ଉପକୂଳ ଓଡିଶା

ତିତ୍‌ଲି ପରେ ବର୍ଷା ବିତ୍ପାତ, ତଳିଆ ଅଞ୍ଚଳରେ ପାଣି

ତିତ୍‌ଲି ପରେ ବର୍ଷା ବିତ୍ପାତ, ତଳିଆ ଅଞ୍ଚଳରେ ପାଣି
ନାଉଗଁ।,୧୨।୧୦(ସ୍ବ.ପ୍ର.): ତିତଲି ପ୍ରଭାବରେ ବୁଧବାରଠାରୁ ନାଉଗଁ। ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି। ଶୁକ୍ରବାର ଦିନ ତମାମ ବର୍ଷା ଫଳରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଥିଲା। ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହେବା ଦ୍ୱାରା  ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବା ଜଣାପଡିଛି। ଚାଷଜମିରେ ଆଣ୍ଠୁଏ ଉଚ୍ଚ ପାଣି ଜମି ରହିଥିବାବେଳେ  ରାସ୍ତାଘାଟ ପାଣିରେ ବୁଡି ଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବ୍ଲକର ବିଭିନ୍ନ ଗ୍ରାମ ତଥା ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ବିଶେଷ କରି ନାଉଗଁା ଡାବରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାଟି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘ ୧୦ ବର୍ଷ ତଳେ ନିର୍ମାଣ ହୋଇଥିଲା। କିନ୍ତୁ ମରାମତି ଅଭାବରୁ ରାସ୍ତାର ଦୁଇ ପାର୍ଶ୍ୱରେ ଖାଲଖମା ହୋଇ ପାଣି ଜମି ରହିଛି। ଫଳରେ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବଛାଳୋ ପଞ୍ଚାୟତର ବଛାଳୋ-ଅରସର ମୁଖ୍ୟ ରାସ୍ତାର ବାଉତ ସାହି ଛକଠାରୁ ଭଣ୍ଡାଇଲୋ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହିବା ଫଳରେ ଗ୍ରାମବାସୀ ବାହାରକୁ ଯାଇପାରୁ ନାହାନ୍ତି। ଏହି ରାସ୍ତାରୁ ବର୍ଷାଜଳ ନିଷ୍କାସନ ପାଇଁ  ୨୦୦୦ ମସିହାରେ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ସମୟକ୍ରମେ ରାସ୍ତାର ଦୁଇ ପାର୍ଶ୍ୱରେ କେତେଜଣ ଲୋକ ଗୃହ ନିର୍ମାଣ କରିବା ପାଇଁ ସରକାରୀ ଜମିକୁ ପୋତିବା ସହିତ ଡ୍ରେନ ପୋତି ଦେଇଛନ୍ତି। ତେଣୁ ବର୍ଷାଦିନେ ଗ୍ରାମର ମୁଖ୍ୟ ରାସ୍ତାରେ ସବୁବେଳେ ପାଣି ଜମି ରହୁଛି। କାନୁନଗୋ ସାହି ମୁଖ୍ୟ ରାସ୍ତା, ଶିଖର ପଞ୍ଚାୟତର ଦାଣ୍ଡୁଆଠାରେ ବସବାସ କରୁଥିବା ୧୮ ନଂ ଓାର୍ଡ ବାସିନ୍ଦା, ନନ୍ଦିଗ୍ରାମର ମଢବସ୍ତ (ବାସୁଦେବପୁର), ଡେରିକି ପଞ୍ଚାୟତର ତିରୁଣା ଉଚ୍ଚ ବିଦ୍ୟାଳୟ ପଛ ପାର୍ଶ୍ୱରେ ଥିବା ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଖରାଦିନେ ଜଳ ନିଷ୍କାସନ ପଥ ପରିଷ୍କାର କରା ନ ଯିବା ଓ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରା ନ ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ନାଉଗଁା -କାନୁନଗୋ ସାହି ରାସ୍ତା, ନାଉଗଁା ହାଟ ଉଚ୍ଚ ବିଦ୍ୟାଳୟ, ନାଉଗଁା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ର ପରିସରରେ ପାଣି ଜମି ରହିଛି। ସୂଚନା ଅନୁଯାୟୀ ଶୁକ୍ରବାର ସୁଦ୍ଧା ବ୍ଲକରେ ୮୦ ମି.ଲି. ମିଟର ବର୍ଷା ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ ଘୋଡାଂଶ ଗ୍ରାମର ୪ ନଂ ଓାର୍ଡ ବାସିନ୍ଦା ବିଜୟ ରାଉତଙ୍କ କଚ୍ଚା ଘରେ ପାଣି ପଶିଯାଇଛି। ସରକାରଙ୍କ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ମିଳୁଥିବା ବେଳେ ତାଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼ ଅଫିସ,୧୭ା୧୨- ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା। 

ମାତିଛନ୍ତି ଲୁଟେରା, ପୋଲିସ ନିଷ୍କ୍ରିୟ: ଅସୁରକ୍ଷିତ ମଣୁଛନ୍ତି ପଥଚାରୀ

ମାତିଛନ୍ତି ଲୁଟେରା, ପୋଲିସ ନିଷ୍କ୍ରିୟ: ଅସୁରକ୍ଷିତ ମଣୁଛନ୍ତି ପଥଚାରୀ

ନୟାଗଡ଼ ଅଫିସ,୧୭ା୧୨- ନୟାଗଡ଼ ଜିଲାରେ ଦିନକୁ ଦିନ ଲୁଟ୍‌, ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ଏଥିପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରୁଥିବାବେଳେ ପଥଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। 

ପହିଲି ଭୋଗ:ମା’ଙ୍କ ହାତ ରନ୍ଧା ଖାଇଲେ ନୀଳମାଧବ ଜୀଉ

ପହିଲି ଭୋଗ:ମା’ଙ୍କ ହାତ ରନ୍ଧା ଖାଇଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୧୭ା୧୨(ସ୍ବ.ପ୍ର.)-ଧନୁ ସଂକ୍ରାନ୍ତି ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି ା ରବିବାରଠାରୁ ଠାକୁରଙ୍କ ପାଖରେ ଧନୁମୁଆଁ ଭୋଗ ଓ ସ୍ବତନ୍ତ୍ର ପିଠା ଲାଗି ହେଉଛି। 

ବ୍ଲକସ୍ତରୀୟ ଶିଶୁମେଳା : ଯୋଗଦେଲେ ୨୧ ହାଇସ୍କୁଲରୁ ୧୯୬ ପ୍ରତିଯୋଗୀ

ବ୍ଲକସ୍ତରୀୟ ଶିଶୁମେଳା : ଯୋଗଦେଲେ ୨୧ ହାଇସ୍କୁଲରୁ ୧୯୬ ପ୍ରତିଯୋଗୀ

ରଣପୁର,୧୭ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ହାଇସ୍କୁଲରେ ରବିବାର ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘ(ଓଷ୍ଟା)ର ବ୍ଲକସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି ା 

ବିଦ୍ୟାଳୟରେ ଆରମ୍ଭ ହେଲା ଜୁନିୟର୍‌ ରେଡ୍‌କ୍ରସ୍‌

ବିଦ୍ୟାଳୟରେ ଆରମ୍ଭ ହେଲା ଜୁନିୟର୍‌ ରେଡ୍‌କ୍ରସ୍‌

ରଣପୁର,୧୭ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଅଞ୍ଚଳସ୍ଥ ନରେନ୍ଦ୍ରପୁର ବାସୁଦେବ ଆଞ୍ଚଳିକ ବିଦ୍ୟାପୀଠରେ ଶନିବାର ଜିଲା ଜୁନିୟର ରେଡ୍‌କ୍ରସ୍‌ ଆରମ୍ଭ ହୋଇଛି ା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମନୋଜ କୁମାର ଗୁମାନସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ା

ବ୍ଲକସ୍ତରୀୟ ଶିଶୁମେଳା: ଲୁକ୍‌କାୟିତ ପ୍ରତିଭାର ବିକାଶ ଉତ୍ସବର ଲକ୍ଷ୍ୟ

ବ୍ଲକସ୍ତରୀୟ ଶିଶୁମେଳା: ଲୁକ୍‌କାୟିତ ପ୍ରତିଭାର ବିକାଶ ଉତ୍ସବର ଲକ୍ଷ୍ୟ

ଖଣ୍ଡପଡ଼ା,୧୭ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉ ବିଦ୍ୟାମନ୍ଦିରରେ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଳକସ୍ତରୀୟ ଶିଶୁମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି।   ବ୍ଲକର ୧୪ ଉଚ୍ଚ ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।

କାଉ ମଡ଼କ ନେଇ ଆଶଙ୍କା

କାଉ ମଡ଼କ ନେଇ ଆଶଙ୍କା

ନିରାକାରପୁର,୧୭ା୧୨(ଡି.ଏନ.ଏ)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ନନପଡା ମୌଜାର ଚମ୍ପାଢିପ ଗହୀରରେ କାଉ ସମେତ ଅନ୍ୟ ପକ୍ଷୀଗୁଡ଼ିକ ମରି ପଡ଼ିଥିବା ଦେଖାଯାଇଛି। 

ଆଇତିପୁରରେ ପିଠା ଯୋଜନା କାର୍ଯ୍ୟକ୍ରମ

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)-  ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତରେ ପିଠା ଯୋଜନା କାର୍ଯ୍ୟକ୍ରମ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ବିଡିଓ ସୁବାଦାର ପ୍ରଧାନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। 

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ଥାନା ଅଧୀନ ବଡ଼ପାଳ ଗ୍ରାମର ଏକ ଭଡ଼ାଘରୁ ଜନୈକା ବିଧବାଙ୍କୁ ଶୁକ୍ରବାର ରାତିରେ ୬ଜଣ ଯୁବକ ଉଠାଇ ନେଇ ଗଣ ବଳାତ୍କାର କରିଥିଲେ। ଏ ନେଇ ଶନିବାର ପୀଡ଼ିତା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ଜଣ ବଳାତ୍କାର କରିଥିବା ମାନି ଥିବା ବେଳେ ରବିବାର ଏସ୍‌ଡିପିଓଙ୍କ ଆଗରେ ଏହାକୁ ଅସ୍ବୀକାର କରିଥିଲେ। 

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁର ଅଫିସ୍‌ (୧୬।୧୨)- ଜଗତ୍‌ସିଂହପୁର ବ୍ଲକ ପୁରୁଣାଗଡ଼ସ୍ଥିତ ବୀଣାପାଣି ହାଇସ୍କୁଲ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ନାଉଗାଁ, ୧୬।୧୨ (ସ୍ବ.ପ୍ର.)-ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ରବିବାର ଜିଲାସ୍ତରୀୟ ଯୁବରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଯାଜପୁର ଅଫିସ/ରସୁଲପୁର,୧୬।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି।