ଫୁରସତ |

ଲିଭିବ ବିଗ୍‌ବେନ୍‌ ଲାଇଟ୍‌

ଲିଭିବ ବିଗ୍‌ବେନ୍‌ ଲାଇଟ୍‌

ଲଣ୍ଡନ,୨୦।୮ :ବ୍ରିଟେନ୍‌ର ଆଇକନିକ୍‌ ବିଗ୍‌ବେନ୍‌ ରହିଥିବା ଏଠାକାର ଏଲିଜାବେଥ୍‌ ଟାଓ୍ବାର୍‌ରେ ଶୀର୍ଷରେ ରହିଛି ଐତିହାସିକ ଆୟାର୍‌ଟନ୍‌ ଲାଇଟ୍‌। ଦୀର୍ଘ ୭୦ ବର୍ଷ ପରେ ଏହି ଲାଇଟ୍‌ ଏବେ ଲିଭିବାକୁ ଯାଉଛି। ଅବଶ୍ୟ ଏହା ଅସ୍ଥାୟୀ ରୂପେ ବନ୍ଦ ହେବାକୁ ଯାଉଛି। ଗ୍ରେଟ୍‌ ବେଲ୍‌ ବା ବିଗ୍‌ବେନ୍‌ ଉପରେ ରହିଛି ଏହି ଲାଇଟ୍‌। ବ୍ରିଟେନ୍‌ର ପାର୍ଲାମେଣ୍ଟ ଅଧିବେଶନ ଯେତେବେଳ ଆରମ୍ଭ ହୁଏ ପ୍ରତିଦିନ ସନ୍ଧ୍ୟାରେ ଏହି ଲାମ୍ପକୁ ଅନ୍‌ କରାଯାଇଥାଏ। ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ରୂପେ ସେଠାରୁ ବାହାର କରାଯିବ। ଏହା ବଦଳରେ ଏକ ଅସ୍ଥାୟୀ ଲାଇଟ୍‌ର ବ୍ୟବସ୍ଥା କରାଯିବ ବୋଲି ହାଉସ୍‌ ଅଫ୍‌ କମନରେ ସୂଚନା ଦିଆଯାଇଛି। ୧୮୮୫ରେ ମହାରାଣୀ ଭିକ୍ଟୋରିଆଙ୍କ ନିବେଦନ କ୍ରମେ ଏହି ଐତିହାସିକ ଲାଇଟ୍‌କୁ ବିଗ୍‌ବେନ୍‌ରେ ଖଞ୍ଜାଯାଇଥିଲା। ବକିଂହାମ୍‌ ପ୍ୟାଲେସ୍‌ରେ ଉଭୟ ହାଉସ୍‌ ଅଫ୍‌ ଲର୍ଡସ୍‌ ଏବଂ ହାଉସ୍‌ ଅପ୍‌ କମନରେ ଆଇନ ପ୍ରଣେତାମାନେ ବସିଥିବା ସମୟରେ ଯଦି ଲାଇଟ୍‌ ଚାଲିଯାଏ, ତା’ହେଲେ ସେମାନେ ସେଠାରୁ ଥାଇ ଏହି ଲାଇଟ୍‌କୁ ଦେଖିପାରିବେ ଚିନ୍ତାକରି ମହାରାଣୀ ଏଭଳି ନିବେଦନ କରିଥିଲେ। ଉଭୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ବନ୍ଦ କରାଯାଇଥିଲା। ଦେଶର ବିଶିଷ୍ଟ ଲିବରାଲ ନେତା ଆକ୍ଟନ୍‌ ସ୍ମି ଆୟାର୍‌ଟନ୍‌ଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି।

All Right Reserved By

ଫୁରସତ |

ବାହୁଡ଼ାରେ ବାହୁଡ଼ି ନ ଥିଲେ

ବାହୁଡ଼ାରେ ବାହୁଡ଼ି ନ ଥିଲେ

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ବିଶ୍ୱ ପ୍ରସିଦ୍ଧ ତାଙ୍କ ରଥଯାତ୍ରା। ସମସ୍ତଙ୍କୁ ଦର୍ଶନ ଦେବାଲାଗି ବର୍ଷକୁ ଥରେ ରତ୍ନ ସିଂହାସନ ଛାଡି ଓହ୍ଲେଇ ଆସନ୍ତି ବଡ଼ଦାଣ୍ଡକୁ। ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା। ଉପାସନା କ୍ଷେତ୍ରରୁ ଆବିର୍ଭାବ ସ୍ଥଳକୁ। ଭାଇ ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ଘରକୁ ଯାଆନ୍ତି କାଳିଆ ସାଆନ୍ତ। ଜନ୍ମବେଦି ବା ଆଡ଼ପ ମଣ୍ଡପରେ ହୁଅନ୍ତି ବିଜେ। ଯାତ୍ରାର ନବମ ଦିନରେ ହୁଏ ବାହୁଡ଼ା। ପୁଣି ସୁନ୍ଦରାଚଳରୁ ବାହୁଡି ଆସନ୍ତି ନୀଳାଚଳ। ଚଳଚଞ୍ଚଳ ହୋଇଉଠେ ଶ୍ରୀମନ୍ଦିର। କାହିଁ କେଉଁ କାଳରୁ ଚାଲି ଆସିଥିବା ଏହି ପରମ୍ପରାରେ ହୋଇଥିଲା ବ୍ୟତିକ୍ରମ। ଶ୍ରୀଜୀଉମାନେ ବାହୁଡ଼ାରେ ବାହୁଡ଼ି ନ ଥିଲେ ଶ୍ରୀମନ୍ଦିରକୁ...

ଆଖିରେ ଆଖି ମିଶାଇ ଝିଅଙ୍କ ପ୍ରେମରେ ପଡନ୍ତି ପୁରୁଷ

ଆଖିରେ ଆଖି ମିଶାଇ ଝିଅଙ୍କ ପ୍ରେମରେ ପଡନ୍ତି ପୁରୁଷ

ଝିଅମାନଙ୍କର ସୌନ୍ଦର୍ଯ୍ୟ ଦେଖି ଅନେକ ପୁରୁଷ ଆକର୍ଷିତ ହୋଇଥାଆନ୍ତି। ହେଲେ ବେଳେବେଳେ ଝିଅମାନଙ୍କର ପୋଷାକ ଏମାନଙ୍କୁ ଆପଣାର କରିବାରେ ବଡ ଭୂମିକା ଗ୍ରହଣ କରିଥାଏ। ଅଧିକାଂଶ ସ୍ଥଳେ ପୁରୁଷମାନେ ଝିଅମାନଙ୍କର ବେଶଭୁଷା ଦେଖିବା ପରେ ସେମାନଙ୍କ ଗୁଣକୁ ପରଖି ନେଇଥାଆନ୍ତି।

ଜାତିସଂଘ ରିପୋର୍ଟ: ଭାରତରେ ଏଚ୍‌ଆଇଭି ସଂକ୍ରମଣ ହ୍ରାସ ପାଇଛି

ଜାତିସଂଘ ରିପୋର୍ଟ: ଭାରତରେ ଏଚ୍‌ଆଇଭି ସଂକ୍ରମଣ ହ୍ରାସ ପାଇଛି

ଜାତିସଂଘ: ଭାରତରେ ଏଚ୍‌ଆଇଭି ସଂକ୍ରମଣ ଏବଂ ଏଡ୍‌ସ ସମ୍ପର୍କିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ୨୦୧୦ରୁ ୨୦୧୭ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଥିବା ଜାତିସଂଘ ରିପୋର୍ଟରୁ ସୂଚନା ମିଳିଛି। ଅପରପକ୍ଷରେ ପାକିସ୍ତାନରେ ଏହି ରୋଗର ବ୍ୟାପକତା ବୃଦ୍ଧି ପାଇଥିବା ସତର୍କ କରିଦିଆଯାଇଛି।

କିଛି କ୍ଷଣପାଇଁ ମହିଳା ହେଲେ ମିଲିୟନେୟାର

କିଛି କ୍ଷଣପାଇଁ ମହିଳା ହେଲେ ମିଲିୟନେୟାର

ବୋଷ୍ଟନ୍‌: ମାତ୍ର ଅଳ୍ପ କିଛି ମିନିଟ୍‌ ପାଇଁ ବୋଷ୍ଟନ୍‌ର ଜଣେ ମହିଳା ମିଲିୟନେୟାର (ନିୟୁତପତି) ପାଲଟି ଯାଇଥିଲେ। ଏଲେନ୍‌ ଫ୍ଲେମିଂ ନାମ୍ନୀ ଏହି ମହିଳା କହନ୍ତି, ସେ ବୁଧବାର ଅପରାହ୍ନରେ ଟିଡି ଆମେରିଟ୍ରେଡ୍‌ ଫାଇନାନ୍‌ସିଆଲ୍‌ କନସଲ୍‌ଟାଣ୍ଟ୍‌ରୁ ଏକ ଭଏସ୍‌ମେଲ୍‌ ପାଇଥିଲେ ଯେ, ତାଙ୍କ ଆକାଉଣ୍ଟ୍‌ରେ ଅର୍ଥ ଜମା କରାଯାଇଛି। ୨୬ ବର୍ଷ ବୟସ୍କା ଏହି ମହିଳା ସେଲ୍‌ଫୋନ୍‌ରେ କମ୍ପାନୀର ଆପ୍‌ ଖୋଲିଥିଲେ ଏବଂ ତାଙ୍କ ଆକାଉଣ୍ଟ୍‌ରେ ୧.୧ ନିୟୁତ ଆମେରିକୀୟ ଡଲାର ଥିବାର ଦେଖି ଚକିତ ହୋଇଯାଇଥିଲେ। କିଛିମାସ ତଳେ ତାଙ୍କ ଆକାଉଣ୍ଟ୍‌ରେ ଥିଲା ମାତ୍ର ୫୦ ଡଲାର।

ଉଡ଼ନ୍ତା ବେଲୁନ୍‌ ଦ୍ୱାରା ମିଳିବ ଇଣ୍ଟରନେଟ୍‌ ସେବା

ଉଡ଼ନ୍ତା ବେଲୁନ୍‌ ଦ୍ୱାରା ମିଳିବ ଇଣ୍ଟରନେଟ୍‌ ସେବା

ମାଉଣ୍ଟେନ୍‌ ଭିଉ(ଆମେରିକା): ଗୁଗୁଲ୍‌-ଅନୁମୋଦିତ କମ୍ପାନୀ ଅତି ଉଚ୍ଚରେ ଉଡ଼ି ପାରୁଥିବା ବେଲୁନ୍‌ ଦ୍ୱାରା ଇଣ୍ଟରନେଟ୍‌ ସେବା ଯୋଗାଇବ। କେନିଆର ଦୁର୍ଗମ ଅଞ୍ଚଳରେ ଉକ୍ତ କମ୍ପାନୀ ଉଡନ୍ତା ବେଲୁନ୍‌ ମାଧ୍ୟମରେ ବ୍ୟବସାୟିକ କାରବାର ଆରମ୍ଭ କରିବାକୁ ଘୋଷଣା କରିଛି। ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ ଇଙ୍କ୍‌ ମାଧ୍ୟମରେ ଗୁଗଲ୍‌ ସହ ଯୋଡ଼ି ହୋଇଥିବା ଲୁନ୍‌ କମ୍ପାନୀ ଟେଲିକମ୍‌ କେନିଆ ସହିତ କାର୍ଯ୍ୟ କରି ୨୦୧୯ରେ ୪ଜି/ଏଲ୍‌ଟିଇ ସେଲ୍ୟୁଲାର ସେବା ଯୋଗାଇଦେବ।

ମସ୍‌ଜିଦ୍‌ ଲାଇବ୍ରେରିରେ ବିଭିନ୍ନ ଧର୍ମର ପୁସ୍ତକ

ମସ୍‌ଜିଦ୍‌ ଲାଇବ୍ରେରିରେ ବିଭିନ୍ନ ଧର୍ମର ପୁସ୍ତକ

ଗୁଆହାଟୀ: ଆସାମ୍‌ର କଚର ଜିଲା ଅନ୍ତର୍ଗତ ବାଗାବଜାରରେ ରହିଛି ଏକ ଭିନ୍ନ ମସ୍‌ଜିଦ୍‌। ଏଠାରେ ବିଭିନ୍ନ ଧର୍ମର ପୁସ୍ତକ ଦେଖିବାକୁ ମିଳେ। ବାଇବେଲ୍‌ଠୁ ଆରମ୍ଭ କରି ବେଦ, ଉପନିଷଦ୍‌ ପର୍ଯ୍ୟନ୍ତ ପୁସ୍ତକ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିବ। ଦୁଇଜଣ ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ଏପରି ଏକ ଭିନ୍ନଧର୍ମୀ ପୁସ୍ତକାଳୟ ଏଠାରେ ଗଢ଼ିଉଠିଛି। ଯାହାଙ୍କ ଉଦ୍ୟମରେ ଭିନ୍ନଧର୍ମୀ ଲାଇବ୍ରେରି ଗଢ଼ିଉଠିଛି ସେ ହେଉଛନ୍ତି ବାଗା ବଜାର ଜାମା ମସ୍‌ଜିଦ୍‌ ମୁଖ୍ୟ ସବିର ଅହମ୍ମଦ୍‌ ଚୌଧୁରୀ।

ଏପରି ଏକ ସ୍ଥାନ ଯେଉଁଠି ଜଗିଙ୍ଗ କରିବା ମନା

ଏପରି ଏକ ସ୍ଥାନ ଯେଉଁଠି ଜଗିଙ୍ଗ କରିବା ମନା

ଆଫ୍ରିକାର ବୁରୁଣ୍ଡିରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ଜଗିଙ୍ଗ କରିବା ମନା। ସେଠାକାର ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ନିୟମ ଜାରି କରାଯାଇଛି। ସାଧାରଣତଃ ଫିଟ୍‌ ରହିବା ପାଇଁ ଜଗିଙ୍ଗ କରାଯାଉଥିବା ବେଳେ ଏଠାରେ ଜଗିଙ୍ଗ କଲେ ଅସାମାଜିକ ଗତିବିଧି ବୃଦ୍ଧି ପାଇବ ବୋଲି ରାଷ୍ଟ୍ରପତି ମତ ଦେଇ ଜଗିଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ। ଏସ୍‌ସିବି ମେଡିକାଲର ଏହି ଡାକ୍ତରଙ୍କ ନାମ ରାଜ୍ୟରେ ବେଶ୍‌ ପରିଚିତ। ଆର୍ଥାଇଟିସ୍‌ ରୋଗୀମାନଙ୍କୁ ସଫଳ ଚିକିତ୍ସା ଦେବାରେ ଡାକ୍ତର ଦାଶ ବେଶ୍‌ ଲୋକପ୍ରିୟ ମଧ୍ୟ। ଏସ୍‌ସିବିରେ ଏମ୍‌ବିବିଏସ୍‌ ଓ ପିଜି ଶେଷ କରିବା ପରେ ଆଇସିଏମ୍‌ଆର୍‌ (ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ)ରେ ପିଏଚ୍‌ଡି ଶେଷ କରିଥିଲେ।

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବିହାରର କୈମୁର ଜିଲାର ଭଗବାନପୁରରେ ରହିଛି ମୁଣ୍ଡେଶ୍ୱରୀ ଦେବୀଙ୍କ ମନ୍ଦିର। ପଓ୍ବରା ପାହାଡ଼ର ୬୦୮ ଫୁଟ ଉଚ୍ଚରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର।

ପୃଥିବୀର ବୟସ ସମ୍ପର୍କରେ ଭୂତତ୍ତ୍ୱବିତ୍‌ଙ୍କ ମତ

ପୃଥିବୀ ଇତିହାସରେ ଅନେକ ସ୍ମରଣୀୟ ଘଟଣାବଳୀ ଘଟିଯାଇଛି। ଏହିସବୁ ଘଟଣାକ୍ରମକୁ ଭିତ୍ତିକରି ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ହାଡିଅନ୍‌ ଇୟନ୍‌ ହେଉଛି ଏକ ଯୁଗ। ଏହା ଫସିଲ୍‌ ରେକର୍ଡ ପୂର୍ବ ସମୟର ବୋଲି ନିର୍ଦ୍ଧାରଣ କରାଯାଇଛି।

ମେଘାଳୟାନ ଯୁଗରେ ପୃଥିବୀ

ମେଘାଳୟାନ ଯୁଗରେ ପୃଥିବୀ

ବୈଜ୍ଞାନିକମାନେ ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରେ ମେଘାଲୟାନ୍‌ ଏଜ୍‌ ଅନ୍ୟତମ, ଯେଉଁ ସମୟ ମଧ୍ୟରେ ଆମେ ବାସ କରିଆସୁଛୁ। ଏହି ସମୟ ୪,୨୦୦ବର୍ଷ ତଳେ ଆରମ୍ଭ ହୋଇଥିଲା।

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

ଡାଇନୋସର୍‌ଙ୍କ ଉତ୍ପତ୍ତିକାଳ ସମ୍ପର୍କରେ ବୈଜ୍ଞାନିକମାନେ ଅନେକ ମତ ଉପସ୍ଥାପନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଡେଣା ବିହୀନ ଡାଇନୋସର୍‌ ପାଖାପାଖି ୨୪୫ ନିୟୁତରୁ ୬୬ନିୟୁତ ବର୍ଷ ମଧ୍ୟରେ ତିଷ୍ଠି ରହିଥିଲେ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ