ବାଲେଶ୍ୱର

ଜାହିରା ସ୍ଥାପନ ନେଇ ବିକ୍ଷୋଭ

ଉଦଳା,୬।୧୧ (ଡି.ଏନ.ଏ.) - କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ, ଧନଚତୁରୀ ଏବଂ ହୁଡିସାହରେ ଆଦିବାସୀଙ୍କ ଧର୍ମୀୟ ପୀଠ ଜାହିରା ସ୍ଥାପନ କରିବା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ା ଏକ ବିଶାଳ ଶୋଭାଯାତ୍ରାରେ ୩ ଗ୍ରାମବାସୀ ଉଦଳା ବଜାର ପରିକ୍ରମା କରିବା ପରେ ଉଦଳା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ଉପରୋକ୍ତ ୩ ଗ୍ରାମରେ ତୁରନ୍ତ ଜାହିରା ସ୍ଥାପନ ଦାବିରେ ଗ୍ରାମବାସୀ ଏକ ସ୍ମାରକପତ୍ର ପ୍ରକଳ୍ପ ପ୍ରଶାସକ ବିଧାନ ଚନ୍ଦ୍ର ରାୟଙ୍କୁ ପ୍ରଦାନ କରିଛନ୍ତି ା 

  ହୁଡିସାହି ଗ୍ରାମରେ  ପୂର୍ବରୁ ଏକ ଜାହିରା ପୀଠ ଥିଲା ା ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେଠାରେ ୨୦୧୦ ମସିହାରେ ସେଠାରେ ଥିବା ଜାହିରା ଭଙ୍ଗା ଯାଇ ଏକ କନ୍ୟା ଆଶ୍ରମ ନିର୍ମାଣ କରାଯାଇଥିଲା।   ପରବର୍ତ୍ତୀ ସମୟରେ ଏକ ଜାହିରା ସ୍ଥାପନ କରାଯିବା ନେଇ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି  ୮ ବର୍ଷ  ମଧ୍ୟରେ ଅଦ୍ୟାବଧି ଗ୍ରାମରେ  ତାହା ସ୍ଥାପିତ ହୋଇପାରିନାହିଁ ା   ଶେଷରେ ସୋମବାର ଶତାଧିକ ସଂଖ୍ୟାରେ ୩  ଗ୍ରାମବାସୀ  ବିକ୍ଷୋଭ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି ା ଆଗକୁ ଆଦିବାସୀ ସାନ୍ତାଳ ସମାଜର ସହରାଏ ପରବ, କାଳୀପୂଜା, ବଡପର୍ବ ଥିବାରୁ ତୁରନ୍ତ ଗ୍ରାମରେ ଜାହିରା ସ୍ଥାପନ କରାଯିବାକୁ ଦାବି ରଖାଯାଇଛି ା ଗ୍ରାମର ମୁଖିଆ ଜୟ ମୁର୍ମୁଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିବା ବେଳେ ଏଥିରେ କାରାନ ମୁର୍ମୁ, ମଙ୍ଗଲା ସୋରେନ୍‌, ରୁପାଇ ହଁାସଦାଙ୍କ ସମେତ ବହୁ ଆଦିବାସୀ  ସାମିଲ ହୋଇଥିଲେ ା ପ୍ରକଳ୍ପ ପ୍ରଶାସକ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲାପାଳ ଭଗବାନ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ସହ ଖୁବ୍‌ ଶୀଘ୍ର  ଜାହିରା ସ୍ଥାପନ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା ା 

All Right Reserved By

ବାଲେଶ୍ୱର

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଭଦ୍ରକ ଅଫିସ,୧୯।୨: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଚରମ୍ପାଠାରେ ଥିବା ଗଳା ପୋଲର ସମ୍ପ୍ରସାରଣ ପାଇଁ ସମ୍ପ୍ରସାରଣ କମିଟି ସଦସ୍ୟ ପକ୍ଷରୁ ମଙ୍ଗଳବାର ସକାଳେ  ଗଣଧାରଣା  ଦିଅlଯାଇଥିଲା। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତରେ ଏକ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି।

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯବାନଙ୍କ ଶହୀଦ ହେବା ଘଟଣା ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ଭାରତ ବନ୍ଦ ଡାକରା ଦେଇଥିଲା ।

ଟାୱାର ସ୍ଥାପନକୁ ବିରୋଧ

ଟାୱାର ସ୍ଥାପନକୁ ବିରୋଧ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ପୌରାଞ୍ଚଳର ୯ନଂ. ୱାର୍ଡ଼ ପ୍ରଗତିନଗରର ମହିଳାମାନେ ରୋଗ ଭୟରେ ଏକ ଏୟାରଟେଲ୍‌ କମ୍ପାନୀର ମୋବାଇଲ୍‌ ଟାୱାର ସ୍ଥାପନକୁ ବିରୋଧ କରି ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ତଦନ୍ତରେ ପକ୍ଷପାତିତା ନୀତି

ତଦନ୍ତରେ ପକ୍ଷପାତିତା ନୀତି

କେନ୍ଦୁଝର, ୧୮ା୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ରାଶନ ସାମଗ୍ରୀ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି।