ଉପକୂଳ ଓଡିଶା

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ବିଞ୍ଝାରପୁର ଗସ୍ତ : ଖରିଫ ଫସଲ କ୍ଷୟକ୍ଷତି ଆକଳନ

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ବିଞ୍ଝାରପୁର ଗସ୍ତ : ଖରିଫ ଫସଲ କ୍ଷୟକ୍ଷତି ଆକଳନ
ବିଞ୍ଝାରପୁର,୧୨।୧୦(ଡି.ଏନ.ଏ)- ରାଜ୍ୟ କୃଷି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ କୃଷି ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଦାସ, ରାଜ୍ୟ ଖାଦ୍ୟ ସରଂକ୍ଷଣ ଅଧିକାରୀ ସଚିଦାନନ୍ଦ ପଣ୍ଡା, ଉପକୃଷି ନିର୍ଦ୍ଦେଶକ ଶରତ ଚନ୍ଦ୍ର ପୃଷ୍ଟି , ଯାଜପୁର କୃଷି ଅଧିକାରୀ ବିମଳ କୁମାର ରପ୍ତାନୀ, ଯାଜପୁର ଖାଦ୍ୟ ସରଂକ୍ଷକ ଶ୍ରୀଧର ଦାସ ପ୍ରମୁଖ ବିଞ୍ଝାରପୁର ଗସ୍ତ କରି ଖରିଫ ଫସଲର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଥିବା ଜଣାପଡିଛି । ସୂଚନା ଯେ, ବିଞ୍ଝାରପୁର ବ୍ଲକରେ ଅଦିନିଆ ବର୍ଷା ଫଳରେ ୧୦ହଜାର ୬୩୦ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ବ୍ଲକ କୃଷି ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହି କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରିବାକୁ କୃଷି ବିଭାଗର ଏହି ଉଚ୍ଚସ୍ତରୀୟ କମିଟି ଶୁକ୍ରବାର ପୂର୍ବାହ୍ନରେ ବିଞ୍ଝାରପୁରରେ ପହଞ୍ଚି କପିଳା, ମାଁସଡା ଓ ବରପଦା ପଞ୍ଚାୟତର ଚାଷଜମି ପରିଦର୍ଶନ କରିବା ସହ କେତେକ ଚାଷୀଙ୍କ ସହ ଆଲୋଚନା କରିଥିଲେ ା ଆଲୋଚନା ସମୟରେ କ୍ଷୟକ୍ଷତି ସମ୍ପର୍କରେ ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଯୁଗ୍ମ କୃଷି ନିର୍ଦ୍ଦେଶକ ଦାସ ସୂଚନା ଦେଇଥିଲେ। କୃଷି ବିଭାଗର ଏହି ଟିମକୁ ବିଞ୍ଝାରପୁର ସହକାରୀ କୃଷି ଅଧିକାରୀ ରଘୁନାଥ ଜେନା ଓ କର୍ମଚାରୀ ସଞ୍ଜୀବ କୁମାର ସାମଲ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ, ଅଦିନିଆ ବର୍ଷା ଯୋଗୁ ବିଞ୍ଝାରପୁର ବ୍ଲକର ମାଁସଡା, ଚିକଣା, ଫତେପୁର, ଟିଣା, ଜରୀ, ବାଙ୍ଗରା, କପିଳା, ପ୍ରୀତିପୁର, ଉତ୍ତରକୂଳ, ଆଉଁରୀ ଆଦି ପଞ୍ଚାୟତ ୧୦ହଜାର ୬୩୦ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଖରିଫ ଫସଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିମାନେ କ୍ଷତିପୂରଣ ପାଇଁ ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ।

All Right Reserved By

ଉପକୂଳ ଓଡିଶା

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼ ଅଫିସ,୧୭ା୧୨- ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା। 

ମାତିଛନ୍ତି ଲୁଟେରା, ପୋଲିସ ନିଷ୍କ୍ରିୟ: ଅସୁରକ୍ଷିତ ମଣୁଛନ୍ତି ପଥଚାରୀ

ମାତିଛନ୍ତି ଲୁଟେରା, ପୋଲିସ ନିଷ୍କ୍ରିୟ: ଅସୁରକ୍ଷିତ ମଣୁଛନ୍ତି ପଥଚାରୀ

ନୟାଗଡ଼ ଅଫିସ,୧୭ା୧୨- ନୟାଗଡ଼ ଜିଲାରେ ଦିନକୁ ଦିନ ଲୁଟ୍‌, ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ଏଥିପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରୁଥିବାବେଳେ ପଥଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। 

ପହିଲି ଭୋଗ:ମା’ଙ୍କ ହାତ ରନ୍ଧା ଖାଇଲେ ନୀଳମାଧବ ଜୀଉ

ପହିଲି ଭୋଗ:ମା’ଙ୍କ ହାତ ରନ୍ଧା ଖାଇଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୧୭ା୧୨(ସ୍ବ.ପ୍ର.)-ଧନୁ ସଂକ୍ରାନ୍ତି ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି ା ରବିବାରଠାରୁ ଠାକୁରଙ୍କ ପାଖରେ ଧନୁମୁଆଁ ଭୋଗ ଓ ସ୍ବତନ୍ତ୍ର ପିଠା ଲାଗି ହେଉଛି। 

ବ୍ଲକସ୍ତରୀୟ ଶିଶୁମେଳା : ଯୋଗଦେଲେ ୨୧ ହାଇସ୍କୁଲରୁ ୧୯୬ ପ୍ରତିଯୋଗୀ

ବ୍ଲକସ୍ତରୀୟ ଶିଶୁମେଳା : ଯୋଗଦେଲେ ୨୧ ହାଇସ୍କୁଲରୁ ୧୯୬ ପ୍ରତିଯୋଗୀ

ରଣପୁର,୧୭ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ହାଇସ୍କୁଲରେ ରବିବାର ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘ(ଓଷ୍ଟା)ର ବ୍ଲକସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି ା 

ବିଦ୍ୟାଳୟରେ ଆରମ୍ଭ ହେଲା ଜୁନିୟର୍‌ ରେଡ୍‌କ୍ରସ୍‌

ବିଦ୍ୟାଳୟରେ ଆରମ୍ଭ ହେଲା ଜୁନିୟର୍‌ ରେଡ୍‌କ୍ରସ୍‌

ରଣପୁର,୧୭ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଅଞ୍ଚଳସ୍ଥ ନରେନ୍ଦ୍ରପୁର ବାସୁଦେବ ଆଞ୍ଚଳିକ ବିଦ୍ୟାପୀଠରେ ଶନିବାର ଜିଲା ଜୁନିୟର ରେଡ୍‌କ୍ରସ୍‌ ଆରମ୍ଭ ହୋଇଛି ା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମନୋଜ କୁମାର ଗୁମାନସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ା

ବ୍ଲକସ୍ତରୀୟ ଶିଶୁମେଳା: ଲୁକ୍‌କାୟିତ ପ୍ରତିଭାର ବିକାଶ ଉତ୍ସବର ଲକ୍ଷ୍ୟ

ବ୍ଲକସ୍ତରୀୟ ଶିଶୁମେଳା: ଲୁକ୍‌କାୟିତ ପ୍ରତିଭାର ବିକାଶ ଉତ୍ସବର ଲକ୍ଷ୍ୟ

ଖଣ୍ଡପଡ଼ା,୧୭ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉ ବିଦ୍ୟାମନ୍ଦିରରେ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଳକସ୍ତରୀୟ ଶିଶୁମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି।   ବ୍ଲକର ୧୪ ଉଚ୍ଚ ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।

କାଉ ମଡ଼କ ନେଇ ଆଶଙ୍କା

କାଉ ମଡ଼କ ନେଇ ଆଶଙ୍କା

ନିରାକାରପୁର,୧୭ା୧୨(ଡି.ଏନ.ଏ)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ନନପଡା ମୌଜାର ଚମ୍ପାଢିପ ଗହୀରରେ କାଉ ସମେତ ଅନ୍ୟ ପକ୍ଷୀଗୁଡ଼ିକ ମରି ପଡ଼ିଥିବା ଦେଖାଯାଇଛି। 

ଆଇତିପୁରରେ ପିଠା ଯୋଜନା କାର୍ଯ୍ୟକ୍ରମ

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)-  ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତରେ ପିଠା ଯୋଜନା କାର୍ଯ୍ୟକ୍ରମ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ବିଡିଓ ସୁବାଦାର ପ୍ରଧାନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। 

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ଥାନା ଅଧୀନ ବଡ଼ପାଳ ଗ୍ରାମର ଏକ ଭଡ଼ାଘରୁ ଜନୈକା ବିଧବାଙ୍କୁ ଶୁକ୍ରବାର ରାତିରେ ୬ଜଣ ଯୁବକ ଉଠାଇ ନେଇ ଗଣ ବଳାତ୍କାର କରିଥିଲେ। ଏ ନେଇ ଶନିବାର ପୀଡ଼ିତା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ଜଣ ବଳାତ୍କାର କରିଥିବା ମାନି ଥିବା ବେଳେ ରବିବାର ଏସ୍‌ଡିପିଓଙ୍କ ଆଗରେ ଏହାକୁ ଅସ୍ବୀକାର କରିଥିଲେ। 

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁର ଅଫିସ୍‌ (୧୬।୧୨)- ଜଗତ୍‌ସିଂହପୁର ବ୍ଲକ ପୁରୁଣାଗଡ଼ସ୍ଥିତ ବୀଣାପାଣି ହାଇସ୍କୁଲ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ନାଉଗାଁ, ୧୬।୧୨ (ସ୍ବ.ପ୍ର.)-ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ରବିବାର ଜିଲାସ୍ତରୀୟ ଯୁବରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଯାଜପୁର ଅଫିସ/ରସୁଲପୁର,୧୬।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି।