ଫୁରସତ |

ଦାରିଙ୍ଗବାଡ଼ିର ନେଚରପାର୍କ

ଦାରିଙ୍ଗବାଡ଼ିର ନେଚରପାର୍କ
କନ୍ଧମାଳ ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ା ସେମାନଙ୍କ ମଧ୍ୟରୁ ଜିଲାର ଦାରିଙ୍ଗବାଡ଼ି ପର୍ଯ୍ୟଟନ କେନ୍ଦ୍ର ଅନ୍ୟତମ ା  ଏଠାକୁ ବର୍ଷ ତମାମ୍‌ ପର୍ଯ୍ୟଟକ ବୁଲିବାକୁ ଆସିବା ସହ ଏହାର ପ୍ରକୃତିକୁ ଭଲ ପାଇଥାନ୍ତି ା ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର  ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ହେଉଛି ନେଚରପାର୍କ ଏହାକୁ ପ୍ରକୃତିର ଗନ୍ତାଘର କୁହାଯାଏ ା

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ପରିଚିତ। ଏହି ଅଞ୍ଚଳ ପାଣିପାଗର ବର୍ଷ ତମାମ୍‌ ସ୍ବତନ୍ତ୍ରତା ରହିଛି। ଏଠାକାର ଜଳବାୟୁ  ନିଆରା। ଯେତେ ଗରମ ହେଉ ଅସରାଏ ବର୍ଷା ହେଲେ ଲୋକଙ୍କୁ ଶୀତ ଲାଗେ। କୁହୁଡ଼ି ସହ ମେଘ ଦାରିଙ୍ଗବାଡ଼ି ଅଞ୍ଚଳକୁ ଛୁଇଁ ଯାଇଥାଏ। ଏ
ଭଳି ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ ନେଚରପାର୍କ ବା ପ୍ରକୃତି ଉଦ୍ୟାନ ଅନ୍ୟତମ ସ୍ଥାନ ନେଇଛି। ହିଲ୍‌ଭ୍ୟୁ ପାର୍କ ସମ୍ମୁଖରେ ରହିଛି ଏହି ଉଦ୍ୟାନ। 
ଉକ୍ତ ପାର୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ରଙ୍ଗବେରଙ୍ଗର ବିଭିନ୍ନ ପ୍ରଜାପତି। 
ସ୍ବତନ୍ତ୍ର ଭାବେ ପ୍ରଜାପତିଙ୍କ ପାଇଁ ଲଗାଯାଇଛି ତାଙ୍କୁ ସୁହାଇଲା ଭଳି ବିଭିନ୍ନ କିସମର ଫୁଲଗଛ। ଯେଉଁଠି  କି ପ୍ରଜାପତିଗୁଡିକ ବସବାସ କରନ୍ତି। ସେହି ଫୁଲଗଛ ଥିବା ଅଞ୍ଚଳରେ ଉଡ଼ି ପାର୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାନ୍ତି। ଏହି ଫୁଲଗଛ ମଧ୍ୟରେ ବିଭିନ୍ନ କିସମର ମନ୍ଦାର ସହ ପେଣ୍ଟାସ୍‌, ଏକୋମା କସ୍‌ମସ୍‌, ପାଇନସେଟିଆ, ମିରିୟମ, ଲିଲି ଏଗୋଜୋରା, ଫାଇକସ୍‌ ଓ ଡାଲିଆ ସମେତ ଶତାଧିକ କିସମର ଅନ୍ୟ ଗଛ ରହିଛି। 
ସେହିପରି ଉକ୍ତ ପାର୍କ ମଧ୍ୟରେ ଆୟୁର୍ବେଦିକର ଜନକ ଆଚାର୍ଯ୍ୟ ଚରକ ଋଷିଙ୍କ ପଥର ମୂର୍ତ୍ତି ସହ ଔଷଧୀୟ ବୃକ୍ଷଗୁଡ଼ିକ ମଧ୍ୟରେ ଜୁଆଣି, ପାତାଳ ଗରୁଡ଼, ବନଶୁଣ୍ଠି, କସାରୁଣି, ଅଶୋକ, ପଞ୍ଚତୁଳସୀ, ଧନ୍ବନ୍ତରୀ, କର୍ପୂର ତୁଳସୀ, ଗାଇଗୋବରା, କଟକି ଧନିଆ, ହରିଡ଼ା, ବାହାଡ଼ା, ଅଁଳା, ପିପଳି, ସତାବରି, ତାଳମୂଳି, ନଗକୁଳି ଓ ବେତ ଆଦି ରହିଛି। 
ସେହିପରି ପ୍ରକୃତି ଉଦ୍ୟାନ ମଧ୍ୟରେ ଫାଇବରରେ ନିର୍ମିତ ହାତୀ, ମୃଗ ଓ କୁଟିଆ କନ୍ଧଙ୍କ ମୂର୍ତ୍ତି ସହ ପ୍ରାଣୀବଳି ଦିଆଯାଉଥିବା ଖୁଣ୍ଟ, କୁଟିଆ କନ୍ଧଙ୍କ କୁଟିର ଓ ତାଙ୍କ ଚଳଣି, ସଂସ୍କୃତି ସମ୍ପର୍କରେ ସବିଶେଷ ତଥ୍ୟ ରହିଛି। ସେହିପରି ପର୍ଯ୍ୟଟକ ବନ୍ୟପ୍ରାଣୀଙ୍କ ଉଦ୍ଦେଶ୍ୟରେ ଜାଣିବା ପାଇଁ ରହିଛି ଥ୍ରୀଡି ହଲ୍‌। ପାର୍କକୁ ଅଧିକ ସୁନ୍ଦର କରୁଛି କୃତ୍ରିମ ଜଳଫୁଆରା। ପର୍ଯ୍ୟଟକମାନେ  ରାତ୍ରିଯାପନ କରିବା ପାଇଁ ରହିଛି ୬  ନେଚର କ୍ୟାମ୍ପ। ସେହିପରି ଶିଶୁମାନଙ୍କ ପାଇଁ ମଧ୍ୟ ଦୋଳି ସହ ଅନ୍ୟାନ୍ୟ ସୁବିଧା ରହିଛି। 
ପ୍ରସ୍ତୁତି: ଅରୁଣ ସାହୁ, ଦାରିଙ୍ଗବାଡ଼ି
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।