ଫୁରସତ |

ଦୀପାବଳି: ଦିଅନ୍ତୁ ଅନ୍ୟକୁ ଖୁସି

ଦୀପାବଳି: ଦିଅନ୍ତୁ ଅନ୍ୟକୁ ଖୁସି

”ଆଲୋକର ପର୍ବ ଦୀପାବଳି। ଚାରିଆଡେ ଏହାକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏଥର ଏହାକୁ ନିଆରା ଢଙ୍ଗରେ ପାଳନ କରନ୍ତୁ ନା ! ଏଭଳି ଲୋକଙ୍କ ସହ ଏହାର ମଜା ନିଅନ୍ତୁ, ଯାହା ସାରା ଜୀବନ ଏକ ଅଭୁଲା ସ୍ମୃତି ହୋଇ ରହିଯିବ...“  

ଜରାନିବାସକୁ ଯାଆନ୍ତୁ

ଦୀପାବଳିର ଖୁସି ମନାଇବା ଭିତରେ ଆପଣ ଯେମିତି ବୟସ୍କଙ୍କ କଥା ଭୁଲି ନ ଯାଆନ୍ତି। ବିଶେଷ କରି ଜରାନିବାସରେ ରହୁଥିବା ବୃଦ୍ଧାବୃଦ୍ଧମାନଙ୍କ କଥା। ଆଜିକାଲି ପ୍ରତିଟି ଛୋଟ ବଡ ସହରରେ ରହିଛି ଜରାନିବାସ। ଏହି ଦୀପାବଳିରେ ଆପଣ  କୌଣସି ଏକ ଜରାନିବାସକୁ ଯାଇ ସେଠାରେ ରହୁଥିବା ଲୋକଙ୍କ ସହ ମିଶି ଦୀପ ଜାଳନ୍ତୁ। ସେମାନେ ଖୁସି ହେବା ସହ ଆପଣ ବି ଖୁସି ଅନୁଭବ କରିବେ। 

ଅନାଥ ଆଶ୍ରମରେ ସମୟ ଦିଅନ୍ତୁ

ଅନାଥ ଆଶ୍ରମକୁ ଯାଇ କୁନି କୁନି ପିଲାଙ୍କ ସହ ମଧ୍ୟ ଆପଣ ଦୀପାବଳି ପାଳନ କରିପାରିବେ। ସେମାନଙ୍କୁ କିଛି ଗିଫ୍ଟ ଉପହାର ସ୍ବରୂପ ଦେଇପାରିବେ। ଦେଖିବେ ସେମାନଙ୍କ ଖୁସିରେ ଆପଣଙ୍କୁ ବି ଖୁସି ମିଳିବ।

ବାପା-ମା’ଙ୍କ ପାଇଁ କରନ୍ତୁ ପଲିସି

ବାପାମା’ଙ୍କ ଋଣ କେହି ଶୁଝିି ପାରିବେନି। ସେମାନଙ୍କ ପ୍ରତି ପିଲାଙ୍କର ରହିଛି କିଛି କର୍ତ୍ତବ୍ୟ। ଯଦି ଆପଣଙ୍କର କେହି ବନ୍ଧୁ ଆପଣଙ୍କୁ କିଛି ଛୋଟ ଗିଫ୍ଟଟିଏ ଦେଉଛି, ତେବେ ତାକୁ ଥ୍ୟାଙ୍କ୍ସ ନ କହି ଆପଣ ରହି ପାରୁନାହାନ୍ତି ତାହା ହେଲେ ବାପାମା’ଙ୍କ ପାଇଁ କାହିଁକି ନୁହେଁ ? ଏହି ଦୀପାବଳିରେ ସେମାନଙ୍କୁ କୌଣସି ଏକ ପଲିସି ଗିଫ୍ଟ କରନ୍ତୁ ଯାହାକି ବୃଦ୍ଧ ବୟସରେ ସେମାନଙ୍କର କାମରେ ଆସିବ। ଆପଣଙ୍କ ଶିକ୍ଷା କ୍ୟାରିୟରକୁ ଆଗେଇ ନେବା ପାଇଁ ସେମାନଙ୍କର ଅବଦାନ କେତେ ତାହା ଅବର୍ଣ୍ଣନୀୟ। ତେଣୁ ଏହି ଅବସରରେ ସେମାନଙ୍କୁ ଏଭଳି ଏକ ଉପହାର ଦିଅନ୍ତୁ ଯାହା ବାପାମା’ଙ୍କ ମନରେ ଖୁସି ଭରିଦେବ। 

ବସ୍ତିକୁ ବି ଯାଇପାରିବେ

ଦୀପାବଳିରେ କୌଣସି ଏକ ବସ୍ତିକୁ ଯାଇ ସେଠାରେ ପିଲାଙ୍କୁ କ୍ୟାଣ୍ଡେଲ୍‌, ଦୀପ, ବାଣ, ମିଠା ଆଦି ଦିଅନ୍ତୁ। ସେଠାରେ କୌଣସି ଗୋଟିଏ ଘରକୁ ଆଲୋକିତ କରିପାରିଲେ ଦେଖିବେ ଆପଣଙ୍କୁ କେତେ ଆତ୍ମସନ୍ତୋଷ ମିଳୁଛି।

ହ୍ୟାଣ୍ଡ୍‌ ମେଡ୍‌ ଗିଫ୍ଟ ଦିଅନ୍ତୁ

ଦୀପାବଳି ପାଇଁ ଗିଫ୍ଟ ଦୋକାନରୁ ତ ସମସ୍ତେ ଗିଫ୍ଟ କିଣି ବନ୍ଧୁବାନ୍ଧବଙ୍କୁ ଦେଉଥିବେ। ଆପଣ ଚାହିଁଲେ କିଛି ସ୍ପେଶାଲ୍‌ ଆଉ ୟୁନିକ୍‌ ଜିନିଷ ମଧ୍ୟ ଗିଫ୍ଟ କରିପାରିବେ। ଘରେ ବସି ହ୍ୟାଣ୍ଡ୍‌ ମେଡ୍‌ ଗିଫ୍ଟ ତିଆରି କରି ଉପହାର ଦେଇପାରିବେ। 

ପିଲାଙ୍କୁ ପଢ଼ାନ୍ତୁ

ଅର୍ଥଦାନଠାରୁ ବଡ଼ ହେଉଛି ଶ୍ରମଦାନ। ଆଉ ତା’ଠାରୁ ବଡ ହେଉଛି ଜ୍ଞାନଦାନ। ଏଥର ଦୀପାବଳିରେ ଜ୍ଞାନର ପ୍ରଦୀପ ଜାଳନ୍ତୁ ଏବଂ ସମାଜରେ ଲୋକମାନଙ୍କ ମନରୁ ଅଜ୍ଞାନ ଦୂର କରନ୍ତୁ। ଏଭଳି ଶୁଭ ଦିନ ଅବସରରେ ପାଠ ପଢ଼ା ସହ ଏହି ଦିନକୁ ସତର୍କତାର ସହ ପାଳିବା ପାଇଁ ପିଲାଙ୍କୁ ସଚେତନ କରାନ୍ତୁ।

All Right Reserved By

ଫୁରସତ |

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ଛଅ ଟନ୍‌ ଆଳୁରେ ନିର୍ମିତ ହୋଇଛି ହୋଟେଲ: ରହିବା ସହ ଅଛି ରାତି କଟାଇବା ବ୍ୟବସ୍ଥା; ଜାଣନ୍ତୁ କେଉଁଠି

ପରିବା ଉପରେ ଯଦି କିଛି କଥା ପଡେ ତେବେ ଆଳୁ ନାଁ ପ୍ରଥମେ ଆସିଥାଏ। କାରଣ ଆଳୁକୁ ଛାଡ଼ି କୌଣସି ତରକାରୀ ପ୍ରସ୍ତୁତ କଲେ ତାହା ସ୍ବାଦହୀନ ଲାଗେ। 

ଏମିତି ଗଛ,  ଛୁଇଁଲେ ହୋଇଯାଏ ମୃତ୍ୟୁ

ଏମିତି ଗଛ, ଛୁଇଁଲେ ହୋଇଯାଏ ମୃତ୍ୟୁ

ସୁସ୍ଥ ବାତାବରଣ ପାଇଁ ବୃକ୍ଷଲତା ବରଦାନ ସଦୃଶ। ଗଛ ବିନା ଜୀବଜଗତ ସୃଷ୍ଟି ଅସମ୍ଭବ। କାରଣ ଏଥିରୁ ନିର୍ଗତ ଅମ୍ଳଜାନକୁ ଆମେ ନିଃଶ୍ୱାସରେ ଗ୍ରହଣ କରିଥାଉ। କିନ୍ତୁ ଏମିତି ଗଛ ଅଛି ଜୀବନ ଦେବା ପରିବର୍ତ୍ତେ ନେଇଯାଇଥାଏ। 

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଯେଉଁ ମେଳାରେ ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏସବୁ ଲୋକଙ୍କ ବିଶ୍ୱାସକୁ ଦୃଢ଼ିଭୂତ କରାଇବା ସହିତ ମନରେ ଅଧ୍ୟାତ୍ମିକ ଚେତନା ଆଣିଥାଏ। ଛତିଶଗଡ଼ରେ ପ୍ରତିବର୍ଷ ପାଳିତ ହୋଇଥାଏ କୁଆକୋଣ୍ଡା ମେଳା।

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

କେବଳ ସ୍ବାତୀ ନକ୍ଷତ୍ରରେ ପାଣି ପିଇଥାଏ ଏହି ପକ୍ଷୀ

ଭାରତୀୟ ମହିଳାମାନେ ସାଧାରଣତଃ ବ୍ରତ ଉପବାସ କରିଥାନ୍ତି। କିନ୍ତୁ ଗୋଟିଏ ପକ୍ଷୀ ନିର୍ଜଳା ବ୍ରତ କରୁଥିବା କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ପକ୍ଷୀ ସମ୍ପର୍କରେ...

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। 

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

ନାତିକୁ ହୋମ୍‌ଓ୍ବାର୍କ କରାଇ କୋଟିପତି ହେଲେ ଜେଜେ ମା’

କେତେବେଳେ କାହାର ଭାଗ୍ୟ କେମିତି ବଦଳିବ ତାହା କହିହେବ ନାହିଁ। କାନାଡ଼ାର ଏକ ଦମ୍ପତିଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି, ଯାହାକୁ ସେମାନେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। କାନାଡ଼ାର ଏହି ଦମ୍ପତି ହେଲେ ନିକୋଲ ପେଡନାଲ୍ଟ ଏବଂ ରଞ୍ଜର ଲାରୋକ। 

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ଛାଡ଼ପତ୍ର ମାଗିଲେ ସ୍ବାମୀ, କହିଲେ କମେଣ୍ଟ୍‌ ମାରୁଛନ୍ତି ଲୋକେ

ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୋଟାପଣରେ ବିରକ୍ତ ହୋଇ ତାଙ୍କୁ ଛାଡ଼ପତ୍ର ମାଗିଛନ୍ତି। 

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri