ଫୁରସତ |

ମୌସୁମୀ ଅନୁମାନ ଲାଗି ନୂଆ ପଦ୍ଧତି

ମୌସୁମୀ ଅନୁମାନ ଲାଗି ନୂଆ ପଦ୍ଧତି
ଓ୍ବାଶିଂଟନ୍‌: ଭାରତୀୟ ମୌସୁମୀ ଉପରେ ଅଧ୍ୟୟନ କରିବା ଲାଗି ଆମେରିକୀୟ ବୈଜ୍ଞାନିକମାନେ ଏକ ଅଭିନବ ପଦ୍ଧତି ଆବିଷ୍କାର କରିଛନ୍ତି। ଏହାଦ୍ୱାରା ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍‌ଏମ୍‌)ର ଆଗମନ, ପ୍ରତ୍ୟାବର୍ତ୍ତନ ଏବଂ ଏହାର ସକ୍ରିୟତା ବିଷୟରେ ଠିକ୍‌ ଭାବେ ତର୍ଜମା କରାଯାଇ ପାରିବ। ଭାରତୀୟ ମୌସୁମୀ ହେଉଛି ଏକ ବିଶାଳ ପାଣିପାଗ ବ୍ୟବସ୍ଥା ଏବଂ ଏହାଦ୍ୱାରା ବାର୍ଷିକ କୋଟି କୋଟି ଲୋକ ପ୍ରଭାବିତ ହୋଇଥାନ୍ତି। ଭାରତରେ ମୌସୁମୀ ଅବଧିର ଏକ ଠିକ୍‌ ସମୟ ନିର୍ଦ୍ଧାରଣ କରିବା ଲାଗି ଦୀର୍ଘ ଦଶନ୍ଧି ହେଲା ବୈଜ୍ଞାନିକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମୌସୁମୀର ଠିକ୍‌ ପୂର୍ବାନୁମାନ କରିବା ଏବଂ ଏକ ସ୍କେଲ ପ୍ରସ୍ତୁତ କରିବା ଲାଗି ସେମାନଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ଉତ୍ତମ ମାନଦଣ୍ଡ ନାହିଁ। ଏଭଳି ସ୍ଥଳେ ଆମେରିକାର ଫ୍ଲୋରିଡା ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷଣା ବିଶେଷ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇଏସ୍‌ଏମ୍‌ର ସ୍ଥିତି ନିର୍ଦ୍ଧାରଣ କରିବା ଲାଗି ଏହି ଦଳ ନିଜର ନୂଆ ପଦ୍ଧତି ଜରିଆରେ ସେଠାକାର ବର୍ଷା ମାତ୍ରା ଉପରେ ଅଧ୍ୟୟନ ଆରମ୍ଭ କରିଥିଲେ। ୧୦୫ର ବର୍ଷର ଉପଲବ୍ଧ ତଥ୍ୟକୁ ଅଧ୍ୟୟନ କରି ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଏହା ଭାରତରେ ମୌସୁମୀ ପୂର୍ବାନୁମାନକୁ ବିଫଳ ପ୍ରମାଣିତ କରିବ ନାହିଁ ବୋଲି ଫ୍ଲୋରିଡା ଷ୍ଟେଟ୍‌ ୟୁନିଭର୍ସିଟିର ସହଯୋଗୀ ପ୍ରାଧ୍ୟାପକ ବାସୁ ମିଶ୍ର ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ଯେଉଁ ପଦ୍ଧତିର ବିକାଶ ହୋଇଛି ତାହା ମୌସୁମୀ ପୂର୍ବାନୁମାନ ଏବଂ ତଦାରଖ ପ୍ରୋଟୋକଲ୍‌ ଉପରେ ବିଶେଷ ଧ୍ୟାନ ଦେବ। ବିଶେଷକରି କେରଳ ସମେତ ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ମୌସୁମୀର ଗତିବିଧି ଉପରେ ନଜର ରଖାଯିବ। ଦେଶବ୍ୟାପୀ କେତେକ ନର୍ଦ୍ଦିଷ୍ଟ ସ୍ଥାନରେ ଏହାର ପରୀକ୍ଷଣ କରାଯିବ। ଭାରତରେ ଏକ ସ୍ପଷ୍ଟ ମୌସୁମୀ ମାନଦଣ୍ଡ ମହଜୁଦ ନ ଥିବାରୁ ତାହା ଦେଶବାସୀଙ୍କ ପାଇଁ ଏକ ଆତଙ୍କର ଉତ୍ସ ଭାବେ ପରିଗଣିତ ହୋଇଥାଏ। ଅବଶ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରଗୁଡ଼ିକ ମୌସୁମୀର ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଅବଗତ କରାଇଥାନ୍ତି। କିନ୍ତୁ ସେମାନଙ୍କ ପୂର୍ବାନୁମାନ ସବୁବେଳେ ଠିକ୍‌ ପ୍ରକାଶିତ ହୋଇ ନ ଥାଏ।
All Right Reserved By

ଫୁରସତ |

୭୨ ଘଣ୍ଟା ନୋ ଟଏଲେଟ୍‌

୭୨ ଘଣ୍ଟା ନୋ ଟଏଲେଟ୍‌

ବିବାହ ସମୟରେ ୭୨ ଘଣ୍ଟା ଟଏଲେଟ ନ ଯିବା ବିଶ୍ୱର ଟିଡୋଙ୍ଗ ଆଦିବାସୀ ସମ୍ପ୍ରଦାୟର ଏକ ପ୍ରାଚୀନ ପରମ୍ପରା। ଏହି ପରମ୍ପରା ଅନୁସାରେ ନବବିବାହିତଙ୍କୁ ବିବାହ ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବ୍ୟବାହର କରିବାକୁ ଦିଆଯାଇ ନ ଥାଏ। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ଥଣ୍ଡାରେ କମ୍‌ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା: ପର୍ବତ ଶିଖରରେ ଚଢ଼ି ବିକିନିରେ ସେଲ୍‌ଫି ଉଠାଉଥିବା ମହିଳା ଗିଗୀ ମୃତ

ତାଇଓ୍ବାନ: ବହୁତ ଲୋକଙ୍କର ପର୍ବତାରୋହଣ କରି ଶିଖର ଛୁଇଁବା ଭଳି ସଉକ ଥାଏ। ମାତ୍ର ଏପରି କରିବା ପୂର୍ବରୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଷୟରେ ଧ୍ୟାନ ରଖିବା ଉଚିତ୍‌। ନଚେତ ଜୀବନ ବି ଯାଇପାରେ। ନିକଟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ତାଇଓ୍ବାନର ଜଣେ ମହିଳା ପର୍ବତାରୋହୀ।

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

୧୦ ବର୍ଷରେ ଶିକାର ହେଲେଣି ୧୦୨ ଏକଶିଙ୍ଗି ଗଣ୍ଡା

ନୋଇଡା(ୟୁପି): ୨୦୦୮ରୁ ଏପର୍ଯ୍ୟନ୍ତ ୧୦୨ ଏକଶିଙ୍ଗି ଗଣ୍ଡା ଶିକାର କରାଗଲାଣି ଏବଂ ଏଥିପାଇଁ ୨୦୯ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଅଧିକାର ଆଇନ (ରାଇଟ୍‌ ଟୁ ଇନଫରମେଶନ୍‌) ତଥ୍ୟରୁ ଜଣାଯାଇଛି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଆସାମରୁ ସର୍ବାଧିକ ୮୪ ଏକଶିଙ୍ଗି ଗଣ୍ଡା ଶିକାର କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୭ଟି ଗଣ୍ଡା ଶିକାର କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଗୋଟିଏ ଗଣ୍ଡାର ମୃତ୍ୟୁ ଘଟିଛି। 

ସକାଳେ ବିଛଣାଛାଡ଼ି  ଏସବୁ କାହିଁକି  ମନା...

ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା...

ସକାଳେ ବିଛଣା ଛାଡିବା ପରେ ନିରୋଗ ଜୀବନଚର୍ଯ୍ୟା ଆପଣେଇବା ଆବଶ୍ୟକ। ଏହାଦ୍ୱାରା ମନ ଓ ଶରୀର ଉପରେ ପଡ଼ିଥାଏ ସକାରାତ୍ମକ ପ୍ରଭାବ।

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

ଚୁମ୍ବନ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଯୁବକ

କ୍ରିସ୍‌ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍‌ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍‌ ଷ୍ଟାର ତଥା ସିରିୟଲ କିସର୍‌ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍‌।

ସାଙ୍ଗିଆ ପରିବର୍ତ୍ତନ

ସାଙ୍ଗିଆ ପରିବର୍ତ୍ତନ

ନିଜ ସାଙ୍ଗିଆକୁ କିଏ ବା ଭଲ ନ ପାଏ । କାରଣ ନାଁ ପରେ ଏହା ବି ମଣିଷର ପରିଚୟ ପାଲଟିଥାଏ। ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୈଶବରୁ ଆରମ୍ଭ କରି ଜୀବନର ଶେଷ ସମୟ ଯାଏ ଅପରିବର୍ତ୍ତିତ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଅନେକ ସମୟରେ ଏହା ବଦଳି ଯାଇଥାଏ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପାଠପଢ଼ା ଚାପ ବି ସ୍ମରଣ ଶକ୍ତିକୁ କରେ ପ୍ରଭାବିତ...

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି।  ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା। 

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଏମିତି ମନ୍ଦିର ଯେଉଁଠି ମୁସଲମାନ ମହିଳା ଶିବରାତ୍ରୀରେ କରନ୍ତି ମହାଦେବଙ୍କୁ ଜଳଲାଗି...

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମସମନ୍ବୟର ପବିତ୍ର କ୍ଷେତ୍ର। 

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ଯେଉଁଠି ବିବାହ ପୂର୍ବରୁ ଝିଅ ହୁଅନ୍ତି ବିଦା...

ସାଧାରଣତଃ ବିବାହ ପରେ କନ୍ୟା ବିଦା ହୋଇଥାଏ। ତେବେ ଝାଡ଼ଖଣ୍ଡ ଉତ୍ତର ଛୋଟନାଗପୁର ଅଞ୍ଚଳରେ ରହିଛି ଏକ ପରମ୍ପରା। ଏଠାରେ ବିବାହର କିଛି ଦିନ ପୂର୍ବରୁ ବରଘର ଲୋକେ କନ୍ୟାଘରେ ପହଞ୍ଚିଥାନ୍ତି।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“