ଫୁରସତ |

ଆୟକର ଇନ୍ସପେକ୍ଟର ହେବାକୁ ଇଚ୍ଛାଥିଲା

ଆୟକର ଇନ୍ସପେକ୍ଟର ହେବାକୁ ଇଚ୍ଛାଥିଲା
୧୯୯୮ ମସିହା ଆୟକର ବିଭାଗରେ ଇନ୍ସପେକ୍ଟର ପଦବୀ ପାଇଁ ସାକ୍ଷାତ୍‌କାର ପରୀକ୍ଷା ଚାଲିଥାଏ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି। ଏହି ପଦବୀରେ ଚାକିରି କରିବାକୁ ଇଚ୍ଛା ଥିଲା। ଏଥିନିମନ୍ତେ ମୌଖିକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥାଏ। ଏହି ସମୟରେ ମା’ଙ୍କର ଦେହାନ୍ତ ଘଟିଲା। ପରୀକ୍ଷା ଦେଇପାରିଲିନି କି ଚାକିରି କରିପାରିଲିନି। ସେ ସମୟରେ ଭାଇମାନେ ବିବାହ କରି ନ ଥାନ୍ତି। ତେଣୁ ଆଉ ସରକାରୀ ଚାକିରି ପାଇଁ ମନ ବଳାଇ ନ ଥିଲି। ପିଲାଟି ଦିନରୁ ସମାଜସେବା ପ୍ରତି ଯଥେଷ୍ଟ ଦୁର୍ବଳତା ଥିଲା। ତେଣୁ ଚାଇଲ୍‌ଡ ଲାଇନରେ ପାରା ପ୍ରଫେଶନାଲ ଭାବେ ଯୋଗ ଦେଇଥିଲି। ଏହା ପରେ ସାମାଜିକ କାର୍ଯ୍ୟରେ ମାଷ୍ଟର ଡିଗ୍ରୀ (ଏମ୍‌ଏସ୍‌ଡବ୍ଲ୍ୟୁ) ହାସଲ କରିଥିଲି। କିନ୍ତୁ ଭାଗ୍ୟ ମୋତେ ପୁଣି ଟାଣିଆଣି ସରକାରୀ ଚାକିରିରେ ପହଞ୍ଚାଇଦେଲା। ଏହି କଥା କହିଛନ୍ତି କଟକ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି। ସେ ଜଗତ୍‌ସିଂହପୁର ଜିଲା ସାତପୁରା ଗ୍ରାମରେ ୧୯୭୪ ଏପ୍ରିଲ ୨୫ରେ ଜନ୍ମଗ୍ରହଣ କରିଥିଲେ।  ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାଙ୍କୁ ପଚରାଯାଇଥିବା କେତୋଟି ପ୍ରଶ୍ନ...
ପ୍ରଥମ ଦରମା କ’ଣ କରିଥିଲେ?
୨୦୦୦ରେ ଚାଇଲ୍ଡ ଲାଇନରେ ପାରା ପ୍ରଫେଶନାଲ ଭାବେ କାର୍ଯ୍ୟ କରୁଥିଲି। ସେଠାରେ ଦରମା ପ୍ରାୟ ୫ହଜାର ମିଳୁଥାଏ। ମା’ଙ୍କ ମୃତ୍ୟୁ ପରେ ମୋ ଖୁଡ଼ୀ ଜ୍ଞାନମୟୀ ମୋତେ ଏକପ୍ରକାର କୋଳାଇ ନେଇଥିଲେ। ତେଣୁ ପ୍ରଥମ ଦରମା ମୋ ଖୁଡ଼ୀଙ୍କ ହାତକୁ ଦେଇଥିଲି। 
କେଉଁ ରଙ୍ଗକୁ ଭଲ ପାଆନ୍ତି?
ଗାଢ ସବୁଜ ମୋର ପସନ୍ଦ। ଏହି ରଙ୍ଗର ପୋଷାକ ମୋ ପାଇଁ ସବୁବେଳେ ଶୁଭ ସାବ୍ୟସ୍ତ ହୋଇଥାଏ। 
ସିନେମା ଦେଖନ୍ତି?
ମୋର ସିନେମା ପ୍ରତି ଆଗ୍ରହ ନ ଥିଲା କି ଏବେ ମଧ୍ୟ ନାହିଁ। ସମୟ ପାଇଲେ ଘରେ ବସି ବିଭିନ୍ନ ନ୍ୟୁଜ ଚ୍ୟାନେଲ ଦେଖିଥାଏ। 
ଗୀତ ଶୁଣନ୍ତି?
ଗୀତ ପ୍ରତି ଆଗ୍ରହ ରହିଛି। ଲତା ମଙ୍ଗେସକର ଆଉ ଅକ୍ଷୟ ମହାନ୍ତିଙ୍କ ଗୀତ ମୋତେ ଆନନ୍ଦ ଦେଇଥାଏ।
ବହି ପଢନ୍ତି?
ଗଳ୍ପ, ଉପନ୍ୟାସ ପଢିବାକୁ ଭଲ ଲାଗିଥାଏ। ଏବେ ‘ଗୀତା ଇନ ଡେଲି ଲାଇଫ୍‌’ ବହି ପଢୁଛି। 
କେଉଁ ରୋଷେଇ କରିବାକୁ ଆପଣ ପସନ୍ଦ କରନ୍ତି?
ସମସ୍ତ ପ୍ରକାର ରୋଷେଇ ମୁଁ ଜାଣିଛି। ଭେଜ୍‌, ନନ୍‌ଭେଜ୍‌ଠାରୁ ଆରମ୍ଭ କରି ଚାଇନିଜ ଫୁଡ୍‌ ପ୍ରସ୍ତୁତ କରିବାରେ ଦକ୍ଷତା ରଖିଛି।
ଲଭ୍‌ ନା ଆରେଞ୍ଜ ମ୍ୟାରେଜ?
ଲଭ୍‌ ନୁହେଁ କି ଆରେଞ୍ଜ ନୁହେଁ। ଉଭୟ ପରସ୍ପରକୁ ଜାଣିଥିଲୁ। କିନ୍ତୁ ପରିବାର ଲୋକଙ୍କ ସମ୍ମତିରେ ୨୦୦୧ ମସିହାରେ ଅକ୍ଷୟଙ୍କୁ ମୁଁ ବିବାହ କରିଥିଲି। 
ମାର୍କେଟିଂ କରନ୍ତି?
ମାର୍କେଟିଂ କରିବାକୁ ଭଲ ଲାଗେନା। ଅକ୍ଷୟ ଏହି ଦାୟିତ୍ୱ ତୁଲାଇଥାନ୍ତି। କିନ୍ତୁ ପୂଜା ପର୍ବରେ ସାଙ୍ଗ ହୋଇ ମାର୍କେଟିଂ କରିଥାଉ। 
ଶାଢି ନା ଡ୍ରେସ ପିନ୍ଧିବାକୁ ଭଲ ପାଆନ୍ତି?
ଘରେ ଶାଢି ପିନ୍ଧିଥାଏ। କିନ୍ତୁ ଅଫିସରେ ଡ୍ରେସ ପିନ୍ଧିଥାଏ। 
ସ୍ବାମୀଙ୍କର କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ ?
ଅକ୍ଷୟ ପେସାରେ ଜଣେ ଆଇନଜୀବୀ। କିନ୍ତୁ ତାଙ୍କ ପାଖରେ ସାମାଜିକତା ଗୁଣ ଢେର ଅଧିକ। ଜଣେ ସହନଶୀଳ ଓ ବିଚାରବନ୍ତ ବ୍ୟକ୍ତି ଭାବେ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି।
ଜୀବନର କିଛି ସ୍ମରଣୀୟ ଘଟଣା?
୧୯୯୮  ଡିସେମ୍ବର ୨୨ ତାରିଖ ମୋର ସବୁଦିନ ପାଇଁ ମନେ ରହିବ। କାରଣ ଏହି ଦିନ ମୋ ପାଇଁ ଦୁଃଖଦ ଥିଲା। ମୁଁ ମୋ ମା’ଙ୍କୁ ହରାଇଥିଲି। ହେଲେ ଆଉ ଏକ ମୁହୂର୍ତ୍ତ ମୋର ପାଇଁ ସ୍ମରଣୀୟ ରହିବ। ତାହାହେଲା ପୂର୍ବତନ କଟକ ଜିଲାପାଳ ଗିରିଶ ଏସ୍‌.ଏନ୍‌. ମୋତେ ଏକ ପ୍ରଶଂସାପତ୍ର ଦେଇଥିଲେ।
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।