ରାୟଗଡା

ତଳମୁଣ୍ଡ ଧାନଜମିକୁ ପହଞ୍ଚୁନି କେନାଲ ପାଣି: ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

ଜୟପୁର,୨୭।୧୦(ଡି.ଏନ୍‌.ଏ.)ଧାନଚାଷ ପାଇଁ ଆବଶ୍ୟକ ବର୍ଷା ନଥିବା ଯୋଗଁୁ ଚାଷୀମାନେ କେନାଲ ପାଣି ଉପରେ ନିର୍ଭର କରନ୍ତି। ବିଡ଼ମ୍ବନା ହେଉଛି, କେନାଲରେ ପାଣି ଆସୁଛି, କିନ୍ତୁ ତଳମୁଣ୍ଡକୁ ପହଞ୍ଚୁନାହିଁ। ଫଳରେ ଚାଷୀଙ୍କ ଫସଲ ଉଜୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଚାଷୀମାନେ ଜଳସେଚନ ବିଭାଗ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ।
କୋଲାବ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପଦବୀ ୪ ମାସ ହେଲାଣି ଖାଲି ପଡିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏହି ଦାୟିତ୍ୱରେ ରହିଛନ୍ତି ା ତେଣୁ ଚାଷୀଙ୍କ ଅଭିଯୋଗ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ବୋଲି ଧନପୁର ପାଣି ପଞ୍ଚାୟତ ସଭାପତି ଅକ୍ଷୟ ମିଶ୍ର ଅଭିଯୋଗ କରିଛନ୍ତି ା ଜୟପୁର ମୁଖ୍ୟ କୋଲାବ ଇରିଗେସନ କେନାଲର ଚାଷ କାର୍ଯ୍ୟ ପାଇଁ ତଳମୁଣ୍ଡରେ ପାଣି ପହଞ୍ଚୁନାହିଁ ା ଧାନ ଫସଲ ପାଚିବା ଅବସ୍ଥାରେ ଥିବାବେଳେ ପାଣି ଅଭାବ ଯୋଗଁୁ ଫସଲ ନଷ୍ଟ ହେବା ନେଇ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି ା ଅନ୍ୟପକ୍ଷରେ ଅଧିକାଂଶ କେନାଲ ହୁଡା ଦୁର୍ବଳ ହୋଇଯାଇଛି ା ଏହା ଭାଙ୍ଗିଯାଇ ରାସ୍ତାରେ ପାଣି ମାଡୁଛି। କିନ୍ତୁ ତଳମୁଣ୍ଡରେ ଆବଶ୍ୟକ ଥିବା ଧାନଜମିରେ ପହଞ୍ଚତ୍ ପାରୁନାହିଁ ା କୋଲାବ ଇରିଗେସନ ବିଭାଗର କେନାଲ ପାଣି ଉପରେ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଏବଂ କୁନ୍ଦୁରା ବ୍ଲକର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଏକର ଚାଷଜମିର ଚାଷୀ ନିର୍ଭର କରୁଛନ୍ତି ା ଅଥଚ ଜଳ ଭଣ୍ଡାର ପାଣି ରହିଛି, କେନାଲରେ ଯାଉଛି; କିନ୍ତୁ ଏହି ବ୍ଲକର ତଳମୁଣ୍ଡ କୋଟପାଡ଼ ବ୍ଲକ ଗିର୍ଲା, କୁସୁମି, ଢାମଣା ହାଣ୍ଡି, ଆସନା, ବୋରିଗୁମ୍ମା ବ୍ଲକର କାମରା, କୁନ୍ଦୁରାର ଖଟଲାପଦର ଏବଂ ଜୟପୁର ବ୍ଲକର ଘାଟବାଗରା, ସଲପା, ବଡକାଉଡି, ଧନପୁର ପ୍ରଭୃତି ଅଞ୍ଚଳର ପ୍ରାୟ ୧୦ ହଜାର ଏକର ଜମିକୁ ପାଣି ପହଞ୍ଚତ୍ ପାରୁନାହିଁ ା ଫଳରେ ଅନେକ ଅଞ୍ଚଳର ଫସଲ ପାଚିବା ଅବସ୍ଥା ଓ ଅନ୍ୟ କେତେକ ଅଞ୍ଚଳରେ ଫୁଲରୁ ଧାନ ହେବା ଅବସ୍ଥାରେ ଥିବାବେଳେ ତାହା ନଷ୍ଟ ହେବା ଆଶଙ୍କା ରହିଛି। 
All Right Reserved By

ରାୟଗଡା

ବିଜେଡି ଛାଡିଲେ ତ୍ରିନାଥ

ବିଜେଡି ଛାଡିଲେ ତ୍ରିନାଥ

ଗୁଣପୁର,୧୮ା୩(ଡି.ଏନ.ଏ)-: ବିଜେଡି ଛାଡିଲେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ। ସେ ସୋମବାର ନିଜର ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। 

ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୩୫କିମି ଚାଲିଲେ ୩୦ ଛାତ୍ରୀ

ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୩୫କିମି ଚାଲିଲେ ୩୦ ଛାତ୍ରୀ

ମାଲକାନଗିରି,୧୮ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସର ୩୦ଜଣ ଛାତ୍ରୀ ସୋମବାର ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ କୋରୁକୋଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୩୫ କିଲୋମିଟର ରାସ୍ତା ଚାଲିଛନ୍ତି। 

ରାଇଘର କୃଷକ ସଂଘର ଚେତାବନୀ:କୌଣସି ଦଳକୁ ନିର୍ବାଚନରେ ସହଯୋଗ କରିବୁ ନାହିଁ

ରାଇଘର କୃଷକ ସଂଘର ଚେତାବନୀ:କୌଣସି ଦଳକୁ ନିର୍ବାଚନରେ ସହଯୋଗ କରିବୁ ନାହିଁ

ନବରଙ୍ଗପୁର,୧୮।୩(ଡି.ଏନ.ଏ.)- କୃଷକମାନଙ୍କ ଦାବିକୁ ନେଇ ପ୍ରଶାସନ ଓ ସରକାର ଏଯାଏ କୌଣସି ପଦକ୍ଷେପ ନେଲେ ନାହିଁ। କୃଷକମାନଙ୍କୁ ନେଇ ବିଭିନ୍ନ ରାଜ ନୈତିକ ଦଳ ପ୍ରଲୋଭନ ଦେଖାଇ ନିଜର ସ୍ବାର୍ଥ ହାସଲ କରିବାକୁ ଉଦ୍ୟମ ଚଲାଇଛନ୍ତି । 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

ପ୍ରଥମ ଦିନରେ ଦାଖଲ ହେଲାନି ପ୍ରାର୍ଥୀପତ୍ର

ପ୍ରଥମ ଦିନରେ ଦାଖଲ ହେଲାନି ପ୍ରାର୍ଥୀପତ୍ର

କୋରାପୁଟ,୧୮।୩(ସ୍ବ.ପ୍ର)- ସାଧାରଣ ନିର୍ବାଚନର ପ୍ରଥମ ପଯର୍‌ୟାୟ ମତଦାନ ନିମନ୍ତେ ସୋମବାରଠାରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥତ୍ପତ୍ର ଦାଖଲର ପ୍ରଥମ ଦିନରେ କୌଣସୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ନିର୍ବାଚନ ଅଧିକାରୀ ତଥା କୋରାପୁଟ ଉପଜିଲାପାଳ ଲଳିତ କୁମାର କହଁର ସୂଚନା ଦେଇଛନ୍ତି  ।

ଗଞ୍ଜେଇ ଜବତ, ୨ ଗିରଫ

ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,୧୮ ।୩ (ଡି.ଏନ.ଏ/ନି.ପ୍ର)- କୋରାପୁଟ ଜିଲା ଜୟପୁର ସଦରଥାନା ପୋଲିସ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । 

ଶୃଙ୍ଖଳିତ ନିର୍ବାଚନ ହେବ କଡ଼ା ଚାଲେଞ୍ଜ

ମାଲକାନଗିରି,୧୮।୩(ସ୍ବ.ପ୍ର.): ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଏଥର ବଡ଼ ଚାଲେଞ୍ଜ ହୋଇପାରେ। ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ଗତ ସପ୍ତାହେ ହେଲାଣି ଭିନ୍ନ ଭିନ୍ନ ଢଙ୍ଗରେ ଲାଲବାହିନୀ ନିଜର ଉପସ୍ଥିତି ଜାହିର କରୁଛି।

ଅଧା ଅଣ୍ଡା ବାଟମାରଣା

ଅଧା ଅଣ୍ଡା ବାଟମାରଣା

ବୈପାରୀଗୁଡ଼ା,୧୮।୩(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାକଡଡଙ୍ଗର ଗ୍ରାମର ଜଣେ ହିତାଧିକାରୀ ଅଙ୍ଗନଓ଼୍ବାଡ଼ି କେନ୍ଦ୍ରରୁ ନିୟମିତ ଅଣ୍ଡା ପାଉ ନଥିବା ଅଭିଯୋଗ କରିଛନ୍ତି। 

ଅପଚୟ ହେଉଛି ପାନୀୟ ଜଳ

ଅପଚୟ ହେଉଛି ପାନୀୟ ଜଳ

ପାରଳାଖେମୁଣ୍ଡି, ୧୮।୩ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ଗ୍ରୀଷ୍ମର ପ୍ରଭାବ ପଡିଲାଣି। ବିଭିନ୍ନ ସ୍ଥାନରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳିଲାଣି। 

ସାଧାରଣ ନିର୍ବାଚନ-୨୦୧୯: ବିଜ୍ଞପ୍ତି ପ୍ରକାଶ ପରେ କୋରାପୁଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସାଧାରଣ ନିର୍ବାଚନ-୨୦୧୯: ବିଜ୍ଞପ୍ତି ପ୍ରକାଶ ପରେ କୋରାପୁଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କୋରାପୁଟ, ୧୮।୩(ସ୍ବ.ପ୍ର.): ସାଧାରଣ ନିର୍ବାଚନ-୨୦୧୯ର ପ୍ରଥମ ପର୍ଯ୍ୟାୟ ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୋରାପୁଟ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷା ନିମନ୍ତେ ଦେଢ଼ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି। 

ମାଆଙ୍କ ଚିକିତ୍ସା ପାଇଁ ୧୪ ବର୍ଷର ପୁଅ ସାଜିଛି କୁଲି

ମାଆଙ୍କ ଚିକିତ୍ସା ପାଇଁ ୧୪ ବର୍ଷର ପୁଅ ସାଜିଛି କୁଲି

ମାଲକାନଗିରି, ୧୮।୩ (ଡି.ଏନ୍‌.ଏ.)-  ଗରିବ ଓ ଅସହାୟ ପରିବାର ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ପ୍ରଣୟନ ହୋଇଛି। ମାତ୍ର ବାସ୍ତବ କ୍ଷେତ୍ରରେ ଏଥିରୁ ଖୁବ୍‌ କମ୍‌ ସୁଫଳ ପାଉଛନ୍ତି।

କୋମ୍ବିଂ ଅପରେଶନ ବେଳେ ଟିଫିନ୍‌ ବୋମା ଠାବ

କୋମ୍ବିଂ ଅପରେଶନ ବେଳେ ଟିଫିନ୍‌ ବୋମା ଠାବ

ପାରଳାଖେମୁଣ୍ଡି, ୧୭ା୩ (ସ୍ବ.ପ୍ର.)- ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା-ତୋରାଣିପାଣି ରାସ୍ତା ପାର୍ଶ୍ୱସ୍ଥ ଜଙ୍ଗଲରୁ ପୋଲିସ କୋମ୍ବିଂ ଅପରେଶନ ସମୟରେ ଏକ ଟିଫିନ୍‌ ବୋମା ଓ ଦେଶୀ ବନ୍ଧୁକ ଜବତ କରିଛି। ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶରେ ମାଓବାଦୀ ପ୍ରବଣ ଅଡବା ମୋହନା ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରହିଛି। ରବିବାର କୋମ୍ବିଂ ଅପରେଶନ ବେଳେ  ଟିଫିନ୍‌ ବୋମା ଓ ଏକ ଦେଶୀ ବନ୍ଧୁକ ମିଳିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା