ମନୋରଞ୍ଜନ |

ପ୍ୟାର ଅଲଗା ପ୍ରକାର

ପ୍ୟାର ଅଲଗା ପ୍ରକାର
ନିଶା ସୁନ୍ଦରୀ ହେଲେ ଭାରି ଜିଦଖୋର। ଅଜା ରାଜେଶ୍ୱର ରାୟ ତା’ ପାଇଁ ବରପାତ୍ରଟିଏ ଖୋଜୁଥାଆନ୍ତି କିନ୍ତୁ ବାହା ହେବାକୁ ନିଶା ରାଜି ହୁଏନା। ହଠାତ ଜିତ୍‌ଙ୍କ ସହ ଭେଟ ହୁଏ ନିଶାର। କିନ୍ତୁ ପ୍ରେମର ନାଟକ ଭିତରେ ତାକୁ ଧୋକା ଦିଏ ଜିତ୍‌। ଆଉ ତା’ପରେ କ’ଣ ହୁଏ ? ପ୍ରେମିକର ଭୁଲକୁ ସେ ମାଫ କରେ କି ? ନିଶାକୁ ଧୋକା ଦେବା ପରେ ନିଜର ଭୁଲ ଜିତ ବୁଝିପାରି ପୁଣି ତାକୁ ପ୍ରେମିକା ଭାବରେ ଗ୍ରହଣ କରେ କି ? ନିଶା ଜିତ୍‌କୁ ବାହା ହୁଏ ନା ଆଉ କାହାକୁ ? ଏସବୁ ପ୍ରଶ୍ନର  ଉତ୍ତର ରହିଛି ଚଳିତ ମାସରେ ରିଲିଜ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ୟାର ଅଲଗା ପ୍ରକାର’। ଏଥିରେ ଜିତ ଭୂମିକାରେ ଜ୍ୟୋତି ଏବଂ ନିଶା ରୋଲ୍‌ରେ ଅଭିନୟ କରିଛନ୍ତି ଝିଲିକ୍‌। ବିନାୟକ ଫିଲ୍ମସ ବ୍ୟାନରରେ ଅକ୍ଷୟ ପ୍ରଧାନଙ୍କ ସହ ପ୍ରଯୋଜନାରେ ଏହି ଚିତ୍ରଟିର ପ୍ରଯୋଜନା କରିଛନ୍ତି ବିବେସିତା ଘଡାଇ। କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ହୀରା ଚୌଧୁରୀ। ବିଜୟ ମଲ୍ଲ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ଦାୟିିିତ୍ୱରେ ଅଛନ୍ତି ଅମରେନ୍ଦ୍ର ମହନ୍ତି। ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ପ୍ରଜ୍ଞା ପ୍ରମୁଖ କଳାକାର। ଏହି ଫିଲ୍ମ ପୂର୍ବରୁ ଜ୍ୟୋତି-ଝିଲିକ ଯୋଡି ‘ତୁ ମୋ ହିରୋ’ ଏବଂ ‘ଓଲେ ଓଲେ ଦିଲ୍‌ ବୋଲେ’ରେ ଅଭିନୟ କରିସାରିଛନ୍ତି।
All Right Reserved By

ମନୋରଞ୍ଜନ |

ନାୟକ ଏବେ ଖଳନାୟକ

ନାୟକ ଏବେ ଖଳନାୟକ

ନାୟକ ଅନିଲ କପୁର ଏବେ ଖଳନାୟକ ହେବେ। ଅନୀସ ବାଜ୍‌ମୀଙ୍କ ଆଗାମୀ ସିନେମାରେ ତାଙ୍କୁ ଏପରି ଏକ ଚରିତ୍ରରେ ଦେଖିବାକୁ ମିଳିବ। ଲଭ୍‌ ରଞ୍ଜନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି।

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

କରିନା ଚାହୁଁଛନ୍ତି ସାରା ଏହି ନାୟକଙ୍କୁ ଡେଟ୍‌ ନ କରନ୍ତୁ

ମୁମ୍ବାଇ: ବଲିଉଡ୍‌ରେ ଚଳିତ ବର୍ଷ ଡେବ୍ୟୁ କରିଛନ୍ତି ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଂଙ୍କ ଲାଡ୍‌ଲି ସାରା ଅଲ୍ଲି ଖାଁ। ସେ ବଲିଉଡ୍‌ରେ ଏଣ୍ଟ୍ରି କରୁକରୁ ଚାହୁଁଛନ୍ତି ଜଣେ ହ୍ୟାଣ୍ଡସମ୍‌ ନାୟକଙ୍କୁ ଡେଟ୍‌ କରିବାକୁ ଏମିତିକି ସେ କାହା ସହ ଡେଟ୍‌ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଖୋଲାଖୋଲି କହି ସାରିଛନ୍ତି। 

ସଲମାନ୍‌ଙ୍କୁ ବିବାହ କରିବାକୁ  ରାଜି ହେଲେ କ୍ୟାଟ୍ରିନା

ସଲମାନ୍‌ଙ୍କୁ ବିବାହ କରିବାକୁ ରାଜି ହେଲେ କ୍ୟାଟ୍ରିନା

ମୁମ୍ବାଇ,୧୯।୨: ଦବଙ୍ଗ ଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁଙ୍କ ମନ ଏବେ ଭାରି ଖୁସ୍‌। ଏହାର କାରଣ ହେଉଛି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ ତଥା ସଲୁ ଭାଇଙ୍କ ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ବାହାହେବାକୁ ହୋଇଛନ୍ତି ରାଜି। 

‘ଜୟ ମମି ଦି’ରେ ପୁନମ୍‌

‘ଜୟ ମମି ଦି’ରେ ପୁନମ୍‌

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ପୁନମ୍‌ ଧିଲନ୍‌ ଆଗାମୀ ଫିଲ୍ମ ‘ଜୟ ମମି ଦି’ରେ ଅଭିନୟ କରିବା ପାଇଁ ଉତ୍ସାହିତ ଅଛନ୍ତି। 

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ପାକିସ୍ତାନରେ ରିଲିଜ ହେବନାହିଁ ‘ଟୋଟାଲ ଧମାଲ’

ମୁମ୍ବାଇ: ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ ପାକିସ୍ତାନରେ ରିଲିଜ ହେବନାହିଁ ବୋଲି ସୋମବାର ଘୋଷଣା କରିଛନ୍ତି ଅଭିନେତା-ପ୍ରଯୋଜକ ଅଜୟ ଦେବଗନ୍‌। ଗତ ସପ୍ତାହରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୯ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଟୋଟାଲ ଧମାଲ ପାକିସ୍ତାନରେ ରିଲିଜ ନ କରାଇବାକୁ ଟିମ୍‌ ନିଷ୍ପତ୍ତି ନେଇଥିବା ଅଜୟ ଟୁଇଟ୍‌ କରିଛନ୍ତି। 

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ଶହୀଦଙ୍କ ପରିବାରକୁ ସହାୟତା ଦେବ ‘ଟୋଟାଲ୍‌ ଧମାଲ୍‌’ ଟିମ୍‌

ମୁମ୍ବାଇ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଛୁଟିଛି ସହାୟତାର ସୁଅ।

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ଲିକ୍‌ ହେଲା ‘ଖତରୋଁ କେ ଖିଲାଡି ୯’ର ବିଜେତାଙ୍କ ନାଁ

ମୁମ୍ବାଇ,୧୮।୨: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି ୯’ ଏବେ ଘରେ ଘରେ ବେଶ୍‌ ପରିଚିତ। ଆରମ୍ଭରୁ ହିଁ ଏହି ରିୟଲିଟି ଶୋ ଟିଆର୍‌ପିରେ ଏକ ନମ୍ବର ସ୍ଥାନରେ ରହିଛି। 

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ଲାଡ୍‌ଲି ସୁହାନା ଏବେ ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍‌। ସେ ଏବେ ଲଣ୍ଡନରେ ଆକ୍ଟିଙ୍ଗ କୋର୍ସ କରୁଛନ୍ତି। 

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

ମୁମ୍ବାଇ,୧୮ା୨: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଶିଷ୍ଟ ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମା ମାଳିନୀ ତୀବ୍ର ନିନ୍ଦା କରିଛନ୍ତି।

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

ବମ୍ବେ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବିଦା କରାଯାଇଛି। ପୁଲଓ୍ବାମା ଆକ୍ରମଣକୁ ନେଇ ସିଦ୍ଧୁ ପାକିସ୍ତାନର ସମର୍ଥନ କରିଥିବାରୁ ତାଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି। 

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

ମୁମ୍ବାଇ: ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। 

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

ବମ୍ବେ,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ମୃତାହତ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଦିଗରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ଏକ ହୋଇ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ଜିକାଲ ଷ୍ଟାଇକ୍‌ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘ଉରି’ର ନିର୍ମାତାମାନେ ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି।