ଫୁରସତ |

କର୍ମଜୀବୀ ଜନନୀଙ୍କୁ ଅଧିକ ସୁବିଧା ଲୋଡ଼ା

କର୍ମଜୀବୀ ଜନନୀଙ୍କୁ ଅଧିକ ସୁବିଧା ଲୋଡ଼ା
ଲଣ୍ଡନ, ୨୦।୮: ସାଧାରଣତଃ ବେସରକାରୀ କ୍ଷେତ୍ରରେ କାର୍ଯ୍ୟକରୁଥିବା ମହିଳା ସନ୍ତାନ ଜନ୍ମ ପରେ ଚାକିରି ଛାଡ଼ି ଦେଇଥାନ୍ତି। ନଚେତ୍‌ ସେମାନେ କାର୍ଯ୍ୟ ସମୟ ହ୍ରାସ କରି ଦେଇଥାନ୍ତି। ଅର୍ଥାତ୍‌ ପାର୍ଟ ଟାଇମ୍‌ ଜବ୍‌ ପ୍ରତି ମନ ବଳାଇଥାନ୍ତି। ଯଦ୍ଦ୍ବାରା ସ୍ବାବଲମ୍ବୀ ହେବା ସହ ପିଲାଙ୍କ ଯତ୍ନ ମଧ୍ୟ ଠିକ୍‌ ଭାବେ ନେଇପାରିଥାନ୍ତି। ତେବେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ସାମାନ୍ୟ ନମନୀୟ ଭାବ ପୋଷଣ କରାଗଲେ ସେମାନେ ସନ୍ତାନ ଜନ୍ମ ପରେ ମଧ୍ୟ କାର୍ଯ୍ୟ ଅବ୍ୟାହତ ରଖିପାରିବେ ବୋଲି ସଦ୍ୟ ଏକ ଗବେଷଣା ପରେ ବ୍ରିଟେନ୍‌ର କେଣ୍ଟ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଦାବି କରିଛନ୍ତି। ସନ୍ତାନ ଜନ୍ମ ପରେ ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ମୁତାବକ କାର୍ଯ୍ୟ ସମୟ ଦିଆଗଲେ ସେମାନେ କାର୍ଯ୍ୟକୁ ଅବ୍ୟାହତ ରଖିପାରିବେ। ସନ୍ତାନର ଲାଳନପାଳନ କରି ଯେଉଁ ସମୟରେ କାମ କରିବାକୁ ଚାହିଁବେ ସେ ସୁଯୋଗ ଦିଆଗଲେ ମହିଳାମାନେ ବିଶେଷ ଭାବେ ଲାଭାନ୍ବିତ ହୋଇପାରିବେ ଏବଂ ସ୍ବାବଲମ୍ବୀ ହୋଇପାରିବେ। ଏ ସମ୍ପର୍କରେ ବିସ୍ତୃତ ଧାରଣା ପାଇବା ଲାଗି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ୨୦୦୯ରୁ ୨୦୧୪ ଲାର୍ଜ ହାଉସ୍‌ହୋଲ୍ଡ ପ୍ୟାନେଲ୍‌ ତଥ୍ୟକୁ ଅଧ୍ୟୟନ କରିଥିଲେ। ଏଥିରୁ ସେମାନେ ଦେଖିବାକୁ ପାଇଥିଲେ ଯେ, ଯେଉଁ ମହିଳାମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ ସମୟ ପାଇଛନ୍ତି ସେମାନଙ୍କ ସଂଖ୍ୟା ଥିଲା ଅଧା। ଯେଉଁମାନେ ଏହି ସମୟ ପାଇ ନ ଥିଲେ ସେମାନେ ନିଜର କାର୍ଯ୍ୟ ସମୟକୁ ହ୍ରାସ କରି ଦେଇଥିଲେ। ଅର୍ଥାତ୍‌ ପାର୍ଟଟାଇମ୍‌ କାର୍ଯ୍ୟ କରୁଥିଲେ। ତେବେ ଫ୍ଲେକ୍ସିଟାଇମ୍‌ କେବଳ କହିଦେଲେ ହେବ ନାହିଁ, ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ଫଳରେ କର୍ମମୟୀ ମହିଳାମାନେ କାର୍ଯ୍ୟ ଏବଂ ସନ୍ତାନ ଯତ୍ନ ମଧ୍ୟରେ ସମାନତା ରକ୍ଷା କରିପାରିବେ। ଏଭଳି ବ୍ୟବସ୍ଥା ମହିଳାଙ୍କ ମାତୃତ୍ୱ ଅବସ୍ଥାର କେତେକ ନକାରାତ୍ମକ ପରିଣାମକୁ ହ୍ରାସ କରିପାରିବ ବୋଲି ଜର୍ନାଲ୍‌ ହ୍ୟୁମାନ୍‌ ରିଲେଶନ୍‌ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
All Right Reserved By

ଫୁରସତ |

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ  ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

 ବିବାହ  ପୂର୍ବରୁ ରକ୍ତ ପାନ କରେ ବର

ବିବାହ ପୂର୍ବରୁ ରକ୍ତ ପାନ କରେ ବର

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ।

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଜର୍ମାନୀର ପୋଲିସ ଅଫିସର ଏଡ୍ରିଏନ୍‌ ମୋଲେସଜର ଏବେ ଦେଖେଣାହାରୀଙ୍କ ମୁଣ୍ଡ ବିଗାଡିଛନ୍ତି। ଏମିତିକି ତାଙ୍କ ହାତରେ ଗିରଫ ହେବା ପାଇଁ ଏବେ ଅନେକ ଲୋକ କିଛି ନା କିଛି ଭୂଲ୍‌ କରିବସୁଛନ୍ତି। 

କୃତ୍ରିମ ଚନ୍ଦ୍ର

କୃତ୍ରିମ ଚନ୍ଦ୍ର

ଅତୀତରେ ଯାହା ଦିନେ ଥିଲା କବିର କଳ୍ପନା, ତାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଚାଇନାର ବୈଜ୍ଞାନିକମାନେ ୨୦୨୦ ମସିହା ସୁଦ୍ଧା ଆକାଶରେ ଏକ କୃତ୍ରିମ ଚନ୍ଦ୍ର ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କୃତ୍ରିମ ଚନ୍ଦ୍ରକୁ ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ  ସହର ଉପରେ ଅବସ୍ଥାପିତ କରାଯିବ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଅନେକ କାରଣ ରହିଛି। ସେଥିମଧ୍ୟରେ ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶପିଂ ଅଭ୍ୟାସ। 

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ସଙ୍ଗୀତ ଚିକିତ୍ସା ଗର୍ଭସ୍ଥ ଶିଶୁର ବିକାଶରେ ସହାୟକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ହେବା ଆରମ୍ଭ କରେ। 

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। 

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗାର ଶାଖା ନଦୀ ମହାନନ୍ଦା ଦ୍ୱାରା ପରିବେଷ୍ଟିତ। ବର୍ଷରେ ୫-୬ମାସ ଏଠାରେ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। 

ବଡ଼ ଦୋସା

ବଡ଼ ଦୋସା

ଦୋସା, ହେଇପାରେ ଦକ୍ଷିଣ ଭାରତୀୟ ଖାଦ୍ୟ। ହେଲେ ସାରା ପୃଥିବୀରେ ରହିଛି ଏହାର ଆଦର। ଏହି ଦୋସାକୁ ନେଇ ରେକର୍ଡ ବି ହୋଇଛି। ଯେମିତିକି ରେଡିଓ ମିର୍ଚି ୯୮.୩ ଏଫ୍‌ଏମ୍‌ ଏବଂ ନାଚୁରେଲା ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲ୍‌ ମିଳିତଭାବେ ପୃଥିବୀର ସବୁଠାରୁ ଲମ୍ବା ଦୋସା ତିଆରି କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିଛନ୍ତି। 

ମୃତକଙ୍କ ପାଇଁ ହୋଟେଲ

ମୃତକଙ୍କ ପାଇଁ ହୋଟେଲ

ହୋଟେଲ ଏକ ବିଳାସପୂର୍ଣ୍ଣ ସ୍ଥାନ ଯେଉଁଠାରେ ଲୋକେ ଖାଦ୍ୟ ପାନୀୟ ଗ୍ରହଣ କରିବା ସହିତ ଆରାମରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ବିଭିନ୍ନ ପ୍ରକାରର ହୋଟେଲ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ। 

୮୦ ବର୍ଷରେ ସାଲ୍‌ସା

୮୦ ବର୍ଷରେ ସାଲ୍‌ସା

ବ୍ରିଟେନ୍‌ର ୮୦ ବର୍ଷୀୟା ପେଡି ଜୋନ୍ସ। ଚର୍ମରେ ତାଙ୍କର କୁଞ୍ଚନ ଆସିଗଲାଣି। ଆଉ ବୟସର ଛାପ ବି ବାରି ହୋଇଯାଉଛି। ହେଲେ ମନ ତାଙ୍କର ଏବେ ବି ଯୁବସୁଲଭ। ଆଉ ସେ ଏମିତି କାରନାମା କରି ଦେଖାଇଛନ୍ତି, ଯାହା ଯୁବପିଢିଙ୍କ ପାଇଁ ବି କରିବା ଅସମ୍ଭବ। 

ମୂଷାଙ୍କ ପାଇଁ ଗାଁ

ମୂଷାଙ୍କ ପାଇଁ ଗାଁ

ଫଟୋଗ୍ରାଫର୍‌ ସିମୋନ୍‌ ଡେଲ୍‌ ଦିନେ ନିଜ ବଗିଚାକୁ ପକ୍ଷୀମାନଙ୍କର ଫଟୋ ଉଠାଇବାକୁ ଆସିଥାଆନ୍ତି। ଏତିକିବେଳେ ତାଙ୍କର ନଜର ପଡିଲା ଏକ ସୁନ୍ଦର ମୂଷା ପରିବାର ଉପରେ। ଯେଉଁମାନେ ନେଉଳ ଭଳି ପଛ ଦୁଇଗୋଡରେ ଠିଆ ହୋଇ ଚାରିଆଡେ ବୁଲି ଦେଖୁଥିଲେ।