ଫୁରସତ |

ଭଡ଼ାରେ ମିଳିବେ ଅନ୍ତିମ ସଂସ୍କାରରେ କାନ୍ଦିବା ଲୋକ

ଭଡ଼ାରେ ମିଳିବେ ଅନ୍ତିମ ସଂସ୍କାରରେ କାନ୍ଦିବା ଲୋକ

ନ୍ୟୁୟର୍କ, ୨୩।୧: ପ୍ରିୟଜନଙ୍କ ମୃତ୍ୟୁରେ ଦୁଃଖରେ ମ୍ରିୟମାଣ ହୋଇ ଅନେକ କାନ୍ଦିଥାନ୍ତି। କିନ୍ତୁ ଏଣିକି ଏଥିପାଇଁ ଭଡାରେ ଅନ୍‌ଲାଇନ୍‌ରେ କାନ୍ଦିବା ପାଇଁ ଲୋକଙ୍କୁ ବୁକ୍‌ କରିହେବ। ତାଇଓ୍ବାନ୍‌ରେ ଏଭଳି କାମ ପାଇଁ ଦିନକୁ ଭଡାରେ ଆସୁଥିବା କାନ୍ଦିବା ଲୋକ ୪୫ ପାଉଣ୍ଡ ପାରିଶ୍ରମିକ ନେଇଥାନ୍ତି। ଏସିଆ ଓ ମଧ୍ୟପ୍ରାଚ୍ୟରେ ଏଭଳି ପେଶାଦାରଙ୍କ କାରବାର ଭଲ ଚାଲିଥାଏ। ୧୮୭୭ ମସିହା ବେଳକୁ ଚାଇନାରେ ଏଭଳି ପେଶାଦାର ଚାହିଦା ଅଧିକ ଥିଲା। ରାଜ ପରିବାରର ଲୋକଙ୍କ ମୃତ୍ୟୁରେ ସେମାନଙ୍କୁ ଡକାଯାଉଥିଲା। ସେମାନେ ଛାତିକୁ ପିଟି ବାଡେଇଛାଟି ହୋଇ ପିନ୍ଧା ବସ୍ତ୍ର ଚିରି କାନ୍ଦି କାନ୍ଦି ନୃତ୍ୟ କରୁଥିଲେ। ପରିବର୍ତ୍ତୀ ସମୟରେ ଏହା ଏକ ପରମ୍ପରା ପାଲଟି ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ଲୋକପ୍ରିୟତା ହାସଲ କରିଥିଲା। ବ୍ରିଟେନ୍‌ରେ ଆଭିଜାତ୍ୟପୂର୍ଣ୍ଣ ରାଜ ପରିବାରରେ କାନ୍ଦିବା ଅଥବା ମ୍ରିୟମାଣ ହେବା ସମ୍ମାନହାନୀର ସୂଚକ ଭାବେ ଗ୍ରହଣ କରାଯାଉଥିଲା। ତେଣୁ ରାଜ ପରିବାର ସଦସ୍ୟଙ୍କ ମୃତ୍ୟୁରେ ହୃଦୟ ବିଦାରକ କାନ୍ଦିବା ଅଭିନୟ ପ୍ରଦର୍ଶନ କରୁଥିବା ପେଶାଦାରଙ୍କୁ ଚଢ଼ା ମଜୁରୀରେ ଡକା ଯାଉଥିଲା। କାଳକ୍ରମେ ଏଭଳି ପେଶାଦାରଙ୍କର ଏକ ସମ୍ପ୍ରଦାୟ ସୃଷ୍ଟି ହୋଇଥିଲା। ଏବେ ଗୁଗୁଲ୍‌ ପ୍ଲସ୍‌ ଏଭଳି ୫୭ ଜଣ ଅନ୍ତର୍ଜାତୀୟସ୍ତରର ପେଶାଦାରଙ୍କ ଇ-ମେଲ୍‌ ଶେୟାର କରିଛି। ସେମାନଙ୍କର ଏକ ସ୍ବତନ୍ତ୍ର ଓ୍ବେବସାଇଟ୍‌ ରହିଛି। ଓ୍ବେବସାଇଟ୍‌ରେ ସେମାନେ ଦିନ ପିଛା କେତେ ଭଡା ନେଉଛନ୍ତି ତାହା ସୂଚିତ କରାଯାଇଛି। ଗ୍ରାହକ ସେମାନଙ୍କର ପସନ୍ଦ ଓ ରେଟିଂ ଅନୁସାରେ ଏଭଳି ପେଶାଦାରଙ୍କୁ ବୁକ୍‌ କରିପାରିବେ।

All Right Reserved By

Model This Week

Model This Week

ଫୁରସତ |

ଡିୟୁରେ ବଢ଼ୁଛି ଯୌନ ନିର୍ଯାତନା

ଡିୟୁରେ ବଢ଼ୁଛି ଯୌନ ନିର୍ଯାତନା

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ନାବାଳିକା ଓ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଝିଅଙ୍କ ସୁରକ୍ଷାକୁ ନେଇ ଏବେ ଅଭିଭାବକମାନେ ଚିନ୍ତାରେ। ସମ୍ପର୍କୀୟ ଓ ପଡ଼ୋଶୀଙ୍କ ଦ୍ୱାରା ଅଧିକାଂଶ ଝିଅ ବଳାତ୍କାର ଶିକାର ହେଉଛନ୍ତି।

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ଠାଣେ: ବହୁ କୋଟି ଟଙ୍କାର ଡ୍ରଗ୍‌ ର଼୍ୟାକେଟ୍‌ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ମମତା କୁଲ୍‌କର୍ନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଏକ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ୟୁରୋପ ଯିବାକୁ ପସନ୍ଦ କରନ୍ତି ଅଧିକାଂଶ ଭାରତୀୟ

ୟୁରୋପ ଯିବାକୁ ପସନ୍ଦ କରନ୍ତି ଅଧିକାଂଶ ଭାରତୀୟ

ବମ୍ବେ: କକ୍ସ ଆଣ୍ଡ କିଙ୍ଗ୍‌ସ ଟ୍ରାଭେଲ ସର୍ଭିସର ସର୍ଭେ ଅନୁଯାୟୀ ଅଧିକାଂଶ ଭାରତୀୟ ୟୁରୋପ ଯିବାକୁ ପସନ୍ଦ କରନ୍ତି ବୋଲି ଜଣାପଡିଛି। ବିଶେଷକରି ଗ୍ରୀଷ୍ମ ଛୁଟି କାଟିବାକୁ ଲୋକେ ୟୁରୋପକୁ ବାଛି ଥାଆନ୍ତି।

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

କଲିକତା: ନିଃସଙ୍ଗ ଜୀବନ ଅନେକ ଯନ୍ତ୍ରଣାଦାୟକ। ଏହା କେବଳ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁଃଖ ଦିଏ ନାହିଁ, ଅନେକ ରୋଗକୁ ମଧ୍ୟ ଡାକିଆଣେ। ତେଣୁ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ସାଥୀଟିଏ ଜରୁରୀ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।