ଖେଳ |

ହକି ବିଶ୍ୱକପ୍‌ରେ ୫ ଦେଶର ପ୍ରଭାବ ବିସ୍ତାର

ହକି ବିଶ୍ୱକପ୍‌ରେ ୫ ଦେଶର ପ୍ରଭାବ ବିସ୍ତାର
ଫୁଟବଲ ଭଳି ହକି ମଧ୍ୟ ସାରା ବିଶ୍ୱରେ ଆଦୃତ ହୋଇପାରିଛି। ବିଶେଷ କରି ପୁରୁଷ ହକି ଏବେ ଲୋପପ୍ରିୟତାର ଶୀର୍ଷକୁ ଛୁଇଁଛି। ହକିର ସର୍ବୋଚ୍ଚ ମହାକୁମ୍ଭ କୁହାଯାଉଥିବା  ପୁରୁଷ ହକି ବିଶ୍ୱକପ୍‌ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଆନୁକୂଲ୍ୟରେ ହକି ବିଶ୍ୱକପ୍‌ ଆୟୋଜନ ହୋଇଆସୁଛି। ଫୁଟବଲ ବିଶ୍ୱକପ୍‌ ଭଳି ଏହି ମେଗା ଇଭେଣ୍ଟ ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ପୁରୁଷ ଭଳି ମହିଳା ହକି ବିଶ୍ୱକପ୍‌ ମଧ୍ୟ ୧୯୭୪ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଏହାକୁ ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍‌ ଓମେନ୍ସ ହକି ଆସୋସିଏଶନ୍ସ (ଆଏଫ୍‌ଡବ୍ଲ୍ୟୁଏଚ୍‌ଏ) ୧୯୮୧ ପର୍ଯ୍ୟନ୍ତ ଆୟୋଜନ କରୁଥିଲା। ତେବେ ୧୯୮୨ରେ ଏହା ଆନ୍ତର୍ଜାତିକ ହକି ଫେଡେରେଶନ ସହିତ ମିଶିଗଲା। 
ପୁରୁଷ ହକି ବିଶ୍ୱକପ୍‌ରେ ୫ଟି ଦେଶ ପ୍ରଭାବ ବିସ୍ତାର କରିଛନ୍ତି। ପାକିସ୍ତାନ ସବୁଠାରୁ ସଫଳ ଦଳ ସାବ୍ୟସ୍ତ ହୋଇଛି। ପାକିସ୍ତାନ ୪ଥର ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଅନ୍ୟପଟେ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ୩ଥର ଲେଖାଏ ବିଶ୍ୱକପ୍‌ ଟାଇଟଲ ହାସଲ କରିଛନ୍ତି। ସେହିପରି ଜର୍ମାନୀ ଦୁଇଇର ଓ ଭାରତ ଥରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ସୌଭାଗ୍ୟ ହାସଲ କରିଛି। 
୧୯୭୧ ମସିହାରେ ଅନୁଷ୍ଠିତ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ମୋଟ ଉପରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ବିଶ୍ୱକପ୍‌ର ଗତ ସଂସ୍କରଣ ୨୦୧୪ରେ ନେଦରଲାଣ୍ଡ୍ସର ହଗ୍‌ରେ ଖେଳାଯାଇଥିଲା। ଏହା ଜୁନ୍‌ ୨ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ୬-୧ ଗୋଲରେ ଆୟୋଜକ ନେଦରଲାଣ୍ଡ୍ସ ହରାଇ ତୃତୀୟଥର ପାଇଁ ଟାଇଟଲ ହାସଲ କରିଥିଲା। ୨୦୧୮ ସଂସ୍କରଣ ଏବେ ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି। ଏହା ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ଶେଷ ହେବ। ଏଥର ବିଶ୍ୱକପ୍‌ ଦଳ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ୨୦୨୨ ସଂସ୍କରଣରେ ଦଳ ସଂଖ୍ୟା ୨୨କୁ ବୃଦ୍ଧି କରିବାକୁ ଏଫ୍‌ଆଇଏଚ୍‌ ଯୋଜନା କରୁଛି। 
ପାକିସ୍ତାନର ଏୟାର ମାର୍ଶାଲ ନୁର ଖାଁ ପ୍ରଥମେ ହକି ବିଶ୍ୱକପ୍‌ର ଯୋଜନା ମନକୁ ଆଣିଥିଲେ। ସେ ଓ୍ବାଲର୍‌ଡ ହକି ମ୍ୟାଗାଜିନର ପ୍ରଥମ ସମ୍ପାଦକ ପାଟ୍ରିକ ରୋଲିଙ୍କୁ ଏ ନେଇ ପ୍ରସ୍ତାବ ଦେଇଥିଲେ। ୧୯୬୯ ଅକ୍ଟୋବର ୨୬ରେ ଏହା ଗୃହିତ ହୋଇଥିଲା ଓ ୧୯୭୦ ଏପ୍ରିଲ ୨ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ କାଉନସିଲ ବୈଠକରେ ଏହାକୁ ଗ୍ରହଣ କରାଯିବା ସହ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହାପରେ ଏଫ୍‌ଆଇଏଚ୍‌ ୧୯୭୧ରେ ପ୍ରଥମ ହକି ବିଶ୍ୱକପ୍‌ ପାକିସ୍ତାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଯୁଦ୍ଧ ତଥା ରାଜନୈତିକ ଅସ୍ଥିରତା କାରଣରୁ ଏହା ପାକିସ୍ତାନରୁ ସ୍ପେନ୍‌ର ବାର୍ସିଲୋନାରେ ଖେଳାଯାଇଥିଲା। ପ୍ରଥମ ସଂସ୍କରଣରେ ୧୦ଟି ଦେଶ ଅଂଶଗ୍ରହଣ କରିଥିଲେ। ପ୍ରଥମ ୩ଟି ଟୁର୍ନାମେଣ୍ଟ ପ୍ରତି ଦୁଇବର୍ଷରେ ଖେଳାଯାଇଥିଲା। 
ବିଶ୍ୱକପ୍‌ ଟ୍ରଫିକୁ ବସିର ମୁଜିଦ୍‌ ଡିଜାଇନ୍‌ କରିଥିଲେ ଓ ଏହାକୁ ପାକିସ୍ତାନ ସେନାବାହିନୀ ତିଆରି କରିଥିଲା। ୧୯୭୧ ମାର୍ଚ୍ଚ ୨୭ ତାରିଖରେ ଏହି ଟ୍ରଫିକୁ ବ୍ରସେଲ୍ସରେ ଏଫ୍‌ଆଇଏଚ୍‌କୁ ହସ୍ତାନ୍ତର କରାଯାଇଥିଲା। 
ହକି ବିଶ୍ୱକପ୍‌ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ। ଯୋଗ୍ୟତା ପର୍ଯ୍ୟାୟ ପରେ ଫାଇନାଲ ପର୍ଯ୍ୟାୟରେ ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ କେଳାଯାଇଥାଏ। ୧୯୭୭ରୁ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଇଆସୁଅଛି। 
ସଫଳତା ଦୃଷ୍ଟିକୋଣରୁ ବିଚାର କଲେ ଏପର୍ଯ୍ୟନ୍ତ ବିଶ୍ୱକପ୍‌ ଖେଳିବାକୁ ୨୪ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୭ଟି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ପାକିସ୍ତାନ ସଫଳତମ ଦେଶ ସାବ୍ୟସ୍ତ ହୋଇଛି। ୬ଥର ଫାଇନାଲ ଖେଳି ପାକିସ୍ତାନ ୪ଥର ଟାଇଟଲ ହାସଲ କରିଛି। ସେହିପରି ନେଦରଲାଣ୍ଡ୍ସ ୬ଥର ଫାଇନାଲ ଖେଳି ୩ଥର ଚାମ୍ପିୟନ ହୋଇଛି। ତେବେ ଗତ କେତେବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ସଫଳତମ ଦେଶ ସାବସ୍ତ ହୋଇଛି। ୫ଥର ଫାଇନାଲ ଖେଳି ଅଷ୍ଟ୍ରେଲିଆ ୩ଥର ଚାମ୍ପିୟନ ହୋଇଛି। ଭାରତ ୧୯୭୫ରେ ଥରେ ମାତ୍ର ବିଶ୍ୱକପ୍‌ ଜିତିବାକୁ ସକ୍ଷମ ହୋଇଥିଲା। 
ଏପର୍ଯ୍ୟନ୍ତ ୯ଟି ଦେଶ ବିଶ୍ୱକପ୍‌ ଆୟୋଜନ କରିଛନ୍ତି। ଆୟୋଜକ ଭାବେ  ନେଦରଲାଣ୍ଡ୍ସ ୧୯୭୩ ଓ ୧୯୯୮ରେ, ଜର୍ମାନୀ ୨୦୦୬ରେ ଚାମ୍ପିୟନ ହୋଇଥିଲେ। ଆୟୋଜକ ଭାବେ ସ୍ପେନ, ଇଂଲଣ୍ଡ ଓ ପାକିସ୍ତାନ ୧୯୭୧, ୧୯୮୬ ଓ ୧୯୯୦ରେ ରନର୍ସଅପ ହୋଇଥିଲେ। ଆୟୋଜକ ଭାବେ ଅଷ୍ଟ୍ରେଲିଆ ୧୯୯୪ରେ ତୃତୀୟ ସ୍ଥାନରେ ରହିଥିଲା। ଏସିଆ ଓ ୟୁରୋପ ମହାଦେଶର ଦଳଗୁଡିକ ୫ଥର ଲେଖାଏ ଟାଇଟଲ ଜିତିଛନ୍ତି। ଓସେନିଆ ତରଫରୁ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଛି। ଉତ୍ତର ଓ ଦକ୍ଷିଣ ଆମେରିକା ଏବଂ ଆଫ୍ରିକାର କୌଣସି ଦେଶ ବିଶ୍ୱକପ୍‌ ଟାଇଟଲ ହାସଲ କରିପାରି ନାହାନ୍ତି। 
All Right Reserved By

ଖେଳ |

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ଢାକା, ୧୨।୧୨(ଏଏଫ୍‌ପି)- ଓପନିଂ ବ୍ୟାଟ୍ସ୍‌ମ୍ୟାନ ସାଇ ହୋପ୍‌ଙ୍କ ଦମ୍‌ଦାର ଅପରାଜିତ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। 

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଦୁବାଇ, ୧୨।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ସଦ୍ୟ ସମାପ୍ତ ଆଡିଲେଡ୍‌ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୧୨୩ ଓ ୭୧ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରା ଟପ୍‌-୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

ସମ୍ବଲପୁର,୧୨।୧୨ (ବ୍ୟୁରୋ)- ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ କର୍ନେଲ ସିକେ ନାଇଡୁ ରେଲ୍‌ୱେ ବନାମ ଓଡିଶା କ୍ରିକେଟ ମ୍ୟାଚ ମଙ୍ଗଳବାର ଡ୍ର’ ହୋଇଛି। ଫଳରେ ପ୍ରଥମ ଇନିଂସ ରନ ଅଗ୍ରଣୀ ହେତୁ ଓଡିଶା ୩ ପଏଣ୍ଟ ହାସଲ କରିଥିବା ବେଳେ  ରେଲ୍‌ୱେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ରେଳୱେ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ୧୧୩ ରନ କରିଥିଲା ।

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ଚାଲିଥିବା ହକିି ବିଶ୍ୱକପରେ ଭାଗ ନେଇଥିବା ୧୬ ଦଳ ମଧ୍ୟରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ସ୍ବଦେଶ ଫେରିଛନ୍ତି ସ୍ପେନ ଓ ଚାଇନା। ସ୍ପେନ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପୁଲ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ଧାରାବିବରଣୀ ମଙ୍ଗଳବାରଠାରୁ ଆକାଶବାଣୀ ପକ୍ଷରୁ ଆରମ୍ଭ ହୋଇଛି। ହିନ୍ଦୀ ଓ ଇଂଲିଶରେ ଏହି ଧାରାବିବରଣୀର ସିଧା ପ୍ରସାରଣ କରାଯାଇଛି। 

ହକିକୁ ଅଧିକ ଲୋକପ୍ରିୟ କରାଇବାକୁ ଯୋଜନା

ହକିକୁ ଅଧିକ ଲୋକପ୍ରିୟ କରାଇବାକୁ ଯୋଜନା

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପକୁ ଏପର୍ଯ୍ୟନ୍ତ ଅଦ୍ଭୁତପୂର୍ବ ଦର୍ଶକ ସମର୍ଥନ ମିଳିଛି। ଏପର୍ଯ୍ୟନ୍ତ ମ୍ୟାଚ ଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାବେଳେ ଓଡ଼ିଶାରେ ହକିର ଲୋକପ୍ରିୟତା ସାରା ବିଶ୍ୱ ଦେଖିଛି। 

ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବଜାୟ ରଖିଲେ ପ୍ରମୋଦ

ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବଜାୟ ରଖିଲେ ପ୍ରମୋଦ

କଟକ ଅଫିସ,୧୨ା୧୨-ବାହୁକୁସ୍ତି କ୍ରୀଡ଼ା କ୍ଷେତ୍ରରେ ପୁନର୍ବାର ଇତିହାସ ରଚିଛି ଓଡ଼ିଶା। ରାଜ୍ୟ ବାହୁକୁସ୍ତି ଖେଳାଳି ପ୍ରମୋଦ ମୁଖୀ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ ବାହୁକୁସ୍ତି ଚାମ୍ପିୟନଶିପ୍‌ରେ ଭାଗ ନେଇ ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବିଜୟୀ ହୋଇଛନ୍ତି। 

ବିଧାୟିକା ହେଲେ କ୍ରିଷ୍ଣା ପୁନିଆ

ବିଧାୟିକା ହେଲେ କ୍ରିଷ୍ଣା ପୁନିଆ

ନୂଆଦିଲ୍ଲୀ,୧୨।୧୨(ପି.ଟି.)- ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ମହିଳା ଡିସ୍‌କସ୍‌ ଥ୍ରୋୟର କ୍ରିଷ୍ଣା ପୁନିଆ ଏବେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ରାଜସ୍ଥାନର ସାଦୁଲପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି।

ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବଦଳାଇବୁ ନାହିଁ: ମନପ୍ରୀତ୍‌

ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବଦଳାଇବୁ ନାହିଁ: ମନପ୍ରୀତ୍‌

ଭୁବନେଶ୍ୱର,୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)-  ଚଳିତ ହକି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଭାରତ କ୍ୱାର୍ଟର ଫାଇନାଲରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଏହି ନିର୍ଣ୍ଣାୟକ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଆମେ ରଣନୀତି ପ୍ରସ୍ତୁତ କରିଛୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ କହିଛନ୍ତି। 

ଦ୍ୱିତୀୟ କ୍ୱାର୍ଟର ଫାଇନାଲ: ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ୍‌

ଦ୍ୱିତୀୟ କ୍ୱାର୍ଟର ଫାଇନାଲ: ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ୍‌

ଭୁବନେଶ୍ୱର, ୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ବୁଧବାର ଖେଳାଯିବାକୁଥିବା ହକି ବିଶ୍ୱକପ୍‌ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଟୁର୍ନାମେଣ୍ଟର ସବୁଠାରୁ ନିମ୍ନ ର଼୍ୟାଙ୍କର ଦଳ ଫ୍ରାନ୍ସକୁ ଭେଟିବ।

ହକି ବିଶ୍ୱକପ୍‌: ଆର୍ଜେଣ୍ଟିନା- ଇଂଲଣ୍ଡ କ୍ୱାର୍ଟର ଫାଇନାଲ ଆଜି

ହକି ବିଶ୍ୱକପ୍‌: ଆର୍ଜେଣ୍ଟିନା- ଇଂଲଣ୍ଡ କ୍ୱାର୍ଟର ଫାଇନାଲ ଆଜି

ଭୁବନେଶ୍ୱର, ୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ ୧୪ତମ ସଂସ୍କରଣ ଏବେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚଛି। ବୁଧବାର ବିଶ୍ୱକପ୍‌ର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।