ସମ୍ବଲପୁର

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି
ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । ସିକଲାପଟେନ ପୀଠରେ ଆୟୋଜିତ ଏହି ଯାତ୍ରାରେ ସ୍ଥାନୀୟ ପୂଜାରୀ ପୂଜାର୍ଚ୍ଚନା କରିଥିଲେ । ବାମନ ବୁଢା ଓ ସିକଲାପଟେନ ପୂଜାର୍ଚ୍ଚନାରେ ଏହି ଯାତ୍ରା ଅନେକ ବର୍ଷ ହେଲା ଚାଲି ଆସିଛି । ସେଥିପାଇଁ ଆଖପାଖର ଲୋକେ ଏହି ଯାତ୍ରାରେ ଉପସ୍ଥିତ ରହି ନଡିଆ, କୁକୁଡ଼ା ବଳି ଦିଆଯାଇଥିଲା । ପ୍ରଥମେ ବାମନ ବୁଢାଠାରେ ନଡିଆ ଭୋଗ ହୋଇ ସାରିଲା ପରେ ସିକଲାପଟେନ ଓ ବସ୍ତ୍ରେନ ଦେବୀଙ୍କଠାରେ ୬ଟି ବୋଦା ବଳି ଦିଆଯାଇଥିଲା । ଶାରଦୀୟ ପାର୍ବଣ ଅବସରରେ ନିକଟସ୍ଥ ଅନେକ ଦେବୀ ପୀଠମାନଙ୍କରେ ପଞ୍ଚମୀରୁ ଷଷ୍ଠୀରେ ଏହି ଭଳି ପୂଜା ସମାପନ ହୋଇଥାଏ।
All Right Reserved By

ସମ୍ବଲପୁର

କାର-ବାଇକ୍‌ ଧକ୍କା, ଜଣେ ମୃତ

କାର-ବାଇକ୍‌ ଧକ୍କା, ଜଣେ ମୃତ

ବାଉଁଶୁଣୀ,୧୯।୧୧(ଡି.ଏନ୍‌.ଏ): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଧୀନ ଅଁଳାପାଲି ଛକ ନିକଟରେ ସୋମବାର ପୂର୍ବାହ୍ନ ୧୧ଟା ୪୦ମିନିଟ୍‌ ସମୟରେ କାର ଓ ବାଇକ୍‌ ମୁହାଁମୁୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଜିତ ରଣା(୪୫)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। କାର୍‌ ଡ୍ରାଇଭର ଫେରାର ଅଛନ୍ତି । 

ମେନକାଙ୍କୁ ସହଯୋଗର ହାତ ବଢାଇଲେ ବିଧାୟକ

ମେନକାଙ୍କୁ ସହଯୋଗର ହାତ ବଢାଇଲେ ବିଧାୟକ

ନାକଟିଦେଉଳ,୧୯।୧୧(ଡି.ଏନ.ଏ.)

ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମର ତଥା ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ମେନକା ବାଘଙ୍କୁ ଶେଷରେ ସ୍ଥାନୀୟ ବିଧାୟକ ଓ ବ୍ଲକ ପ୍ରଶାସନ ସହଯୋଗର ହାତ ବଢ଼ାଇଛନ୍ତି । 

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ବଡ଼ଗାଁରେ ଗୁଳିକାଣ୍ଡ: ଯୁବକଙ୍କ ଉପରକୁ ଗୁଳିମାରି ୨ଦୁର୍ବୃତ୍ତ ଫେରାର୍‌

ସୁନ୍ଦରଗଡ଼/ବଡ଼ଗାଁ, ୧୯।୧୧ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ବଡ଼ଗାଁ ମହାବୀର ଛକ ନିକଟ ଚଳନାମୁଣ୍ଡାପଡ଼ାରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାବେଳେ ଗୁଳିକାଣ୍ଡ ଘଟିଛି। ଜଣେ ଯୁବକଙ୍କ ଉପରକୁ ୨ଜଣ ଦୁର୍ବୃତ୍ତ ଗୁଳିଚାଳନା କରି ଫେରାର୍‌ ହୋଇଯାଇଛନ୍ତି।

ଏସ୍‌ଓଜି ଚାକିରି କରୁଥିବା କହି ପ୍ରେମ: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା

ଏସ୍‌ଓଜି ଚାକିରି କରୁଥିବା କହି ପ୍ରେମ: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା

ସୁନ୍ଦରଗଡ଼, ୧୯।୧୧ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଶଙ୍କରା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରଖି ପରେ ଯୁବକ ଜଣକ ପ୍ରତାରିତ କରିଥିବା ନେଇ ଥାନାରେ  ଅଭିଯୋଗ ହୋଇଛି। 

 ଭୀମଭୋଇଙ୍କ ସିଦ୍ଧି ଦିବସ: ଭିତ୍ତିଭୂମି ବିକାଶ, ଇକୋ ଟୁରିଜମ୍‌ ଉପରେ ଗୁରୁତ୍ୱ

ଭୀମଭୋଇଙ୍କ ସିଦ୍ଧି ଦିବସ: ଭିତ୍ତିଭୂମି ବିକାଶ, ଇକୋ ଟୁରିଜମ୍‌ ଉପରେ ଗୁରୁତ୍ୱ

 ସୋନପୁର,୧୮।୧୧(ନି.ପ୍ର.): ସନ୍ଥକବି ଭୀମଭୋଇଙ୍କର ପବିତ୍ର ସିଦ୍ଧି ଦିବସ ସୁବର୍ଣ୍ଣପୁର ଜିଲା ଖଲିଆପାଲିସ୍ଥିତ କବିଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠରେ ରବିବାର ପାଳିତ ହୋଇଯାଇଛି । ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ଓ ଜିଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। 

ସୁରେନ୍ଦ୍ର ମେମୋରିଆଲ ଫୁଟବଲ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚାମ୍ପିୟନ

ସୁରେନ୍ଦ୍ର ମେମୋରିଆଲ ଫୁଟବଲ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚାମ୍ପିୟନ

ଦେଓଗାଁ,୧୮ା୧୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ମିନିଷ୍ଟାଡିୟମରେ ଚାଲିଥିବା ୪ର୍ଥ ସୁରେନ୍ଦ୍ର ମେହେର ମୋମୋରିଆଲ ଅଲ୍‌ ଓଡିଶା ଫୁଟବଲ ଟୁର୍ନାମେଣ୍ଟ ରବିବାର  ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଜରାସିଂହା ବିଏନଏଏ ଓ ନୂଆଁପଡା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା।  

ଜାମୁଡିହିଠାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ :ବିଦ୍ୟାଳୟରୁ ଶୃଙ୍ଖଳା, ସଂସ୍କାର ଆରମ୍ଭ ହୋଇପାରିବ

ଜାମୁଡିହିଠାରେ ପ୍ରଧାନ ଶିକ୍ଷକ ସମ୍ମିଳନୀ :ବିଦ୍ୟାଳୟରୁ ଶୃଙ୍ଖଳା, ସଂସ୍କାର ଆରମ୍ଭ ହୋଇପାରିବ

ଲହୁଣୀପଡା, ୧୮।୧୧ (ଡି.ଏନ.ଏ)-ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର କୋଇଡା ବ୍ଲକ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡିପିସି ଅମୂଲ୍ୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ସାରଙ୍ଗଧର ବରିହା, ଲହୁଣୀପଡା ବ୍ଲକ ଶିକ୍ଷାଧିକାରୀ ଆହ୍ଲାଦିନି ନାଏକ, ସବ୍‌ଡେଗା ବ୍ଲକ 

ଜିଲାସ୍ତରୀୟ କ୍ରିକେଟ: ବିଦ୍ୟାଳୟ କ୍ରୀଡାପାଇଁ ଉପଯୁକ୍ତ ସୁଯୋଗ ଦେଇଥାଏ

ଜିଲାସ୍ତରୀୟ କ୍ରିକେଟ: ବିଦ୍ୟାଳୟ କ୍ରୀଡାପାଇଁ ଉପଯୁକ୍ତ ସୁଯୋଗ ଦେଇଥାଏ

ନୂଆପଡା ଅଫିସ,୧୮।୧୧- 

କ୍ରୀଡା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଅଭିନ୍ନ ଅଙ୍ଗ। କ୍ରୀଡା ଦ୍ୱାରା ଶାରିରୀକ ଏବଂ ମାନସିକ ବିକାଶ ସମ୍ଭବ ହୋଇଥାଏ। ବିଦ୍ୟାଳୟ ହିଁ ଉପଯୁକ୍ତ କ୍ରୀଡାବିତ ସୃଷ୍ଟି କରିଥାଏ। ବିଦ୍ୟାଳୟ କ୍ରୀଡା ସକାଶେ ଉପଯୁକ୍ତ ବାତାବରଣ ଏବଂ ସୁଯୋଗ ଦେଇଥାଏ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ମିନିଷ୍ଟାଡିୟମରେ ଆୟୋଜିତ ୭ମ ଜିଲାସ୍ତରୀୟ କ୍ରିକେଟ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଯୋଗଦେଇ ବକ୍ତାମାନେ ଏହି ମତ ରଖିଥିଲେ। 

ହକି ବିଶ୍ୱକପ୍‌ ପାଇଁ  ବିଜୁ ଯୁବ ବାହିନୀ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବୈଠକ :ସ୍ବତନ୍ତ୍ର ଏଲଇଡି ସ୍କ୍ରିନ୍‌ ଦ୍ୱାରା ସିଧାପ୍ରସାରଣ

ହକି ବିଶ୍ୱକପ୍‌ ପାଇଁ ବିଜୁ ଯୁବ ବାହିନୀ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବୈଠକ :ସ୍ବତନ୍ତ୍ର ଏଲଇଡି ସ୍କ୍ରିନ୍‌ ଦ୍ୱାରା ସିଧାପ୍ରସାରଣ

ସୁନ୍ଦରଗଡ଼,୧୮।୧୧ (ଡି.ଏନ୍‌.ଏ) -ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୭ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଦ୍ୱାରା ରାଜ୍ୟର ୩୦ଟି ଜିଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସକାଶେ ସ୍ଥିର କରିଛନ୍ତି। ନଭେମ୍ବର ୨୫ ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱ କପ୍‌ ପାଇଁ ସୁନ୍ଦରଗଡ ଜିଲା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସକାଶେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ପ୍ରଗତି ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ 

ଅସହାୟ ମହିଳାଙ୍କ ଶୁଦ୍ଧିକ୍ରିୟା କଲେ ବଜରଙ୍ଗ ଦଳ କର୍ମୀ

ଅସହାୟ ମହିଳାଙ୍କ ଶୁଦ୍ଧିକ୍ରିୟା କଲେ ବଜରଙ୍ଗ ଦଳ କର୍ମୀ

ବଡ଼ଗାଁ, ୧୮।୧୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁରେ ଦୀର୍ଘ ୪୦ ବର୍ଷ ହେଲା ବିହାର ରାଜ୍ୟରୁ ଆସି ଏଠାରେ ରହି ଆସୁଥିବା ନିଃସନ୍ତାନ ଦମ୍ପତ୍ତିଙ୍କ ମଧ୍ୟରୁ ବୃଦ୍ଧା ଜିରାଦେବୀଙ୍କ ଗତମାସ ୫ ତାରିଖ ମୃତ୍ୟୁ ହୋଇଥିଲା । ବଡଗାଁ ଗୌଡପଡାର ଯୁବକ ଓ ସ୍ଥାନୀୟ ମା’ ତାରିଣୀ କ୍ଲବ ସଦସ୍ୟମାନେ ତାଙ୍କ ଶବ ସତ୍କାର କରିଥିଲେ । ଶନିବାର ଦ୍ୱାଦଶ ଦିବସରେ ଶୁଦ୍ଧିକ୍ରିୟା କର୍ମ ବଡଗାଁ ମଣ୍ଡଳ ବଜରଙ୍ଗ ଦଳ କର୍ମୀମାନଙ୍କ ଦ୍ୱାରା କରାଯାଇଛି। ବଡଗାଁ ମଣ୍ଡଳ ସଭାପତି ରାଜେଶ ଦାସ, ସମ୍ପାଦକ ତାପସ ବିଶି, ସାହାଜବାହାଲ ପଞ୍ଚାୟତ ସଭାପତି ଯୋଗିନ୍ଦ୍ର ଲେହେରୀ, ବଜରଙ୍ଗ କର୍ମୀ 

ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଛତିଶଗଡର କୁନକୁରୀ ଚାମ୍ପିୟନ

ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଛତିଶଗଡର କୁନକୁରୀ ଚାମ୍ପିୟନ

ବାଲିଶଙ୍କରା, ୧୮।୧୧ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ରାଜାବଙ୍ଗଳା ଖେଳ ପଡିଆରେ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୪ତମ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ରୂପେ ପାଣି ପଞ୍ଚାୟତ ଅଧ୍ୟକ୍ଷ ତଳସରା ଅନୀଲ ବେହେରା ଯୋଗଦେଇ କଠିନ ପରିଶ୍ରମ ଧୈର୍ଯ୍ୟ ଧରି ଏକାଗ୍ରତା ଶାନ୍ତିବଜାୟ ରଖି ପାରିଲେ ଉଚ୍ଚକୋଟିର ଖେଳାଳି ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ  କଲ୍ୟାଣୀ ଏସଏଚଜି ଗ୍ରୁପ ସଭାପତି ଜୟନ୍ତୀ ଏକ୍କା, ସରପଞ୍ଚ ଦୀନବନ୍ଧୁ ସାଏ, 

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଲାଙ୍ଗୀର ଅଫିସ,୧୮ା୧୧ବଲାଙ୍ଗୀର ସହରରେ ଏବେ ଡ୍ରଗ୍ସ କାରବାର, ଲୁଟ୍‌ପାଟ୍‌ ଘଟଣା ବଢ଼ିବାରେ ଲାଗିଛି ା ବିଭିନ୍ନ ଛକ ଓ ରାସ୍ତାରେ ରୋଡ ରୋମିଓଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଶେଷକରି ଛାତ୍ରୀ ଓ ଯୁବତୀମାନେ  ହଇରାଣ ହରକତ ହେଉଛନ୍ତି ।