ବାଲେଶ୍ୱର

ପଲିଥିନ ଦାବିରେ ଆରଆଇ ଅଫିସ ଘେରାଉ

ପଲିଥିନ ଦାବିରେ ଆରଆଇ ଅଫିସ ଘେରାଉ
କପ୍ତିପଦା,୧୨। ୧୦(ଡି଼.ଏନ୍‌.ଏ)-ତିତିଲ ପ୍ରକୋପରେ ଗତ ୨ ଦିନ ଧରି ଚାଲିଥିବା  ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁ କପ୍ତିପଦା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।   ଏଥିଯୋଗୁ ବହୁଘର ଭାଙ୍ଗି ଯାଇଥିବାବେଳେ ମାଟି କାନ୍ଥ ଓ ନଡା ଛପର ଘର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।  ବିଶେଷକରି ଶାଳଚୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଗ୍ରାମ ଯଥା ଶାଳଚୁଆ, ଟେଟେୟାଁ, କୁକୁଡା ଗଡି, ଗୁହିରାପୋଷି, ସୁଲପଗଡିଆ, ଗେଣ୍ଡାଗଡିଆ, ବିଦ୍ୟାଧରପୁର ଓ ଦୂଲଗଣ୍ଡି ଗ୍ରାମବାସୀ  ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି।  ।  ଗୁହିରାପୋଷି ଗ୍ରାମର  ୧୦ରୁ  ଊଦ୍ଧର୍‌ବ ଲୋକଙ୍କ ଘର ଭାଙ୍ଗିଯାଇଥିବା   ବେଳେ ବହୁ କୁକୁଡା, ଛେଳି ମରିଯାଇଥିବା ରାମ କିସ୍କୁ ପ୍ରକାଶ କରିଛନ୍ତି ।  ନଡା ଛପର ଘର ଭାଙ୍ଗିବା ଆଶଙ୍କାରେ ବହୁ ଲୋକେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ହୋ ହାଲ୍ଲା କରି ପଲିଥିନ ଦାବୀରେ  କାର୍ଯ୍ୟାଳୟ ଘେରାଉ କରିଛନ୍ତି।  ଦିନ ତମାମ ପ୍ରବଳ ଉତ୍ତେଜନା ଲାଗି ରହିଥିଲା।  ଅପରାହ୍ନରେ ରାଜସ୍ବ ନିରୀକ୍ଷକ ତଦନ୍ତ ପୂର୍ବକ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବକ ହୋଇଛି ।   
ରିପୋର୍ଟ ଲେଖା ହେବା ବେଳକୁ କାଳ ଓ ସୁନେଇ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଲେଖାଏଁ ଗେଟ୍‌ ଖୋଲା ହୋଇଥିବା ଜଣାଯାଇଛି । ଶୁକ୍ରବାର ରାତି ବର୍ଷା ଲାଗି ରହିଲେ ଆଉ ଗୋଟିଏ ଗୋଟିଏ ଗେଟ୍‌ ଖୋଲା ଯିବାର ସମ୍ଭାବନା ସୃଷ୍ଟି ହୋଇଛି ।  ମାତ୍ର କାଳ ଅପେକ୍ଷା ସୁନେଇର ଜଳସ୍ତର ଦ୍ରୁତ ଭାବେ ବଢୁଥିବାରୁ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ସେହିପରି ବାଘିଆଗଡି ଓ ବନ୍ଧମାଳ ଗ୍ରାମ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  କପ୍ତିପଦା ବଜାରରେ ଥିବା ଡ୍ରେନେଜ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ବର୍ଷା ପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନାହିଁ।  କେତେକ ଦୋକାନ ଓ ସାଧାରଣ ଲୋକଙ୍କ ଘରେ ଓ ଡାକ୍ତରଖାନା ପୁରୁଣା ଓପିଡିରେ ପାଣି ପଶିଯାଇଛି ।  ତେଣୁ ଏହି ଓପିଡିକୁ ବନ୍ଦ ରଖାଯାଇଛି । ଅତ୍ୟଧିକ ବର୍ଷା ପାଇଁ ପରିବା ଚାଷ ସହିତ ଧାନ ଚାଷ ମ୍ଯଯ କ୍ଷତିଗ୍ରସ୍ତ ହେବାର  ଆଶଙ୍କା ଦେଖାଦେଇଛି ।   
All Right Reserved By

ବାଲେଶ୍ୱର

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ଭଣ୍ଡାରିପୋଖରୀ,୧୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବନ ବିଭାଗ ରେଞ୍ଜର ସମୀର କୁମାର ରାଉତଙ୍କ ନେତୃତ୍ୱରେ ବୁଧବାର ବନ୍ତ ବ୍ଲକ ନୀଳକଠାରେ ଚଢ଼ାଉ କରାଯାଇଛି।

୩୩ କେଭି ବିଦ୍ୟୁତ୍‌ ତାର ଜବତ

୩୩ କେଭି ବିଦ୍ୟୁତ୍‌ ତାର ଜବତ

ଭଦ୍ରକ ଅଫିସ,୧୨।୧୨: ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ୩୩ କେଭିର ଚୋରା ବିଦ୍ୟୁତ୍‌ ତାର ମୂଳନା ସାହିର ଏକ ଗୋଦାମରୁ ବୁଧବାର ଜବତ କରିଛି। 

ଖୋଲିଲା ଖଣି, ମିଳୁନି ନିଯୁକ୍ତି

କେନ୍ଦୁଝର, ୧୨ା୧୨(ସ୍ବ.ପ୍ର.): ଯୋଡ଼ା ବ୍ଲକ ଗୁଆଲି ଲୁହା ଖଣି ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକେ ନିଯୁକ୍ତି ଦାବିରେ ଜିଲାପାଳଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ଏଭଳି ଅଭିଯୋଗ କରି ଆସୁଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭଙ୍ଗା ଘରେ ଡାକସେବା

ଭଙ୍ଗା ଘରେ ଡାକସେବା

ହାଟଡ଼ିହୀ, ୧୨ା୧୨(ଡି.ଏନ.ଏ.): ଅସୁରକ୍ଷିତ ମଧ୍ୟରେ ହାଟଡ଼ିହୀ ବ୍ଲକ ବଉଳା ଉପଡାକ ଘର ରହିଛି। ସେହି ଭଙ୍ଗା ଘରେ ଲୋକଙ୍କୁ ଡାକସେବା ଯୋଗା ଯାଉଛି। ଏହି ଉପଡାକଘର ପ୍ରତି ପ୍ରଶାସନର ଦୃଷ୍ଟି ଦେଉନି। ଡାକସେବା ପ୍ରତି ଗ୍ରାହକଙ୍କ ବିଶ୍ୱାସ ତୁଟି ଯିବାକୁ ବସିଛି। 

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ୍‌,୧୨ା୧୨- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ଅମିତ ବିଶ୍ୱାଳ ଏକ ଚାରିଚକିଆ ଗାଡି (ହ୍ୟୁଣ୍ଡାଇ ଆଇ -୨୦ ) ରେ ୭୩, ୫୦୦ ଟଙ୍କା ନେଇ ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଅଞ୍ଚଳର ନିଜ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ପୋଲିସ ତାଙ୍କୁ ଧରି ଅଟକ ରଖି ପଚରାଉଚୁରା କରିଛି। ଗାଡି ଚଳାଉଥିବା ହୋମଗାର୍ଡ ଦିପ୍ତିରଞ୍ଜନ ସାହୁଙ୍କୁ ମଧ୍ୟ ଅଟକ ରଖାଯାଇଛି। 

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଭଦ୍ରକ ଅଫିସ,୧୨ା୧୨-ମଙ୍ଗଳବାର ଥିଲା ‘ଭଦ୍ରାୟନୀ’ର ୩ୟ ସନ୍ଧ୍ୟା। ନେହେରୁ ଷ୍ଟାଡିୟମ ପରିସର ବେଶ ଲୋକାରଣ୍ୟ ରହିିଥିଲା। ଭଦ୍ରକ  ଜିଲା ସଂସ୍କୃତି ପରିଷଦ, ଓରମାସ୍‌ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଲୋକକଳା ମହୋସତ୍ବ ଓ ପଲ୍ଲିଶ୍ରୀ ମେଳାରେ ଦିଲ୍ଲୀରୁ ଆସିଥିବା କବିତା ଦ୍ୱିବେଦୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

ଆରଡି, ୧୨ା୧୨, (ଡି.ଏନ.ଏ.)-ଓଡ଼ିଶା ତଥା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ  ବଡ଼ ସିଂହାର ବେଶର ସ୍ବତନ୍ତ୍ର ଆକର୍ଷଣ ରହିଛି। ଏହି  ଅନିନ୍ଦ୍ୟ ବେଶ ଦର୍ଶନ ଲାଗି ଭକ୍ତଙ୍କ ଗହଳି ଲାଗିଥାଏ। 

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

ଭଦ୍ରକ ଅଫିସ,୧୨ା୧୨- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ କୁଳେଇପଦାଠାରେ ଜିଲାସ୍ତରୀୟ ସାଇନ୍ସପାର୍କ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ମୋହର ଲଗାଇଛନ୍ତି। 

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ, ୧୨ା୧୨-ଭଦ୍ରକ ଜିଲା ତିହିଡି ବ୍ଲକ କୋରକୋରା ପଞ୍ଚାୟତ ରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା  ୧୫ ଜଣ ଛାତ୍ର ବିଷାକ୍ତ ଫଳ ଖାଇ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି।

 କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

ବାରିପଦା ଅଫିସ,୧୨।୧୨- ବାରିପଦା ଲେଟକଟ କ୍ଲବ ଦ୍ୱାରା ଆୟୋଜିତ ୨୮ ତମ ସର୍ବଭାରତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ବାରିପଦା,୧୨।୧୨-ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଳକ ଅନ୍ତର୍ଗତ ପଶୁଦା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। 

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବାରିପଦା ଅଫିସ/ଉଦଳା(ଡି.ଏନ.ଏ.)୧୨।୧୨- ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣାର ଗୁମର ଫିଟିବାରେ ଲାଗିଛି। ବଜ୍ରକାପ୍ତା ଶିକାର କରି ଏହାର ଚମଡା, କାତି ଓ ମାଂସ ବିଦେଶକୁ ଚାଲାଣ ହେଉଥିଲା।