ରାୟଗଡା

ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ: କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ: କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ
ଦାମନଯୋଡ଼ି,୧୨।୧୦(ଡି.ଏନ୍‌ .ଏ.): ନାଲ୍‌କୋରୁ  କେନ୍ଦ୍ର ସରକାର ଅଂଶଧନ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ ଶ୍ରମିକ ସଙ୍ଗଠନ ବିରୋଧ କରିଛି। ଶୁକ୍ରବାର ନାଲ୍‌କୋ ପରିଶୋଧନ ପ୍ରକଳ୍ପ (ଆଲୁମିନା ରିଫାଇନାରୀ)ର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ନାଲ୍‌କୋ ଏମ୍ପ୍ଲୋଇଜ୍‌ ୟୁନିୟନ୍‌ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ନାଲ୍‌କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି)ଙ୍କ ଉଦ୍ଦେଶ୍ୟରେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ଶ୍ରମିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଦାବିପତ୍ରର ଉଲ୍ଲେଖ ରହିଛି। ସିଏମ୍‌ଡି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ରୋକିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି। ନାଲ୍‌କୋ ମହାପ୍ରବନ୍ଧକ ରାଜୀବ ମିଶ୍ରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଏନ୍‌ଇୟୁ ସଭାପତି ଭଗତ ଟାକ୍ରୀ, ସଂଯୋଜକ ସନ୍ତୋଷ ମହାରଣା, ଯୁଗ୍ମ ସଂଯୋଜକ ସୋମନାଥ ମହାପାତ୍ର, ଉପସଭାପତି ଉପେନ୍ଦ୍ର ପାତ୍ର, ସଞ୍ଜୀବ ତ୍ରିପାଠୀ, ସଞ୍ଜୟ ଚାନ୍ଦ, ବିକ୍ରମ ହୋତା, ମଧୁ ଖିଲ, ହରିନାଥ ଦାଶ ପଟ୍ଟନାୟକ, ରବୀନ୍ଦ୍ର ଭତ୍ରା, ଅଜୟ ପ୍ରଧାନ, ପ୍ରଦୀପ ସାହୁ, ଅମିତାଭ ରାୟ, ପର୍ଶୁ ବଡ଼ନାୟକ ପ୍ରମୁଖ ସାମିଲ ଥିଲେ।
All Right Reserved By

ରାୟଗଡା

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟ ଶିଳାନ୍ୟାସ

ରାୟଗଡା ଅଫିସ୍‌, ୧୯।୨-  ରାୟଗଡାଠାରେ ୯୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଶିଳାନ୍ୟାସ  କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲାବାସୀ ଇନ୍ଧନ ଗ୍ୟାସ ପାଇଁ ଖୋର୍ଦ୍ଧା, ବିଶାଖାପାଟଣା ଓ ରାୟପୁର ଉପରେ ନିର୍ଭର କରି ଆସୁଥିଲେ । ତେବେ ଅବିଭକ୍ତ କୋରାପୁଟ ଜିଲା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୯ଟି ଜିଲାକୁ ରନ୍ଧନ ଗ୍ୟାସ ସିଲିଣ୍ଡର ରାୟଗଡାରୁ ଯୋଗାଣ ହେବ। ଏହି ପ୍ଲାଣ୍ଟ  ଅଞ୍ଚଳର ବିକାଶରେ  ସହାୟକ ହେବ। ଆସନ୍ତା ୨୦୨୦ ସେପ୍ଟେମ୍ବର   ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। 

ପୋଖରୀରେ ବୁଡି ୨ ବାଳକ ମୃତ

ପୋଖରୀରେ ବୁଡି ୨ ବାଳକ ମୃତ

ରାୟଗଡା ଅଫିସ୍‌, ୧୯।୨- ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକଣା ଗ୍ରାମରେ ପୋଖରୀରେ ବୁଡି ୨ ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ତୃତୀୟ ଶ୍ରେଣୀର ଛାତ୍ର ଆରେସୁ ହିମିରିକା(୭) ଓ ସୁନୀଲ ହିମିରିକା(୭)। 

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଦଶମନ୍ତପୁର,୧୯।୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷର ଅପେକ୍ଷା ପରେ ୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ   ପକ୍କା ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଲା। କାମ ଆଦେଶ ମଞ୍ଜୁର ହୋଇ ଠିକା ସଂସ୍ଥା କାମ ଜାରି ରଖିଛି। ଆଉ ଅଳ୍ପ କାମ ବାକି ଅଛି। କିନ୍ତୁ କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ସରକାର ଦୀର୍ଘ ଦିନର ଦାବି ପୂରଣ କରି ପକ୍କାରାସ୍ତା ନିର୍ମାଣ କରିବା ପାଇଁ  ବ୍ୟବସ୍ଥା କରିଛନ୍ତି। କିନ୍ତୁ ଠିକାସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁ ରାସ୍ତା ନିମ୍ନମାନର ହେବା ସହିତ ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରାଯାଉଛି। କାମଧନ୍ଦା ନ ପାଇ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦଶମନ୍ତପୁର,୧୯।୨(ଡି.ଏନ.ଏ.): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ପତନ ନିର୍ମିତ ହୋଇ ଦୁଇବର୍ଷ ହେଲା ପଡ଼ିରହିଛ।କାମର ଉପଯୁକ୍ତ ପ୍ରାପ୍ୟ ମିଳୁ ନ ଥିବାରୁ ବାକି କାମ କରୁ ନ ଥିବା ଠିକାଦାର କହିଛନ୍ତି। ଅନ୍ୟପଟେ ପିଲାମାନେ ଗଁାଠାରୁ ଦୂରକୁ ଯାଇ ପାଠପଢୁଛନ୍ତି। କାମର ବିଲ୍‌ ପରିମାଣ କନିଷ୍ଠଯନ୍ତ୍ରୀ ଦେଉ ନ ଥିବା ଅଭିଯୋଗ କରି ଠିକାଦାର ବାକି କାମ ବନ୍ଦ ରଖିଛନ୍ତି। ଦଶମନ୍ତପୁର ବ୍ଳକ୍‌ ଗିର୍ଲିଗୁମ୍ମା ପଞ୍ଚାୟତ ଉପର ରତାବନ୍ଧ ଗ୍ରାମରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। 

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ବୈପାରୀଗୁଡ଼ା,୧୯।୨(ଡି.ଏନ୍‌.ଏ.): ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଉଠାଇ କାମ ଅଧାରେ ପକାଇ ରଖିଛନ୍ତି କାର୍ଯ୍ୟାଦେଶ ପାଇଥିବା ଟେକ୍‌ନିକାଲ କନସଲଟାଣ୍ଟ। କନ୍ଧ ଆଦିବାସୀ ଅଧ୍ୟୁଷିତ ଇଲାକରେ ଥିବା ଏହି ବିଦ୍ୟାଳୟରେ ଏବେ କୋଠରି ଅଭାବରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ବନ୍ଦ ହୋଇଛି। ବୈପାରୀଗୁଡ଼ା ବ୍ଲକ ଦୋରାଗୁଡା ପଞ୍ଚାୟତ ନିଶନାପାଖନା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର।

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଜୟପୁର,୧୯।୨(ଡି.ଏନ୍‌.ଏ.): ବିଭିନ୍ନ ଛୋଟ ନଦୀ ଏବଂ ନାଳରେ ବହିଯାଉଥିବା ପାଣିକୁ ଅଟକାଇବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ (ଆଡ଼ିବନ୍ଧ) କରାଯାଉଛି। ଜୟପୁର ବ୍ଲକ ରଣ୍ଡାପାଲୀ ପଞ୍ଚାୟତ ଟାଙ୍କୁଗୁଡ଼ା ରାସ୍ତା ବାମୁଣଦେଈ ଛକ ନିକଟରେ ସୀତାଗାଡ଼ରା ନାଳରେ ୨୦୧୪-୧୫ରେ ୩୩ ଲକ୍ଷ ୮୮ ହଜାର ଟଙ୍କାର ଚେକଡ୍ୟାମ୍‌ ନିର୍ମାଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ। କିନ୍ତୁ ଚେକ୍‌ଡ୍ୟାମ୍‌ର ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଥିବା ବେଳେ ଉପରମୁଣ୍ଡରେ ଆବଶ୍ୟକ ଅନୁସାରେ ପାଣି ଅଟକି ରହିପାରୁ ନାହିଁ। 

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ପାରଳାଖେମୁଣ୍ଡି, ୧୯।୨(ସ୍ବ.ପ୍ର.): ବିଭିନ୍ନ ଦାବିରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ସଦସ୍ୟମାନେ ପାରଳାଖେମୁଣ୍ଡି ବିଏସ୍‌ଏନ୍‌ଏଲ୍‌ ଅଫିସ ଆଗରେ ସୋମବାରଠାରୁ  ଧାରଣାରେ ବସିଛନ୍ତି। ଏହି ଧାରଣା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

୩୪ ପ୍ୟାକେଟ ଚାଉଳ ଜବତ: ୨ଗିରଫ

ନବରଙ୍ଗପୁର,୧୮।୨(ଡି.ଏନ.ଏ.)-ଚାଉଳ ଚୋରୀ ଘଟଣାରେ ନବରଙ୍ଗପୁର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମେଦିରି ସାହିର ଫିରୋଜ ଖାନ ଓ ଲୋହରା ସାହିର ବିକାଶ ହରିଜନ। ସେମାନଙ୍କ ଘରୁ ୩୪ ପ୍ୟାକେଟ  ଚାଉଳ ବସ୍ତା ପୋଲିସ ଜବତ କରିଛି। ଏନେଇ  ଥାନାରେ ନଂ. ୩୨/୧୯ ଏକ ମାମଲା ପୋଲିସ ରୁଜୁ କରିଛ।

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

କୋରାପୁଟ,୧୮ା୨(ସ୍ବ.ପ୍ର.): କୋରାପୁଟ ଜିଲାରେ ବିଜେଡି ଦଳକୁ ଅଧିକ ମଜଭୁତ୍‌ କରିବା ସହ ମହିଳାଙ୍କୁ ଅଧିକ କ୍ଷମତା ଦେବା ପାଇଁ ସୋମବାର ସ୍ଥାନୀୟ ଅତିଥି ଭବନରେ ପ୍ରସ୍ତୁତି ବୈଠକ ହୋଇଛି। ଜିଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନୂତନ ଦାୟିତ୍ୱ ପାଇଥିବା ସୁଚିତ୍ରା ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ଏମ୍‌. ମାଙ୍ଗମାଙ୍କୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି କରାଯିବା ପରେ ତାଙ୍କ ସ୍ଥାନରେ ସୁଚିତ୍ରାଙ୍କୁ ଏହି ଦାୟିତ୍ୱ ମିଳିଛି। ସେହିପରି ବୈଠକରେ ବିଜୁ ମହିଳା ମୋର୍ଚ୍ଚାର ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯିବା ପାଇଁ ଆଲୋଚନା ହୋଇଥିଲା।

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ

ଜୟପୁର,୧୮ା୨(ନି.ପ୍ର.): ଜୟପୁର ବନାଞ୍ଚଳ ଧଉଡ଼ାପଦର-ନୂଆକେରେଙ୍ଗା ମଧ୍ୟରେ ଥିବା ଜଙ୍ଗଲରେ ଏକ ଭାଲୁର ମୃତ୍ୟୁ ହୋଇଛି। ପୂତିଗନ୍ଧମୟ ଅବସ୍ଥାରେ ଭାଲୁର ମୃତଦେହ ପଡ଼ିଥିବା ବେଳେ ତାହା ଉପରେ କିଛି ଶୁଖିଲା ଡାଳ ଘୋଡ଼ାଇ ଦିଆଯାଇଛି। ପରିପାର୍ଶ୍ୱିକ ସ୍ଥିତିରୁ ଭାଲୁକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।