ଫୁରସତ |

ଗଁା ଲୋକେ ନିର୍ଧୂମ ମାଡ଼ ମାରିଥିଲେ

ଗଁା ଲୋକେ ନିର୍ଧୂମ ମାଡ଼ ମାରିଥିଲେ
ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ବାଜି ବାଜି ବାବାଜୀ’ର ଶୁଟିଂ ଜଗତ୍‌ସିଂହପୁରର ଡିହସାହିରେ ଚାଲିଥାଏ। ଚଳଚ୍ଚିତ୍ରଟି ଜଣେ ଭଣ୍ଡବାବାଙ୍କ ଉପରେ ପର୍ଯ୍ୟବସିତ ଓ ସେହି ବାବାଙ୍କ ଭୂମିକାରେ ମୁଁ ଅଭିନୟ କରୁଥାଏ। ସିନ୍‌ ଥିଲା ମୁଁ ବାବା ବେଶରେ ଗଁା ଦାଣ୍ଡରେ ଦୌଡ଼ିବି। କେତେଜଣ ଅଭିନେତା ଓ ଗାଁ ଲୋକେ ମୋତେ ପିଛା କରିବେ। ଖରାବେଳ, ଖାଲିପାଦରେ ତତଲା ପିଚୁ ରାସ୍ତାରେ ଦୌଡ଼ିବାକୁ ହେବ। ମୋତେ ପିଛା କରି ଧରିବା ପରେ ମାଡ଼ ମାରିବାର ସିନ୍‌ ରହିଥିଲା। ସଟ୍‌ ରେଡି ହେଲା, ମୁଁ ଦୌଡ଼ିବା ଆରମ୍ଭ କଲି, ହେଲେ ମୋତେ ପିଛା କରୁଥିବା ଗଁା ଲୋକଙ୍କ ସଂଖ୍ୟା ଆପେଆପେ ବଢ଼ିବାକୁ ଲାଗିଲା। ଗାଁ ଲୋକେ ସତସତିକା ଭଣ୍ଡବାବାଙ୍କୁ ପାଖରେ ପାଇଯିବା ଭଳି ମୋତେ ଗୋଡାଇଲେ। ଏପରି  ହେଲା ଯେ, ଲୋକେ ମୋତେ ଧରି ସତସତିକା ମାଡ଼ ମାରିଲେ। ଗାଁ ଲୋକେ ନଡ଼ିଆ ବାହୁଙ୍ଗା, ଗଛ ଡାଳ, ଝାଡ଼ୁରେ ପିଟିଲେ। ଶୁଟିଂ ସେଟ୍‌ର ମେମ୍ବରମାନେ ଏହାକୁ ରୋକିଦେଇଥିଲେ ସତ, ହେଲେ ୧୫ ମିନିଟ ଯାଏ ମୋ ପାଟିରୁ କଥା ବାହାରି ନଥିଲା। ଏହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର  ମିଥୁନ ଭାବେ ପରିଚିତ ମିଟୁ ମିଥୁନ ମହାପାତ୍ରଙ୍କ ନିଜସ୍ବ ଅନୁଭୂତିରୁ ପଦେ। ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କର ସେ ଜଣେ ବଡ ପ୍ରଶଂସକ ହୋଇଥିବା ବେଳେ ମିଥୁନଙ୍କ ଅଭିନୟକୁ ମଧ୍ୟ ବେଶ୍‌ ସହଜରେ ଦେଖାଇପାରନ୍ତି। ଓଡ଼ିଆ ସିନେ ଜଗତରେ ଦୁଇ ଦଶନ୍ଧି ଧରି ବଳିଷ୍ଠ ଅଭିନୟ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମିଟୁ ମିଥୁନ ଜଣେ ଅଭିନେତା ଓ ପ୍ରଯୋଜକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଚଳଚ୍ଚିତ୍ରରୁ ଆୟ କରୁଥିବା ସମସ୍ତ ଅର୍ଥରାଶି ସେବା କାର୍ଯ୍ୟରେ ଲଗାଉଛନ୍ତି। ବାଜି ବାଜି ବାବାଜୀ ଚଳଚ୍ଚିତ୍ରରୁ ଯେଉଁ ଅର୍ଥ ଆଦାୟ ହେବ ତାହାର ୫୦ପ୍ରତିଶତ ଅର୍ଥ ଭାରତୀୟ ସେନାକୁ ଦିଆଯିବ ଏବଂ ବଳକା ୫୦ ପ୍ରତିଶତ ଅର୍ଥ କ୍ୟାନ୍‌ସର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦିଆଯିବ ବୋଲି ଘୋଷଣା ସରିଛି। ଏ ନେଇ ମିଟୁ ମିଥୁନ କ୍ୟାନ୍‌ସର ଫାଉଣ୍ଡେସନ ନାମରେ ଏକ ସଙ୍ଗଠନ ମଧ୍ୟ ଆରମ୍ଭ କରିଛନ୍ତି। 
୧୯୯୯ରେ ସହର ଜଳୁଛି ଚଳଚ୍ଚିତ୍ର ଜରିଆରେ ସିଲଭର ସ୍କ୍ରିନରେ ପାଦ ଦେଇଥିଲେ ମିଟୁ ମିଥୁନ। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ସହର ଜଳୁଛି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବାବେଳେ ଏହି ଚଳଚ୍ଚିତ୍ରରେ ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଜଣାପଡ଼ିଲା। ଜଗତ୍‌ସିଂହପୁରରେ ଏକ ବୁକ୍‌ ଷ୍ଟୋର କରିଥିବା ମିଟୁ ଉକ୍ତ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନ ବଳାଇଥିଲେ। ସେ ନିଜର ଜଣେ ବନ୍ଧୁଙ୍କୁ ଏ କଥା କହିଥିଲେ। ବନ୍ଧୁ ଜଣକ ଏକ ସିଗାରେଟ ପ୍ୟାକେଟ ଖୋଳରେ କିଛି ଲେଖିଥିଲେ ଓ ଖୋଳଟି ନେଇ ନିର୍ଦ୍ଦେଶକ ସୁଧାଂଶୁ ମୋହନଙ୍କୁ ଦେଖାଇବାକୁ କହିଥିଲେ। ମିଟୁ ଶୁଟିଂ ସେଟକୁ ଯାଇ ସୁଧାଂଶୁଙ୍କୁ ସେହି ଖୋଳଟି ଦେଖାଇବା ପରେ ତାଙ୍କୁ ପାର୍ଶ୍ୱ ଖଳନାୟକ ଭୂମିକାରେ ଉକ୍ତ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ମିଳିଥିଲା। ଏବେ ସେ ମୁଖ୍ୟ ଖଳନାୟକ ଭାବେ ପରଦାରେ ଆସୁଛନ୍ତି। ଏହା ତାଙ୍କର ଏକ ସଫଳତା ବୋଲି ସେ କୁହନ୍ତି। ଓଡ଼ିଶା ମିଥୁନ ପ୍ରଡକ୍ସନ ବ୍ୟାନରରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ରରୁ ଉପାର୍ଜିତ ଅର୍ଥର ୫୦ ପ୍ରତିଶତ କ୍ୟାନ୍‌ସର ରୋଗୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ମଣିଷ ପ୍ରେମ କରିବା ଓ ପ୍ରେମ ବାଣ୍ଟିବା ଶିଖୁ। ଖୁସିରେ ଜୀବନ କାଟିବାକୁ ହେଲେ ସମସ୍ତଙ୍କୁ ଭଲପାଇବା ଜରୁରୀ ବୋଲି ମିଟୁ ମିଥୁନ କହିଛନ୍ତି। 
- ରିପୋର୍ଟ: କୁମାରଶ୍ରୀ ସାହୁ
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।