ଫୁରସତ |

ଭିନ୍ନକ୍ଷମଙ୍କ ପ୍ରେରଣା ଭଗବାନ

ଭିନ୍ନକ୍ଷମଙ୍କ  ପ୍ରେରଣା ଭଗବାନ
କଳା, ସଙ୍ଗୀତ, ସଂସ୍କୃତି ଏବଂ ଐତିହ୍ୟ ପାଇଁ ବ୍ରହ୍ମପୁର ସହର କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଓଡ଼ିଶା ସଙ୍ଗୀତ ଜଗତକୁ ଅନେକ ପ୍ରତିଭାଙ୍କୁ ଭେଟି ଦେଇଛି ଏହି ସହର । ନିତି ଏଇ ସହରରେ ଆୟୋଜିତ ହୁଏ ସଙ୍ଗୀତ ଓ ସାଂସ୍କୃତିକ ଆସର। ଆଉ ଏହି ଆସରଗୁଡ଼ିକର ଏକ ଚିରପରିଚିତ ଚେହେରା ହେଉଛି ବ୍ରହ୍ମପୁର ବାସିନ୍ଦା ଭଗବାନ ପଣ୍ଡା । କେବେ ମଞ୍ଚ ଉପରେ ଜଣେ ଗାୟକ ଭାବେ ସ୍ରୋତାଙ୍କ କରତାଳି ସାଉଁଟନ୍ତି ତ ପୁଣି କେବେ ସ୍ରୋତାଟିଏ ହୋଇ ଅନ୍ୟ ଗାୟକଙ୍କ ସଙ୍ଗୀତ ପରିବେଷଣରେ ମନ୍ତ୍ରମୁଗ୍ଧ ହୋଇ କରତାଳିରେ ଉତ୍ସାହିତ କରନ୍ତି । ଏକ ତିନିଚକିଆ ସାଇକେଲରେ ପ୍ରାୟତଃ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ ଉପସ୍ଥିତି ଜାହିର କରନ୍ତି ସେ । 
ମାତ୍ର ଦୁଇ ବର୍ଷ ବୟସରେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ଯେଉଁ ବୟସରେ କୁନି ପାଦରେ ଚାଲିବା କଥା, ସେହି ବୟସରେ ଅକାମୀ ହୋଇଗଲା ତାଙ୍କ ପାଦଯୁଗଳ। ତଥାପି ହାରିନାହାନ୍ତି ସେ। ବୟସ ବଢ଼ିବା ସହ ତାଙ୍କ ଭିତରେ ସଙ୍ଗୀତ ପ୍ରତି ଆଗ୍ରହ ପ୍ରବଳ ଭାବେ ବଢ଼ିବାରେ ଲାଗିଲା । କେବେ ପରିବାରବର୍ଗଙ୍କ ଗହଣରେ ତ କେବେ ସାଙ୍ଗସାଥୀ ମେଳରେ, ସୁଯୋଗ ମିଳିବା ମାତ୍ରେ ଗୀତ ଗୁଣୁଗୁଣେଇ ଦେଉଥିଲେ । 
ତାଙ୍କ ପ୍ରତିଭା ସମସ୍ତଙ୍କୁ ଆକର୍ଷିତ କରିବାରେ ଲାଗିଲା । ଗୁଣକୁ ଅଟକାଇ ପାରିଲା ନାହିଁ ଶାରୀରିକ ସମସ୍ୟା । ହେଲେ ଆର୍ଥତ୍କ ଅଭାବ ଯେମିତି ତାଙ୍କ ରାସ୍ତା ଓଗାଳିଲା । ତଥାପି ଏହାକୁ ଖାତିର ନ କରି, ମନରେ ଅସୀମ ଧର୍ଯ୍ୟ ଧରି ଗୀତ ଗାଇ ଚାଲିଲେ ସେ । କୁହାଯାଏ ଉପଯୁକ୍ତ ତାଲିମ ହିଁ ପ୍ରତିଭାକୁ ଶାଣିତ କରେ । ୨୦୦୯ ମସିହାରୁ ବିଦ୍ୟାଳୟସ୍ତରରୁ ସଙ୍ଗୀତ ପରିବେଷଣକରି ପ୍ରଶଂସିତ ହେବା ପରେ ସଙ୍ଗୀତ ଗୁରୁ ସନ୍ତୋଷ ବେହେରାଙ୍କଠାରୁ ସେ ପ୍ରଥମକରି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କଲେ । ବର୍ତ୍ତମାନ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମହୋତ୍ସବଗୁଡ଼ିକରେ ଭାଗନେଇ ସଙ୍ଗୀତ ପରିବେଷଣ କରୁଛନ୍ତି।  ୨୦୧୨ ମସିହାରେ ଭିନ୍ନକ୍ଷମ ପ୍ରତିଭାଧାରୀ ଭାବେ ପୁରୀ କୁମାର ମହୋସତ୍ବ  ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ ା ରୋଟାରି କ୍ଳବ ପକ୍ଷରୁ ଗଞ୍ଜାମ ଜିଲାସ୍ତରୀୟ ପ୍ରତିଯୋଗିତା ଭଏସ୍‌ ଅଫ୍‌ ବ୍ରହ୍ମପୁରରେ  ୨୦୧୦ରେ ପ୍ରଥମ ହେବା ସହ ଭିକାରୀ ବଳ ସଙ୍ଗୀତ ଜିଲାସ୍ତରୀୟ ପ୍ରତିଯୋଗିତା ଭଳି ଏକାଧିକ ଜିଲାସ୍ତରୀୟ, ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ପୁରସ୍କୃତ ହୋଇଛନ୍ତି ା ବ୍ରହ୍ମପୁରରେ ରାହାଗିରିରେ ଅକ୍ଷୟ ମହାନ୍ତିଙ୍କ ସ୍ବତନ୍ତ୍ର ସଙ୍ଗୀତ ପରିବେଷଣ କରି ନିଜର କଳାକୁ ପ୍ରତିପାଦିତ କରିପାରିଛନ୍ତି । ୨୦୧୭ରେ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପଠାରେ ଓଡ଼ିଶୀ ସଙ୍ଗୀତ ମହୋତ୍ସବରେ ଓଡ଼ିଶୀ ସଙ୍ଗୀତ ପରିବେଷଣକରି ସମ୍ମାନିତ ହୋଇଛନ୍ତି ା ସେ ଚଣ୍ଡିଗଡ ପ୍ରାଚୀନ କଳା କେନ୍ଦ୍ର ଅଧୀନରେ ଓଡ଼ିଶୀ ସଙ୍ଗୀତରେ ବିଶାରଦ ପାସ୍‌ କରିଛନ୍ତି ା
ଯଦିଓ ଜଣେ ଭିନ୍ନକ୍ଷମ ଭାବେ ପିଲାବେଳେ ତାଙ୍କୁ ସାହିପଡିଶାଙ୍କଠାରୁ ଅନେକ କଟୁକଥା ଶୁଣିବାକୁ ମିଳିଛି ତଥାପି ସେସବୁକୁ ଖାତିର କରିବା ବଦଳରେ ଚ୍ୟାଲେଞ୍ଜ ହିସାବରେ ଗ୍ରହଣ କରି ନିଜକୁ ସକ୍ଷମ କରିବାକୁ ପଣ ନେଇ ଆଗେଇ ଆସିଛି ବୋଲି କୁହନ୍ତି ଭଗବାନ। ପରିବାର ଏବଂ ସାଙ୍ଗମାନଙ୍କ ପକ୍ଷରୁ ମିଳିଥିବା ସମର୍ଥନ ତାଙ୍କୁ ଜୀବନରେ ଆଗକୁ ବଢ଼ିବା ସହ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରେରଣା ଯୋଗାଇଥିବା ସେ ପ୍ରକାଶ କରିଛନ୍ତି ା ବଞ୍ଚିଥିବା ଯାଏଁ କାହା ଉପରେ ନିର୍ଭର ନ କରି ନିଜ କର୍ମ କରିବା ସହ ଯଥାସମ୍ଭବ ଅନ୍ୟକୁ ସାହାଯ୍ୟ କରିବାକୁ ହିଁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ଭଗବାନ ଆଗାମୀ ଦିନରେ ହଜିଯାଉଥିବା ପୁରୁଣା ଭାରତୀୟ ରୁଚିକର ମେଲୋଡି ସଙ୍ଗୀତ ଗୁଡିକର ପୁନରୁଦ୍ଧାର କରି ଲୋକଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ।
-ଆଶୀର୍ବାଦ ରାଉତ
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।