ଫୁରସତ |

ତୁଳସୀ ଦୁଇପତ୍ରରୁ ବାସେ

ତୁଳସୀ ଦୁଇପତ୍ରରୁ ବାସେ
କଥାରେ ଅଛି ”ତୁଳସୀ ଦୁଇପତ୍ରରୁ ବାସେ“। ପ୍ରାୟ ସବୁ ବଡ ବଡ ଲୋକଙ୍କ ଜୀବନରେ ଛୋଟ ବେଳୁ ଏହା ପ୍ରମାଣିତ ହୋଇଥାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଠାରେ ଏ ସୂଚନା ମିଳିଥିଲା ଗୋଟିଏ ଘଟଣାରୁ। ସୁଭାଷଙ୍କ ଜନ୍ମ ଆମ କଟକ ସହରରେ। ତାଙ୍କ ବାପା ଜାନକୀନାଥ ବୋଷ ଏଠାରେ ଓକିଲାତି କରୁଥିଲେ। ଏଣୁ ସୁଭାଷଙ୍କ ପିଲାଦିନର ପାଠପଢା ଏଇଠି ହୋଇଥିଲା। ପିଲାଦିନୁ ସେ ଥିଲେ ବହୁତ ପରୋପକାରୀ, ଧର୍ମପରାୟଣ ଓ ନ୍ୟାୟବନ୍ତ। ଦୁଃଖୀର ଦୁଃଖ ଦେଖିଲେ ସହିପାରୁ ନ ଥିଲେ। ବିପଦରେ ପଡିଥିବା ଲୋକକୁ ସାହାଯ୍ୟ କରିବାକୁ ସେ ଟିକେ ବି ପଛାଉ ନ ଥିଲେ।
ଥରେ କଟକରେ ହଇଜା ଲାଗିଲା। ସେତେବେଳେ ଲୋକଙ୍କର ରୋଗ ବିଷୟରେ ଧାରଣା ଖୁବ୍‌ କମ୍‌ ଥିଲା। ତାଙ୍କ ମନରେ ଭରି ରହିଥିଲା ଅନ୍ଧବିଶ୍ୱାସ। ସେମାନେ ହଇଜାକୁ କୌଣସି ଦେବଦେବୀଙ୍କ କୋପର ଫଳ ବୋଲି ବିଚାର କରୁଥିଲେ। ଏଣୁ ସେମାନେ ଏହାର ଚିକିତ୍ସା ନ କରାଇ ଗୁଣିଆ ଦ୍ୱାରା ପୂଜାପାଠ କରାଉଥିଲେ। ଫଳରେ ବହୁତ ଲୋକ ମରୁଥିଲେ। ଏଠି ତାହା ହିଁ ହେଲା। ଏହା ଦେଖି ସୁଭାଷ ତାଙ୍କର କିଛି ସାଙ୍ଗଙ୍କୁ ସାଥିରେ ନେଇ ରୋଗୀମାନଙ୍କ ସେବା କରିବାରେ ଲାଗିପଡିଲେ। ତାଙ୍କୁ ଖାଦ୍ୟ, ପାଣି ଓ ଔଷଧ ମଧ୍ୟ ଯୋଗାଇ ଦେବାରେ ଲାଗିଲେ। ସେତେବେଳେ କଟକରେ ଜଣେ ଗୁଣିଆ ଥିଲେ। ଲୋକଙ୍କର ତାଙ୍କ ଉପରେ ଥିଲା ଭାରି ବିଶ୍ୱାସ। ସେ ମଧ୍ୟ ମନ୍ତ୍ର ଯନ୍ତ୍ର କରି ହଇଜା ଭଲ କରିଦେବେ ବୋଲି କହି ବେଶ୍‌ ପଇସା ରୋଜଗାର କରୁଥିଲେ। କିନ୍ତୁ ସେଥିରେ ହଇଜାର ପ୍ରକୋପ କମିବ କିପରି?
ଏଣେ ସୁଭାଷ ଓ ତାଙ୍କ ସାଥୀମାନେ ବୁଲି ବୁଲି ଲୋକଙ୍କୁ ବୁଝାଉଥାନ୍ତି। ତାଙ୍କ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରୁଥାନ୍ତି। ଏହା ଦେଖି ସେ ଗୁଣିଆ ଭାରି ରାଗିଗଲେ। କାରଣ ଏହା ଫଳରେ ତାଙ୍କ ରୋଜଗାର କିଛି କମି ଯାଉଥାଏ। ଥରେ ସେ ସୁଭାଷ ଓ ତାଙ୍କ ସାଙ୍ଗମାନଙ୍କୁ ଧମକ ଦେଲେ ମନ୍ତ୍ରକରି ସେମାନଙ୍କୁ ମାରିଦେବେ ବୋଲି। ଏଣୁ ସାଙ୍ଗମାନେ ଡରିଗଲେ। ହେଲେ ସୁଭାଷ ତାଙ୍କୁ ନ ଡରିବା ପାଇଁ ବୁଝାଇଲେ। ସେ କହିଲେ ”ଆମେ ତ ଲୋକଙ୍କ ସେବା କରୁଛୁ। ଏ କାମ ତ’ ଭଗବାନଙ୍କ ସେବା...। ଆମକୁ ସେ ସହାୟ ହେବେ। ଏଣୁ ଆମେ ଡରିବା କାହିଁକି? ତା’ପରେ ସେମାନେ ପ୍ରାଣପଣେ ଲାଗି ଲୋକଙ୍କ ସେବା କଲେ।  ଦିନେ ସେ ଗୁଣିଆ ଏକ ଦୂର ଜାଗାକୁ ଯାଇଥାନ୍ତି। ତାଙ୍କ ସ୍ତ୍ରୀ ଘରେ ଏକା ଥାଆନ୍ତି। ସେହି ସମୟରେ ସେ ହଇଜାରେ ପଡିଲେ। ତେଣୁ ସୁଭାଷ ଓ ତାଙ୍କ ସାଙ୍ଗମାନେ ତାଙ୍କ ଘରେ ଯାଇ ପହଞ୍ଚିଗଲେ। ଗୁଣିଆ ସ୍ତ୍ରୀର ସେବା ଶୁଶ୍ରୂଷା କଲେ। ସନ୍ଧ୍ୟାକୁ ଗୁଣିଆ ଆସି ଘରେ ପହଞ୍ଚତ୍ ଦେଖିଲେ ଯେ ଏମାନେ ତାଙ୍କ ସ୍ତ୍ରୀ ସେବାରେ ଲାଗିଛନ୍ତି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ନିଜର ଭୁଲ୍‌ ବୁଝିପାରି ବହୁତ ଅନୁତାପ କଲେ। ତା’ପରେ ସେ ସୁଭାଷ ଓ ତାଙ୍କ ସାଙ୍ଗମାନଙ୍କୁ କ୍ଷମା ମାଗି ତାଙ୍କ ସହ ମିଶି ରୋଗୀଙ୍କ ସେବା କରିବାକୁ ଲାଗିଲେ।
                      - କନକଳଲତା ପରିଡା
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।