ଜୀବନଚର୍ଯ୍ୟା |

ଡେଉଁ ନ ଥିବା ରୋଗ

ଡେଉଁ ନ ଥିବା ରୋଗ
ପ୍ରତିବର୍ଷ ନଭେମ୍ବର ୫କୁ ‘ଜାତୀୟ ଆୟୁର୍ବେଦ ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଡେଉଁ ନ ଥିବା କେତେକ ପ୍ରମୁଖ ରୋଗ ସମ୍ପର୍କରେ ଆଲୋଚନା... ଦିନଥିଲା ଡିଆଁ ରୋଗରେ ଆକ୍ରାନ୍ତ ହୋଇ ଶହଶହ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଥିଲେ, ମାତ୍ର ଏବେ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ତଥା ସରକାରୀ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦ୍ୱାରା ଏଥିରେ ଯଥେଷ୍ଟ ହ୍ରାସ ଘଟିଛି। କିନ୍ତୁ ଏମିତି କେତେକ ରୋଗ ଅଛି, ଯାହା ଜଣକଠାରୁ ଅନ୍ୟକୁ ଡିଏଁ ନାହିଁ। ତନ୍ମଧ୍ୟରୁ ମଧୁମେହ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ, କର୍କଟ, ସ୍ନାୟୁ ଓ ମସ୍ତିଷ୍କସ୍ରାବଜନିତ ରୋଗ, ପୃଥୁଳତା, ଶ୍ୱାସ, ମୋତିଆବିନ୍ଦୁ, ଅର୍ଶ, କିଡ୍‌ନୀ ରୋଗ ଇତ୍ୟାଦି ଅନ୍ୟତମ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁସାରେ ଭାରତରେ ସମୁଦାୟ ମୃତ୍ୟୁର ଶତକଡା ୬୦ଭାଗ ମୃତ୍ୟୁ ଏହି ଅଣସଂକ୍ରାମକ ରୋଗ ଦ୍ୱାରା ହିଁ ହୋଇଥାଏ। ଡେଉଁ ନ ଥିବା ରୋଗ ବା ଅଣସଂକ୍ରାମକ ରୋଗକୁ ମୁଖ୍ୟତଃ ବ୍ୟକ୍ତିଗତ ଜୀବନଶୈଳୀ ସଂପର୍କିତ ରୋଗ କହିଲେ ଅତ୍ୟୁକ୍ତି ହେବନାହିଁ। କମ୍‌ମାତ୍ରାରେ ଶାରୀରିକ ପରିଶ୍ରମ, ମଦ୍ୟପାନ, ତମାଖୁସେବନ, ଅତ୍ୟଧିକ ଚିନ୍ତାଗ୍ରସ୍ତହେବା, ଫାଷ୍ଟଫୁଡ୍‌ ସେବନ, ଫଳ-ପନିପରିବା କମ୍‌ ଖାଇବା, ଅତ୍ୟଧିକ ଲୁଣ ଓ ତୈଳଯୁକ୍ତ ଖାଦ୍ୟସେବନ, ରାତିଅନିଦ୍ରା, ଅନିୟମିତ ଖାଦ୍ୟଗ୍ରହଣ ଓ ମେଦବହୁଳତା କାରଣରୁ ହୋଇଥାଏ। ତେଣୁ ପ୍ରତ୍ୟେକଙ୍କର ଏହି ରୋଗଗୁଡିକ ବିଷୟରେ ସଚେତନତା ସୃଷ୍ଟି ହେଲେ ରୋଗୀ ସଂଖ୍ୟା ଓ ରୋଗର ପ୍ରାଦୁର୍ଭାବକୁ ନିୟନ୍ତ୍ରଣରେ ରଖାଯାଇପାରିବ। ସେଗୁଡିକରୁ କେତେକ ଆଲୋଚନା କରିବାକୁ ଉଚିତ ମନେକରୁଛି। ମଧୁମେହ: ମଧୁମେହ ଦ୍ୱାରା ଆକ୍ରାନ୍ତ ହେଲେ ବାରମ୍ବାର ପରିସ୍ରା ହେବା, ଅଧିକ ଶୋଷଲାଗିବା, ଅଧିକ ଭୋକଲାଗିବା, ହାଲିଆ ଲାଗିବା, ଦେହର ଘା’ ଶୀଘ୍ର ନ ଶୁଖିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଖାଲିପେଟରେ ରକ୍ତରସ (ପ୍ଲାଜ୍‌ମା) ପରୀକ୍ଷାକଲେ ଶତକଡା ୭୦-୧୧୦ମିଲିଗ୍ରାମ୍‌ ମଧ୍ୟରେ ନ ରହି ତା’ଠାରୁ ଅଧିକ ରହିଲେ ଏବଂ ଖାଦ୍ୟ ଗ୍ରହଣର ଦୁଇଘଣ୍ଟା ପରେ ରକ୍ତ ପରୀକ୍ଷା କଲେ ରକ୍ତଶର୍କରାର ମାତ୍ରା ୧୫୦ମିଲିଗ୍ରାମ୍‌ରୁ ଅଧିକ ରହିଲେ ମଧୁମେହର ଆଶଙ୍କା କରିପାରିବା। ଉଚ୍ଚ ରକ୍ତଚାପ: ଉଚ୍ଚ ରକ୍ତଚାପରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଆଖିକୁ ଭଲ ଦେଖା ନ ଯିବା, ଛାତିରେ ଯନ୍ତ୍ରଣା, ହୃଦ୍‌ଗତିରେ ଅନିୟମିତତା, ଶ୍ୱାସକ୍ରିୟାରେ କଷ୍ଟ, ପରିସ୍ରାରେ ରକ୍ତ ପଡିବା, କୌଣସି ଅଙ୍ଗ ଅଚଳ ହେବା ଏବଂ ଆନୁଷଙ୍ଗିକ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଇଥାଏ। ସିଷ୍ଟ୍ରୋଲିକ୍‌ ଓ ଡାଏଷ୍ଟୋଲିକ୍‌ ରକ୍ତଚାପ ଯଥାକ୍ରମେ ୧୨୦/୮୦ମି.ମି. ପାରଦରୁ ଅଧିକ ରହିଲେ ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ ହୁଏ। ହୃଦ୍‌ରୋଗ: ହୃତ୍‌ପିଣ୍ଡ, ଧମନୀ ଓ ଶିରାସମୂହର ଅସ୍ବାଭାବିକତା ହୃଦ୍‌ରୋଗର ଅନ୍ତର୍ଗତ। ହୃଦରୋଗରେ ଶରୀରର ଜୀବନ ରକ୍ଷାକାରୀ ମୁଖ୍ୟଅଙ୍ଗକୁ ରକ୍ତ ସଂଚାଳନ କାର୍ଯ୍ୟରେ ବାଧା ଉପୁଜିଥାଏ। ପରିଶ୍ରମ କଲେ ଛାତିରେ ଯନ୍ତ୍ରଣା ଏବଂ ବିଶ୍ରାମରେ ଉପଶମ ହେବା ପୁଣି ଏହି ଯନ୍ତ୍ରଣା ବେକ, କାନ୍ଧ ହାତ ଓ ପିଠିକୁ ବ୍ୟାପି ଛାତିରେ ସଙ୍କୋଚନ ଅନୁଭବ ହେଲେ ତାହାକୁ ଆଞ୍ଜାଇନା କୁହାଯାଏ। ସେହିପରି ୩୦ ମିନିଟ୍‌ରୁ ଅଧିକ ଛାତିରେ ଭୀଷଣ ଯନ୍ତ୍ରଣା ଯାହାକି କ୍ରମେ ବାମହାତ ଆଡକୁ ମାଡିଥାଏ ଏବଂ ସାଧାରଣ ପେନ୍‌କିଲର ଦ୍ୱାରା ଉପଶମ ହୁଏ ନାହିଁ। ଏହାସହିତ ଝାଳ ବାହାରିବା, ବାନ୍ତି ଲାଗିବା, ବାନ୍ତି ହେବା ଆଦିକୁ ହୃଦ୍‌ଘାତର କାରଣ ଭାବରେ ନିଆଯାଇଥାଏ। କ୍ୟାନ୍‌ସର: କ୍ୟାନ୍‌ସରର ଲକ୍ଷଣକୁ କେତେକ ବାକ୍ୟରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସାଧାରଣଭାବେ ବିନା କାରଣରେ ଓଜନ କମିବା, ଥକ୍କାଲାଗିବା, ଜ୍ୱର ଲାଗିରହିବା, ଝାଡାରେ ପରିବର୍ତ୍ତନ, ଅସ୍ବାଭାବିକ ରକ୍ତସ୍ରାବ, ଶରୀରରେ ଗୁଟୁଳି ଦେଖାଯିବା, ଭାତୁଡି ବା କଳାଜାଇରେ ଆଖିଦୃଶିଆ ପରିବର୍ତ୍ତନ, ଘା’ ନ ଶୁଖିବା, ସ୍ବରରେ ପରିବର୍ତ୍ତନ ହେବା ବା କାଶ ଲାଗି ରହିବା ଇତ୍ୟାଦି ଲକ୍ଷଣ ଲକ୍ଷ୍ୟ କଲେ କ୍ୟାନ୍‌ସର ବୋଲି ସନ୍ଦେହ କରିପାରିବା। ଷ୍ଟ୍ରୋକ୍‌ : ଷ୍ଟ୍ରୋକ୍‌ର ଆକ୍ଷରିକ ଅର୍ଥ ହେଲା ପ୍ରହାର (ମାଡ)। ଏହି ମାଡ ମସ୍ତିଷ୍କ ଭିତରେ ଥିବା ରକ୍ତବାହୀ ନଳୀରେ ରକ୍ତ ପ୍ରବାହ ବନ୍ଦ କିମ୍ବା ମସ୍ତିଷ୍କରେ ରକ୍ତସ୍ରାବ ଯୋଗୁଁ ହୋଇଥାଏ। ମସ୍ତିଷ୍କରେ ଶରୀରର ସବୁ ଅଙ୍ଗ ପାଇଁ ସ୍ନାୟବିକ ଅଙ୍ଗ ରହିଛି। ମସ୍ତିଷ୍କରେ ରକ୍ତପ୍ରବାହର ଅସ୍ବାଭାବିକତା ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇ ପାରାଲିସିସ୍‌ ହୋଇଯାଇଥାଏ। ଷ୍ଟ୍ରୋକ୍‌ ହେଲେ ମସ୍ତିଷ୍କ ଆଘାତର ସ୍ଥାନ ଓ ପରିମାଣ ଅନୁସାରେ ଅଧା ଅଙ୍ଗ ଅଚଳ ହୋଇପଡ଼େ। ରୋଗୀ କଥା କହିପାରେ ନାହିଁ, ସ୍ପର୍ଶଶକ୍ତି ନ ଥାଏ, ଲେଖାପଢା କରିପାରେ ନାହିଁ। ମନେରଖିବା ଶକ୍ତି ହ୍ରାସ ପାଏ। ସ୍ଥାନ କାଳ ପାତ୍ର ଜାଣିପାରେ ନାହିଁ ା ଗୋଟିଏ ଆଖିରେ ଝାପ୍‌ସା ଦେଖାଯିବା ବା ଆଦୌ ଦେଖା ନ ଯିବା ଜଣାଯାଏ। ଜୋର୍‌ରେ ମୁଣ୍ଡବ୍ୟଥା ହେବା ବା ବେହୋସ୍‌ ହେବା ଦେଖାଯାଏ। ଅଣ ସଂକ୍ରାମକ ରୋଗଗୁଡିକ ପାଇଁ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ହୁଏ। ରୋଗକୁ ପ୍ରତିରୋଧ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଓ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟୀକରଣ କରି ଚିକିତ୍ସା ବ୍ୟବସ୍ଥା ଗ୍ରହଣକରିବା। ପ୍ରତିଦିନ ତଟକା ପନିପରିବା, ଋତୁକାଳୀନ ପନିପରିବା ଓ ଫଳ, ଗଜାମୁଗ, ଡାଲି, ଶାଗ ଇତ୍ୟାଦି ଖାଦ୍ୟଭାବେ ଗ୍ରହଣ କରିବା ଉଚିତ୍‌। ଫାଷ୍ଟଫୁଡ୍‌, ପ୍ୟାକେଟ୍‌ରେ ମିଳୁଥିବା ଖାଦ୍ୟ, ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ, ଅଧିକ ଲୁଣର ବ୍ୟବହାର ବର୍ଜନ କରିବା ଉଚିତ। ପ୍ରତିଦିନ ସୁସ୍ଥ ରହିବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ସୌନ୍ଦର୍ଯ୍ୟବୃଦ୍ଧି, ମାନସିକ ଉଦ୍‌ବେଗ ଓ ଅବସାଦ ଦୂର କରିବା ପାଇଁ ଏବଂ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଲାଗି ନିୟମିତ ବ୍ୟାୟାମ କରିବା ଉଚିତ। ପ୍ରତିଦିନ ଚାଲିବା, ନିଜ କାମ ନିଜେ କରିବା, ଘରକାମ କରିବା, ସାଇକେଲ ଚଳାଇବା, ପହଁରିବା, ବଗିଚା କାମ କରିବା ଇତ୍ୟାଦି ଶାରୀରିକ କାର୍ଯ୍ୟ ଦ୍ୱାରା, ବ୍ୟାୟାମ କାର୍ଯ୍ୟ ମଧ୍ୟ ସାଧିତ ହୋଇଥାଏ। ମଦ୍ୟପାନ, ବିଡି, ସିଗାରେଟ୍‌, ଗଞ୍ଜେଇ, ଖଇନି, ଭାଙ୍ଗସେବନ ସର୍ବାଦୌ ବର୍ଜନୀୟ। ୪୦ବର୍ଷ ପରେ ସମସ୍ତେ ନିଜ ନିଜର ରକ୍ତ ଶର୍କରା, ରକ୍ତଚାପ, ରକ୍ତଚର୍ବିର ମାନ ନିର୍ଦ୍ଧାରଣ କରାଇ ଉପଦେଶ ଗ୍ରହଣ କରିବା ଉଚିତ। ପ୍ରତ୍ୟେକ ସରକାରୀ ଚିକିତ୍ସାଳୟରେ ଏଥି ନିମନ୍ତେ ଦେୟମୁକ୍ତ ସମସ୍ତ ଔଷଧ ଓ ସେବା ଉପଲବ୍ଧ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଥିବା ଦିନଚର୍ଯ୍ୟା, ଋତୁଚର୍ଯ୍ୟା, ବ୍ୟାୟାମ, ଖାଦ୍ୟଗ୍ରହଣ, ରସାୟନ ସେବନ ଓ ଆଚାର ରସାୟନ ପ୍ରଣୟନ ଓ ଔଷଧ ଦ୍ୱାରା ଅଣସଂକ୍ରାମକ ରୋଗକୁ ଅନେକାଂଶରେ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିନିମନ୍ତେ ସମସ୍ତ ସ୍ବାସ୍ଥ୍ୟକର୍ମୀ, ଚିକିତ୍ସକ, ଜନସାଧାରଣ ତଥା ବିଭାଗୀୟ ସମନ୍ବୟର ଆବଶ୍ୟକତା ରହିଛି। - ସରକାରୀ ଆୟୁର୍ବେଦ ଚିକିତ୍ସାଧିକାରୀ ବଳଦମାଲ, ସୁନ୍ଦରଗଡ଼ ମୋ : ୯୪୩୭୨୨୧୭୧୬
All Right Reserved By

ଜୀବନଚର୍ଯ୍ୟା |

ଫ୍ୟାଶନରେ ‘ଏମ୍ବ୍ରୋଇଡୋରୀ ଟାଟୁ’: ଦେଉଛି ଭିନ୍ନ ଲୁକ୍‌

ଫ୍ୟାଶନରେ ‘ଏମ୍ବ୍ରୋଇଡୋରୀ ଟାଟୁ’: ଦେଉଛି ଭିନ୍ନ ଲୁକ୍‌

ଟାଟୁ ପ୍ରେମରେ ଆଜିର ଯୁବପୀଢ଼ୀ।ଆଗରୁ ଅଭିନେତ୍ରୀ ଅଭିନେତାମାନଙ୍କୁ ଶରୀରର ବିଭିନ୍ନ ଭାଗରେ ଟାଟୁ କରିଥିବା ଦେଖିବାକୁ ମିଳୁଥିଲା। ମାତ୍ର ଏହା ଏବେ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଲାଣି। ଏହାର ବିଭିନ୍ନ ପ୍ରକାର ମଧ୍ୟରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ‘ଏମ୍ବ୍ରୋଇଡୋରୀ ଟାଟୁ’। 

ନୀରୋଗ ରହିବା ଲାଗି ପିଅନ୍ତୁ ନିମ୍ବ ଚା’: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ନୀରୋଗ ରହିବା ଲାଗି ପିଅନ୍ତୁ ନିମ୍ବ ଚା’: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସୁସ୍ଥ ତଥା ନୀରୋଗ ଜୀବନ ଲାଗି ଆମକୁ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ଜରୁରୀ।ତେବେ ଖାଦ୍ୟପେୟ ବିଷୟରେ ଯଦି ଆମେ କଥାହେବା ତାହା ହେଲେ ପ୍ରାୟ ସମସ୍ତେ ନିଜ ଦିନର ଆରମ୍ଭ ଚା’ରୁ କରିବାକୁ ଭଲପାଇଥାନ୍ତି।

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ବର୍ତ୍ତମାନ ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। 

  ଆଲୁମିନିୟମ ଜରିରେ ପ୍ୟାକ୍‌ ହୋଇଥିବା ଖାଦ୍ୟ ଖାଉଥିଲେ ସାବଧାନ...ହୋଇପାରେ ଏହି ରୋଗ

ଆଲୁମିନିୟମ ଜରିରେ ପ୍ୟାକ୍‌ ହୋଇଥିବା ଖାଦ୍ୟ ଖାଉଥିଲେ ସାବଧାନ...ହୋଇପାରେ ଏହି ରୋଗ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ଓ ଆଲୁମିନିୟମ ଜରିର ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ବିଶେଷକରି ଏଥିରେ ଖାଦ୍ୟ ପ୍ୟାକ୍‌ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇ ସାରିଛି। 

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ ଝିଅଙ୍କ ହୃଦୟରେ କରିବେ ରାଜ୍‌

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ ଝିଅଙ୍କ ହୃଦୟରେ କରିବେ ରାଜ୍‌

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।

ସ୍ବାମୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ଏହି ୪ ଅକ୍ଷରରୁ ଆରମ୍ଭ ନାମୀ ସ୍ତ୍ରୀ

ସ୍ବାମୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ଏହି ୪ ଅକ୍ଷରରୁ ଆରମ୍ଭ ନାମୀ ସ୍ତ୍ରୀ

ସ୍ତ୍ରୀ ଓ ସ୍ବାମୀ ସମ୍ପର୍କ ସବୁଠାରୁ ନିଆରା। ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ବିବେଚିତ କରାଯାଇଥାଏ। ପ୍ରେମ, ବିଶ୍ୱାସ ଓ ସମ୍ମାନକୁ ନେଇ ଉଭୟ ଜୀବନରେ ଆଗକୁ ବଢ଼ିଥାନ୍ତି। 

କ୍ୟାନସର୍‌ରୁ ରକ୍ଷାକରିବ ମିଠାମକା

କ୍ୟାନସର୍‌ରୁ ରକ୍ଷାକରିବ ମିଠାମକା

ମିଠା ମକା ବା ସି୍ବଟ୍‌ କର୍ଣ୍ଣ ଖାଇବାକୁ କିଏ ପସନ୍ଦ ନକରନ୍ତି କହିଲେ, ଆଜିର ଯୁବିପିଢ଼ିଙ୍କ ମଧ୍ୟରେ ଏହା ବେଶ୍‌ ପ୍ରିୟ ଆହାର ପାଲଟିଛି। 

ସୁସ୍ଥ ଶିଶୁ ପାଇଁ...

ସୁସ୍ଥ ଶିଶୁ ପାଇଁ...

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ। 

ଏହି ଜୁସ୍‌ ସହ ଔଷଧ ସେବନ କରୁଛନ୍ତି କି? ହୋଇପାରେ ହାନିକାରକ

ଏହି ଜୁସ୍‌ ସହ ଔଷଧ ସେବନ କରୁଛନ୍ତି କି? ହୋଇପାରେ ହାନିକାରକ

ଔଷଧ ସେବନ ପାଇଁ ପାଣିର ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ଆମ ଭିତରେ ଅନେକ ଅଛନ୍ତି, ଯେଉଁମାନେ ଔଷଧକୁ ପାଣି ବଦଳରେ ଜୁସ୍‌ ସହ ସେବନ କରିଥାନ୍ତି। 

ବ୍ରେକଫାଷ୍ଟ କରୁନାହାନ୍ତି କି? ହୋଇପାରେ ଏସବୁ ରୋଗ

ବ୍ରେକଫାଷ୍ଟ କରୁନାହାନ୍ତି କି? ହୋଇପାରେ ଏସବୁ ରୋଗ

ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ସମୟ ନାହିଁ ଶାନ୍ତିରେ ବସି ଖାଇବାକୁ। ଯେତେବେଳେ ଯାହା ମିଳିଲା ଖାଇ ଦେଉଛନ୍ତି। ଫଳରେ ନାନା ରୋଗର ଶିକାର ହେଉଛନ୍ତି। 

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ...

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri