ସମ୍ବଲପୁର

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ
ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । ବସ୍‌ ଛାତ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ଯାତ୍ରା କରୁଛନ୍ତି। ଯାତ୍ରୀମାନଙ୍କ ସଚେତନତା ଅଭାବ ଯୋଗୁ ବିପଦ ସଙ୍କୁଳିତ ଅବସ୍ଥାରେ ବସ୍‌ ଛାତ ଉପରେ ବସି ସତେ ଯେପରି ମୃତ୍ୟୁକୁ ଆମନ୍ତ୍ରଣ କରୁଥିବା ଭଳି ମନେ ହେଉଛି । ବିଭିନ୍ନ ବସ୍‌ର ଛାତ ଉପରେ ଯାତ୍ରୀ ବସି ଯାଉଥିଲେ ମଧ୍ୟ ନାଁ ଏଥିପ୍ରତି ପୋଲିସ କି ଆରଡିଓ ବିଭାଗର ଦୃଷ୍ଟି ପଡୁଛି । ନିର୍ଭିକ ଭାବରେ ବସ ଚାଳକମାନେ ଓଭରଲୋଡ କରି ଯାତ୍ରୀମାନଙ୍କୁ ନେଉଛନ୍ତି । ଯଦି କେତେବେଳେ ସଡକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଯାଉଛି । ପୋଲିସ ଓ ଆରଟିଓ ବିଭାଗର ଚେତା ପସୁଛି । ଦଶହରା ପାର୍ବଣ ଯୋଗୁ ଝିଅ ବୋହୁମାନେ ନିଜ ଶାଶୁ ଘରୁ ବାପ ଘରକୁ ଯିବା ଆସିବା କରିବା ସହିତ ଦଶହରା ଦୁର୍ଗାପୂଜା ପାଇଁ ଯାତ୍ରୀଙ୍କ ଭିଡ ହେଉଛି । ଏଥିରେ ବିଭିନ୍ନ ଯାନବାହାନ ମାଲିକ ଓଭରଲୋଡ ଯାତ୍ରୀ ନେଇ ମାଲାମାଲ ହେଉଛନ୍ତି । ଗୋଟିଏ ଛକରୁ ଆଉ ଗୋଟିଏ ଛକ ନିକଟରେ ବସ, ଟ୍ରେକର ଗୁଡିକରେ ଓହ୍ଲାଇଲେ ୧୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି । ବିନା ରସିଦରେ କଣ୍ଟ୍ରାକ୍ଟରମାନେ ଯାତ୍ରୀଙ୍କୁ ଠକେଇ କରୁଥିବା ଅଞ୍ଚଳରେ ଚାଲିଛି ଚର୍ଚ୍ଚା ।  ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
All Right Reserved By

ସମ୍ବଲପୁର

ସୁବର୍ଣ୍ଣପୁରରେ ଗଡିଲା ମିଶନ ଶକ୍ତି ରଥ

ସୁବର୍ଣ୍ଣପୁରରେ ଗଡିଲା ମିଶନ ଶକ୍ତି ରଥ

ସୋନପୁର,୨୧।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ମହିଳାମାନଙ୍କୁ ସଚେତନ କରିବା ପାଇଁ ସୋମବାର ଦୁଇଟି ମିଶନ ଶକ୍ତି ରଥର ଶୁଭାରମ୍ଭ ହୋଇଛି। ଜିଲାପାଳ ମଧୁସୂଦନ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ୬୦ଦିନ ପର୍ଯ୍ୟନ୍ତ ଜିଲାର ୬ଟି ବ୍ଲକ ଓ ସହରର ସମସ୍ତ ୱାର୍ଡ ପରିକ୍ରମା କରିବ। ମିଶନ ଶକ୍ତି ସମ୍ପର୍କରେ ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଯିବ। 

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ତରଭା, ୨୧ା୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆରେ ତରଭା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତୃତୀୟ ଶିକ୍ଷକ ମହୋସତ୍ବ-୧୯ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବସନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗ ଦେଇଥିଲେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। 

କ୍ଷମତାର ବିକେନ୍ଦ୍ରୀକରଣ ନ ହେଲେ ଗଣତନ୍ତ୍ରର କିଛି ମୂଲ୍ୟ ନାହିଁ

କ୍ଷମତାର ବିକେନ୍ଦ୍ରୀକରଣ ନ ହେଲେ ଗଣତନ୍ତ୍ରର କିଛି ମୂଲ୍ୟ ନାହିଁ

ସୋନପୁର,୨୧।୨(ନି.ପ୍ର.)ଭାରତର ବିଶେଷତା ହେଉଛି ଭିନ୍ନତା ମଧ୍ୟରେ ଏକତା। ଭିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ଲୋକ ଏଠାରେ ବସବାସ କରନ୍ତି। ଏହି ବିରାଟ ଭୂଖଣ୍ଡର ଅଧିବାସୀଙ୍କ ଭାଷା, ଚାଲିଚଳନ ମଧ୍ୟରେ ସମାନତା ନାହିଁ। ଆଞ୍ଚଳିକତା ବାଦ ମଧ୍ୟ ଭରି ରହିଛି। ତେଣୁ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ଆଞ୍ଚଳିକ ଦଳମାନଙ୍କ ଦ୍ୱାରା ବିବିଧତା ବଜାୟ ରହିବା ସହ ଗଣତନ୍ତ୍ରର ସୁରକ୍ଷା ସମ୍ଭବ ବୋଲି ସୁବର୍ଣ୍ଣପୁର ପୁସ୍ତକ ଓ ସାହିତ୍ୟ ମେଳା ଇଙ୍କ୍‌ଫେଷ୍ଟର ଚତୁର୍ଥ ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।

ରୁଣ ପାଏବାରୁ ବଁଚିତ ୧୪ ବୁଣାକାର ପରିବାର

ରୁଣ ପାଏବାରୁ ବଁଚିତ ୧୪ ବୁଣାକାର ପରିବାର

ଲାଠୋର, ୨୧ା୧(ଡି.ଏନ.ଏ): ସରକାର ବୁଣାକାର ପରିବାରମାନକୁ ଭିନେ ଭିନେ ପରକାର ସାହାଯ୍‌ ଯୁଗେଇ ଦେଉଛନ୍‌। ହେଲେ ବଭାଗୀୟ ଅବହେଲା କାରନ୍‌ରୁ ଅନେକ ପରିବାର ଇ ସୁବିଧା ସୁଯୋଗ ପାଏବାରୁ ବଁଚିତ ହେଉଛନ୍‌। 

ଠକାଭଁଡାରେ ଚାଲିଛେ ବିଶାଲପାଲିର ବିକାଶ କାଯ୍‌

ଠକାଭଁଡାରେ ଚାଲିଛେ ବିଶାଲପାଲିର ବିକାଶ କାଯ୍‌

ଲୋଇସିଂହା,୨୧।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଶାଲପାଲି ଗଁାରେ ବିକାଶ ମୂଲକ କାମରେ ଠକାଭଁଡା ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଆଦର୍ଶ ଗୁହାଲ ଯୋଜ୍‌ନାରେ କେତେ ହିତାଧିକାରୀ ଗୋଚର ଜମି ଆର ସରକାରୀ ଜମିରେ ଗୁହାଲ ତିଆର କରିଥିବାର ଲେଖେଁ ଗୁରୁତର ଅଭିଯୋଗ ହେଇଛେ। ସେନ୍‌ତା ପଁଚେତ୍‌ ତାର କ୍ଷମତାର ଅପବେଭାର କରି ଇରିଗେସନ ଅଧିନରେ ଥିବାର ରାସ୍‌ତାରେ ଏମଜିଏନଆରଇଜିଏସ ଟଁକା ପକେଇ ଉନ୍‌ନତିକରନ କରୁଥିବାର ଅଭିଯୋଗ ହେଇଛେ। 

ସ୍ବାସ୍ଥ୍ୟ ପରୀକ୍ଷା ଶିବିର : ୧୦୬୮ ଜଣଙ୍କୁ ଔଷଧ ବଣ୍ଟନ

ସ୍ବାସ୍ଥ୍ୟ ପରୀକ୍ଷା ଶିବିର : ୧୦୬୮ ଜଣଙ୍କୁ ଔଷଧ ବଣ୍ଟନ

ଲେଫ୍ରିପଡା, ୨୦।୧(ଡି.ଏନ.ଏ)- ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସୁରୁଗୁଡା ସିପିଜିପି ଉଚ୍ଚ ବିଦ୍ୟାଳୟରେ ସୁନ୍ଦରଗଡ ରୋଟାରୀ କ୍ଲବ୍‌ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। 

୬୫ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଧାରଣା

୬୫ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଧାରଣା

କଣ୍ଟାବାଞ୍ଜି, ୨୦ା୧(ଡି.ଏନ.ଏ.): କଣ୍ଟାବାଞ୍ଜି ଜିଲା ଦାବି ଧାରଣା ରବିବାର ୬୫ଦିନରେ ପହଞ୍ଚିଛି। 

ନାଟ ମେଳା ପାଇଁ ଜିଲାସ୍ତରୀୟ ପ୍ରତିଯୋଗିତା

ନାଟ ମେଳା ପାଇଁ ଜିଲାସ୍ତରୀୟ ପ୍ରତିଯୋଗିତା

  ସୋନପୁର,୨୦।୧(ନି.ପ୍ର.):ରାଷ୍ଟ୍ରୀୟ ନାଟ୍‌ ମେଳା-୧୯ ପାଇଁ ନାଟ୍‌ ଅନୁଷ୍ଠାନ ତରଫରୁ ନାନାବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରାୟ ୫୦ ଜଣ ପ୍ରତିଯୋଗୀଙ୍କୁ ନେଇ ଏକକ ଅଭିନୟ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଦୃଢ଼ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରେ

ଦୃଢ଼ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରେ

ଦେଓଗାଁ,୨୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି ।