ବାଲେଶ୍ୱର

ମେଡିକାଲ କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ

ମେଡିକାଲ କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ
ଗଣିଆ,୧୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ ତିତ୍‌ଲି ପ୍ରଭାବରେ ଗତ ୩ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ନୟାଗଡ ଜିଲା ଗଣିଆ ବ୍ଲକର ବହୁ ସ୍ଥାନରେ ବର୍ଷା ଜଳ ଜମିରହିଥିବା ଦେଖିବାକୁ ମିଳିଛି । ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଡମିନଷ୍ଟ୍ରେଶନ କାର୍ଯ୍ୟାଳୟ ପରିସରରେ ପାଣି ଜମି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାର୍ଯ୍ୟାଳୟ ପରିସରରେ କୌଣସି ଡ୍ରେନେଜ୍‌ ବ୍ୟବସ୍ଥା  ନଥିବାରୁ ଲାଗାଣ ବର୍ଷା ହେଲେ ପରିସରରେ ଥିବା ସମସ୍ତ ଅଫିସ୍‌ ଘରଗୁଡିକରେ ପାଣି ପଶି ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ନଷ୍ଟ ହୋଇଛି ।
All Right Reserved By

ବାଲେଶ୍ୱର

ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ

ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ

ତିହିଡି, ୧୫।୧୦(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡି ବ୍ଲକ କାର୍ଯ୍ୟାଳୟସ୍ଥିତ ନୀଳମଣି ସଭାଗୃହରେ ସୋମବାର ମଧ୍ୟାହ୍ନରେ ରାଶନ କାର୍ଡ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। 

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡ଼ସାହି, ୧୫।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଖାନୁଆ ଗ୍ରାମ ବାଥୁଡ଼ିସାହିର ଜଣେ ମହିଳା ସୋମବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସାବିତ୍ରୀ ନାଏକ(୪୫)। 

ବିଦ୍ୟୁତ୍‌  ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭଙ୍କ ମୃତ୍ୟୁ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭଙ୍କ ମୃତ୍ୟୁ

ବଡ଼ବିଲ,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ଆର୍‌ପି ସାଓ ଖଣି ନିକଟରେ ରବିବାର ବିଳମ୍ବିତ ରାତିରେ  ଦୁର୍ଘଟଣା    ଘଟିଛି। 

ବିଷ ପିଇଲେ ଗର୍ଭବତୀ ନାବାଳିକା

ବିଷ ପିଇଲେ ଗର୍ଭବତୀ ନାବାଳିକା

ବାସୁଦେବପୁର, ୧୫।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ନାବାଳିକାଙ୍କୁ ଗର୍ଭବତୀ କରି ପରେ ପ୍ରତାରଣା କରିଥିଲେ।

ବିନିଦାଠାରେ ‘ନୂଆଁଖାଇ ଭେଟଘାଟ୍‌’

ବିନିଦାଠାରେ ‘ନୂଆଁଖାଇ ଭେଟଘାଟ୍‌’

କେନ୍ଦୁଝର, ୧୫ା୧୦(ସ୍ବ.ପ୍ର): କେନ୍ଦୁଝର ଜିଲାର ଘଟଗଁା ବ୍ଲକ ବିନିଦାଠାରେ ଅଖିଳ ଭାରତୀୟ ଗେଁାଣ୍ଡୱାନା ଗେଁାଣ୍ଡ ମହାସଭା ତରଫରୁ ‘ନୂଆଖାଇ ଭେଟଘାଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିନିଦା ପଲ୍ଲୀ ଆୟୋଜନ ସମିତିର ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର

ପାଟଣା, ୧୫।୧୦(ସ୍ବ.ପ୍ର.): ପାଟଣା  ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଯୋଡିଚାତର ଗ୍ରାମ ବାଲି ସାହିର ମନମୋହନ ନାଏକଙ୍କ ଗୃହ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଲଗାଣ ବର୍ଷା ହୋଇଥିଲା। ମନମୋହନଙ୍କ  ଘରୁ ପାଣି ଗଳି ମାଟି କାନ୍ଥ ଭୁଶୁଡି ଯାଇଥିଲା। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। 

ଶାଳକଙ୍କୁ ହତ୍ୟା ଘଟଣା: ମାରଣାସ୍ତ୍ର ଜବତ, ଜେଲ୍‌ ଗଲେ ମୁଖ୍ୟ ଅଭିଯୁକ୍ତ

ଶାଳକଙ୍କୁ ହତ୍ୟା ଘଟଣା: ମାରଣାସ୍ତ୍ର ଜବତ, ଜେଲ୍‌ ଗଲେ ମୁଖ୍ୟ ଅଭିଯୁକ୍ତ

ଭଦ୍ରକ ଅଫିସ,୧୫।୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସଇଦାବାଦ ଗାଁରେ ଶନିବାର ଶାଳକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଭିଣୋଇ ଶେଖ୍‌ ସାଦିକ୍‌ଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ ଚଳାଇ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଖଣ୍ଡାକୁ ଏକ ବୁଦାରୁ  ଜବତ କରିଛି। ଅଭିଯୁକ୍ତ ସାଦିକ୍‌ଙ୍କୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଭୁଲ୍‌ ଚିକିତ୍ସା ଯୋଗୁ ବାଳକ ମୃତ

ଚାନ୍ଦବାଲି,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଜଳେଶ୍ୱରପୁର ପଞ୍ଚାୟତ ବଇଦ ପୋଖରୀ ଗଁାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ଭୁଲ୍‌ ଇଞ୍ଜେକ୍ସନ ପାଇଁ ବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

ଫୁଲୁଛି ଗମେଇ ନଦୀ: ବୁଡ଼ିଛି ଶତାଧିକ ହେକ୍ଟର ଚାଷଜମି

ଫୁଲୁଛି ଗମେଇ ନଦୀ: ବୁଡ଼ିଛି ଶତାଧିକ ହେକ୍ଟର ଚାଷଜମି

ବାସୁଦେବପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମଧ୍ୟଦେଇ ପ୍ରବାହିତ ହୋଇଥିବା ଗମେଇ ନଦୀ ଗତ ୨ଦିନ ଧରି ଫୁଲିବାରେ ଲାଗିଛି। ଫଳରେ ନଦୀକୂଳିଆ ଅଞ୍ଚଳରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। କାଂଶବାଂଶ ନଦୀର ଶାଖାନଦୀ ଭାବେ ପରିଚିତ ଗମେଇ ନଦୀ ଦେଇ ବାସୁଦେବପୁର, ସୋର, ସିମୁଳିଆ ବ୍ଲକ ଅଞ୍ଚଳର ବଳକା ବର୍ଷାପାଣି ସହିତ ଉପରମୁଣ୍ଡର ବର୍ଷାପାଣି ସିଧାସଳଖ ବଙ୍ଗୋପସାଗରକୁ ନିଷ୍କାସିତ ହୋଇଥାଏ। 

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା: ବାଇକ୍‌ ଓ ମଦବୋତଲ ଭାଙ୍ଗିଲେ

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା: ବାଇକ୍‌ ଓ ମଦବୋତଲ ଭାଙ୍ଗିଲେ

ଚାନ୍ଦବାଲି/ପଦ୍ମପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ କରଣପଲ୍ଲୀ ଛକଠାରେ ଜଣେ ଚୋରାମଦ ବେପାରୀଙ୍କୁ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଡ଼ ମାରିଛନ୍ତି। ଏଥିସହ ତାଙ୍କ ବାଇକ୍‌ ଓ ମଦ ବୋତଲ ଭାଙ୍ଗି ଦେଇଛନ୍ତି।

ସମନ୍ବୟ ରହିଲେ ଆସିବ କୃଷି ବିକାଶ

ସମନ୍ବୟ ରହିଲେ ଆସିବ କୃଷି ବିକାଶ

ବାରିପଦା ଅଫିସ,୧୫।୧୦- ପୁରୁଣା ଓ ଆଧୁନିକ କୃଷି ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଗଲେ କୃଷି କ୍ଷେତ୍ରରେ ପ୍ରକୃତ ବିକାଶ ଆସିପାରିବ। ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସମ୍ବଳର ଉପଯୁକ୍ତ ବିନିଯୋଗ, ଆନୁଷଙ୍ଗିକ କୃଷିର ବିକାଶ ଏବଂ ମହିଳା ଚାଷୀଙ୍କୁ ପ୍ରଶିକ୍ଷିିତ କରାଗଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ବାରିପଦା ବ୍ଲକ ବଡଯୋଡ ଠାରେ ଆୟୋଜିତ କୃଷି ଯନ୍ତ୍ରପାତି ବ୍ୟବହାର ମେଳାରେ ଗୁରୁତ୍ୱାରୋପ କରାଯାଇଛି। 

ପରଲୋକରେ କବି ପ୍ରଶାନ୍ତ ବେହେରା

ପରଲୋକରେ କବି ପ୍ରଶାନ୍ତ ବେହେରା

କପ୍ତିପଦା,୧୫ା୧୦(ଡି.ଏନ.ଏ.)- ଦୂରାରୋଗରେ ପୀଡିତ ହୋଇ ସାହିତ୍ୟ ସାଧନା ଜାରି ରଖିଥିବା ବିଶିଷ୍ଟ ସାରସ୍ବତ ପ୍ରତିଭା ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କର ୧୩ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଭୁବନେଶ୍ୱସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା  ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ରବିବାର ମଧ୍ୟାହ୍ନରେ ମରଶରୀର ଆସି ଉଦଳାର  ବାସଭାବନରେ ପହଞ୍ଚିଥିଲା।