ଖେଳ |

ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ

ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ

ଲକ୍ଷ୍ନୌ, ୬।୧୧- ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ୨ୟ ମ୍ୟାଚ୍‌ ମଙ୍ଗଳବାର ଏଠାରେ ଖେଳାଯିବ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଏହି ନବନିର୍ମିତ ଷ୍ଟାଡିୟମର ନାମକୁ ପରିବର୍ତ୍ତନ କରି ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ’ ନାମରେ ନାମକରଣ କରିଛନ୍ତି। ଫଳରେ ଏକାନ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ ଏବେ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ନାମରେ ପରିଚିତ ହେବ। ଉତ୍ତରପ୍ରଦେଶ (ୟୁପି) ରାଜ୍ୟପାଳ ରାମ ନାଏକ ସରକାରଙ୍କ ଏହି ପ୍ରପୋଜାଲକୁ ମୋହର ମାରିଛନ୍ତି। ୟୁପିର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଏହା ଡ୍ରିମ୍‌ ପ୍ରୋଜେକ୍ଟ ଥିଲା।

All Right Reserved By

ଖେଳ |

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ  :ଫାଇନାଲରେ ଜରୀନ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲଗେରିଆର ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ପୂର୍ବତନ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନ ନିଖାତ ଜରୀନ ୫୧ କେ.ଜି. ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଜରୀନଙ୍କ ସମେତ ଆଉ ଦୁଇ ଭାରତୀୟ ମହିଳା ବକ୍ସର ମଧ୍ୟ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ଦୁଇଥର ଜାତୀୟ ଚାମ୍ପିୟନଶିପ୍‌ ହାସଲ କରିଥିବା ଜରୀନ ସେମିରେ ପୋଲାଣ୍ଡର ସାଣ୍ଡ୍ରା ଡ୍ରାବିକ୍‌ଙ୍କୁ ୩-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। 

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ପୁରୁଣା ଭୁବନେଶ୍ୱର, ୧୯।୨(ସ୍ପୋଟର୍‌ସ ବ୍ୟୁରୋ)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଜଟଣୀର ଫ୍ରେଣ୍ଡ୍ସ ପାରାଡାଇଜ୍‌ କ୍ଲବ୍‌  ଓ ଶବର ସ୍ପୋର୍ଟିଂ ମୁହଁାମୁହିଁ ହେବେ। 

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏକାଧିକ କ୍ରୀଡ଼ାର ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରବିନ୍ଦୁ ପାଲଟି ସାରିଥିବାବେଳେ ଏବେ ଏଠାରେ ଉପଲବ୍ଧ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର)।  

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ହାଇପରଫରମାନ୍ସ ଟ୍ରେନିଂ ଏବଂ ରିହାବ ସେଣ୍ଟର ଉପଲବ୍ଧ ହୋଇଥିବାରୁ ମଁୁମୁଁ ବହୁତ ଖୁସି। ଆଗାମୀ ୪-୫ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ। 

ନବ ଦାସ ମେମୋରିଆଲ ଟି୨୦  ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ନବ ଦାସ ମେମୋରିଆଲ ଟି୨୦ ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଜେବି କଲେଜ ଗ୍ରାଉଣ୍ଡରେ ଚାଲିଥିବା ୨ୟ ନବ ଦାସ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ବିହାରିଲାଲ ଫାଇଟର୍ସ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ପାରାମାଉଣ୍ଟ ୮୧ ରନରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୨୦ ଓଭରରେ ୪ ଉଇକେଟ ହରାଇ ୨୦୯ ରନ କରିଥିଲା। 

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

ନୂଆଦିଲ୍ଲୀ, ୧୯ା୨ (ପି.ଟି.)- ଗତଥରର ଆଇ-ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ଏଫ୍‌ସି ଦିଲ୍ଲୀ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ସେମାନଙ୍କ ଆଇ-ଲିଗ୍‌ ମ୍ୟାଚ ଅନ୍ୟତ୍ର ଆୟୋଜନ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ରାଜି ନ ହେବାରୁ ଫୁଟ୍‌ବଲ କ୍ଲବ ତରଫରୁ  ଏହି ପଦକ୍ଷେପ ନିଆଯାଇଛି।  ମିନର୍ଭା ପଞ୍ଜାବ ଟିମ୍‌ କହିଛି ଆମେ ଯେଉଁ ଭଳି ସୁରକ୍ଷା ପ୍ରତିଶ୍ରୁତି ଚାହୁଁଥିଲୁ ତାହା ନ ମିଳିବାରୁ  ମ୍ୟାଚ ଖେଳିବା ଲାଗି ଆମେ ଜମ୍ମୁ କଶ୍ମୀର ରାଜଧାନୀକୁ ଗସ୍ତ କରି ନାହୁଁ।

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ଭାରତ, ଇଂଲଣ୍ଡ ଫେଭରାଇଟ୍‌

ବମ୍ବେ, ୧୯ା୨ (ପି.ଟି.)-ମେ ୩୦ରୁ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପ୍‌ ପାଇଁ ଭାରତ ଓ ଆୟୋଜକ ଇଂଲଣ୍ଡ ହେଉଛନ୍ତି ମୁଖ୍ୟ ଦାବିଦାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହର୍ଶେଲ ଗିବ୍ସ ମତବ୍ୟକ୍ତ କରିଛନ୍ତି। 

ଦନଞ୍ଜୟଙ୍କୁ ବୋଲିଂ ପାଇଁ ଅନୁମତି

ଦନଞ୍ଜୟଙ୍କୁ ବୋଲିଂ ପାଇଁ ଅନୁମତି

ନୂଆଦିଲ୍ଲୀ, ୧୯ା୨ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ(ଆଇସିସି) ସୋମବାର ଶ୍ରୀଲଙ୍କା ସ୍ପିନ ବୋଲର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ ପାଇଁ ଅନୁମତି ଦେଇଛି। 

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା

ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୧୯।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ପ୍ରକାଶିତ ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଷ୍ଟାର୍‌ ଓପନର୍‌ ସ୍ମୃତି ମନ୍ଧାନା ବ୍ୟାଟିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୨୨ ବର୍ଷୀୟା ମନ୍ଧାନା ୭୭୪ ପଏଣ୍ଟ ସହ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦୁଇ ଖେଳାଳି ଏଲିସ ପେରୀ ଓ ମେଗ୍‌ ଲାନ୍ନିଂ ଏହି ତାଲିକାରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି। ସେହିଭଳି ଭେଟେରାନ ଭାରତୀୟ କ୍ରିକେଟର ମିଥାଲି ରାଜ ତାଲିକାରେ ନ୍ୟୁଜିଲାଣ୍ଡର ଆମି ସେଟ୍ଟରଓ୍ବେଟ୍‌ଙ୍କ ପଛକୁ ୫ମ ସ୍ଥାନ ପାଇଛନ୍ତି। ଟପ୍‌-୨୦’ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ମହିଳା କ୍ରିକେଟର ହେଲେ ଦୀପ୍ତି ଶର୍ମା ଓ ହରମନପ୍ରୀତ୍‌ କୌର। ଦୀପ୍ତି ଏକାଥରରେ ୧୭ଟି ପାହାଚ ଲମ୍ଫ ପ୍ରଦାନ କରି ସପ୍ତଦଶ ସ୍ଥାନରେ ରହିଥିବାବେଳେ ଟି୨୦ ଅଧିନାୟିକା ହର୍‌ମନପ୍ରୀତ୍‌ଙ୍କୁ ୧୯ତମ ସ୍ଥାନ ହାସଲ କରିଛନ୍ତି। ନିକଟରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆଇସିସି ଓମେନ୍ସ ଚାମ୍ପିୟନଶିପ୍‌ରେ ନିଜ ନିଜ ସିରିଜ ଜିତିଥିବାରୁ ଏହାର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। 

ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ ଉଦଘାଟିତ

ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ ଉଦଘାଟିତ

କଟକ ଅଫିସ,୧୯।୨- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୩୮ତମ ବାଳକ ଫ୍ରି ଷ୍ଟାଇଲ, ଗ୍ରୀକୋ ରୋମାନ ଓ ୨୨ତମ ଫ୍ରି ଷ୍ଟାଇଲ ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ବାଳକ ଗ୍ରୀକୋ ରୋମାନ ଷ୍ଟାଇଲ କୁସ୍ତିରେ ହରିୟାଣା ଦଳଗତ ଚାମ୍ପିୟନ ହୋଇଥିବା ବେଳେ ଦିଲ୍ଲୀ ରନର୍ସଅପ ହୋଇଛି। ସାଇ ୩ୟ ସ୍ଥାନରେ ରହିଛି। 

ଶ୍ରୀଲଙ୍କା ଦଳରେ ୩ ନବାଗତ ସାମିଲ

ଶ୍ରୀଲଙ୍କା ଦଳରେ ୩ ନବାଗତ ସାମିଲ

କଲମ୍ବୋ, ୧୯।୨(ଏଏଫ୍‌ପି)- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ ଲାଗି ସୋମବାର ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଘୋଷିତ ହୋଇଛି। ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳରେ ୩ ଜଣ ନବାଗତ ଖେଳାଳି ସ୍ଥାନ ପାଇଛନ୍ତି।

ରାଜ୍ୟସ୍ତରୀୟ  ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ : ସମ୍ବଲପୁର ଭିଏସ୍‌ଏସ୍‌ ଚାମ୍ପିୟନ

ଖଣ୍ଡପଡା/ଭାପୁର,୧୯।୨(ସ୍ବ.ପ୍ର./ଡି.ଏନ.ଏ.)-ନୟାଗଡ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ମାଧପୁର ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ କୁଲାପଦା ଫୁଟବଲ ପଡିଆରେ ଆୟୋଜିତ ୪ର୍ଥ  ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଥିଲା ଉଦ୍‌ଯାପନୀ ଦିବସ।