାଗି ସେଭଳି କୌଣସି ପଦକ୍ଷେପ ଘୋଷଣା କରାଯାଇନି। ଫଳରେ ସରକାର ଏବେ ଅସହିଷ୍ଣୁ ହୋଇପଡିଛନ୍ତି। ଆସନ୍ତା ବୋର୍ଡ ବୈଠକରେ ସରକାର ପରୋକ୍ଷରେ ଗଭର୍ନରଙ୍କ ଉପରେ ଚାପ ପକାଇବେ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ବୋର୍ଡର ଅଧିକାଂଶ ନିର୍ଦ୍ଦେଶକ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରୁଛନ୍ତି। 

ସେ କହିଛନ୍ତି ଯେ, ଗଭର୍ନର ସରକାରଙ୍କ ପ୍ରାଥମିକତାକୁ ସମ୍ମାନ ଦିଅନ୍ତୁ ଏବଂ ବୋର୍ଡରେ ଏହା ଉପରେ ଆଲୋଚନା କରନ୍ତୁ। ତଦନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନିଅନ୍ତୁ। ତେବେ ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀ ବିବାଦକୁ ନେଇ ସରକାରଙ୍କୁ ଚେତାଇଛନ୍ତି। ଦେଶର ଏକ ବୃହତ ଆର୍ଥିକ ସହାୟତା ପ୍ରଦାନ କରୁଥିବା କମ୍ପାନୀ ସୁଧ ପରିଶୋଧ କରିପାରୁ ନ ଥିବା ବେଳେ ପଟେଲଙ୍କ ଇସ୍ତଫା ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ଅନିଶ୍ଚିତତା  ମଧ୍ୟକୁ ଠେଲି ଦେବ ବୋଲି ସେମାନେ ସତର୍କ କରିଛନ୍ତି। ସରକାରଙ୍କ ଦାବିକୁ ପଟେଲ ଓ ତାଙ୍କ ସହଯୋଗୀମାନେ କ୍ରମାଗତ ଅଣଦେଖା କରିବାକୁ ନେଇ ସରକାର ବିତସ୍ପୃହ ହୋଇପଡିଛନ୍ତି ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୋର୍ଡର ଜଣେ ସଦସ୍ୟ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ରକ୍ଷା କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଉର୍ଜିତ ଓ ତାଙ୍କ ଟିମ୍‌ ନିଜର ନିଷ୍ପତ୍ତି ସମ୍ପର୍କରେ ବୋର୍ଡକୁ ବୁଝାଇବା ସହ ଏହାର କାରଣ ଓ ଆବଶ୍ୟକତା ଜଣାଇବାକୁ ବାଧ୍ୟ ହେବେ। ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯିବ ବୋଲି ସେ କହିଛନ୍ତି। 

ତେବେ ଆଇନ ଦୃଷ୍ଟିରୁ ବୋର୍ଡର ମତାମତ ଶୁଣିବାକୁ ଗଭର୍ନର ବାଧ୍ୟ ନୁହନ୍ତି। ପଦକ୍ଷେପ ନେବା ଓ ନୀତି ନିର୍ଦ୍ଧାରଣ କରିବା ପାଇଁ ବୋର୍ଡ ସ୍ବାଧୀନ। ତେବେ କେନ୍ଦ୍ର ସରକାର ଧାରା ୭କୁ ସମ୍ପୂର୍ଣ୍ଣ ରୂପେ ଲାଗୁ କଲେ ପରିସ୍ଥିତି ବଦଳିଯିବ। ଏହି ବୈଠକରେ ଯଦି ସରକାର ନିଜ ଜିଦ୍‌ରେ ଅଟଳ ରହିବେ ତେବେ ସଙ୍କଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଥାଉ କି, ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଅଧିକ ନଗଦ ଯୋଗାଇ ଦେବାକୁ ନେଇ ଆର୍‌ବିଆଇ ଓ ସରକାର ପୂର୍ବର ବୋର୍ଡ ବୈଠକରେ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଋଣ ବ୍ୟବସ୍ଥା ଘୋଷଣା କରି କେନ୍ଦ୍ରୀୟ ବ୍ୟାଙ୍କକୁ କୋଣଠେସା କରିସାରିଲେଣି। ଏହାଛଡା ଏନ୍‌ବିଏଫ୍‌ସିଙ୍କ ନଗଦ ସଙ୍କଟ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରୁ ବୋଲି ସରକାର ଚାହୁଁଛନ୍ତି। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ  ଏଥିରେ ଅମଙ୍ଗ। ଏହାବାଦ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପାଇଁ ପ୍ରମ୍ପଟ କରେକ୍ସନ ଆକ୍ସନ(ପିସିଏ)କୁ କୋହଳ କରିବା ଲାଗି ସରକାର ଚାହୁଁଛନ୍ତି। ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅନାଦାୟ ଋଣ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜାଡିବା ଲାଗି ଆର୍‌ବିଆଇ ଅଧିକ କ୍ଷମତା ମାଗି କେନ୍ଦ୍ର ସରକାରଙ୍କୁ ଅସନ୍ତୁଷ୍ଟ କରିଛି। ବିଭିନ୍ନ ସେକ୍ଟରଠାରୁ ଆର୍‌ବିଆଇ ଦୂରେଇ ଯାଇଥିବାରୁ ଅର୍ଥନୀତିର ବାସ୍ତବିକତା କେନ୍ଦ୍ରୀୟ ବ୍ୟାଙ୍କ ଜାଣିପାରୁନି ବୋଲି ସରକାର ଅଭିଯୋଗ କରିଛନ୍ତି। ଏହି କାରଣରୁ ସରକାରଙ୍କୁ ସେକ୍ଟର ଭିତ୍ତିରେ ନିଷ୍ପତ୍ତି ନେବାକୁ ପଡୁଛି। ଯାହା ଆର୍‌ବିଆଇ କରିବା କଥା। ଏହାଛଡା କେନ୍ଦ୍ରର ନିର୍ଦ୍ଦେଶକୁ ଉର୍ଜିତ କ୍ରମାଗତ ଅଣଦେଖା କରୁଥିବାରୁ ସରକାରଙ୍କୁ ଏହା ଉତ୍‌କ୍ଷିପ୍ତ କରିଛି।

All Right Reserved By

ବାଣିଜ୍ୟ |

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ନୂଆଦିଲ୍ଲୀ,୨୧-୧: ଅନ୍ତରୀଣ ବଜେଟ ୨୦୧୯ ଉପସ୍ଥାପନ ହେବାକୁ ଆଉ କେଇଟା ଦିନ ବାକି ରହିଛି। ଏଭଳି ସ୍ଥିତିରେ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ମିଳିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ତେବେ ଗତ ୫ଟି ବଜେଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛନ୍ତି ସତ ସେସ୍‌ ଓ ସରଚାର୍ଜ ଆଦି କେତେକ ନୂଆ ନିୟମ ମଧ୍ୟ ଲାଗୁ କରିଛନ୍ତି। 

ଏନସିଏଲ୍‌ଏଟି ରାୟ ପ୍ରକାଶ;ଏଣିକି ଖସିପାରିବେନି କର୍ପୋରେଟ ଗ୍ୟାରେଣ୍ଟର

ଏନସିଏଲ୍‌ଏଟି ରାୟ ପ୍ରକାଶ;ଏଣିକି ଖସିପାରିବେନି କର୍ପୋରେଟ ଗ୍ୟାରେଣ୍ଟର

ନୂଆଦିଲ୍ଲୀ,୨୧-୧:  ଗ୍ରାମୀଣ ବିଦ୍ୟୁତିକରଣ କର୍ପୋରେଶନ(ଆରଇସି) ବିରୋଧରେ ଫେରୋ  ଆଲଏଜ ମାମଲାରେ ରାୟ ପ୍ରକାଶ କରି ରାଷ୍ଟ୍ରୀୟ କମ୍ପାନୀ ଆଇନ ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) କହିଛନ୍ତି ଯେ, ଦେବାଳିଆ ଆଇନ (ଆଇବିସି) ଅଧୀନରେ ଋଣଖିଲାପୀ କମ୍ପାନୀଙ୍କ ବିରୋଧରେ ଋଣ ସମାଧାନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଋଣପ୍ରଦାନକାରୀ ବ୍ୟାଙ୍କ ଅଥବା ସଂସ୍ଥା କର୍ପୋରେଟ ଗ୍ୟାରେଣ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ସ୍ବାୟତ୍ତତା ନେଇ ଜଲାନଙ୍କ ମନ୍ତବ୍ୟ;ଦେଶରେ ରାଜନୈତିକ ସଂସ୍କାର ଜରୁରୀ

ସ୍ବାୟତ୍ତତା ନେଇ ଜଲାନଙ୍କ ମନ୍ତବ୍ୟ;ଦେଶରେ ରାଜନୈତିକ ସଂସ୍କାର ଜରୁରୀ

ନୂଆଦିଲ୍ଲୀ,୨୧-୧:  ନିର୍ବାଚନ କମିଶନ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି),ୟୁପିଏସ୍‌ସି ଭଳି ସଂସ୍ଥାଗୁଡିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବାକୁ ହେଲେ ଦେଶରେ ରାଜନୈତିକ ସଂସ୍କାର ଜରୁରୀ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଳ ଜଲାନ କହିଛନ୍ତି।

ଫେବୃୟାରୀରେ କେତେକ ବ୍ୟାଙ୍କ ପିସିଏରୁ ବାହାରିବେ: ରାଜୀବ କୁମାର

ଫେବୃୟାରୀରେ କେତେକ ବ୍ୟାଙ୍କ ପିସିଏରୁ ବାହାରିବେ: ରାଜୀବ କୁମାର

ନୂଆଦିଲ୍ଲୀ,୨୧-୧:  ଆସନ୍ତା ମାସରେ ଉନ୍ନତ ପ୍ରଦର୍ଶନ କରୁଥିବା କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଣୀତ ତ୍ୱରିତ ସୁଧାରାମତ୍କ କାର୍ଯ୍ୟାନୁଷ୍ଠାନ(ପିସିଏ)ରୁ ବାଦ୍‌ ପଡିପାରନ୍ତି ବୋଲି ଆର୍ଥିକ ବ୍ୟାପାର ସଚିବ ରାଜୀବ କୁମାର କହିଛନ୍ତି।

କୁମ୍ଭ ମେଳାରୁ ମିଳିବ ୧.୨ ଲକ୍ଷ କୋଟି ରାଜସ୍ବ: ସିଆଇଆଇ

କୁମ୍ଭ ମେଳାରୁ ମିଳିବ ୧.୨ ଲକ୍ଷ କୋଟି ରାଜସ୍ବ: ସିଆଇଆଇ

ନୂଆଦିଲ୍ଲୀ,୨୧-୧:  ଗତ ୧୫ ତାରିଖରୁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା କୁମ୍ଭ ମେଳା ପାଇଁ ରାଜ୍ୟ ସରକାର ବଡ଼ ଧରଣର ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଉଦ୍ୟୋଗ ଜଗତର ପ୍ରତିନିଧି କନଫେଡ଼େରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି।

ଷ୍ଟେଶନରେ ପୁଣି ମିଳିିବ ମାଟିପାତ୍ରରେ ଚା’

ଷ୍ଟେଶନରେ ପୁଣି ମିଳିିବ ମାଟିପାତ୍ରରେ ଚା’

ନୂଆଦିଲ୍ଲୀ,୨୧-୧:  ଦୀର୍ଘ ୧୫ ବର୍ଷ ପରେ ରେଳ ଷ୍ଟେଶନରେ ପୁଣି ମାଟି ପାତ୍ର ଚା’ ମିଳିବ। ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ କାର୍ଯ୍ୟକାଳରେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ କିଛି ଦିନ ପରେ ଏହାର ସ୍ଥାନ ନେଇଥିଲା ପେପର ଓ ପ୍ଲାଷ୍ଟିକ କପ୍‌।

ଜିଏସଟି ରିଟର୍ନକୁ ଇ-ଓ୍ବେ ବିଲ ସହ ଯୋଡ଼ାଯିବ

ଜିଏସଟି ରିଟର୍ନକୁ ଇ-ଓ୍ବେ ବିଲ ସହ ଯୋଡ଼ାଯିବ

ନୂଆଦିଲ୍ଲୀ,୨୧-୧:  କ୍ରମାଗତ ୬ ମାସ ଧରି ଅର୍ଥାତ ଦୁଇଟି ତ୍ରୈମାସରେ ଜିଏସ୍‌ଟି ରିଟର୍ନ ଦାଖଲ କରାଯାଇ ନ ଥିଲେ ମାଲ୍‌ ପରିବହନ ଲାଗି ଇ-ଓ୍ବେ ବିଲ୍‌ ଜେନେରେଟ ହେବ ନାହିଁ। କେନ୍ଦ୍ର ସରକାର ଏଭଳି ଏକ ନୂଆ ସର୍ତ୍ତ ଲାଗୁ କରିବାକୁ ଯାଉଛନ୍ତି।

ବିଦେଶରେ ଟ୍ରେନ୧୮ ପ୍ରତି ବଢ଼ୁଛି ଆଗ୍ରହ

ବିଦେଶରେ ଟ୍ରେନ୧୮ ପ୍ରତି ବଢ଼ୁଛି ଆଗ୍ରହ

ନୂଆଦିଲ୍ଲୀ,୨୦-୧: ଟ୍ରେନ ୧୮ ନିର୍ମାଣ ପରେ ଭାରତୀୟ ରେଲଓ୍ବେ କୋଚ୍‌୍‌ ଓ ଓ୍ବାଗନର ୨୦୦ ବିଲିୟନ ଡଲାରର ବିଶ୍ୱ ବଜାରରେ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରିଛି। କାରଣ ଏହି ଟ୍ରେନ ପ୍ରତି ବିଦେଶରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। 

ଜମି କିଣାବିକା: ୨୦ ହଜାରରୁ ଊର୍ଦ୍ଧ୍ୱ ହେଲେ କାର୍ଯ୍ୟାନୁଷ୍ଠାନ

ଜମି କିଣାବିକା: ୨୦ ହଜାରରୁ ଊର୍ଦ୍ଧ୍ୱ ହେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦-୧: ଜମିଜମା କିଣାବିକାରେ ୨୦ ହଜାର ଟଙ୍କାରୁ ଅଧିକ ନଗଦ ନେଣଦେଣ ହେଲେ ଆୟକର ବିଭାଗ ନୋଟିସ ଜାରି କରିବ। ଏନେଇ ଇତିମଧ୍ୟରେ ବିଭାଗର ଦିଲ୍ଲୀ ଡିଭିଜନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। 

ନୀରବ ମୋଦି ଠକେଇ ମାମଲା; ପିଏନ୍‌ବିର ୨ ଅଧିକାରୀ ବହିଷ୍କୃତ

ନୀରବ ମୋଦି ଠକେଇ ମାମଲା; ପିଏନ୍‌ବିର ୨ ଅଧିକାରୀ ବହିଷ୍କୃତ

ନୂଆଦିଲ୍ଲୀ,୨୦-୧: ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କ ଦ୍ୱାରା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଠକେଇ ମାମଲାରେ କେନ୍ଦ୍ର ସରକାର ନିକଟରେ ଅବସର ନେବାକୁ ଥିବା ୨ ଜଣ ଏକଜିକ୍ୟୁଟିଭ ଡାଇରେକ୍ଟରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଜିଏସ୍‌ଟି କାରବାର ସୀମା ୬ଟି ରାଜ୍ୟ ବଢ଼ାଇବାକୁ ରାଜି

ଜିଏସ୍‌ଟି କାରବାର ସୀମା ୬ଟି ରାଜ୍ୟ ବଢ଼ାଇବାକୁ ରାଜି

ନୂଆଦିଲ୍ଲୀ,୨୦-୧: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗଠିତ ଜିଏସ୍‌ଟି ପରିଷଦ ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି କାରବାର ସୀମାକୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଅଦ୍ୟାବଧି ମାତ୍ର ୬ଟି ରାଜ୍ୟ ଏଥିପାଇଁ ରାଜି ହୋଇଥିବା ସୂଚନା ମିଳିଛି। 

ବ୍ରେକଜିଟ୍‌ ଆହ୍ବାନକୁ ଦେଖି ପଦକ୍ଷେପ ନିଆଯିବ: ଶକ୍ତିକାନ୍ତ

ବ୍ରେକଜିଟ୍‌ ଆହ୍ବାନକୁ ଦେଖି ପଦକ୍ଷେପ ନିଆଯିବ: ଶକ୍ତିକାନ୍ତ

ଗାନ୍ଧୀନଗର,୨୦-୧: ବ୍ରେକଜିଟ୍‌କୁ ନେଇ ସାରା ବିଶ୍ୱରେ ଅନିଶ୍ଚୟତାର ବାତାବରଣ ରହିଛି। ଭାରତ ମଧ୍ୟ ଏହା ଉପରେ ଦୃଷ୍ଟି ରଖିଛି।