ସମ୍ବଲପୁର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼
ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ଜଣକ ହେଲେ ରାମଗଡ଼ପଡ଼ାର ମଣ୍ଟୁ ପୋଢ଼ (୩୦)। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଣ୍ଟୁଙ୍କୁ ଗୁଳି ମାଡ଼ କରିଥିବା ପ୍ରଗତିବିହାରର ଶ୍ରୀଧର ଜେନା (୩୭)ଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଶ୍ରୀଧରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି। ଗୁଳିମାଡ଼ କରି ଶ୍ରୀଧର ଖସି ପଳାଉଥିବାବେଳେ ସେଠାରେ ଉପସ୍ଥିତ ଲୋକେ ସାହସ ଜୁଟାଇ ତାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ଶ୍ରୀଧରଙ୍କ ମୁଣ୍ଡ ଫାଟିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ହେପାଜତକୁ ନେବା ସହ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମେଡିକାଲରୁ ଡିସ୍‌ଚାର୍ଜ ହେବା ପରେ ଶ୍ରୀଧରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଏସ୍‌ପି ଅଫିସରେ ଅପରାହ୍ନ ସାଢ଼େ ଗୋଟାଏରେ ପୋଲିସ ଖବରଦାତା ସମ୍ମିଳନୀ ଡାକିଥିଲା। ଏଥିରେ ଏସ୍‌ପି ସଞ୍ଜୀବ ଆରୋରା ଏବଂ ଅଇଁଠାପାଲି ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନ ଉପସ୍ଥିତ ଥିଲେ। ଖବରଦାତାଙ୍କୁ ସମ୍ବୋଧିତ କରି ଏସ୍‌ପି ଆରୋରା କହିଥିଲେ ଯେ ଗୁଳିମାଡ଼ର ଶିକାର ହୋଇଥିବା ମଣ୍ଟୁ ଜଣେ ପରିବା ବ୍ୟବସାୟୀ। ମଣ୍ଟୁ ଓ ଶ୍ରୀଧରଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଏହି କାରଣରୁ ହିଁ ଗୁଳିକାଣ୍ଡ ଘଟିଛି। ଏ ନେଇ ଅଇଁଠାପାଲି ଥାନାରେ ଏକ ମାମଲା (ନଂ ୩୯୫/୧୮) ରୁଜୁ କରାଯାଇଛି। ଶ୍ରୀଧରଙ୍କ ନାମରେ ପୂର୍ବରୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।
All Right Reserved By

ସମ୍ବଲପୁର

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ବରଗଡ଼,୨୬ା୪(ଡି.ଏନ୍‌.ଏ.): ବରଗଡ଼ ସହର ଦେଇ ବହି ଯାଇଥିବା ଜୀରାନଦୀରୁ ଶୁକ୍ରବାର ଜଣେ ରିକ୍ସାଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧ର ଗଣେଶ ସାହୁ(୪୦)। ଗୁରୁବାର ରାତିରୁ ସେ ନିଖୋଜ ଥିଲେ। 

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

ବରଗଡ଼,୨୬ା୪(ଡି.ଏନ୍‌.ଏ.) : ବରଗଡ଼ ମୁଖ୍ୟ କେନାଲରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିବା ଭଟଲି ଥାନା ଜଡ଼ା ଗ୍ରାମର ଅରୁନ୍ଧତୀ ଭୁଏ(୪୦)ଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି ।

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା।

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି।

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌।

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ।

ସତା ହରଉଛେ ତିରଶୁଲ ବଁଧ୍‌

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ।

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri