ଉପକୂଳ ଓଡିଶା

ତିତ୍‌ଲି ପ୍ରଭବ: ରାସ୍ତା ଉପରେ ପଡିଲା ଗଛ

ତିତ୍‌ଲି ପ୍ରଭବ: ରାସ୍ତା ଉପରେ ପଡିଲା ଗଛ
ଧର୍ମଶାଳା, ୧୨।୧୦(ଡି.ଏନ୍‌.ଏ.)- ତିତ୍‌ଲି ପ୍ରଭାବରେ  ଲଗାଣ ବର୍ଷା  ଯୋଗୁ  ଧର୍ମଶାଳା ବ୍ଲକର ବହୁ ଚାଷ ଜମିରେ ପାଣି ଜମିରହିଛି । ଗୁରୁବାର ବ୍ଲକରେ ୧୧୧ ମିମି  ବର୍ଷା ହୋଇଥିବା ବେଳେ ଶୁକ୍ରବାର ସାମାନ୍ୟ କମ୍‌ ଧରଣର  ବର୍ଷା  ହୋଇଥିବା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ ଚାଷ ଜମିରେ ପାଣି ଜମି ରହିବା ଫଳରେ ବିରି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା  ଦେଖାଦେଇଛି । ବିଶେଷ କରି ପାଟପୁର, ମିର୍ଜାପୁର, ବଡ଼କାଏମା, ଅଭୟପୁର, କୋତପୁର, ଦେଉଦା, ଉତ୍ତରପ୍ରତାପ, ମଙ୍ଗଳପୁର, ଅରାବଳ, ଭବାନୀପୁର, ଗଙ୍ଗାଧରପୁର, କମାଗଡ ଆଦି ବିଭିନ୍ନ ପଞ୍ଚାାୟତର ହେକ୍ଟର ହେକ୍ଟର ଜିମରେ ଚାଷିମାନେ ରବିଜାତୀୟ  ଫସଲ କରିଛନ୍ତି। କିଛି ଦିନ ତଳେ ଚାଷୀମାନେ ଜମିରେ ବିରି ବିହନ ବୁଣିଥିବା ବେଳେ ଏବେ ଗଛ ଗୁଡିକ ବଡୁଥିବା ସମୟରେ ହଠାତ ତିତଲି ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବିରି କିଆରିରେ ପାଣି ଜମି ରହିବା ଯୋଗୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ନେଇ ବହୁ ଚାଷୀ କହିଛନ୍ତି। ଧାର କରଜ କରି ଏହି ଲାଭଦାୟକ ଫସଲ କରିଥିବା ବେଳେ ବର୍ଷାରେ ସବୁକିଛି ଧୋଇ ହୋଇଯିବା ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି ।ସେହିପରି ବିଲରେ ଲଗାଯାଇଥିବା ପନିପରିବା ଫସଲ ମଧ୍ୟ ଧୋଇ ଯାଇଛି । ସେପ୍ଟେମ୍ବର ମାସରେ ବର୍ଷା ଛାଡିବା ପରେ ଚାଷୀ ବିଲ ପ୍ରସ୍ତୁତ କରି ବିଲାତି ବାଇଗଣ, ବାଇଗଣ, କୋବ, ମୂଳା, କଲରା, ପୋଟଳ, କାକୁଡି, ଲଙ୍କା ଆଦି ପନିପରିବା ଚାଷ କରିଥିଲେ ା ଏବେ  ପତ୍ରବାହାରିବା ସମୟରେ ଜମିରେ ପାଣି ଜମିବାରୁ ଫସଲ ନଷ୍ଟ ହୋଇଛି। ଧର୍ମଶାଳା-କବାଟବନ୍ଧ ପୂର୍ତ୍ତ ବିଭାଗ ରାସ୍ତାର ଇମାମନଗର ନିକଟରେ ବହୁ ପୁରୁଣା ବରଗଛ ଘୁର୍ଣ୍ଣିବାତ୍ୟା ଫଳରେ  ଉପୁଡିଯାଇ ରାସ୍ତା ଉପରେ ପଡିରହିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ବର୍ଷା କମିବା ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଧର୍ମଶାଳା କୃଷିଅଧିକାରୀ କହିଛନ୍ତି ।
All Right Reserved By

ଉପକୂଳ ଓଡିଶା

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): ଘନ କୁହୁଡ଼ି ଯୋଗୁ ପି.ପି. କଲେଜ ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଟ୍ରକ୍‌ ଭାରସାମ୍ୟ ହରାଇ ଉକ୍ତ ଛକରେ ଥିବା ଡମ୍ବରୁଧର ସାହୁଙ୍କ ଘର ଉପରକୁ ମାଡ଼ି ଯାଇଥିଲା। 

ଶରଣକୁଳ ପୋଲିସ ଭୁଲିଗଲା ମାନବିକତା: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ହାତଗୋଡ ବାନ୍ଧି ଥାନାକୁ ନେଲା

ଶରଣକୁଳ ପୋଲିସ ଭୁଲିଗଲା ମାନବିକତା: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ହାତଗୋଡ ବାନ୍ଧି ଥାନାକୁ ନେଲା

ନୟାଗଡ଼ ଅଫିସ,୨୦ା୨- ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ରହିଥିବା ପୋଲିସ ଯଦି ମାନବିକତା ଭୁଲିଯାଏ ତେବେ ଲୋକେ କାହାକୁ ଭରସା କରିବେ। ଏଭଳି ଏକ ପ୍ରଶ୍ନ ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରିଛି। 

ଜମିରେ ଶବଦାହକୁ କେନ୍ଦ୍ର କରି ଉତ୍ତେଜନା: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ଜମିରେ ଶବଦାହକୁ କେନ୍ଦ୍ର କରି ଉତ୍ତେଜନା: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୨୦ା୨- ନୟାଗଡ଼ ଜିଲା ଶରଣକୁଳ ଥାନା ଭାଲିଆଡିହି ଗ୍ରାମର ଏକ ଜମିରେ ଶବଦାହକୁ କେନ୍ଦ୍ର କରି ମଙ୍ଗଳବାର ଉତ୍ତେଜନା ଦେଖାଦେଇଥିଲା। 

କନ୍ୟାରତ୍ନ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ

କନ୍ୟାରତ୍ନ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ

ବୋଲଗଡ଼,୨୦ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ସାଲତରା ଗ୍ରାମରେ ମଙ୍ଗଳବାର କନ୍ୟାରନତ୍ ସମ୍ବର୍ଦ୍ଧନା ଓ ସଚେତନାମତ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

୬ କୋଟି ଜମାଟଙ୍କା ଠକେଇ ଅଭିଯୋଗ, ଦ୍ୱିତୀୟ ଦିନରେ ଜମାକାରୀଙ୍କ ଧାରଣା

ଓଡଗାଁ, ୧୯।୨(ସ୍ବ.ପ୍ର.)-ନୟାଗଡ଼ ଜିଲା କୁରାଳ ସମବାୟ ମିନି ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀ ଜମାକାରୀଙ୍କ ୬କୋଟି ଟଙ୍କା ଠକେଇ ଅଭିଯୋଗରେ ଜମାକାରୀ ଧାରଣା ଦେଇଛନ୍ତି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଭାରସାମ୍ୟ ହରାଇ ନଦୀବନ୍ଧ ତଳକୁ ଓଲଟିଲା କାର: ୫ ଗୁରୁତର

ଖଣ୍ଡପଡ଼ା, ୧୯।୨(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ-ବାଣପୁର ୪୮ ନଂ. ରାଜ୍ୟ ରାଜପଥର ନୀଳମାଧବ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ନଦୀବନ୍ଧ ତଳକୁ ଓଲଟି ପଡ଼ିଛି। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି