ଜୀବନଚର୍ଯ୍ୟା |

ଘରୋଇ ଉପାୟରେ ବଢ଼ାନ୍ତୁ ସୁନ୍ଦରତା

ଘରୋଇ ଉପାୟରେ ବଢ଼ାନ୍ତୁ ସୁନ୍ଦରତା

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେହି ବିଭିନ୍ନ ବିୟୁଟି ପ୍ରଡକ୍ଟର ସାହାଯ୍ୟ ନେଉଛନ୍ତି ତ ଆଉ କେହି ବିୟୁଟି ପାର୍ଲର ଯାଇ ଫେସିଆଲ୍‌ ଏବଂ ଅନ୍ୟାନ୍ୟ ଉପାୟ ଆପଣାଉଛନ୍ତି। ହେଲେ ଘରେ ପ୍ରତିଦିନ ବ୍ୟବହାର ହେଉଥିବା କେତେକ ସାଧାରଣ ସାମଗ୍ରୀରେ ବି ଭରିରହିଛି ଚମତ୍କାରୀ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ, ଯାହାକୁ ବ୍ୟବହାର କରି ଆପଣ ନିଜର ସୁନ୍ଦରତା ବଢାଇ ପାରିବେ। ଜାଣି ରଖନ୍ତୁ ସେ ସମ୍ପର୍କରେ...
ଓଠ ସୁଖିବା କିମ୍ବା କଳା ପଡିବା ସମସ୍ୟା ଦୂର କରିବା ଲାଗି ଲହୁଣି ବ୍ୟବହାର କରନ୍ତୁ। ଆପଣ ଚାହିଁଲେ କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷି ପାରିବେ। ମାତ୍ର କିଛିଦିନ ଏପରି କଲେ ଆପଣ ଫରକ ଜାଣିପାରିବେ।
କ୍ଷୀରରେ ମଲ୍‌ବେରି ଗଛର ଛାଲି ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ତୁଳସୀପତ୍ର ରସରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ୱାରା ମଧ୍ୟ ଏ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚାର କାନ୍ତି ବୃଦ୍ଧି ହୋଇଥାଏ।
ଥଣ୍ଡା ଦିନ ଆସୁଛି। ଏ ଦିନେ ସାବୁନ୍‌ ଅଧିକ ଲଗାଇବା ଦ୍ୱାରା ତ୍ୱଚା ରୁକ୍ଷ ହୋଇ ଫାଟିଥାଏ। ତେଣୁ ଏହା ବଦଳରେ ଆପଣ ସରରେ କିଛି ବୁନ୍ଦା ଲେମ୍ବୁ ରସ, ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ ତ୍ୱଚା କୋମଳ ହେବା ସହ ଚିକ୍କଣ ଏବଂ ଗୋରା ମଧ୍ୟ ହେବ।
କମଳାଚୋପାକୁ ଛାଇରେ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଏହି ପାଉଡରରେ ଅଳ୍ପ ନଡିଆ ତେଲ ଏବଂ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। କିଛିଦିନ ଏପରି କଲେ ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।
ବର୍ତ୍ତମାନ କେଶ ଝଡିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ଦୂର କରିବା ଲାଗି ପ୍ରତିଦିନ ଜାମୁ ଖାଆନ୍ତୁ ଏବଂ ନଡିଆ ତେଲ ମାଲିସ୍‌ କରନ୍ତୁ।
ଯଦି କେଶ ପାଚିବା ସମସ୍ୟାକୁ ନେଇ ଚିନ୍ତିତ ତେବେ ଆମ୍ବ ଟାକୁଆ ଭିତରେ ଥିବା କୋଇଲିକୁ କାଢି ଛୋଟ ଛୋଟ କାଟି ଛାଇରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ପ୍ରତିଦିନ ଅଳ୍ପ ନଡିଆ ତେଲରେ ଏହି ପାଉଡରକୁ ମିଶାଇ ଶୋଇବା ପୂର୍ବରୁ କେଶରେ ମସାଜ କରନ୍ତୁ। ମାତ୍ର ଏକମାସ ଏପରି କରିବା ଦ୍ୱାରା କେଶ ପାଚିବା ବନ୍ଦ ହୋଇଯିବ।
ଦହିରେ ଅଳ୍ପ ମସୁର ଡାଲି ମିଶାଇ ରାତି ସାରା ଛାଡିଦିଅନ୍ତୁ। ସକାଳେ ଏହାକୁ ବାଟି ଦିଅନ୍ତୁ। ଏଥିରେ ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାନ୍ତୁ ମାତ୍ର କିଛିଦିନ ମଧ୍ୟରେ ତ୍ୱଚା ଗୋରା ଏବଂ ସୁନ୍ଦର ଲାଗିବ।
ମୁହଁରେ ବ୍ରଣ ସମସ୍ୟା କିମ୍ବା ଅଧିକ ଲୋମ ମଧ୍ୟ ଅନେକଙ୍କ ଲାଗି ଏକ ଚିନ୍ତାର କାରଣ। ଏହାକୁ ମଧ୍ୟ ଘରୋଇ ଉପାୟରେ ଦୂର କରାଯାଇପାରିବ। ଏଥିପାଇଁ କ୍ଷୀରରେ ଖଣ୍ଡ ହଳଦୀକୁ ଭିଜାଇ ବତୁରିବା ପରେ ବାଟିଦଅନ୍ତୁ। ସେଥିରେ ଏକ ଚାମଚ ମଇଦା ଏବଂ ଅଳ୍ପ ସୋରିଷ ତେଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ଲଗାଇ ଚମକତ୍ାର ନିଜେ ଦେଖନ୍ତୁ।
୨ ଟିସ୍ପୁନ୍‌ ବେସନ, ୧ ଟିସ୍ପୁନ୍‌ କ୍ଷୀର ଏବଂ ୧ ଟିସ୍ପୁନ୍‌ ଅଲିଭ୍‌ ଅଏଲ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସ୍କିନ୍‌ ଗ୍ଲୋ କରିବା ସହ ବ୍ଲାକ୍‌ ହେଡ୍ସ ସମସ୍ୟା ଦୂର ହୋଇଥାଏ।

All Right Reserved By

ଜୀବନଚର୍ଯ୍ୟା |

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ସୁଖ ଶାନ୍ତି ପାଇଁ ଗୁରୁବାର ଆପଣେଇ ପାରିବେ ଏହି ଉପାୟ...

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କର ବିଶେଷ ପୂଜା କରାଯାଇଥାଏ। ବୃହସ୍ପତିଙ୍କୁ ଭାଗ୍ୟ ଓ ଧର୍ମର ପ୍ରତୀକ ବୋଲି କୁହାଯାଏ। କୁଣ୍ଡଳୀରେ ବୃହସ୍ପତିର ସ୍ଥିତିର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ମଧ୍ୟ ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ଅଛି।

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗର ବାହକ ବି’ ହୋଇଥାଏ ଟଙ୍କା

ସଂକ୍ରାମକ ରୋଗ ବିଭିନ୍ନ ବାହକ ଦ୍ୱାରା ସଂକ୍ରମିତ ହୋଇାଥାଏ। ସାଧାରଣତଃ ଜଳ, ବାୟୁ, ଖାଦ୍ୟ, ସ୍ପର୍ଶ ଦ୍ୱାରା ରୋଗ ସଂକ୍ରମିତ ହୋଇଥାଏ । ତେବେ ଜଣେ ରୋଗୀର ସଂସ୍ପର୍ଶରେ ଏହିସବୁ ଉପାଦାନଗୁଡ଼ିକ ଆସିଲେ ବ୍ୟକ୍ତି ଦେହରୁ ଜୀବାଣୁଗୁଡ଼ିକ ବାହକର ଦେହକୁ ସ୍ଥାନାନ୍ତରିତ ହୁଏ ।

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ସକାଳେ ଖାଆନ୍ତୁ ୨ଟି ଖଜୁରୀ, ମିଳିବ ଏସବୁ ଫାଇଦା

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି।

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

କାନ୍ଦ ବି’ ଶରୀର ପାଇଁ ହିତକର

କାନ୍ଦ ବି’ ଶରୀର ପାଇଁ ହିତକର

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

Model This Week

ରୂପେଶ