ରାଜ୍ୟ | ସମ୍ବଲପୁର

ବୁଲି ବୁଲି ସଫାକଲେ, ସମାଜ୍‌କେ ବାର୍‌ତା ଦେଲେ

ବୁଲି ବୁଲି ସଫାକଲେ, ସମାଜ୍‌କେ ବାର୍‌ତା ଦେଲେ
ନୂଆପଡା ଅଫିସ,୧୬ା୧୦- ଗଁ। ନୁ ସହର ସବୁଆଡେ ସରକାର ସ୍ବଚ୍ଛ ଭାରତର ବାର୍‌ତା ଦେଉଛନ୍‌। ହେଲେ ନୂଆପଡା ଜିଲା କୋମନା ବ୍ଲକ୍‌ର ଦର୍ଲିପଡା ପଁନ୍‌ଚେତ ସଦର ଗଁାରେ ମହିଳା ସ୍ବୟଂ ସହାୟିକା ଦଲର ମହିଲାମାନେ ଏକ୍‌ଯୁଟ ହେଇ କୁଏଡ୍‌, ବାଢ଼ୁନ୍‌ ସଂଗେ ସ୍ବଚ୍ଛ ଭାରତର ପର୍‌ଚାର ପତର ଧରି ସଚେତନତା ସୁରୁଷ୍‌ଟି କରୁଛନ୍‌। ଇ ସଚେତନତାଟା ଖାଲି ପଁନ୍‌ଚେତ ଭିତ୍‌ରେ ସୀମିତ ନାଇଁ ରହିକରି ଆସର ପାସର ପଁନ୍‌ଚେତ୍‌ମାନକୁ ବି ପର୍‌ଭାବିତ କରୁଥିବାର ଦେଖ୍‌ବାକେ ମିଲୁଛେ। 
ନୂଆପଡା ଜିଲା ସଦର ମହକୁମାନୁ ୨୭ କି.ମି. ଦୂର ସୁନାବେଡା ଅଭୟାରଣ୍ୟ ପାସର ଦର୍ଲିପଡା ପଁନ୍‌ଚେତରେ ଶହେ ପର୍‌ତିଶତ ଅନୁସୂଚୀତ ଜାତି ଆର୍‌ ଜନଜାତି ସମାଜର ଲୋକ ବାସ୍‌ କରୁଛନ୍‌। ଇଠାନେ ଶିକ୍ଷାର ମାନ୍‌ ବହୁତ୍‌ ତଲେ ଥିଲାବେଲେ ଭିନେ ଭିନେ ସମିଆରେ ସରକାରୀ ଯୋଜନାର ସୂଚ୍‌ନା ସେତେଟା ପୁହୁଁଚି ନାଇଁପାରେ। ଇତାକେ ଦୁରୁଷ୍‌ଟିରେ ରଖି ଦର୍ଲିପଡା ପଁନ୍‌ଚେତ ସଦର ଗଁାର କେତେଝନ୍‌ ଉଦୀୟମାନ ମହିଲା ସ୍ବୟଂ ସହାୟିକା ଦଲ୍‌ ଗଠନ୍‌ କରି ଲୋକ୍‌ ଭିନେ ଭିନେ ସରକାରୀ ଯୋଜ୍‌ନାର ସୁଫଲ କେନ୍‌ଥେଇ ପାଏବେ ସେଦିଗେ କାମ୍‌ କରୁଛନ୍‌। ଏହେଦ୍‌କା ଦଶରା ପୂଜା ସମିଆ ଆସିଥିଲା ବେଲେ ଗଁା ଗଁାକେ ଯାଇ ମହିଲାମାନେ ନିଜେ କୁଏଡ୍‌, ବାଢ଼ୁନ୍‌ ଧରି ସଫେଇ କରୁଛନ୍‌। ଦର୍ଲିପଡାର ସବୁ କଲୋନୀ, ସ୍କୁଲ, ଡାକ୍‌ତରଖାନା ପରିସର ସଫା କରିଛନ୍‌। ପଁନ୍‌ଚେତ ସାରା ଗଁାକେ ଗଁା ବୁଲି ସଫେଇ କାମ୍‌ କରବାର ସଂଗେ ସମାଜକେ ସ୍ବଚ୍ଛ ପରିମଲର ବାର୍‌ତା ଦେବାକେ ସେମାନେ ସଂକଳ୍ପ ନେଇଛନ୍‌। ଇଥିରଲାଗି କେହେନ୍‌ସି ଅନୁଦାନର ଦରକାର ନଁାଇଁନ। ଆମେ ନିଜେ ପରିଶ୍‌ରମ କରି ଲୁକ୍‌କୁ ସଚେତନ କରବାର ଆମର ମୁଖିଆ ଉଦେଶ ବଲି ଗୁଟେ ସ୍ବୟଂ ସହାୟିକା ଦଲର ସଭାପତି ସାଇବାନୀ ଧରୁଆ କହିଛନ୍‌। ମା’ ଦୁର୍ଗା ନିଜେ ନାରୀ ଶକ୍‌ତିର ପର୍‌ତିକ ଆନ୍‌। ଇଥିରଲାଗି ଆମେ ଇ ଦୁର୍ଗାପୂଜା ସମିଆକେ ଗୁରୁତ୍‌ ଦେଇ ପଦକ୍ଷେପ ନେଇଛୁଁ ବଲି କହିଛନ୍‌। ଇଟା ଖାଲି ଗୁଟେ ସଫେଇ କାମ୍‌ ନୁହେ ବରଂ ଗୁଟେ ଅଭିଯାନ ଆଏ ବଲି ସଭାନେତ୍‌ରି ଉର୍ମିଲା ନାଏକ କହିଛନ୍‌। ଇ ଅଭିଯାନରେ ସ୍ବୟଂ ସହାୟିକା ଦଲ୍‌ ଭିତ୍‌ରୁ ସାଇବାବା, ମଁା ତାରିଣୀ, ମଁା ଦୁର୍ଗା, ମଁା ନାରାୟଣୀ, ମଁା ସାରଦା, ମଁା ତୁଳସୀ, ମଁା ଧନଲକ୍ଷ୍ମୀ, ଜୟ ହନୁମାନ, ମାତୃଶକ୍ତି ଲେଖେଁ ସ୍ବୟଂ ସହାୟିକା ଦଲର ୫୦ରୁ ଅଧ୍‌କା ମହିଲା ସାମିଲ୍‌ ଥିବାର ଜନାଯାଇଛେ। ଆଏବାର ଦିନ୍‌ମାନ୍‌କେ ଇ ଅଭିଯାନ୍‌କେ ଜିଲାସାରା କରବାକେ ଚେଷ୍‌ଟା କର୍‌ମୁ ବଲି ମହିଲା ନେତ୍‌ରିମାନେ କହିଛନ୍‌। 
All Right Reserved By

ରାଜ୍ୟ | ସମ୍ବଲପୁର

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ବାଲେଶ୍ୱର ଅଫିସ,୨୬।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନ ୧ଟା ୫୦ରେ ରାହୁଲ ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। 

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟଣା: ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ

ଝରିଗାଁ,୨୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଏକଟାଗୁଡା ଗ୍ରାମରେ ସୋମବାର ମଧ୍ୟାହ୍ନରେ ତେଲନଦୀ ପଞ୍ଚାୟତ ଭୁର୍ସିଡଙ୍ଗରୀ ଗ୍ରାମର ତିଲ ଗଣ୍ଡଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ତାଙ୍କ ପୁଅ ଜଗବନ୍ଧୁଙ୍କୁ  ଗିରଫକରି କୋର୍ଟଚାଲାଣ କରିଛିା

ଧକୋଠା ଗ୍ରାମରେ ବୋମା ପକାଇବା ଘଟଣା: ଥାନାରେ ମାମଲା ରୁଜୁ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଗ୍ରାମରେ ଗୁରୁବାର ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟିଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲୋ।

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ଘସିପୁରା ଥାନା ଖଡିବିଲ ଗ୍ରାମର ବିନ ଜେନାଙ୍କ ପୁଅ ନରେନ୍ଦ୍ର ଜେନା ୨୩ ତାରିଖ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ରିଗିଂର ଶିକାର ହୋଇ ଭୋଟ ଦେଇପାରି ନ ଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁହି ଚାଓ୍ବଲା

ପୁରୀ ଅଫିସ,୨୬ା୪: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ବାମୀଙ୍କ ସହ ଜୁହି ସିଂହଦ୍ୱାରରେ ପହଞ୍ଚିଥିଲେ। 

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ପାନୀୟଜଳ ଅଭାବ: ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

ବଲାଙ୍ଗୀର ଅଫିସ,୨୬।୪(ଡି.ଏନ୍‌.ଏ.):  ବଲାଙ୍ଗୀର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଲିଆପାଲି ଓ ବିଷ୍ଣୁମୁଣ୍ଡାଠାରେ ପାନୀୟ ଜଳ ଅଭାବ ଦେଖାଯାଇଛି। 

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

ଭାଜପା ପ୍ରାର୍ଥୀଙ୍କ ପାଇଁ ଦ୍ୱୀପାଞ୍ଚଳରେ ଭୋଟ ଭିକ୍ଷା କଲେ ଅପରାଜିତା

କଣ୍ଟାପଡା,୨୬।୪(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା ୨୯ ତାରିଖରେ ଭୋଟଗ୍ରହଣ ହେବ।

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା: ୨ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ଦେବଗଡ଼,୨୬।୪(ଡି.ଏନ୍‌.ଏ.): ଦେବଗଡ଼ ସିଆରିଆ ୧୮୩ନଂ ବୁଥ୍‌ରେ ଭୋଟିଂ ବେଳେ ବିଭ୍ରାଟ ହେବାକୁ ନେଇ ୨ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

ଭାଜପା ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ: ଆକ୍ରମଣ କଲେ ଗ୍ରାମବାସୀ

କାକଟପୁର, ୨୬।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଏ ନେଇ ରବି ଥାନାରେ ଅଭିଯୋଗ କରିଛନ୍ତି।

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

‘ମୁଁ ଆପଣଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ’

ମହାକାଳପଡ଼ା, ୨୬।୪(ଡି.ଏନ୍‌.ଏ.): ମୁଁ ଆପଣମାନଙ୍କ ଗାଁକୁ ଆସିଛି, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। କେନ୍ଦ୍ରାପଡ଼ା ଜିଲା ମାହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିର ପଞ୍ଚାୟତ ହରିଆବାଙ୍କ ଗ୍ରାମରୁ ନିର୍ବାଚନୀ ପ୍ରଚାର ରୋଡ ଶୋ’ ଆରମ୍ଭ ଅବସରରେ ଶୁକ୍ରବାର ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଲୁକ୍‌ଆଉଟ୍‌ ନୋଟିସ୍‌ ପରେ ଭିଡିଓ ମେସେଜ ଜାରି କଲେ ଓମ୍‌ପ୍ରକାଶ: କହିଲେ ସେ ଇଭିଏମ୍‌ ଭାଙ୍ଗିନାହାନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ନଂ. ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଓ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯିବା ସହ ତାଙ୍କ ଘର ଆଗରେ ଲଟ୍‌କା ଲଗାଯାଇଛି। ଗୋଟିଏ ପଟେ ପୋଲିସ ତାଙ୍କୁ ଧରିବା ଲାଗି ଚଢ଼ାଉ କରୁଥିବା ବେଳେ ସେ ଏକ ଭିଡିଓ ମେସେଜ ଜାରି କରିଛନ୍ତି।

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ା,୨୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ତାପମାତ୍ରା ଅଧିକ ପରିମାଣରେ ବୃଦ୍ଧି ପାଉଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri