ସମ୍ବଲପୁର

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ

ରାଜସ୍ଥାନୀ ବାସ୍ତୁକଳା ମୁଖ୍ୟ ଆକର୍ଷଣ
ବଲାଙ୍ଗୀର ଅଫିସ, ୧୬।୧୦: ସ୍ବତନ୍ତ୍ର କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି, ମେଢ଼, ତୋରଣ ଓ ସାଜସଜ୍ଜା ପାଇଁ ସହରରେ ବେଶ୍‌ ଚର୍ଚ୍ଚିତ ଜଗନ୍ନାଥପଡ଼ା ସାର୍ବଜନୀନ ଦୁର୍ଗାପୂଜା ୨୮ବର୍ଷରେ ପଦାର୍ପଣ କରିଛି। ଜଗନ୍ନାଥପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଦୁର୍ଗାପୂଜାକୁ ସ୍ବତନ୍ତ୍ର ଓ ଆକର୍ଷଣୀୟ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି। ସୋମବାର ବିଲ୍ଲାଧିବାସ ସମ୍ପନ୍ନ ହୋଇଛି। ମଙ୍ଗଳବାର ମହାସପ୍ତମୀ ପୂଜା ଆରମ୍ଭ ହେବ। ବୁଧବାର ମହାଷ୍ଟମୀ ପୂଜା, ହୋମ ଓ ଚଣ୍ଡୀପାଠ କରାଯିବ। ଗୁରୁବାର ମହାନବମୀ ଅବସରରେ ସପ୍ତଶତୀ ଦୁର୍ଗାହୋମ ଓ ଶୁକ୍ରବାର ପବିତ୍ର ଦଶହରା ଅବସରରେ କୁମାରୀ ପୂଜା ଓ ଅପରାଜିତା ପୂଜା ସମ୍ପନ୍ନ ହେବ। ଚଳିତବର୍ଷ କର୍ତ୍ତା ଭାବେ ଜଗଦୀଶ ପଟେଲ ଓ ସୁଭଦ୍ରା ପଟେଲ ଦାୟିତ୍ୱ ତୁଲାଉଛନ୍ତି। ମୁଖ୍ୟପୂଜକ ଭାବେ ବଲାଙ୍ଗୀର ଗାନ୍ଧୀନଗରପଡ଼ାର ଲଳିତ ମୋହନ ମିଶ୍ର ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜା ପରିଚାଳନା ଓ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚଳିତ ବର୍ଷ ପୂଜା ସକାଶେ ପୂଜା କମିଟି ପକ୍ଷରୁ ପ୍ରାୟ ୩ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଉଦୟୀମାନ୍‌ ଶିଳ୍ପୀ ରବୀନ୍ଦ୍ର ନାରାୟଣ ନାଏକ ରାଜସ୍ଥାନୀ ବାସ୍ତୁକଳାର ଏକ ଚିତ୍ତାକର୍ଷକ ମେଢ଼, ମଣ୍ଡପ ଓ ମୂର୍ତ୍ତି ତିଆରି ପାଇଁ ପ୍ରସ୍ତାବ ଦେଇଥିଲେ ା ଏହାକୁ ସମସ୍ତ କମିଟି ସଦସ୍ୟ ସମର୍ଥନ କରିଥିଲେ ା ତୋରଣ ଓ ମେଢ଼ ସାଜସଜ୍ଜାରେ ଯୁବଶିଳ୍ପୀ ନାଏକ ରାଜସ୍ଥାନୀ ପ୍ରାଚୀନ ବାସ୍ତୁକଳାକୁ ଅତି ନିଖୁଣ ଭାବେ ଫୁଟାଇଛନ୍ତି। ଏହା ଅତ୍ୟନ୍ତ ଆକର୍ଷଣୀୟ ଓ ନିଆରା ହୋଇଛି। ଦୀର୍ଘ ୨୫ ବର୍ଷ ଧରି ଜଗନ୍ନାଥପଡ଼ାର ମୂର୍ତ୍ତ ତିଆରି କରି ଆସୁଥିବା ଲୋଇସିଂହା ନିକଟ ନଅଁଗଁାର ମୂର୍ତ୍ତିକାର ମୁରଲୀ ବିଶ୍ୱାଳ ଚଳିତ ବର୍ଷ ଦୁର୍ଗାମୂର୍ତ୍ତିକୁ ରାଜସ୍ଥାନୀ ବାସ୍ତୁକଳାର ରୂପକଳ୍ପ ଦେଇଛନ୍ତି। ବାଉଁଶ କାରିଗର ସଦାନନ୍ଦ ନାଏକ ସାଜସଜ୍ଜାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ା ଜଗନ୍ନାଥପଡ଼ାବାସୀଙ୍କ ସହଯୋଗରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସାଜସଜ୍ଜା ଓ ଅନ୍ୟାନ୍ୟ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ପୂଜା କମିଟି ସଭାପତି ଚତୁର୍ଭୂଜ ରାଉତ, ଉପସଭାପତି କମଳ ଲୋଚନ ସାଏ, ସମ୍ପାଦକ ଯଦୁମଣି ସାଏ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ୍‌, କୋଷାଧ୍ୟକ୍ଷ ପ୍ରମୋଦ ବଢ଼ିଆ ଓ ଯୁଗ୍ମ କୋଷାଧ୍ୟକ୍ଷ କୁନ୍ଦନ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। ପୂଜା କମିଟି ଉପଦେଷ୍ଟା ସଞ୍ଜୟ ସାଏ, ହରେକୃଷ୍ଣ ପଟେଲ, ମନୋରଞ୍ଜନ ରାଉତ୍‌, କନିଷ୍ଠ ସାଏ, ପୂର୍ଣ୍ଣଚନ୍ଦ୍ର ନାଏକ, ମନୋରଞ୍ଜନ ସାଏ, ପୁରୁଷୋତ୍ତମ ଦେବତା, ରାମଚନ୍ଦ୍ର ନାଏକ, ରଜନୀକାନ୍ତ ପଟେଲ, ଶମ୍ଭୁ ପ୍ରସାଦ ଚୋପଦାର ଓ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି। ଚଳିତବର୍ଷ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପୂଜା ସମୟରେ ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ କରାଯିବ। ଗାୟିକା ସୁବାସିନୀ ମିଶ୍ର ରାମାୟଣ ପାରାୟଣ କରିବେ। ଏପରି କି ଫଟକରା ଓ ବ୍ରାହ୍ମନ୍‌ବାହାଲି 
ବୈଠକୀ କୀର୍ତ୍ତନ ଅନୁଷ୍ଠିତ ହେବ। ରାଜସ୍ଥାନୀ ବାସ୍ତୁକଳା ଶୈଳୀରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତି ଓ ମେଢ଼, ତୋରଣ 
ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିବ 
ବୋଲି ଆଶା କରାଯାଉଛି। 
All Right Reserved By

ସମ୍ବଲପୁର

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ନଦୀରୁ ମିଳିଲା ରିକ୍ସାଚାଳକଙ୍କ ମୃତଦେହ

ବରଗଡ଼,୨୬ା୪(ଡି.ଏନ୍‌.ଏ.): ବରଗଡ଼ ସହର ଦେଇ ବହି ଯାଇଥିବା ଜୀରାନଦୀରୁ ଶୁକ୍ରବାର ଜଣେ ରିକ୍ସାଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୧ର ଗଣେଶ ସାହୁ(୪୦)। ଗୁରୁବାର ରାତିରୁ ସେ ନିଖୋଜ ଥିଲେ। 

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

କେନାଲରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ମିଳିଲା

ବରଗଡ଼,୨୬ା୪(ଡି.ଏନ୍‌.ଏ.) : ବରଗଡ଼ ମୁଖ୍ୟ କେନାଲରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିବା ଭଟଲି ଥାନା ଜଡ଼ା ଗ୍ରାମର ଅରୁନ୍ଧତୀ ଭୁଏ(୪୦)ଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି ।

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା।

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି।

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ।

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌।

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ।

ସତା ହରଉଛେ ତିରଶୁଲ ବଁଧ୍‌

ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ।

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri