ସମ୍ବଲପୁର

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି
ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। କୃଷି ବିଭାଗର ପ୍ରାଥମିକ ଆକଳନ ମୁତାବକ ଜିଲାର ପ୍ରାୟ ୨୦ହଜାର ହେକ୍ଟରରୁ ଅଧିକ ଧାନଚାଷ କ୍ଷତିଗ୍ରସ୍ତ ହୋଇସାରିଥିବା ସୋମବାର ମରୁଡ଼ି ସ୍ଥିତି ଜନିତ ଜରୁରୀ ବୈଠକରୁ ସ୍ପଷ୍ଟ ହୋଇଛି। ସୋମବାର ସର୍କିଟ ହାଉସରେ କୃଷି ଓ ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ମରୁଡି ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଉଭୟ କୃଷି ଏବଂ ରାଜସ୍ବ ଅଧିକାରୀଙ୍କ ଯୁଗ୍ମ ରିପୋର୍ଟ ୭ ଦିନ ଭିତରେ ଦାଖଲ କରିବାକୁ ଅତିରିକ୍ତ ଜିଲାପାଳ ତ୍ରିଲୋଚନ ମାଝି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଲେ, ଗତ ସେପ୍ଟେମ୍ବର ମାସରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହେବାଦ୍ୱାରା ଧାନ ଫସଲ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପ୍ରାରମ୍ଭିକ ଆକଳନ କରିସାରିଛି। ଯେଉଁଥିରେ ଜିଲାର ୩୦%ରୁ ଅଧିକ ଜମି ମରୁଡି କବଳିତ ହୋଇସାରିଛି। ହେଲେ ଏହାର ପ୍ରକୃତ ରିପୋର୍ଟ ସଂଗ୍ରହ କରିବା ପାଇଁ ଉଭୟ କୃଷି ଏବଂ ରାଜସ୍ବ ବିଭାଗର ମିଳିତ ଯାଞ୍ଚ ଜରୁରୀ। ଏହି ଯାଞ୍ଚ କରି ସାତ ଦିନ ଭିତରେ ରିପୋର୍ଟ ଦାଖଲ କଲେ ଏହି ରିପୋର୍ଟ ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହି ବୈଠକରେ ଝରସୁଗୁଡ଼ା ବିଧାୟକ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହି ମରୁଡି ସ୍ଥିତି ସମୀକ୍ଷା କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲା କୃଷି ଅଧିକାରୀ ସେବାଷ୍ଟିଆନ କେର୍କେଟା, ଏସ୍‌.କେର୍କେଟା, ସମସ୍ତ ତହସିଲଦାର, ସହକାରୀ କୃଷି ଅଧିକାରୀ ଉପସ୍ଥିତ ଥିଲେ।  
ଅନ୍ୟପକ୍ଷେ ବର୍ତ୍ତମାନ ବର୍ଷାର ସମ୍ଭାବନା ନ ଥିବାରୁ ଜିଲାରେ ଚାଷ ହୋଇଥିବା ଖାଲୁଆ ଜମି ମଧ୍ୟ ପ୍ରଭାବିତ ହେବାକୁ ଯାଉଛି। ଜିଲାରେ ୫୦ ହଜାର୪୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ସେଥିରୁ ୨୦ ହଜାରରୁ ଅଧକ ଜମି କ୍ଷତିଗ୍ରସ୍ତ ହୋଇସାରିଲାଣି। ଆହୁରି ପ୍ରଭାବିତ ହେବା ଅନୁମାନ କରାଯାଉଛି। ତେଣୁ ରାଜସ୍ବ ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀଙ୍କ ମିଳିତ ଯାଞ୍ଚ ରିପୋର୍ଟ ଆସିଲେ ପ୍ରକୃତ କ୍ଷତି ପରିମାଣ ଜଣାଯିବ ବୋଲି କୃଷି ଉପନିର୍ଦ୍ଦେଶକ ପୁଷ୍ପେଶ ପୂଜାରୀ କହିଛନ୍ତି। ଜିଲାରେ ମରୁଡ଼ି ସ୍ଥିତି ନେଇ ଜିଲା ବିଜେଡି କୃଷକ ସେଲ୍‌ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ବଳ୍ପବୃଷ୍ଟି ଜନିତ ଧାନ ଫସଲ କ୍ଷତି ହୋଇଥିବାରୁ ପ୍ରଶାସନ ଜରିଆରେ ଏହାର ଆକଳନ କରି ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ଦିଗରେ ଦାବି କରିଛନ୍ତି। ଜିଲା ବିଜେଡି କୃଷକ ସେଲର ସଭାପତି ମିତ୍ରଭାନୁ ସାହୁ, ତ୍ରିନାଥ ଗୁଆଲ, ପ୍ରଦୀପ ବିଶ୍ୱାଳ, ସଞ୍ଜିତ ପ୍ରଧାନ, ପ୍ରଭାତ ପଟେଲ, ପ୍ରମୋଦ ସାହୁ ଏବଂ ଅନ୍ୟ କୃଷକମାନେ ଦାବିପତ୍ର ପ୍ରଦାନ କରିଛନ୍ତି। 
All Right Reserved By

ସମ୍ବଲପୁର

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ବରଗଡ଼,୨୬ା୪(ଡି.ଏନ୍‌.ଏ.): ବରଗଡ଼ ସହର ଦେଇ ବହି ଯାଇଥିବା ଜୀରାନଦୀରୁ ଶୁକ୍ରବାର ଜଣେ ରିକ୍ସାଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧ର ଗଣେଶ ସାହୁ(୪୦)। ଗୁରୁବାର ରାତିରୁ ସେ ନିଖୋଜ ଥିଲେ। 

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

ବରଗଡ଼,୨୬ା୪(ଡି.ଏନ୍‌.ଏ.) : ବରଗଡ଼ ମୁଖ୍ୟ କେନାଲରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିବା ଭଟଲି ଥାନା ଜଡ଼ା ଗ୍ରାମର ଅରୁନ୍ଧତୀ ଭୁଏ(୪୦)ଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି ।

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା।

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି।

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌।

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ।

ସତା ହରଉଛେ ତିରଶୁଲ ବଁଧ୍‌

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ।

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri